୮ ଦିବ୍ୟାଙ୍ଗ ପରିବାରକୁ ୨୦ ଲକ୍ଷ ସହାୟତା

କର୍ଲାମୁଣ୍ଡା:୭।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକର ବିଭିନ୍ନ ଗ୍ରାମର ୮ ଦିବ୍ୟାଙ୍ଗ ପରିବାରକୁ ବିବାହ ପ୍ରୋତ୍ସାହନ ସହାୟତା ରାଶି ପ୍ରଦାନ କରାଯାଇଛି।

ସୋମବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାପାଳ ପି. ଅନେୱସା ରେଡି, କର୍ଲାମୁଣ୍ଡା ଖ ଜୋନ୍‌ ଜିଲା ପରିଷଦ ସଭ୍ୟ ତଥା କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚ ସଭାପତି ସୁରେଶ ଚୌଧୁରୀଙ୍କ ଉପସ୍ଥିତରେ ଏହି ସହାୟତା ରାଶି ଦିଆଯାଇଛି। ବ୍ଳକର ଗଜବାହାଲ ଗାଁର ଦିବ୍ୟାଙ୍ଗ ପରିବାର ଦିଗ ନାଗ ଏବଂ ତାଙ୍କର ସ୍ତ୍ରୀ ସବିତା ନାଗ, ଭଟାପଲା ଗାଁର ଫାଲଗୁନ ସାହୁ ଓ ସ୍ତ୍ରୀ ଯଶୋବନ୍ତି ସାହୁ, ବ୍ରହ୍ମଣୀମୁଣ୍ଡା ଗାଁର କୈଳାସ ରଣା ଓ ସ୍ତ୍ରୀ ଅନିତା ରଣା, ତେରେସିଙ୍ଗା ଗ୍ରାମର ଅଞ୍ଜଳି ମାଝୀ ଓ ତାଙ୍କ ସ୍ବାମୀ ପବିତ୍ର ମାଝୀ, ବୋରପଦର ଗ୍ରାମର ବଳରାମ ସାହୁ ଓ ତାଙ୍କ ସ୍ତ୍ରୀ ସୁନାଫୁଲ ସାହୁ, ଜୋରାଡବରା ଗ୍ରାମର ନର୍ମଦା ବେହେରା ଓ ତାଙ୍କ ସ୍ବାମୀ ବଳଦେବ ଗଉଡ଼, ସ. ମାଲପଡ଼ା ଗ୍ରାମର ତପନ ଚନ୍ଦନ ଓ ତାଙ୍କ ସ୍ତ୍ରୀ ଜାନକୀ ହେର୍ନା, ସିଲେଟପଡା ଗ୍ରାମର ଶଶୀଭୂଷଣ ଜାନୀ ଓ ତାଙ୍କ ସ୍ତ୍ରୀ ସୀମା ଜାନୀଙ୍କୁ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ୨ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ବାବଦକୁ ଚେକ୍‌ ପ୍ରଦାନ କରାଯାଇଥିଲା। ସେହିପରି ଜୁନାଗଡ଼ ବ୍ଳକର ବୁଢ଼ୀପଦର ଗ୍ରାମର ଦିବ୍ୟାଙ୍ଗ ପରିବାର ନୀଳକଣ୍ଠ ଲେଞ୍ଜିଆ ଓ ତାଙ୍କ ସ୍ତ୍ରୀ ସାବେତ୍ରୀ ଲେଞ୍ଜିଆଙ୍କୁ ମଧ୍ୟ ୨ ଲକ୍ଷ ୫୦ ହଜାର ଟଙ୍କାର ଚେକ୍‌ ଦିଆଯାଇଥିବା ବେଳେ ୨ଜଣ ଦିବ୍ୟାଙ୍ଗ ଛାତ୍ରଙ୍କୁ ଲାପଟପ୍‌ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବିଏସ୍‌ଏସ୍‌ଓ ସସ୍ମିତା ହୋତା, ଜିଲା ଭିନ୍ନକ୍ଷମ ପୁନଃର୍ବାସ କେନ୍ଦ୍ର ଭବାନୀପାଟଣାର ବାଦଲ ପଟ୍ଟନାଏକ, ନିବାସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଶିବସେନା(ୟୁବିଟି) ୨ ଫାଳ: ଶିନ୍ଦେଙ୍କ ଦଳରେ ଯୋଗଦେଲେ ୬ ବିଦ୍ରୋହୀ ଏମ୍‌ପି

ମୁମ୍ବାଇ,୨୨ା୬:ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି) ୨ ଭାଗ ହୋଇଯାଇଛି। ଏହାର ୯ ଜଣ ଲୋକ ସଭା ସଦସ୍ୟଙ୍କ ମଧ୍ୟରୁ ୬ ଜଣ…

ବଜ୍ରାଘାତରେ ଜଳିଗଲା ମାଉସୀ ମା’ ମନ୍ଦିରର ପତାକା: ଚିନ୍ତାରେ ଭକ୍ତ

ବରଗଡ଼,୨୨।୬(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ ବଜ୍ରପାତ ସହିତ ବର୍ଷା ହୋଇଥିଲା। ତେବେ ଅପରାହ୍ନ ପ୍ରାୟ ୩ଟା ସମୟରେ ହୋଇଥିବା ବଜ୍ରପାତରେ ଜିଲାର ଭଟଲିସ୍ଥିତ…

ଜଙ୍ଗଲରୁ ମିଳିଲା ଯୁବତୀଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର,ଆତ୍ମହତ୍ୟା ନା ହତ୍ୟା ବଢିଲା ସସ୍‌ପେନ୍ସ

ପଟ୍ଟାଙ୍ଗି,୨୨।୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପେଟୁରୁ ପଞ୍ଚାୟତ ଅନ୍ତର୍ଗତ କପାଟିଗୁଡା ଜଙ୍ଗଲରୁ ସନ୍ଦେହଜନକ ଭାବେ ଯୁବତୀଯୁବକଙ୍କ ମୃତଦେହ ସୁଙ୍କି ପୋଲିସ ଉଦ୍ଧାର…

ଟ୍ରାକ୍ଟର ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ : ମୃତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି

ଲାଞ୍ଜିଗଡ଼,୨୨।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ଘଟଣା ଘଟିଛି। ନିଜେ ଚଳାଉଥିବା ଟ୍ରାକ୍ଟର ଚକରେ ଚାପିହୋଇ ଡ୍ରାଇଭରଙ୍କ…

ନାବାଳିକାଙ୍କୁ ବ୍ଲାକମେଲ କରି ଦୀର୍ଘଦିନ ଧରି ଶୋଷଣ କରୁଥିଲେ ନାବାଳକ, ଅଭିଯୋଗ ପରେ ନାବାଳକଙ୍କୁ …

ପାରଳାଖେମୁଣ୍ଡି, ୨୨।୬(ଗିରିଧାରୀ ପରିଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଜଣେ ନାବାଳିକାଙ୍କ ଅଭିଯୋଗକୁ ଆଧାର କରି ପୋକ୍ସୋ ଆଇନ ଅନୁଯାୟୀ ଏକ ମାମଲା ରୁଜୁ…

ଅତର ବ୍ୟବସାୟୀଙ୍କୁ ଠକେଇ, ଅସଲି ନେଇ ନକଲି ଦେଇଦେଲେ, ଠକିନେଲେ ଏତେ କୋଟି ଟଙ୍କା

ଛତ୍ରପୁର, ୨୨।୬( ଦିଲ୍ଲୀପ ସାମଲ): ଅତି ଚତୁରତା ସହ ବ୍ଲୁ ପ୍ରିଣ୍ଟ କରି ଫିଲ୍ମ ଷ୍ଟାଇଲରେ ହୋଇଛି କିଆ ଅତର ଠକେଇ । ଲକ୍ଷ କି ଦୁଇ…

ମହିଳା ଆଇନଜୀବୀଙ୍କ ଆକସ୍ମିକ ବିୟୋଗ: ଚାରିଆଡ଼େ ଖେଳିଗଲା ଶୋକର ଛାୟା

ଦିଗପହଣ୍ଡି, ୨୨।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଓକିଲ ସଂଘର ବରିଷ୍ଠ ସଦସ୍ୟା ଆଇନଜୀବି ରମା ସୁବୁଦ୍ଧିଙ୍କ ସୋମବାର ଆକସ୍ମିକ ପରଲୋକ ହୋଇଯାଇଛି। ଗତ ୧୯୫୨…

ଲଭ,ସେକ୍ସ, ଧୋକ୍କା: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ଜେଲଗଲେ ଅଭିଯୁକ୍ତ ଡାକ୍ତର

ଦିଗପହଣ୍ଡି,୨୨।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଡେଙ୍ଗାଓସ୍ତା ଗ୍ରାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅବିନାଶ ମହାନ୍ତିଙ୍କୁ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri