୨ ହତ୍ୟାକାରୀଙ୍କୁ ଆଜୀବନ ଜେଲ

ବାରିପଦା ଅଫିସ,୨୦ା୧: ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ(୨) କୋର୍ଟରେ ଶୁକ୍ରବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଜଜ ଡ. ଦୀପକ ରଞ୍ଜନ ସାହୁ ଏହାର ବିଚାର କରି ୨ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥି ସହିତ ୫ହଜାର ଟଙ୍କା ଲେଖାଏ ଜରିମାନା ଓ ଅନାଦାୟେ ଅଧିକ ୬ ମାସ ପ୍ରତ୍ୟେକ କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଦ୍ୱୟ ହେଲେ ଚାନ୍ଦୁଆ ଥାନା ଅନ୍ତର୍ଗତ ମାଙ୍କଡ଼କେନ୍ଦା ଗ୍ରାମର ଶିବ ସିଂ ଏବଂ ଡୁଣା ସିଂ।
ମାମଲାର ବିବରଣୀ ଅନୁଯାୟୀ, ଉକ୍ତ ଗ୍ରାମର ଦୁଇ ଭାଇ ସନୁ ସିଂ ଓ ଡୁଣା ସିଂ ୨୦୧୮ ଜୁନ୍‌ ୧୧ ତାରିଖ ସାରେ ଏକାଠି ମଦ ପିଇବାକୁ ଯାଇଥିଲେ। ଏହି ସମୟରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ଡୁଣା ସିଂ ଓ ତାଙ୍କ ସହଯୋଗୀ ଶିବ ସିଂ ମିଶି ସନୁଙ୍କ ଗଳାକାଟି ହତ୍ୟା କରିବା ପରେ ମୃତଦେହକୁ ବିଲରେ ଫିଙ୍ଗି ଦେଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରି ପର ଦିନ ସକାଳୁ ବିଲରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସନୁଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ଘଟଣା ବାବଦରେ ସନୁଙ୍କ ପୁଅ ମଙ୍ଗଳ ଚାନ୍ଦୁଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶିବ ଏବଂ ଡୁଣାଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିଲା। ଅତିରିକ୍ତ ସରକାରୀ ଓକିଲ ବଟହରି ମହାକୁଡ଼ ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏପିଓ ଦାୟିତ୍ୱ ସମ୍ଭାଳୁଛନ୍ତି ଜିଆର୍‌ଏସ୍‌

ନାଉଗାଁ , ୬।୨ (ସ୍ବ.ପ୍ର.): ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ମାଧ୍ୟମରେ କରାଯାଉଥିବା ବିଭିନ୍ନ କାର୍ଯ୍ୟର ସୂଚନା ଓ ତଦାରଖ ବ୍ଲକ ଏପିଓ (ଆଡିସନାଲ୍‌ ପ୍ରୋଗ୍ରାମ୍‌ ଅଫିସର୍‌) କରିଥାନ୍ତି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ...

ଚର୍ଚ୍ଚାରେ ୧୫୦ ଫୁଟର ଡଙ୍ଗା

ବାଲେଶ୍ୱର ଅଫିସ,୩୦ା୧୧: ବାଲେଶ୍ୱର ଜିଲା ସୋର ମାଣିତ୍ରୀ ଗ୍ରାମରେ କାର୍ତ୍ତିକ ପୁର୍ଣ୍ଣିମା ଆବସରରେ ଗ୍ରାମବାସୀ ୧୫୦ ଫୁଟର ଡଙ୍ଗା ତିଆରି କରିବା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।...

ଚାଷ ଆଗରେ ଚାକିରି ତୁଚ୍ଛ

ଅନୁଗୋଳ ସହର,୨୦ା୨ – ଉଚ୍ଚ ପଦବୀର ଅଧିକାରୀ ଥିଲେ। ମୋଟା ଅଙ୍କର ବେତନ ବି ପାଉଥିଲେ। ଅତୀତରେ ଅନୁଗୋଳ କଲେଜର ଛାତ୍ର ସଂସଦ ସଭାପତି ଥିବାରୁ...

ପ୍ରତାରଣା ପାଇଁ ଗଲେ ଜେଲ

କୁଚିଣ୍ଡା,୧୧ା୮(ଡି.ଏନ.ଏ.): ଯୁବତୀଙ୍କୁ ପ୍ରତାରଣା କରିବା ଅଭିଯୋଗରେ କୁଚିଣ୍ଡା ଥାନା ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ମହୁଲପାଲି ଥାନା ଭୁଲୁପଡା (ବାଉରୀଗୋଡା) ଗ୍ରାମର...

ତୁରନ୍ତ ପ୍ରକଳ୍ପ କାମ ଆରମ୍ଭ ଲାଗି ନିର୍ଦ୍ଦେଶ

ବନ୍ତ, ୧।୪ (ଡି.ଏନ୍‌.ଏ./ସ୍ବ.ପ୍ର.) ଭଦ୍ରକ ଜିଲା ବନ୍ତ ବ୍ଲକ ମହାନ୍ତିପଡ଼ା ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ନେଇ ଗୁରୁବାର ଜିଲା ପ୍ରକଳ୍ପ ନିର୍ଦ୍ଦେଶକ...

ହାତୀ ଆକ୍ରମଣରେ ୨ ମୃତକ ପରିବାରକୁ ୪ ଲକ୍ଷ ଲେଖାଏ ସହାୟତା

ବଡ଼ଗାଁ,୨୬ା୪(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବନଖଣ୍ଡ ଅଧୀନରେ ହାତୀ ଉପଦ୍ରବ ପ୍ରତିବର୍ଷ ଦେଖିବାକୁ ମିଳିଥାଏ। ଏଥିଯୋଗୁ ବହୁ ଧନ, ଜୀବନ ହାନି ହୋଇଥାଏ। ଗତବର୍ଷ ହାତୀ...

ମାସକରେ ସମ୍ପୂର୍ଣ୍ଣ ହେବ ରେଲୱେ ଓଭରବ୍ରିଜ୍‌

ବ୍ରହ୍ମପୁର ଅଫିସ,୨୯ା୧-ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ ଏବଂ ଆଙ୍କୁଲି ଶିଳ୍ପାଞ୍ଚଳ ଛକ ପର୍ଯ୍ୟନ୍ତ ନିର୍ମାଣାଧୀନ ରେଲୱେ ଓଭରବ୍ରିଜ ମାସକ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଗଞ୍ଜାମ ଜିଲାପାଳ ବିଜୟ...

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ପାଟଣା,୧୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଗୋଧିରାମପଡ଼ା ଗ୍ରାମରେରେ ଭାଲୁ ଆକ୍ରମଣରେ ବୁଧବାର ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ସେ ହେଲେ ଘନଶ୍ୟାମ ମୁଣ୍ଡା। ଗୁରତର...

Advertisement
Archives

Model This Week