Posted inଜାତୀୟ

ଉରିରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ, ୨ ଆତଙ୍କୀ ନିପାତ

ଶ୍ରୀନଗର, ୨୨।୬: ଉତ୍ତର କଶ୍ମୀର ବାରାମୁଳା ଜିଲାର ଉରି ଅଞ୍ଚଳରେ ପ୍ରବେଶ କରୁଥିବା ବେଳେ ଦୁଇ ଆତଙ୍କୀଙ୍କୁ ନିପାତ କରିଛି ସ୍ଥଳସେନା । ଏଲ୍‌ଓସି ପାଖରେ ଏହି ଦୁଇ ଆତଙ୍କବାଦୀ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ । ଏମାନଙ୍କ ଛଡ଼ା ଆଉ କିଛି ଆତଙ୍କୀ ଲୁଚି ରହିଥିବା ଜଣାପଡ଼ିଥିବାବେଳେ ଏବେ ବି ସୁରକ୍ଷାକର୍ମୀ ତାଙ୍କୁ ଖୋଜୁଛନ୍ତି ।

ସୂଚନା ଥାଉକି, ତିନି ଦିନ ତଳେ ଅର୍ଥାତ ଜୁନ୍‌ ୧୯ରେ ଉକ୍ତ ଅଞ୍ଚଳରେ ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ଏହି ଏନ୍‌କାଉଣ୍ଟରରେ ମଧ୍ୟ ଦୁଇଜଣ ଆତଙ୍କବାଦୀ ନିପାତ ହୋଇଥିଲେ । ଏମାନଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳିନଥିବା ଜଣେ ଉପରିସ୍ଥ ପୋଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି ।

ଆତଙ୍କବାଦୀ ପ୍ରବେଶ ଉଦ୍ୟମ କରୁଥିବା ଖବର ପାଇ ସୁରାକ୍ଷାକର୍ମୀ ଜିଲାର ଅରାଗାମ ଅଞ୍ଚଳରେ ତଲାସି ଆରମ୍ଭ କରିଥିଲେ । ଯହାଫଳରେ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ । ସୁରକ୍ଷାକର୍ମୀ ଏହାର ମୁକାବିଲା କରି ଦୁଇ ଆତଙ୍କବାଦୀଙ୍କୁ ସଫା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ପ୍ରଭାବରେ ଭାଙ୍ଗିଲା ଘର କାନ୍ଥ, କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ଦାବି

କଲ୍ୟାଣସିଂହପୁର,୧ା୫(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ଜଗନ୍ନାଥ କଲୋନୀରେ ଗୁରୁବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି। ଘର…

ନିର୍ବାଚନୀ ଫଳାଫଳ ମଧ୍ୟରେ ମମତାଙ୍କ ପାଇଁ ଆସିଲା ଖୁସିଖବର: ଜାଣିଲେ ଖୁସିରେ ନାବିବେ…

କୋଲକାତା,୧।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ସଦ୍ୟତମ ଏକଜିଟ ପୋଲ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅଧିକାଂଶ ଏକଜିଟ ପୋଲ ପଶ୍ଚିମବଙ୍ଗରେ ଭାଜପା ସରକାର ଗଠନ ହେବାର ପୂର୍ବାନୁମାନ…

ନିର୍ବାଚନ ଫଳାଫଳ ପୂର୍ବରୁ ମମତାଙ୍କୁ ଟ୍ରିପଲ ଝଟକା! TMC ପାଇଁ ଆସୁଛି…

କୋଲକାତା,୧।୫: ୨୦୨୬ ବଙ୍ଗଳା ନିର୍ବାଚନ ଫଳାଫଳ ପୂର୍ବରୁ ତୀବ୍ର ରାଜନୈତିକ କାର୍ଯ୍ୟକଳାପ ଚାଲିଛି। ଦିନ ହେଉ କି ରାତି, ସମଗ୍ର ବଙ୍ଗଳାରେ ଉତ୍ତେଜନାର ପରିସ୍ଥିତି ସୃଷ୍ଟି ହୋଇଛି।…

କାଳବୈଶାଖୀର ଭୀଷଣ ତାଣ୍ଡବ: ତପ୍ତପାଣିରେ ଘର ଉପରେ ପଡ଼ିଗଲା ଗଛ, ଭିତରେ ଶୋଇଥିଲେ ପରିବାର

ଦିଗପହଣ୍ଡି,୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଧୀନ ବିଭିନ୍ନ ଗ୍ରାମାଞ୍ଚଳରେ ଗୁରୁବାର ରାତି ପ୍ରାୟ ସାଢେ ୧୧ ଟାରୁ ଭୋର ୪…

ଶ୍ରମିକ ଦିବସରେ ପୁରୁଣା କଥାକୁ ମନେ ପକାଇଲେ ଶେଖ ହସିନା, କହିଲେ ଆମେ ଦେଢ ଦଶକରେ ଯାହା କରିଥିଲୁ, ୟୁନୁସ ସରକାର…

ଢାକା,୧।୫: ଶୁକ୍ରବାର ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ, ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ତାଙ୍କ ଦେଶର ବର୍ତ୍ତମାନର ପରିସ୍ଥିତିକୁ ଚିନ୍ତାଜନକ ବୋଲି ବର୍ଣ୍ଣନା କରିଥିଲେ। ହସିନା…

Nobel Peace Prize: ଟ୍ରମ୍ପଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର? ୨୮୭ ଜଣଙ୍କ ନାମ ସର୍ଟଲିଷ୍ଟ କରୁଛି କମିଟି

ଓସଲୋ,୧।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ପ୍ରକୃତରେ, ୨୦୨୬ ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପ ମନୋନୀତ ହୋଇପାରନ୍ତି।…

୪ ଦୁର୍ଗମ ଗ୍ରାମର ୫୯ ଜଣଙ୍କୁ ମିଳିବ ଜନ୍ମ ପ୍ରମାଣପତ୍ର

ଗୁଡାରି , ୧।୫ (ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡାରି ତହସିଲଦାର ଏ. ସ୍ନେହଲତାଙ୍କ ନେତୃତ୍ୱରେ କାର୍ଯ୍ୟାଳୟର ଏକ ଟିମ୍‌ ବ୍ଲକର ଦୁର୍ଗମ ଅଞ୍ଚଳ…

୪ ସାଙ୍ଗ ମିଶି ଦୁଇ ବାଇକ୍‌ରେ ଯାଉଥିଲେ, ବାଟରେ ଛକିଥିଲା ଯମ, ଚାଲିଗଲା ୨ ଜୀବନ

ଭଞ୍ଜନଗର,୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର-ସୋରଡ଼ା ମୁଖ୍ୟ ରାସ୍ତାର କାଳିଆଗୁଡ଼ା ନିକଟରେ ଗୁରୁବାର ରାତିରେ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ବାଇକ୍‌ରେ ଯାଉଥିବା ଦୁଇଜଣ ଯୁବକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri