୨ ମାସର କଂକ୍ରିଟ ରାସ୍ତା ଫାଟିଲା

ଯାଜପୁର ରୋଡ,୨୦ା୮(ଡି.ଏନ.ଏ.): ଯାଜପୁର ଜିଲାର ଅନ୍ୟତମ ପ୍ରମୁଖ ସହର ବ୍ୟାସନଗର ପୌରାଞ୍ଚଳରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ସହରର ସଫେଇ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଅଭିଯୋଗ ହେଉଥିବାବେଳେ ଏବେ ପୁଣି ବିଭିନ୍ନ ୱାର୍ଡ ରାସ୍ତାରେ ନିମ୍ନମାନର କଂକ୍ରିଟକରଣ କାର୍ଯ୍ୟ ଦେଖିବାକୁ ମିଳିଛି। ଗୋଶାଳା ଛକଠାରୁ ମହତାବନଗର ଦେବେଶ୍ୱର ମନ୍ଦିର ପର୍ଯ୍ୟନ୍ତ ନିର୍ମିତ କଂକ୍ରିଟ ରାସ୍ତା ୨ ମାସରେ ଫାଟିଯାଇଛି। ଏଥିରୁ ପୌର ପ୍ରଶାସନର ସ୍ବଚ୍ଛତା ଏବଂ ପିସି (ପର୍ସେଣ୍ଟେଜ୍‌) କାରବାର ଅବସାନ ପାଇଁ ରାଜ୍ୟ ସରକାରଙ୍କ ସ୍ଲୋଗାନ ଫସର ଫାଟିଛି ବୋଲି ଅଭିଯୋଗ ହୋଇଛି।
୨୫ ନମ୍ବର ୱାର୍ଡ ଗୋଶାଳା ଛକଠାରୁ ମହତାବନଗର ରାସ୍ତା ପାଇଁ ୨୦୨୦-୨୧ରେ ୮ ଲକ୍ଷ ୨୫ ହଜାର ୫୦୦ ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ରଶ୍ମିତା ପ୍ରଧାନଙ୍କୁ ଏହି କାର୍ଯ୍ୟ ସମ୍ପାଦନ ଦାୟିତ୍ୱ ଦିଆଯାଇଥିଲା। ପୂର୍ବରୁ ଏହା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାରୁ ସମ୍ପୃକ୍ତ ୱାର୍ଡବାସୀ ବିିଭିନ୍ନସ୍ତରରେ ରାସ୍ତା ନିର୍ମାଣ କରିବାକୁ ଦାବି କରିଥିଲେ। ଗତ ଜୁନରେ ଏହି କଂକ୍ରିଟକରଣ ଶେଷ ହୋଇଥିଲା। ତାହା ଏବେ ମଝିରେ ଫାଟ ସୃଷ୍ଟି ହୋଇଛି। ଏଷ୍ଟିମେଟ ଅନୁସାରେ ଆବଶ୍ୟକ ପରିମାଣର ନିର୍ମାଣ ସାମଗ୍ରୀ ବ୍ୟବହାର ନ ହେବା, ନାମୀ ବ୍ରାଣ୍ଡ୍‌ର ସିମେଣ୍ଟ ବ୍ୟବହାରକୁ ଅଣଦେଖା, କାର୍ଯ୍ୟ ଶେଷ ପରେ ଠିକ୍‌ ଭାବେ ପାଣି ସିଞ୍ଚନ ନ କରିବା, କାର୍ଯ୍ୟ ସମୟରେ ଯନ୍ତ୍ରୀଙ୍କ ଅନୁପସ୍ଥିତି ଆଦି କାରଣରୁ ଏଭଳି ହୋଇଥିବା ଅଭିଯୋଗ ହେଉଛି। ଆଉ କିଛି ଦିନ ପରେ ରାସ୍ତାଟି ସମ୍ପୂର୍ଣ୍ଣ ଭାବେ ଗମନାଗମନ ଅନୁପଯୋଗୀ ହୋଇଯିବ ବୋଲି ପଡ଼ାବାସୀ ପ୍ରକାଶ କରିଛନ୍ତି। ଏହା ଭିଆଇପି ରାସ୍ତା ଭାବେ ପରିଚିତ। ଉକ୍ତ ୱାର୍ଡରେ ବହୁ ପ୍ରତିଷ୍ଠିତ ଡାକ୍ତର, ଶିକ୍ଷକ, ଆଇନଜୀବୀ, କମ୍ପାନୀଗୁଡିକରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ପରିବାର ବସବାସ କରୁଛନ୍ତି। ସେମାନେ ଏବେ ପୌର ପ୍ରଶାସନର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି।
ବିନା ପିସିରେ ଫାଇଲ ଏଠାରେ ଘୁଞ୍ଚେ ନାହିଁ ବୋଲି କେତେଜଣ ଠିକାଦାର ଅଭିଯୋଗ କରିଛନ୍ତି। କହିବାକୁ ଗଲେ ପିସି କାରବାର ଏଠାରେ ଚରମସୀମାରେ ପହଞ୍ଚିଛି। ଏହି ବିଭାଗରେ ବାର୍ଷିକ ବିପୁଳ ଟଙ୍କା ବ୍ୟୟ କରି ଉନ୍ନୟନ କାର୍ଯ୍ୟ ଚାଲିଥିବାରୁ ପିସି ଆକାରରେ ନିରୂପିତ ଅର୍ଥ ଭାବେ ସିଂହଭାଗ ବାଟମାରଣା ହୋଇଯାଉଛି ବୋଲି ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଅଭିଯୋଗ କରିଛନ୍ତି। ନେତାଙ୍କ ଛତ୍ରଛାୟା ତଳେ ରହି କେତେଜଣ ନିର୍ଦ୍ଦିଷ୍ଟ ଠିକାଦାର ଉନ୍ନୟନ ଅର୍ଥକୁ ହଡପ କରୁଥିବା ଅଭିଯୋଗ ହେଉଛି। ସହରର ପରିମଳ କାର୍ଯ୍ୟରେ ମଧ୍ୟ ଅନୁରୂପ ଅବସ୍ଥା। ଠିକାସଂସ୍ଥା ସହ ଭିତିରି ବୁଝାମଣା କରି ଖର୍ଚ୍ଚର ସିଂହଭାଗ ଅର୍ଥ ବାଟମାରଣା କରାଯାଉଛି। ସହରରେ ୧୬୦ ଶ୍ରମିକଙ୍କୁ ନିୟୋଜନ କରିବାକୁ ଚୁକ୍ତି ହୋଇଥିଲେ ହେଁ ୭୦/୮୦ ଜଣ ଶ୍ରମିକଙ୍କୁ ନିୟୋଜନ କରାଯାଉଛି। ସଫେଇ କାର୍ଯ୍ୟ ପାଇଁ ମାସିକ ପ୍ରାୟ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ସୂଚନା ମିଳିଛି। କିନ୍ତୁ ଏହି ଅର୍ଥର ପ୍ରାୟ ୫୦% ଭାଗବଣ୍ଟାରେ ଯାଉଛି ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କୁ ପଚାରିବାରୁ ସେ କହିଛନ୍ତି, କଂକ୍ରିଟକରଣରେ ଫାଳ ହେଉଥିବା ରାସ୍ତାର ମରାମତି କରିବାକୁ ସମ୍ପୃକ୍ତ ଠିକାଦାରଙ୍କୁ ନିର୍ଦ୍ଦେଶ ହୋଇଛି। ଖୁବ୍‌ଶୀଘ୍ର ଏହାର ମରାମତି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?