Posted inରାଜ୍ୟ

୨ ଲକ୍ଷ ବସ୍ତି ବାସିନ୍ଦାଙ୍କୁ ମିଳିବ ଜମି ଅଧିକାର

ଭୁବନେଶ୍ୱର, ୨8।୭(ବ୍ୟୁରୋ): ରାଜ୍ୟର ୩ ହଜାର ବସ୍ତିର ପ୍ରାୟ ୨ ଲକ୍ଷ ବାସିନ୍ଦାଙ୍କୁ ଜମି ଅଧିକାର ମିଳିବ। ସେଥିମଧ୍ୟରୁ ଆର୍ଥିକ ଅନଗ୍ରସର ବର୍ଗର ବ୍ୟକ୍ତିଙ୍କୁ ପକ୍କା ଘର ଯୋଗାଇ ଦିଆଯିବ। ଓଡ଼ିଶା ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ଅଧିନିୟମ-୨୦୧୭ ଲାଗୁ ହେବା ପରେ ସେମାନଙ୍କୁ ଜମି ଅଧିକାର ଦେବା ଜାରି ରଖାଯାଇଛି। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ବିଭାଗର ୨୦୨୨-୨୩ ଆର୍ଥିକ ବର୍ଷର ୭୨୬୩ କୋଟି ୪୦ ଲକ୍ଷ ୪୭ ହଜାର ଟଙ୍କାର ଖର୍ଚ୍ଚଦାବି ଆଗତ କରି ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି , ରାଜ୍ୟରେ ୧୧୫ଟି ପୌରସଂସ୍ଥା କାର୍ଯ୍ୟ କରୁଛି। ରାଜ୍ୟର ଭୂଭାଗରୁ ୪% ସହରାଞ୍ଚଳ ହୋଇଥିବାସ୍ଥଳେ ମୋଟ୍‌ ଜନସଂଖ୍ୟାର ତାହା ୧୬ ପ୍ରତିଶତ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପୌର ସେବା, ଗୃହ ନିର୍ମାଣ ଯୋଜନା ମଞ୍ଜୁରୀ, ସର୍ବସାଧାରଣ ସୁବିଧା କେନ୍ଦ୍ର, ପାନୀୟଜଳ ଯୋଗାଣ ତଥା କଠିନ ବର୍ଜ୍ୟ ପରିଚାଳନା ଆଦି ମୁଖ୍ୟ ପଦକ୍ଷେପଗୁଡ଼ିକ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ୨୦୦୦-୦୧ ବଜେଟ ଅଟକଳ ତୁଳନାରେ ୨୦୨୨-୨୩ରେ ବିଭାଗର ଖର୍ଚ୍ଚ ଦାବି ୨୬% ବୃଦ୍ଧି ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ୧,୭୫,୦୦୦ ପରିବାରଙ୍କୁ ଜମି ଅଧିକାର ପ୍ରମାଣପତ୍ର ଯୋଗାଇ ଦେଇଛନ୍ତି। ସେହିପରି ୫୮୫ ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ରୂପାନ୍ତରିତ କରାଯାଇଛି। ୧୫୩୯ ବସ୍ତିରେ ୧୦୦% ଘରକୁ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରାଯାଇଛି। ୧୦୭୪ ବସ୍ତିରେ ୧୦୦% ଘରକୁ ବିଦ୍ୟୁତ୍‌ ଯୋଗାଣ ସୁନିଶ୍ଚିତ କରାଯାଇଛି। ୫୮୯ ବସ୍ତିରେ ୧୦୦% ବ୍ୟକ୍ତିଗତ ଘରୋଇ ଶୌଚାଳୟ ନିର୍ମାଣ କରାଯାଇଛି। ୬୬୯ ବସ୍ତିରେ ବହୁବିଧ ଉପଯୋଗ ସମ୍ପନ୍ନ ଗୋଷ୍ଠୀ କେନ୍ଦ୍ର ନିର୍ମାଣ କରାଯାଇଛି। ୮୭,୫୭୦ ବସ୍ତି ବାସିନ୍ଦା ସଂଘ ନେତୃତ୍ୱରେ ସ୍ଥାନୀୟ ବ୍ୟକ୍ତିଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ୮୪ ସହରରେ ୧୦୦% ଘରକୁ ପାଇପ୍‌ ଯୋଗେ ପାନୀୟଜଳ ଯୋଗାଇ ଦିଆଯାଇଛି। ୭୭ଟି ପୌରସଂସ୍ଥାର ୧୦୦% ଘରକୁ ପାଇପ୍‌ ଯୋଗେ ପାନୀୟଜଳ ଯୋଗାଇ ଦିଆଯାଇଛି। ୨୦୨୩ ଡିସେମ୍ବର ସୁଦ୍ଧା ୧୦୦% ମିଟରିଂ ସମ୍ପୂର୍ଣ୍ଣ ହେବାର ଲକ୍ଷ୍ୟ ରହିଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ୨୪ ଘଣ୍ଟିଆ ‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌’ ଯୋଜନା ‘ସୁଜଳ’ ପୁରୀ ସହରରେ କାର୍ଯ୍ୟକାରୀ ହେବା ପରେ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରକୁ ସମ୍ପ୍ରସାରିତ ହୋଇଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ (ମୁକ୍ତା) ଅଧୀନରେ ୧୯୭୫କୋଟି ଟଙ୍କା ବ୍ୟୟରେ ୨୨,୫୦୦ ପ୍ରକଳ୍ପ ନିର୍ମିତ ହୋଇଛି। ୧୦୦କୋଟି ଟଙ୍କା ମଜୁରି ଆକାରରେ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ୩୦ଲକ୍ଷ ବ୍ୟକ୍ତି ଶ୍ରମ ଦିବସ ସୃଷ୍ଟି କରାଯାଇଛି। ୧୫୦୦୦ ସ୍ବୟଂ ସହାୟକ ଗୋଷ୍ଠୀ ତଥା ବସ୍ତି ବାସିନ୍ଦା ସଂଘକୁ ୧୫.୧୦ କୋଟି ଟଙ୍କା ତଦାରଖ ଦେୟ ବାବଦରେ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଶେଷରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଖର୍ଚ୍ଚଦାବିକୁ ବାଚନିକ ମତଦାନରେ ପାରିତ କରିଥିଲେ।
ଖର୍ଚ୍ଚଦାବିକୁ ଶାସକ ସଭ୍ୟ ସାରଦା ନାୟକ, ଅନନ୍ତ ନାରାୟଣ ଜେନା, ଧ୍ରୁବ ଚରଣ ସାହୁ, ରାଜେନ୍ଦ୍ର ସାହୁ ଓ ରାଜକିଶୋର ଦାସ ପ୍ରମୁଖ ସମର୍ଥନ କରିଥିଲା ବେଳେ ବିରୋଧୀ କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ ଓ ଭାଜପା ସଭ୍ୟ ମୋହନ ଚରଣ ମାଝି, ମୁକେଶ ମହାଲିଙ୍ଗ ପ୍ରମୁଖ ବିରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri