ରାତି ପାହିଲେ ନିର୍ବାଚନ: ଆନନ୍ଦପୁରରେ ୨ଲକ୍ଷ ୩୩ ହଜାର ୨୦୩ ଭୋଟର କରିବେ ମତଦାନ

ଆନନ୍ଦପୁର,୨୪ା୫(ସୁଶାନ୍ତ କୁମାର ସାହୁ): ଓଡ଼ିଶାରେ ଆସନ୍ତାକାଲି ଅର୍ଥାତ୍‌ ଶନିବାର ତୃତୀୟ ପର୍ଯ୍ୟାୟ ମତଦାନ ଉଭୟ ଆନନ୍ଦପୁର ଏବଂ ଘସିପୁରା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବ। ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ୨ ଲକ୍ଷ ୩୩ ହଜାର ୨୦୩ ଭୋଟରଙ୍କ ମତଦାନ ପାଇଁ ୨୯୧ଟି ମତଦାନ କେନ୍ଦ୍ର ବ୍ୟବସ୍ଥା ରହିଛି। ନିର୍ବାଚନମଣ୍ଡଳୀରେ ୧ ଲକ୍ଷ ୧୭ ହଜାର ୬୮୮ ଜଣ ପୁରୁଷ ଭୋଟର ରହିଥିବା ବେଳେ ୧ ଲକ୍ଷ ୧୫ ହଜାର ୫୦୬ ଜଣ ମହିଳା ଭୋଟର ଅଛନ୍ତି। ଅନ୍ୟାନ୍ୟ ୯ ଜଣ ଭୋଟର ଅଛନ୍ତି। ନିର୍ବାଚନ ମଣ୍ଡଳୀରେ ୩୩ଟି ବୁଥ୍‌ ଅତି ସମ୍ବେଦନଶୀଳ ବୁଥ୍‌ ରହିଥିବାବେଳେ ୩୦ଟି ବୁଥ୍‌ର ବ୍ୟବସ୍ଥା ରହିଛି। ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହିତ ପରିଚାଳନା ପାଇଁ ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରହିଥିବାବେଳେ ଦୁଇ ଜଣ ଡିଏସ୍‌ପି, ୬ ଜଣ ଇନ୍ସପେକ୍ଟର, ୫୩ ଜଣ ଏସ୍‌ଆଇ ଓ ଏଏସ୍‌ଆଇ, ୨୪୨ ଜଣ କନଷ୍ଟେବଳ, ୧୮୨ ହୋମଗାର୍ଡ ୪୬ ଜଣ ଗ୍ରାମରକ୍ଷୀ ରହିଛନ୍ତି।

ସେହିପରି ଘସିପୁରା ନିର୍ବାଚନମଣ୍ଡଳୀରେ ୨ ଲକ୍ଷ ୨୮ ହଜାର ୩୯୯ ଭୋଟର ରହିଥିବା ବେଳେ ୧ ଲକ୍ଷ ୧୪ ହଜାର ୩୪୬ ପୁରୁଷ ଭୋଟର ଓ ୧ ଲକ୍ଷ ୧୩ ହଜାର ୯୯୩ ଜଣ ମହିଳା ଭୋଟର ଏବଂ ୬୦ ଜଣ ଅନ୍ୟାନ୍ୟ ଭୋଟର ରହିଛନ୍ତି। ମତଦାନ ପାଇଁ ନିର୍ବାଚନମଣ୍ଡଳୀରେ ୩୦୦ ବୁଥ୍‌ର ବ୍ୟବସ୍ଥା ରହିଥିବା ବେଳେ ସେଥିମଧ୍ୟରୁ ୪୭ଟି ଅତିସମ୍ବେଦନଶୀଳ ବୁଥ୍‌ ରହିଛି। ନିର୍ବାଚନମଣ୍ଡଳୀରେ ୧୦ଟି ପିଙ୍କ୍‌ ବୁଥ୍‌ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହିତ ପରିଚାଳନା ପାଇଁ ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରହିଥିବାବେଳେ ଦୁଇ ଜଣ ଡିଏସ୍‌ପି ୬ ଜଣ ଇନ୍ସପେକ୍ଟର, ୫୯ ଜଣ ଏସ୍‌ଆଇ ଓ ଏଏସ୍‌ଆଇ, ୨୪୫ ଜଣ କନଷ୍ଟେବଳ,୧୯୭ ହୋମଗାର୍ଡ, ୩୫ ଜଣ ଗ୍ରାମରକ୍ଷୀ ରହିଛନ୍ତି। ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାର ମତଦାନ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଆନନ୍ଦପୁର ଉପଜିଲାପାଳ ତଥା ନିର୍ବାଚନ ଅଧିକାରୀ ଫାଲଗୁନୀ ମାଝି ପ୍ରକାଶ କରିଛନ୍ତି। ଏପରିକି ଗଣତନ୍ତ୍ରର ଏହି ମହାନ ପର୍ବରେ ସମସ୍ତେ ସାମିଲ ହୋଇ ବିନା ଚାପରେ ମତଦାନ ସାବ୍ୟସ୍ତ କରିବା ପାଇଁ ଗଣମାଧ୍ୟମ ଜରିଆରେ ପ୍ରକାଶ କରିଛନ୍ତି। ଉଭୟ ଆନନ୍ଦପୁର ଓ ଘସିପୁରା ନିର୍ବାଚନମଣ୍ଡଳୀର ସମସ୍ତ ବୁଥ୍‌ରେ ଓ୍ବେବ୍‌କାଷ୍ଟିଂର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଯାହାର ନିୟନ୍ତ୍ରଣ ଆମ ନିକଟରେ ଓ ମୁଖ୍ୟ ନିର୍ବାଚନ କମିଶନ ଓଡ଼ିଶାଙ୍କ ନିକଟରେ ରହିଥିବାରୁ ସମସ୍ତ ଭୋଟର ନିଜକୁ ସୁରକ୍ଷିତ ନିଜର ବହୁମୂଲ୍ୟ ମତ ସାବ୍ୟସ୍ତ କରିବାକୁ ଉପଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼: ବରିଷ୍ଠ ଅଧିକାରୀ, ଅତିରିକ୍ତ ଫୋର୍ସ ଗଲେ ପୁରୀ

ପୁରୀ,୧୭ା୬: ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯିବା ପରେ ଅପ୍ରତ୍ୟାଶିତ ଭାବେ ଶ୍ରଦ୍ଧାଳୁଙ୍କ ଆଗମନ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ରବିବାର ରାଜ୍ୟ ସରକାର ଅତିରିକ୍ତ ଫୋର୍ସ...

ପାହାଡ଼ରେ ପିଟିହେଲା ବସ୍‌

ବଣାଇ,୧୭ା୬: ସୁନ୍ଦରଗଡ଼ ଜିଲା ବଣାଇ ଘାଟିରେ ପାହାଡ଼ରେ ଏକ ବସ୍‌ ପିଟି ହୋଇଛି। ଫଳର ବସ୍‌ରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧୫ ଜଣ ଆହତ ହୋଇଥିବା...

ରାୟଗଡ଼ାରେ ଡିପ୍‌ଥେରିଆ ଆତଙ୍କ

ଭୁବନେଶ୍ୱର/ ରାୟଗଡ଼ା,୧୭ା୬(ଅସମାପିକା ସାହୁ/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ମନୁଷପଦର  ଗାଁରେ ଅଜଣା ରୋଗରେ ୫ ଶିଶୁଙ୍କ ମୃତ୍ୟୁ ପରେ କାରଣ...

ମଜୁରି ବୃଦ୍ଧି ଯୋଗୁ ଚାଷୀ ଅଣନିଃଶ୍ୱାସୀ

ପଟ୍ଟାମୁଣ୍ଡାଇ,୧୭ା୬ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ନିଅଣ୍ଟିଆ ବର୍ଷା ଏବଂ ଚାଷଖର୍ଚ୍ଚ ବୃଦ୍ଧିକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ଏପରି କି ଅନେକ...

ଗଜାମରୁଡ଼ି ଆଶଙ୍କା, ବିହନ ଚିନ୍ତାରେ ଚାଷୀ

କେନ୍ଦ୍ରାପଡ଼ା,୧୭ା୬ (ଜଗନ୍ନାଥ ଧଳ): ଓଡ଼ିଶାକୁ ମୌସୁମୀ ଆସିବାରେ ବିଳମ୍ବ ହୋଇଥିବା ପାଣିପାଗ ବିଶେଷଜ୍ଞ ପ୍ରକାଶ କରିଛନ୍ତି। କେନ୍ଦ୍ରାପଡ଼ା ଜିଲାରେ ଖରିଫ ଚାଷ ପାଇଁ ଆଶାନୁରୂପକ ବର୍ଷା...

ଅନ୍ତର୍ଦ୍ୱନ୍ଦ୍ୱ, ଆତ୍ମଘାତୀ କାର୍ଯ୍ୟ ପରାଜୟର କାରଣ

ବାଲେଶ୍ୱର,୧୭।୬(ମାନସ ବିଶ୍ୱାଳ): ବାଲେଶ୍ୱର ବିଧାନସଭା କ୍ଷେତ୍ରରେ ବିଜେଡିର ପରାଜୟ ପରେ ଦଳ ପକ୍ଷରୁ ରବିବାର ସ୍ଥାନୀୟ ଷ୍ଟେଶନ କ୍ଲବଠାରେ ଏକ ସମୀକ୍ଷା ବୈଠକ କରାଯାଇଥିଲା। ଏଥିରେ...

ବଣରେ ରହୁଛି ୧୦୮ ଆମ୍ବୁଲାନ୍ସ, କ୍ଲବ ଘରେ ଷ୍ଟାଫ୍‌

ଗୋପ,୧୭।୬(ଭାରତୀ ଭୂଷଣ ଉପାଧ୍ୟାୟ): ସରକାର ସ୍ବାସ୍ଥ୍ୟସେବାକୁ ନେଇ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ନାଗପୁର ଉପ...

ରତ୍ନଭଣ୍ଡାର ସ୍ଥିତି ଶୋଚନୀୟ, ଅଳଙ୍କାର ନଷ୍ଟ ହେବା ଆଶଙ୍କା

ପୁରୀ,୧୭ା୬(ଅଜିତ୍‌ ମହାନ୍ତି): ଭକ୍ତଙ୍କ ନିମନ୍ତେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲା ହେବା ପରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯିବାକୁ ନେଇ ସାଧାରଣରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ନୂତନ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri