Posted inଫୁରସତ

୨ କି.ମି. ଲମ୍ବା ଟ୍ରେନ୍‌

ସ୍ବିଜରଲାଣ୍ଡର ଟ୍ରେନ୍‌ ଯାତ୍ରା ବେଶ୍‌ ମନୋରମ। ନିକଟରେ ଏହି ରେଳସେବା ୧୭୫ ବର୍ଷ ପୂରଣ କରିଛି। ଆଉ ଏହି ଅବସରରେ ଏଠାକାର ରେଳ କମ୍ପାନୀ ତିଆରି କରିଛି ପୃଥିବୀର ସବୁଠାରୁ ଲମ୍ବା ଟ୍ରେନ୍‌। ସ୍ବିସ୍‌ ଟ୍ରାନ୍ସପୋର୍ଟ କମ୍ପାନୀ ରେହଟିଶିୟନ ରେଲଓ୍ବେ ଓ ସ୍ବିସ୍‌ ଟ୍ରେନ୍‌ ନିର୍ମାତା କମ୍ପାନୀ ଷ୍ଟେଡଲର୍‌ ଏକତ୍ର ମିଶି ଏହି ଟ୍ରେନ୍‌ ନିର୍ମାଣ କରିଛନ୍ତି। ଉକ୍ତ ଟ୍ରେନ୍‌କୁ ୨୫ଟି ଟ୍ରେନ୍‌ ମିଶାଇ କରାଯାଇଛି, ଯେଉଁଥିରେ ଅଛି ୧୦୦ଟି ବଗି। ଆଉ ଏହାର ଲମ୍ବ ୨ କି.ମି। ଉକ୍ତ ଲମ୍ବା ଟ୍ରେନ୍‌ ୨୫ କି.ମି. ଯାତ୍ରା କରିଥିଲା। ଆଉ ସେଥିରେ ୩୦୦୦ ଯାତ୍ରୀ ଯାତ୍ରା କରିଥିଲେ। ଏହି ଯାତ୍ରାକୁ ଟିଭିରେ ସମସ୍ତଙ୍କୁ ଦେଖାଇବା ଲାଗି ୧୯ଟି କ୍ୟାମେରାକୁ ଡ୍ରୋନ ଓ ହେଲିକପ୍ଟରରେ ଫିଟ୍‌ କରାଯାଇଥିଲା। ଯେଉଁ ରୁଟ୍‌ରେ ଟ୍ରେନ୍‌ଟି ଗଲା ତାହାକୁ ଏଲବୁଲା ଲାଇନ୍‌ କୁହାଯାଏ। ଆଉ ତାହା ୟୁନେସ୍କୋର ଓ୍ବର୍ଲଡ ହେରିଟେଜ୍‌ ଅନ୍ତର୍ଗତ ଅଟେ। ଏହି ଲାଇନ୍‌ ପୂର୍ବ ସ୍ବିଜରଲାଣ୍ଡର ପ୍ରେଡାରୁ ଏଲଓ୍ବାନ୍ୟୁ ପର୍ଯ୍ୟନ୍ତ ଯାଇଛି। ଆଲ୍ପସ ପର୍ବତମାଳା ମଧ୍ୟ ଦେଇ ଯାଇଥିବା ଉକ୍ତ ରେଳ ଲାଇନ୍‌ରେ ଟ୍ରେନ ଚଳାଇବା ବହୁତ କଷ୍ଟକର। କାରଣ ଯେଉଁଠି ସାଧାରଣ ନ୍ୟାରୋଗେଜ୍‌ ୧.୪ ମିଟରର ହୋଇଥାଏ, ଏହାର ରେଳଧାରଣାର ଚଉଡା କିନ୍ତୁ ମାତ୍ର ୧ ମିଟର ଅଟେ। ତା’ଛଡା ରାସ୍ତାରେ ୨୨ଟି ଟନେଲ, ୪୮ଟି ବ୍ରିଜ୍‌ ପଡିଥାଏ। ଆଉ ରେଳ ଲାଇନ୍‌ର ଉଭୟ ପାର୍ଶ୍ୱରେ ଗଭୀର ଘାଇ ଅଛି। ରେଳଧାରଣ ଅଙ୍କା ବଙ୍କା ତେଣୁ ଟ୍ରେନକୁ ଦ୍ରୁତଗତିରେ ଚଳାଇ ହୁଏନା। ୭ଜଣ ଡ୍ରାଇଭର୍‌ଙ୍କ ଉପରେ ଏହି ଟ୍ରେନ୍‌ ଚଳାଇବା ଦାୟିତ୍ୱ ଥିଲା। ଟ୍ରେନ୍‌ର ଗତି ସାମାନ୍ୟ ବଢିଲେ ବି ରେଳଧାରଣ ଉପରେ ଚାପ ପଡି ବଡ ଦୁର୍ଘଟଣା ହେବାର ବି ଆଶଙ୍କା ଥିଲା। ତେଣୁ ୨୫ କି.ମି. ଯାତ୍ରାକୁ ଘଣ୍ଟା ପ୍ରତି ମାତ୍ର ୩୫ କି.ମି ବେଗରେ ଚଳାଇ ୧ ଘଣ୍ଟାରେ ଟ୍ରେନ୍‌କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri