୨ରେ ପ୍ରବଳ ବର୍ଷା: ୪ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୮।୬(ବ୍ୟୁରୋ)- ରାଜ୍ୟରେ ଏବେ ମୌସୁମୀ ଦୁର୍ବଳ ରହିଛି। ତେଣୁ କିଛି ସ୍ଥାନରେ ବର୍ଷା ହେଉଛି। ଏଥିସହ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଜାରି ରହିଛି। ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପ ପରିମାଣ ବର୍ଷା ହେବାକୁ ଥିବାବେଳେ ଜୁଲାଇ ୨ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ଆସନ୍ତା ୪ଦିନ ପର୍ଯ୍ୟନ୍ତ ଅଧିକାଂଶ ଜିଲାରେ ଝଡ଼ତୋଫାନ ଓ ବଜ୍ରପାତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ୨୯ ତାରିଖରେ ଉତ୍ତର ଓଡ଼ିଶାର ସମସ୍ତ ଜିଲା ଏବଂ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବ। ୩୦ରେ ଓଡ଼ିଶାର ଅନେକ ସ୍ଥାନ, ଜୁଲାଇ ୧ରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନ ଓ ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଏବଂ ୨ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ। ତେବେ ଏହି ଦିନ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ଗଜପତି ଆଦି ୪ ଜିଲାରେ ପ୍ରବଳ ବର୍ଷା ହେବ। ଏଥିପାଇଁ ଏସବୁ ଜିଲାକୁ ପାଣିପାଗ କେନ୍ଦ୍ର ୟେଲୋ ଓ୍ବାର୍ନିଂ ଜାରି କରିଛି। ସେହିଭଳି ଆସନ୍ତା ୪ଦିନ ପର୍ଯ୍ୟନ୍ତ ଝଡ଼ତୋଫାନ ସହିତ ବଜ୍ରପାତ ହେବ ବୋଲି ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହେଲେ ନବରଙ୍ଗପୁର ଆର୍‌ଟିଓ: ୨୧ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ

ଜୟପୁର/ନବରଙ୍ଗପୁର,୯ା୩(ଡି.ଏନ.ଏ./ବି.ପ୍ର.)-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ନବରଙ୍ଗପୁର ଆର୍‌ଟିଓ ଗଣେଶ୍ୱର କହଁରଙ୍କୁ ସୋମବାର କୋରାପୁଟ ଜିଲା ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ...

ନାଗରିକ ବିକାଶ ସଙ୍ଗଠନ ପକ୍ଷରୁ ତହସିଲଦାରଙ୍କୁ ଫେରାଦ

ଜୁନାଗଡ,୨୬।୬(ଡି.ଏନ.ଏ.): କଳାହାଣ୍ଡି ଜିଲା ନାଗରିକ ବିକାଶ ସଙ୍ଗଠନ ପକ୍ଷରୁ ବୁଧବାର ୫ ଦଫା ଦାବି ନେଇ ଜୁନାଗଡ ତହସିଲଦାରଙ୍କୁ ଫେରାଦ ହୋଇଛନ୍ତି । ଏ ବିଷୟରେ...

କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଯାଇ ବାପାଙ୍କୁ ମୁଖାଗ୍ନି ଦେଲେ ପୁଅ

ଦିଗପହଣ୍ଡି,୧୭ା୭(ଡି.ଏନ୍‌.ଏ.)-ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମର ସୀମାଞ୍ଚଳ ସେଠୀ ରାଜ୍ୟ ବାହାରୁ ଫେରି ୧୦ଦିନ ହେଲା ଗ୍ରାମ ସଙ୍ଗରୋଧ କେନ୍ଦ୍ରରେ ରହୁଛନ୍ତି। ବୁଧବାର ବାପା...

୨୧୬ ଦିନରେ ୩ଶହ ଲୋକୋମୋଟିଭ ଇଞ୍ଜିନ ନିର୍ମାଣ

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ) : ଟ୍ରେନ୍‌ ଇଞ୍ଜିନ ତିଆରି କରୁଥିବା ଚିତ୍ତରଞ୍ଜନ ଲୋକୋମୋଟିଭ ଓ୍ବାର୍କସ (ସିଏଲ୍‌ଡବ୍ଲ୍ୟୁ) ଶନିବାର ଆଉଏକ ନୂଆ ରେକର୍ଡ଼ ସ୍ଥାପନ କରିଛି। ଚଳିତ ଆର୍ଥିକ ବର୍ଷରେ...

ଆନ୍ତର୍ଜାତିକ ଶିଶୁ ଶାନ୍ତି ପୁରସ୍କାର ଦୌଡ଼ରେ ଶୁଭସ୍ମିତା

କେନ୍ଦ୍ରାପଡ଼ା ଅଫିସ,୧୯ା୯: ଆନ୍ତର୍ଜାତିକ ଶିଶୁ ଶାନ୍ତି ପୁରସ୍କାର ଦୌଡ଼ରେ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ପେଣ୍ଠ ପ୍ରୋଜେକ୍ଟ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ...

ଟୋକନ ବିବାଦ: ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ ଚାଷୀ

ବରଗଡ଼ ଅଫିସ,୨୦।୧୧: ଚଳିତ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ଆରମ୍ଭ ହୋଇଥିବା ଟୋକନ ବ୍ୟବସ୍ଥାକୁ ନେଇ ବିରୋଧ ବଢିବାରେ ଲାଗିଛି। ବୁଧବାର ବରଗଡ ବ୍ଲକ ଅନ୍ତର୍ଗତ...

ଏସ୍‌ସିବି: ଡାକ୍ତର ଶୂନ୍ୟ ଟ୍ରମା ଆଇସିୟୁ

କଟକ ଅଫିସ,୧ା୬: ଏସ୍‌ସିବି ଟ୍ରମା ଆଇସିୟୁ ଏବେ ଡାକ୍ତର ଶୂନ୍ୟ। ଟ୍ରମା ଆଇସିୟୁ ପାଇଁ ନିଯୁକ୍ତ ୪ ଜଣ ଠିକା ଡାକ୍ତର ଚାକିିରିରୁ ଇସ୍ତଫା ଦେଇ...

ନକଲି ପ୍ରଶ୍ନପତ୍ର ଭାଇରାଲ

କଟକ ଅଫିସ/ଭୁବନେଶ୍ୱର(ବ୍ୟୁରୋ)/ ଧର୍ମଗଡ଼,୨୦ା୨(ଡି.ଏନ.ଏ.): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ସାରା ରାଜ୍ୟରେ ବୁଧବାରଠାରୁ ଆରମ୍ଭ ହୋଇଯାଇଛି ମାଟ୍ରିକ ପରୀକ୍ଷା। ହେଲେ ଆରମ୍ଭ ଦିନରେ ନକଲି ଓଡ଼ିଆ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *