Posted inଜାତୀୟ

ଭାରତ ମହାସାଗରରେ ୨ ବାତ୍ୟା, ଗୋଟିଏ ଅସାନି, ଅନ୍ୟଟି କରିମ୍‌…

ନୂଆଦିଲ୍ଲୀ, ୧୦।୫ : ବଙ୍ଗୋପସାଗରର ଦକ୍ଷିଣପୂର୍ବ ଉପକୂଳରୁ ଉଠିଥିବା ବାତ୍ୟା  ଆସାନି ର ପ୍ରଭାବ ଅନୁଭୁତ ହେବା ଆରମ୍ଭ ହୋଇଛି। ଆନ୍ଧ୍ରପ୍ରଦେଶ, ଓଡିଶା, ତେଲେଙ୍ଗାନା ଏବଂ ତାମିଲନାଡୁରେ ପବନ ସହିତ ବର୍ଷା ଆରମ୍ଭ ହୋଇଛି। ଏହି ସମୟରେ ଏକ ଉପଗ୍ରହ ଚିତ୍ର ଅସୁବିଧାକୁ ବଢ଼ାଇ ଦେଇଛି ।

ଏହି ଚିତ୍ର ଦେଖିବା ପରେ ପାଣିପାଗ ବିଜ୍ଞାନୀମାନେ କହିଛନ୍ତି ଯେ ଭାରତ ମହାସାଗରର ଦକ୍ଷିଣ ଭାଗରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ବୈଜ୍ଞାନିକମାନେ କହିଛନ୍ତି ଯେ ଭାରତ ମହାସାଗରରେ  ଆସାନି  ସହିତ ଅନ୍ୟ ଏକ ଘୂର୍ଣ୍ଣିବଳୟ ଶୀଘ୍ର ରୂପ ନେଉଛି। ଦକ୍ଷିଣ ଆଫ୍ରିକାର ଦେଶ ସେଚେଲ୍ସ ଦ୍ୱାରା ଏହାର ନାମ  କରିମ୍‌ ରଖାଯାଇଛି।

ଏହା ବର୍ତ୍ତମାନ ୧୧୨ କିଲୋମିଟର ବେଗରେ ଗତି କରୁଛି। ପରେ ଏହାର ବେଗ ଘଣ୍ଟାପ୍ରତି ୧୪୦ କିଲୋମିଟରରେ ପହଞ୍ଚିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁୂ ପୂର୍ବାନୁମାନ କରାଯାଇଛି।
ଅସାନିର ପ୍ରଭାବ ଭାରତର ଦକ୍ଷିଣ ରାଜ୍ୟରେ ଦେଖାଯାଉଥିବାବେଳେ କରିମ୍‌ ଅଷ୍ଟ୍ରେଲିଆ ଆଡକୁ ଗତି କରୁଛି। ତେବେ ପାଣିପାଗ ବିଜ୍ଞାନୀଙ୍କ ଅନୁଯାୟୀ କରିମ୍‌ ଶୀଘ୍ର ଦୁର୍ବଳ ହେବ। ଏହାଦ୍ୱାରା ଅଧିକ କ୍ଷତି ହେବାର ଆଶଙ୍କା ନାହିଁ।

ପାଣିପାଗ ବିଜ୍ଞାନୀଙ୍କ ଅନୁଯାୟୀ, ସମାନ୍ତରାଳ ଭାବେ ଉତ୍ତର ଏବଂ ଦକ୍ଷିଣ ଦିଗରେ ବିପରୀତ ମାର୍ଗରେ ଗତି କରୁଥିବା ଦୁଇ ବାତ୍ୟା ସୃଷ୍ଟି ହେବା କିଛି ନୂଆ ଘଟଣା ନୁହେଁ। ୧୦୧୯ରେ, ବଙ୍ଗୋପସାଗରରୁ ଉଠିଥିବା ଘୂର୍ଣ୍ଣିବଳୟ ଫନି ବହୂ କ୍ଷୟକ୍ଷତି ସୃଷ୍ଟି କରିଥିଲା। ଏହି ସମୟରେ, ଭାରତ ମହାସାଗରର ଦକ୍ଷିଣ ଭାଗରେ ବାତ୍ୟା ଲୋର୍ନା ରୂପ ନେଇଥିଲା। ଫନି ଘଣ୍ଟା ପ୍ରତି ୨୫୦ କିଲୋମିଟର ବେଗରେ ଗତି କରୁଥିବାବେଳେ ଲୋର୍ନା ଘଣ୍ଟା ପ୍ରତି ୭୦ କିଲୋମିଟର ବେଗରେ ଗତି କରିଥିଲେ।

ପାଣିପାଗ ବିଜ୍ଞାନୀ ଡକ୍ଟର ଶମ୍ଭୁ ଦ୍ୱିବେଦୀଙ୍କ ଅନୁଯାୟୀ, ଯେତେବେଳେ ଦୁଇଟି ବାତ୍ୟା ସୃଷ୍ଟି ହୁଏ, ସେତେବେଳେ ସେମାନଙ୍କର ଚିତ୍ର ପ୍ରାୟ ସମାନ ହୋଇଥାଏ। ଉଭୟ ସମାନ ଦ୍ରାଘିମା ଉପରେ ଘୂର୍ଣ୍ଣନ କରନ୍ତି, କିନ୍ତୁ ଉଭୟର ଭିନ୍ନ ଦିଗ ରହିଥାଏ। ଉପଗ୍ରହ ଫଟୋରେ ଏହା ଦେଖିବାକୁ ମିଳେ। ଏହା ନୁହେଁ ଯେ କେବଳ ଭାରତ ମହାସାଗରରେ ଦୁଇଟି ଘୂର୍ଣ୍ଣିବଳୟ ଏକାସାଙ୍ଗରେ ଘଟିଥାଏ ।

ପଶ୍ଚିମ ପ୍ରଶାନ୍ତ ମହାସାଗରରେ ମଧ୍ୟ ଏହା ଦେଖାଯାଏ। ଅବଶ୍ୟ, ଏହା ପୂର୍ବ ପ୍ରଶାନ୍ତ ମହାସାଗରରେ କିମ୍ବା ଆଟଲାଣ୍ଟିକ ମହାସାଗରରେ ହୁଏ ନାହିଁ। କାରଣ ବିଷୁବ ରେଖାର ଦକ୍ଷିଣ ଅକ୍ଷାଂଶରେ ଟ୍ରପିକାଲ ସାଇକ୍ଲୋନ ସୃଷ୍ଟି ହୁଏ ନାହିଁ। ଏଗୁଡ଼ିକ ହେଉଛି ଘୂର୍ଣ୍ଣିବଳୟ ଯାହା ଉଷ୍ମ ଟ୍ରପିକାଲ ମହାସାଗରରେ ଘଣ୍ଟା ପ୍ରତି ୧୧୯ରୁ ଅଧିକ କିଲୋମିଟର ବେଗରେ ଗତି କରେ ଏବଂ ପ୍ରବଳ ବର୍ଷା ସହିତ ଆସେ। ଏଭଳି ସାମୁଦ୍ରିକ ଝଡ଼ ଯୋଗୁ ବନ୍ୟା, ଭୂସ୍ଖଳନ ଦ୍ୱାରା ଅଧିକ କ୍ଷତି ହୋଇଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ମିଳିଲାନି ବୈଭବ ସୂର୍ଯ୍ୟବଂଶୀଙ୍କୁ ଡେବ୍ୟୁର ସୁଯୋଗ? ନିରାଶ ହେଲେ ପ୍ରଶଂସକ

ନୂଆଦିଲ୍ଲୀ, ୨୬।୬: ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ସାମାନ୍ୟ ନିରାଶ ହେବାକୁ ପଡ଼ିଛି। ଦଳର ନୂଆ ଅଧିନାୟକ ଶ୍ରେୟସ ଆୟର ଟସ୍…

ବରଗଡ଼ରେ ଚାଞ୍ଚଲ୍ୟ: ଏ-କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ବନ୍ଧୁକ ମୁନରେ ଧମକ, ଥାନାରେ ଏତଲା ପରେ…

ବରଗଡ଼, ୨୬।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ ଜଣାଶୁଣା ଏ-କ୍ଲାସ କଣ୍ଟ୍ରାକ୍ଟର ସୁଜୟ ଶ୍ରୀମନ୍ତ ବିଶିଙ୍କୁ ବନ୍ଧୁକ ମୁନରେ…

ବାଣପୁରରେ ଦୁର୍ଘଟଣା: ଭାରସାମ୍ୟ ହରାଇ ବିଲ ମଝିକୁ ଓଲଟିଲା ଦ୍ରୁତଗାମୀ କାର୍, ୫ ମଦ୍ୟପ ଯୁବକ…

ବାଣପୁର, ୨୬।୬ (ଦିଲ୍ଲୀପ କୁମାର ସ୍ୱାଇଁ): ନାଚୁଣୀ ଥାନା ଅଧୀନ ଦେଓଗାଁ ଆଗୁଳଛକ ନିକଟ ବ୍ରିଜ୍‌ ପାଖରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଦୁବାଇରେ ହଠାତ ବାଜିଲା ସାଇରନ୍‌! ମିସାଇଲ୍‌ ଆକ୍ରମଣର ଚେତାବନୀ, ଖେଳିଗଲା ଆତଙ୍କ

ଦୁବାଇ,୨୬।୬: ସଂଯୁକ୍ତ ଆରବ ଏମିରେଟ୍ସ (UAE) କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶୁକ୍ରବାର ଦିନ ଦୁବାଇ ପାଇଁ ଏକ ମିସାଇଲ ଆକ୍ରମଣର ସତର୍କ ସୂଚନା (Alert) ଜାରି କରାଯାଇଛି। ଏହାକୁ…

ଚାଇନାର ୧୦୯ ମହଲା ବିଶିଷ୍ଟ ଅଟ୍ଟାଳିକା ‘CITIC  ଟାଓ୍ବାର’ ସହ ପିଟିହେଲା ବିମାନ, ସାମ୍ନାକୁ ଆସିଲା ଭୟଙ୍କର VIDEO

ବେଜିଂ,୨୬।୬: ଚାଇନାର ରାଜଧାନୀ ବେଜିଂରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବେଜିଂର ସବୁଠାରୁ ଉଚ୍ଚ ସ୍କାଈସ୍କ୍ରେପର (ଗଗନଚୁମ୍ବୀ ଅଟ୍ଟାଳିକା) ଅଟ୍ଟାଳିକା…

ଓଡ଼ିଶା କଂଗ୍ରେସର ନୂଆ ପ୍ରଭାରୀ ହେଲେ ଲାଲ୍‌ଜୀ ଦେଶାଇ: AICC ପକ୍ଷରୁ ବିଜ୍ଞପ୍ତି ଜାରି

ଭୁବନେଶ୍ୱର,୨୬।୬: ରାଜ୍ୟ କଂଗ୍ରେସ ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲାଲ୍‌ଜୀ ଦେଶାଇଙ୍କୁ ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ସେ ପୂର୍ବତନ…

ଫିଲ୍ମ ପରେ ଏବେ କ୍ରିକେଟ ମଇଦାନରେ ଜନ ଆବ୍ରାହମଙ୍କ ଏଣ୍ଟ୍ରି, ହେଲେ ଏହି ଟିମ୍‌ର ମାଲିକ

ନୂଆଦିଲ୍ଲୀ, ୨୬।୬: ବଲିଉଡର ଆକ୍ସନ ଷ୍ଟାର୍ ଜନ ଅବ୍ରାହମ୍ ଏବେ କ୍ରିକେଟ୍ ପିଚ୍‌ରେ ନଜର ଆସିବେ। ସେ ପ୍ରଥମ ୟୁରୋପିଆନ୍ ଟି-୨୦ ପ୍ରିମିୟର ଲିଗ୍ (ETPL)ର ଫ୍ରାଞ୍ଚାଇଜ୍…

୩ ରଥରେ ଭକ୍ତ ଚଢ଼ିବା ଉପରେ କଟକଣା, ସୁଭଦ୍ରାଙ୍କ ପହଣ୍ଡି କାର୍ଯ୍ୟରେ ମହିଳାଙ୍କୁ ମନା

କୋରାପୁଟ,୨୬ା୬(ଅମିତାଭ ବେହେରା): ଶାବର ଶ୍ରୀକ୍ଷେତ୍ରରେ ପବିତ୍ର ରଥଯାତ୍ରା ସୁପରିଚାଳନା ଓ ସୁରୁଖୁରୁରେ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଶୁକ୍ରବାର ସ୍ଥାନୀୟ ସଦଭାବନା ସଭାଗୃହରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri