Posted inଫୁରସତ

ଖେଳୁ ଖେଳୁ ମାଲବାହୀ ଟ୍ରେନ୍‌ ଇଞ୍ଜିନ ତଳେ ଫସିଲା ୨ ବର୍ଷର ଶିଶୁ: ଆଉ ତା’ ପରେ..

କଥାରେ ଅଛି ରଖେ ହରି ତ ମାରେ କିଏ। ଖେଳୁ ଖେଳୁ ରେଳଧାରଣାକୁ ଚାଲି ଆସିଥିଲା ଜଣେ ୨ ବର୍ଷର ଶିଶୁ। ଏପରିକି ସେ ଟ୍ରେନ୍‌ ଚକାତଳେ ଫସି ଯାଇଥିଲା। ହେଲେ ଲୋକୋ ପାଇଲଟ୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ପିଲାଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓଟି ଟ୍ରେନ୍‌ ରହିବା ପରର। ଏଥିରେ ଶିଶୁଟିକୁ ଟ୍ରେନ୍‌ ଚକାତଳେ ଥିବା ଦେଖାଯାଉଛି।

ଘଟଣାଟି ଫରିଦାବାଦ ନିକଟ ବଲ୍ଲଭଗଡ଼ ରେଳଷ୍ଟେଶନର। ଏହା ବ୍ୟସ୍ତ ବହୁଳ ଷ୍ଟେଶନ ମଧ୍ୟରୁ ଅନ୍ୟତମ ବୋଲି କୁହାଯାଉଥିଲେ ହେଁ କରୋନା ଯୋଗୁ ଏବେ ଏହା ପ୍ରାୟତଃ ଖାଲି ରହୁଛି। ଅପରପକ୍ଷେ ଶିଶୁପୁତ୍ରଟି ନିଜର ୧୪ ବର୍ଷର ଭାଇ ସହ ରେଳଧାରଣା ପାଖରେ ଖେଳୁଥିଲା। ହେଲେ ସାନଭାଇକୁ ଛାଡ଼ି ବଡ଼ଭାଇ କିଛି ସମୟ ପାଇଁ ପଳାଇଥିଲେ। ଏହି ସମୟରେ ଦିଲ୍ଲୀରୁ ଆଗ୍ରା ଯାଉଥିବା ଏକ ମାଲବାହୀ ଟ୍ରେନ୍‌ ଆଗକୁ ଶିଶୁଟି ଚାଲିଆସିଥିଲେ। ଏହା ଦେଖି ଲୋକୋ ପାଇଲଟ ଡରି ଯାଇଥିଲେ। ସେ ତତ୍‌କ୍ଷଣାତ ଜରୁରୀକାଳିନ ବ୍ରେକ୍‌ ଲଗାଇଥିଲେ। ହେଲେ ଟ୍ରେନ୍‌ଟି ନିଜର ଗତିରେ ଥିବାରୁ ଇଞ୍ଜିନଟି ଶିଶୁ ଉପର ଦେଇ ଚାଲି ଯାଇଥିଲା।

ଟ୍ରେନ୍‌ର ଉଭୟ ପାଇଲଟ୍‌ ବାହାରକୁ ଆସି ଶିଶୁଟିକୁ ନିରାପଦ ଅବସ୍ଥାରେ ଦେଖିଥିଲେ। ହେଲେ ସେ କାନ୍ଦିବାରେ ଲାଗିଥିଲା। ପରେ ତାଙ୍କୁ ସାବଧାନତାର ସହ ବାହାରକୁ ବାହାର କରାଯାଇ ମା’ଙ୍କୁ ଦିଆଯାଇଥିଲା। ଏଥିସହ ରେଳ ବିଭାଗର ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା। ଶିଶୁଟି ସୁରକ୍ଷିତ ଥିବାରୁ ଲୋକୋ ପାଇଲଟମାନଙ୍କୁ ପୁରସ୍କୃତ କରାଯିବ ବୋଲି ଜଣାପଡ଼ିଛି।

ଦେଖନ୍ତୁ ଭିଡିଓ


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri