୧୦୦ ପିଲାଙ୍କୁ ୨ ଶିକ୍ଷକ

ଉମରକୋଟ, ୧୯।୫(ସନ୍ତୋଷ ଶତପଥୀ)ରାଜ୍ୟ ସରକାର ଅନୁସୂଚିତ ଜାତି ଜନଜାତିଙ୍କ ଉନ୍ନତି ପାଇଁ ଯୋଜନା କରୁଛନ୍ତି। କିନ୍ତୁ ପିଲାଙ୍କ ପାଠପଢ଼ା ଚୁଲିକୁ ଯିବାକୁ ବସିଲାଣି। ପିଲାଙ୍କୁ ଉନ୍ନତ ଶିକ୍ଷା ଯୋଗାଇ ଦେବାକୁ ସରକାର ଭିତ୍ତିଭୂମି ସୁଧାରୁଛନ୍ତି। କିନ୍ତୁ ଯେଉଁ ଅନୁଷ୍ଠାନରୁ ସେହି ପିଲାଙ୍କୁ ପାଠ ପଢାଇବାକୁ ଶିକ୍ଷୟିତ୍ରୀ ଶିକ୍ଷକ ତିଆରି ହୁଅନ୍ତି ସେହି ଅନୁଷ୍ଠାନକୁ ଅବହେଳା କରାଯାଉଥିବା ଅଭିଯୋଗ ହେଉଛି।

ନବରଙ୍ଗପୁର ଜିଲା ଉମରକୋଟସ୍ଥିତ ସରକାରୀ ଗୋଷ୍ଠୀ ଶିକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନରେ ମାତ୍ର ୨ଜଣ ଶିକ୍ଷକ ଅଛନ୍ତି। ରାଜ୍ୟ ସରକାରଙ୍କ ନିୟମ ହେଲା ନବରଙ୍ଗପୁର ଜିଲାର ଅନୁସୂଚିତ ଜାତି ଓ ଜନ ଜାତିର ମେଧାବୀ ଛାତ୍ରୀଛାତ୍ର ଏହି ଅନୁଷ୍ଠାନରୁ ତାଲିମ ଗ୍ରହଣ କରିବେ। ଏଠାରେ ଅଧ୍ୟକ୍ଷଙ୍କ ସମେତ ୭ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ନିଯୁକ୍ତି ପାଇବା କଥା। କିନ୍ତୁ ଜଣେ ଶିକ୍ଷୟିତ୍ରୀ ଓ ଅସ୍ଥାୟୀ ଭାବେ ନିଯୁକ୍ତି ପାଇଥିବା ଜଣେ ଶିକ୍ଷକଙ୍କ ଦ୍ୱାରା ପ୍ରଶିକ୍ଷଣ ଦିଆଯାଉଛି। ଯେଉଁଠାରେ ୭ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଶିକ୍ଷାଦାନ କରିବା କଥା ସେଠାରେ ୨ଜଣ ପ୍ରଶିକ୍ଷକ କିପରି ପାଠ ପଢାଇବେ ତାକୁ ନେଇ ବୁଦ୍ଧିଜୀବୀ କ୍ଷୋଭ ପ୍ରକାଶ କରିଛନ୍ତି। ଉମରକୋଟ ଗୋଷ୍ଠୀ ଶିକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନରେ ପ୍ରାୟ ୨ ବର୍ଷ ହେବ ଶିକ୍ଷାଦାନ ପୂରା ବିପର୍ଯ୍ୟସ୍ତ ହୋଇ ପଡିଛି। ଛାତ୍ରୀଛାତ୍ର ଜିଲାର କୋଣ ଅନୁକୋଣରୁ ପାଠ ପଢିବା ପାଇଁ ଆସୁଛନ୍ତି କିନ୍ତୁ କ୍ଲାସ ହେଉନାହି। ତେଣୁ କୋର୍ସ ମଧ୍ୟ ସରୁନାହି। ଗତ ବର୍ଷ ରାଜ୍ୟ ସରକାର ସମଗ୍ର ଓଡ଼ିଶାରେ ଥିବା ଗୋଷ୍ଠୀ ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ରରେ ଛାତ୍ରୀଛାତ୍ରଙ୍କୁ ଗ୍ରହଣ କରି ନ ଥିଲେ। କିନ୍ତୁ ଚଳିତ ବର୍ଷ ଛାତ୍ରୀଛାତ୍ରଙ୍କ ନାମ ଲେଖାଇ ଥିଲେ। ଫଳରେ ଉମରକୋଟରେ ଥିବା ଏହି ଅନୁଷ୍ଠାନରେ ବର୍ତ୍ତମାନ ୧୦୦ ଜଣ ଛାତ୍ରୀଛାତ୍ର ଅଧ୍ୟୟନରତ। ୧୯୬୦ରେ ଏହି ଅନୁଷ୍ଠାନରେ ଛାତ୍ରାବାସ ତିଆରି ହୋଇଥିଲା। ଯାହାକି ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ସେଠାରେ ଛାତ୍ରମାନେ ରହୁଛନ୍ତି। ଛାତ୍ରୀମାନଙ୍କ ପାଇଁ କୌଣସି ହଷ୍ଟେଲ ସୁବିଧା ନାହିଁ। ଫଳରେ ଗରିବ ମେଧାବୀ ଛାତ୍ରୀମାନେ ଉମରକୋଟ ସହରରେ ଭଡ଼ା ଘରେ ରହି ଖର୍ଚ୍ଚାନ୍ତ ହେଉଛନ୍ତି। ତୁରନ୍ତ ରାଜ୍ୟ ସରକାର ଏହି ଶିକ୍ଷାନୁଷ୍ଠାନରେ ଶିକ୍ଷକ ନିଯୁକ୍ତି ଦେବା ପାଇଁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri