ପଞ୍ଚାୟତ କାର୍ଯ୍ୟାଳୟ ପାଇଁ ୨୦ କି.ମି. ଯାତ୍ରା

ପାରାଦୀପ ୨୪l୯(ସ୍ବ.ପ୍ର.): ପାରାଦୀପ ଗଡ ପଞ୍ଚାୟତ ଓ ପୌରପାଳିକା ଉପାନ୍ତରେ ରହିଛି ଚନକଣ ନାମକ ବଙ୍ଗୀୟ ବସ୍ତି। ଏହାର ଭୌଗଳିକ ସୀମା କହିଲେ ତୈଳ ବିଶୋଧନାଗାର ଓ ପିପିଏଲ୍‌ କାରଖାନାର ମଧ୍ୟସ୍ଥଳକୁ ବୁଝାଏ। ପୂର୍ବ ଭାଗରେ ବଙ୍ଗୋପସାଗର, ପଶ୍ଚିମରେ କଂସାରୀପାଟିଆ ନଦୀ ଅବସ୍ଥିତ। ଯାତାୟାତ ପାଇଁ ଏକମାତ୍ର ମାଧ୍ୟମ ହେଲା ପିପିଏଲ୍‌ କାରଖାନା ପାଚେରୀ କଡ଼ ମାଟିରାସ୍ତା। ଏହି ରାସ୍ତା ଅତିକ୍ରମ କଲାପରେ ଷଣ୍ଢକୁଦ ବସ୍ତି ଓ ପାରାଦୀପ ସହର ପଡ଼ିବ। ଏହି ବସ୍ତିର ଲୋକଙ୍କୁ ବିଭିନ୍ନ ସରକାରୀ ସୁବିଧା ପାଇଁ ୨୦ କିମି ଦୂରରେ ଥିବା ପାରାଦୀପ ଗଡ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ପଡେ। ଏପରି ଅସୁବିଧା ବସ୍ତିବାସିନ୍ଦା ୨୦ ବର୍ଷ ହେବ ଭୋଗୁଥିବା କହିଛନ୍ତି। ଏଠାରେ ଅଙ୍ଗନଓ୍ବାଡି କେନ୍ଦ୍ର, ବିଦ୍ୟାଳୟ, ସ୍ବାସ୍ଥ୍ୟ ସେବା , ପାନୀୟ ଜଳ ଓ ବିଦୁତ୍‌ ସେବା ଆଦି ଏପର୍ଯ୍ୟନ୍ତ ମିଳିପାରି ନାହିଁ। ଏସବୁ ପାଇଁ ଚନକଣ ବାସିନ୍ଦା ଷଣ୍ଢକୁଦ ବସ୍ତି ଉପରେ ନିିର୍ଭରଶୀଳ। କାରଣ ଷଣ୍ଢକୁଦ ହେଉଛି ଚନକଣଠାରୁ ମାତ୍ର ୩ କିମି ଦୂର। କିନ୍ତୁ ଚନକଣ ବସ୍ତି ସରକାରୀ ଭାବେ ପାରାଦୀପଗଡ ପଞ୍ଚାୟତ ଅଧୀନରେ ରହିଛି। ଏହାର ରାଜସୱ ମୌଜା ନାମ ହେଉଛି ଉଦୟଚାନ୍ଦପୁର। ୨୦୧୧ ଜନଗଣନା ଅନୁଯାୟୀ ଏହି ବସ୍ତିର ଲୋକସଂଖ୍ୟା ୩୨୫ ଥିଲା। ୨୦୨୨ ପଞ୍ଚାୟତ ନିର୍ବାଚନରେ ଏଠାକାର ଭୋଟର ସଂଖ୍ୟ ୧୧୦ ବୋଲି ଜଣାପଡ଼ିଛି। ବସ୍ତିର ସମସ୍ତ ଜାଗା ସରକାରୀ ହୋଇଥିବାବେଳେ ପ୍ରାୟ ୫୦ ବର୍ଷ ତଳୁ ବଙ୍ଗୀୟ ସମ୍ପ୍ରଦାୟର ଲୋକେ ଏଠାରେ ବସବାସ କରୁଥିବା ଜଣାପଡ଼ିଛି। ସେତେବେଳେ ସେହି ଅଞ୍ଚଳ ଫାଙ୍କା ଥିବାରୁ ବିଲ ରାସ୍ତା ଦେଇ ପାରାଦୀପଗଡ଼ ଯାଉଥିଲେ। ୨୦୦୦ରେ ଉକ୍ତ ଜମି ତୈଳ ବିଶୋଧନାଗାର ପାଇଁ ଅଧିଗ୍ରହଣ ହୋଇଥିଲା। ପରେ କାରଖାନା ପ୍ରତିଷ୍ଠା ହୋଇଥିଲା। ତୈଳବିଶୋଧନାଗାର କର୍ତ୍ତୃପକ୍ଷ ପାଚେରୀ ବୁଲେଇ ଦେବାପରେ ସେମାନଙ୍କ ଯାତାୟାତ ବାଟ ବନ୍ଦ ହୋଇଗଲା ବୋଲି ବସ୍ତିର ତାହିର ଖାନ କୁହନ୍ତି। ଗଡ଼ପଞ୍ଚାୟତ ଅଧୀନରେ ଥିବାରୁ ଆମକୁ ଯାବତୀୟ ସମସ୍ୟା ହେଉଛି। ଭତ୍ତା କିମ୍ବା ରାଶନ ସାମଗ୍ରୀ ପାଇଁ ବହୁ ଦୂରକୁ ଯିବାକୁ ପଡୁଛି ବୋଲି ସେ କହିଛନ୍ତି ।ସରପଞ୍ଚ ସସ୍ମିତା ବେହେରା କୁହନ୍ତି, ଏଭଳି ପଞ୍ଚାୟତ ଓଡ଼ିଶାରେ ବୋଧହୁଏ ବିରଳ। କାରଣ ପଞ୍ଚାୟତ କାମ ପାଇଁ ପାରାଦୀପ ସହର ଅତିକ୍ରମ କରି ସେଠାକୁ ଯିବାକୁ ପଡ଼ୁଛି। ବସ୍ତିରେ ପଞ୍ଚାୟତ ତରଫରୁ ୨୦୧୨ରେ କଙ୍କ୍ରିଟ ରାସ୍ତା କରାଯାଇଥିଲା। ସେତେବେଳେ ଗାଡ଼ି ଯିବା ପାଇଁ ବାଟ ନ ଥିଲା। ପଞ୍ଚାୟତ ଅଫିସ ପାଖରୁ ସିମେଣ୍ଟ ଗୋଡି ଗୋଳେଇ ଟ୍ରାକ୍ଟର ଯୋଗେ ଷଣ୍ଢକୁଦ ନେଇଥିଲୁ। ପାରାଦୀପ ବନ୍ଦର ସହର ଅତିକ୍ରମ କରିବା ପାଇଁ ବନ୍ଦର ପ୍ରଶାସନ ସ୍ବିକୃତି ଦରକାର। ଏମିତି ଅନେକ ପ୍ରତିକୂଳ ଅବସ୍ଥାରେ କଙ୍କ୍ରିଟ ରାସ୍ତା କରାଯାଇଛି। ଦୁଇଟି ନଳକୂପ ଓ କ୍ଲବଘର ହୋଇଛି। ଆୟତନ କ୍ଷେତ୍ରରେ ଆମକୁ ବହୁତ ଅସୁବିଧା ହେଉଛି। ଦୂରତା, ପାରିପାର୍ଶ୍ୱିକ ସମସ୍ୟା ଯୋଗୁ ସେଠାରେ ସରକାରୀ ସୁବିଧା ଯୋଗାଇବା କଷ୍ଟକର ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri