Posted inଜାତୀୟ

ଟିକାକରଣ ଲାଗି ୨୦ ରୋଗ ଚିହ୍ନଟ

ନୂଆଦିଲ୍ଲୀ, ୨୮।୨: ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ଏବଂ ବିଭିନ୍ନ ରୋଗ ଥିବା ୪୫ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ କୋଭିଡ୍‌ ଟିକା ଦିଆଯିବ। କେଉଁସବୁ ରୋଗ ଥିଲେ ଟିକା ପାଇଁ ଅନୁମତି ମିଳିବ ତାହା ସ୍ଥିର ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୨୦ଟି ରୋଗର ତାଲିକା ପ୍ରକାଶ ପାଇଛି। ସେଗୁଡ଼ିକ ହେଲା ହୃଦ୍‌ଘାତ କାରଣରୁ ବର୍ଷେ ପୂର୍ବେ ହସ୍ପିଟାଲରେ ଭର୍ତ୍ତି ହୋଇଥିବେ, ହୃଦ୍‌ପିଣ୍ଡ କିମ୍ବା ବାମ ଭେଣ୍ଟ୍ରିକୁଲାର ଆସିଷ୍ଟ ଡିଭାଇସ୍‌ ପ୍ରତିରୋପଣ, ବାମ ଭେଣ୍ଟ୍ରିକୁଲାର ସିଷ୍ଟୋଲିକ୍‌ ଡାଇଫଙ୍କ୍‌ଶନିଂ, ମଧ୍ୟମ କିମ୍ବା ଗୁରୁତର ଭାଲଭୁଲାର ହୃଦ୍‌ରୋଗ, ଗୁରୁତର ପିଏଏଚ୍‌ କିମ୍ବା ଇଡିଓପାଥିକ୍‌ ପିଏଏଚ୍‌ ସହ ଜନ୍ମରୁ ରହିଥିବା ହୃଦ୍‌ରୋଗ, କରୋନାରି ଆର୍ଟେରି ରୋଗ, ଆଞ୍ଜିନା ଏବଂ ରକ୍ତଚାପ/ମଧୁମେହ ଚିକିତ୍ସା, ସିଟି/ଏମ୍‌ଆର୍‌ଆଇ ରିପୋର୍ଟରେ ଷ୍ଟ୍ରୋକ୍‌ ଏବଂ ଉଚ୍ଚ ରକ୍ତଚାପ/ମଧୁମେହ ଚିକିତ୍ସା, ପଲ୍‌ମୋନାରି ଆର୍ଟେରି ହାଇପରଟେନଶନ, ହାଇପରଟେନସନ/ ମଧୁମେହ ଚିକିତ୍ସା, ୧୦ ବର୍ଷରୁ ଊର୍ଦ୍ଧ୍ୱ କିମ୍ବା ଜଟିଳତା ଥିବା ମଧୁମେହ ଏବଂ ଉଚ୍ଚ ରକ୍ତଚାପ, କିଡ୍‌ନୀ/ଲିଭର/ହେମାଟୋପୋଏଟିକ୍‌ ଷ୍ଟେମ୍‌ ସେଲ୍‌ ପ୍ରତିରୋପଣ, କିଡ୍‌ନୀ ରୋଗ ହେମୋଡାଇଲିସିସ୍‌/ସିଏପିଡି ଶେଷ ପର୍ଯ୍ୟାୟ, ଡିକମ୍ପେନ୍‌ସେଟେଡ୍‌ ସିରୋସିସ୍‌, ଶ୍ୱାସକ୍ରିୟା ଜନିତ ରୋଗରେ ଗତ ଦୁଇବର୍ଷରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ଲିମ୍ଫୋମା/ଲ୍ୟୁକେମିଆ, ମ୍ୟେଲୋମା, ୨୦୨୦ ଜୁଲାଇ ୧ କିମ୍ବା ଏହା ପରେ କ୍ୟାନ୍‌ସର ଚିହ୍ନଟ ହୋଇଥିଲେ କିମ୍ବା ଚିକିତ୍ସାରେ ଥିଲେ, ସିକିଲ୍‌ ସେଲ୍‌/ବୋନ୍‌ ମାରୋ ଫେଲୋର, ଆପ୍ଲାଷ୍ଟିକ୍‌ ଆନେମିଆ, ଥାଲାସେମିଆ, ପ୍ରାଥମିକ ଇମ୍ୟୁନୋଡେଫିସିଏନ୍ସି ରୋଗ/ଏଚ୍‌ଆଇଭି ସଂକ୍ରମଣ ଏବଂ ବୌଦ୍ଧିକ ଅସାମର୍ଥ୍ୟ/ମସ୍କୁଲାର ଡାଇଷ୍ଟ୍ରୋଫି/ଏସିଡ୍‌ ଆକ୍ରମଣ ଯୋଗୁ ରେସ୍ପିରେଟୋରି ସିଷ୍ଟମ କ୍ଷତିଗ୍ରସ୍ତ ହୋଇଥିଲେ/ସହାୟତା ଆବଶ୍ୟକ କରୁଥିବା ଭିନ୍ନକ୍ଷମ/ ମୂକ-ଦୃଷ୍ଟିହୀନ ଆଦି ବିଭିନ୍ନ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ କୋଭିଡ୍‌ ଟିକା ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଏପି ବିଧାୟକ ବଲଜିନ୍ଦର କୌରଙ୍କୁ ମାଡ ମାରିଲେ ସ୍ୱାମୀ ସୁଖରାଜ: ଭିଡିଓ ଭାଇରାଲ

ଚଣ୍ଡିଗଡ଼,୨ ।୯: ଆମ ଆଦମୀ ପାର୍ଟି(ଏଏପି) ବିଧାୟକ ବଲଜିନ୍ଦର କୌରଙ୍କୁ ତାଙ୍କ ସ୍ୱାମୀ ମାଡ ମାରିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ...

ୟୁରୋପର ଭ୍ରମ ସୃଷ୍ଟି କରୁଛି ଭାରତର ଏହି ଗାଁ, ଆଶ୍ଚର୍ଯ୍ୟ ହେଉଛନ୍ତି ଲୋକେ

ନିକଟରେ କେରଳରେ ଏପରି ଏକ ପାର୍କ ନିର୍ମାଣ କରାଯାଇଛି, ଯାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। କହୁଛନ୍ତି ଏହା ଆମ ଭାରତ ନା ୟୁରୋପ? ଏହା...

ବିଗ୍‌ ବି, ଟ୍ରମ୍ପ୍‌ଙ୍କ ନାଁରେ ଫେକ୍‌ ଇ-ପାସ୍‌

ହିମାଚଳ ପ୍ରଦେଶରେ କରୋନା କଟକଣା ଜାରି ହୋଇଥିବାବେଳେ ଜରୁରୀ ସେବାରେ ନିୟୋଜିତ ଲୋକଙ୍କ ପାଇଁ ଇ-ପାସ୍‌ ବାଧ୍ୟତାମୂଳକ କରାଯାଇଛି। ସ୍ଥାନୀୟ ପୋଲିସ ଆମେରିକାର ପୂର୍ବତନ ରାଷ୍ଟ୍ରପତି...

କୃଷ୍ଣସ୍ବାମୀ ନଟରାଜନ୍‌ ଭାରତୀୟ ତଟରକ୍ଷୀ ବାହିନୀ ଡିଜି ନିଯୁକ୍ତ

ନୂଆଦିଲ୍ଲୀ, ୨୫।୬: ଭାରତୀୟ ତଟରକ୍ଷୀ ବାହିନୀ ଡିଜି ଭାବେ କୃଷ୍ଣସ୍ବାମୀ ନଟରାଜନ୍‌ଙ୍କୁ ନିଯୁକ୍ତ କରାଯାଇଛି। ସେ ବର୍ତ୍ତମାନ ଡିଜି ଭାବେ କାର୍ଯ୍ୟ କରୁଥିବା ରାଜେନ୍ଦ୍ର ସିଂଙ୍କ...

ସାମ୍ପ୍ରଦାୟିକ ଦଙ୍ଗା ଆଗ୍ନେୟଗିରି ଲାଭା ଭଳି ଭବିଷ୍ୟତରେ ପ୍ରତିହିଂସା ସୃଷ୍ଟି କରେ, କହିଲେ ସିବଲ…

ନୂଆଦିଲ୍ଲୀ,୧୦।୧୧: ସାମ୍ପ୍ରଦାୟିକ ଦଙ୍ଗା ଆଗ୍ନେୟଗିରିରୁ ଉଦ୍‌ଗୀରଣ ହେଉଥିବା ଲାଭା ଭଳି ଭବିଷ୍ୟତରେ ପ୍ରତିହିଂସା ସୃଷ୍ଟି କରେ। ଏହା ଆଗ୍ନେୟଗିରି ଭଳି ଶାନ୍ତ ହେବାକୁ ମଧ୍ୟ ଅଧିକ...

‘ହୁନର ହାଟ’ରେ ବିହାରର ସ୍ବାଦିଷ୍ଟ ବ୍ୟଞ୍ଜନ ‘ଲିଟି-ଚୋଖା’ର ମଜା ନେଲେ ମୋଦି

ନୂଆଦିଲ୍ଲୀ,୧୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ସମୟରେ ନିଆରା କାର୍ଯ୍ୟ କରି ସମସ୍ତଙ୍କୁ ଚକିତ କରିଦେଇଥାନ୍ତି। ଯାହାକୁ ନେଇ ପରବର୍ତ୍ତୀ ସମୟରେ ଚର୍ଚ୍ଚାର ବିଷୟ ପାଲଟିଥାଏ।...

୧୭ ରାଜ୍ୟର ୭ କୋଟି ଆଦିବାସୀ ସିକଲସେଲ-ଏନିମିଆରେ ପୀଡ଼ିତ, ମଧ୍ୟପ୍ରଦେଶରେ ଲଞ୍ଚ ହେବ ମିଶନ

ନୂଆଦିଲ୍ଲୀ,୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶରୁ ସିକଲସେଲ-ଏନିମିଆ ବିଲୋପ ମିଶନ ଆରମ୍ଭ କରିବାକୁ ଯାଉଛନ୍ତି। ଏହା ଏକ ରୋଗ ଯାହା ଦେଶର ୧୭ଟି ରାଜ୍ୟରେ ୭...

ଜେଜେପିରେ ବିଦ୍ରୋହ: ଉପାଧ୍ୟକ୍ଷ ପଦରୁ ରାମକୁମାରଙ୍କ ଇସ୍ତଫା

ଚଣ୍ଡିଗଡ଼,୨୬ା୧୨(ପି.ଟି.): ଦୁଷ୍ୟନ୍ତ ଚୌତାଲାଙ୍କ ଜନନାୟକ ଜନତା ପାର୍ଟି (ଜେଜେପି)ରେ ବିଦ୍ରୋହ ଦେଖାଦେଇଛି। ଦଳର ଉପାଧ୍ୟକ୍ଷ ପଦରୁ ବିଧାୟକ ରାମକୁମାର ଗୌତମ ବୁଧବାର ଇସ୍ତଫା ଦେଇଛନ୍ତି। ଦଳର...

Advertisement
Archives

Model This Week