ଦୋମୁହାଁ ନୀତି

ଇରାନ୍‌ର ଆଣବିକ ଭତ୍ତିଭୂମି ଉପରେ ଇସ୍ରାଏଲ (ଅପରେଶନ ରାଇଜିଂ ଲାୟନ) ଓ ଆମେରିକା (ଅପରେଶନ ମିଡ୍‌ନାଇଟ ହାମର) ଆକ୍ରମଣ କରି କ୍ଷତି କରିଛନ୍ତି। ଏହି କୌଶଳଗତ ଆକ୍ରମଣରୁ ଯାହା ହାସଲ ହୋଇ ଥାଉନା କାହିଁକି, ରଣନୈତିକ ରୂପେ ବିପଦକୁ ଆମନ୍ତ୍ରଣ କରିଥିବା ମନେକରାଯାଏ। କାରଣ ପୂର୍ବାପେକ୍ଷା ଇରାନ୍‌ ଏବେ ଅଧିକ ବୁଝିଯାଇଛି ଯେ, ଭିବଷ୍ୟତର ଆକ୍ରମଣକୁ ରୋକିବା ସହ ଶାସନର ଅସ୍ତିତ୍ୱ ନିଶ୍ଚିତ କରିବା ସକାଶେ ଆଣବିକ ଅସ୍ତ୍ର ହିଁ ତା’ ପାଇଁ ଏକମାତ୍ର ବାଟ। ଅତୀତରେ ସାବଧାନ ସହକାରେ ମିଳିତି ଚାପ ଓ ପ୍ରୋତ୍ସାହନ ଦ୍ୱାରା ଇରାନ୍‌କୁ ବୁଝାମଣା ପାଇଁ ଅଣାଯାଇଥିଲା। ୨୦୧୫ରେ ଜଏଣ୍ଟ କମ୍ପ୍ରେହେନ୍‌ସିଭ ପ୍ଲାନ ଅଫ୍‌ ଆକଶନ୍‌ (ଜେସିପିଓଏ)ଚୁକ୍ତି ସ୍ବାକ୍ଷର ହୋଇଥିଲା ଏବଂ ଇରାନ୍‌ ତାହାର ଆଣବିକ କାର୍ଯ୍ୟକ୍ରମକୁ ସୀମିତ କରିବାକୁ ରାଜି ହୋଇଥିଲା। କିନ୍ତୁ ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ପ୍ରଥମ ପାଳି ରାଷ୍ଟ୍ରପତିତ୍ୱରେ ଜେସିପିଓଏକୁ ଅଣଦେଖା କରି ୨୦ ମାସ ଧରି କୂଟନୈତିକ ପଦକ୍ଷେପ ଦ୍ୱରା ସୃଷ୍ଟି ହୋଇଥିବା ଏକ ବିଶ୍ୱାସକୁ ଭାଙ୍ଗିଦେଲେ। ଆମେରିକା ବର୍ତ୍ତମାନ ଇରାନ୍‌ ସହିତ ନୂଆ ଆଣବିକ ଚୁକ୍ତି ଆରମ୍ଭ କରିବା ପରିବର୍ତ୍ତେ ଇସ୍ରାଏଲ ସହ ଆକ୍ରମଣରେ ଯୋଗ ଦେଇଛି। କେତେକେ ଯୁକ୍ତି କରନ୍ତି, ଇରାନ୍‌ ଅନ୍ତର୍ଜାତୀୟ ସମୁଦାୟକୁ ଧୋକା ଦେଇ, ଆଞ୍ଚଳିକ ସଂଘର୍ଷ ବଢ଼ାଇ ଏବଂ ବେସାମରିକ କାର୍ଯ୍ୟ ପାଇଁ ଆବଶ୍ୟକ ୟୁରାନିୟମଠାରୁ ଅଧିକ ଉତ୍ପାଦନ କରି ଆକ୍ରମଣକୁ ଆମନ୍ତ୍ରଣ କଲା। ତେବେ ଏସବୁ ହେଉଛି ଯୁକ୍ତିଯୁକ୍ତ ଅଭିଯୋଗ।
ଇସ୍ରାଏଲ ସାମରିକ ଅଭିଯାନ ଆରମ୍ଭ କରିବାର ଠିକ୍‌ ପୂର୍ବରୁ ଅନ୍ତର୍ଜାତୀୟ ଆଣବିକ ଶକ୍ତି ସଂସ୍ଥା( ଆଇଏଇଏ) ଇରାନ୍‌ର ଅନ୍ତର୍ଜାତୀୟ ଦାୟିତ୍ୱ ଅନୁପାଳନକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲା। ଏହାର ରିପୋର୍ଟକୁ ଅନୁଧ୍ୟାନ କରିଥିବା ଇନ୍‌ଷ୍ଟିଚ୍ୟୁଟ ଫର୍‌ ସାଇନ୍ସ ଆଣ୍ଡ୍‌ ଇଣ୍ଟର୍‌ନ୍ୟାଶନାଲ ସିକ୍ୟୁରିଟି ଯୁକ୍ତି ଦର୍ଶାଇଥିଲା ଯେ, ଇରାନ୍‌ ତାହାର ଉନ୍ନତ ମାନର ୬୦ ପ୍ରତିଶତ ୟୁରାନିୟମକୁ ଫୋର୍‌ଡୋ ଫୁଏଲ ଏନ୍‌ରିଚମେଣ୍ଟ ପ୍ଲାଣ୍ଟ(ଏଫଏଫ୍‌ଇପି)ରେ ୩ ସପ୍ତାହରେ ୨୩୩ କେଜି (ଅସ୍ତ୍ରଶସ୍ତ୍ର ଉପଯୋଗୀ ୟୁରାନିୟମ)କୁ ପରିବର୍ତ୍ତନ କରିପାରିବ, ଯାହା ୯ଟି ଅଣୁଅସ୍ତ୍ର ପାଇଁ ଯଥେଷ୍ଟ। ଏହି ପଦକ୍ଷେପ ଟ୍ରମ୍ପ୍‌ ପ୍ରଶାସନକୁ କ୍ରୋଧିତ କରିଥାଇପାରେ। ଏହା ବ୍ୟତୀତ ଆଇଏଇଏ ତାହାର ସିଦ୍ଧାନ୍ତରେ ଦର୍ଶାଇଥିଲା ଯେ, ଇରାନ୍‌ରେ ଏକ ଅଘୋଷିତ ଆଣବିକ କାର୍ଯ୍ୟକ୍ରମ ଜାରି ରହିଥିବା ବିଷୟରେ ତା’ ପାଖରେ କୌଣସି ଠୋସ୍‌ ସୂଚନା ନାହିଁ। ଆଇଏଇଏ ମଧ୍ୟ ସତର୍କ କରିଦେଇଥିଲା ଯେ, ଇରାନ୍‌ ହେଉଛି ବିଶ୍ୱର ଏକ ମାତ୍ର ଅଣୁଅସ୍ତ୍ର ବିହୀନ ଦେଶ ଯାହା ୬୦ ପ୍ରତିଶତ ଉନ୍ନତ ମାନର ୟୁରାନିୟମ ରଖିଛି, ଯାହା ଟେକ୍‌ନିକାଲି ଅଣୁଅସ୍ତ୍ର ନିର୍ମାଣ ପାଇଁ ଆବଶ୍ୟକ ୯୦ ପ୍ରତିଶତ ଶୁଦ୍ଧ ୟୁରାନିୟମ ଗ୍ରେଡ୍‌ ଯୋଗ୍ୟ ନୁହେଁ। ଏହା ସତ୍ତ୍ୱେ ଆମେରିକା ଓ ଇସ୍ରାଏଲର ନୀତି ନିର୍ଦ୍ଧାରକମାନେ ଇରାନ୍‌ର ଆଣବିକ ସ୍ଥଳୀ ଫୋରଡୋ, ନାତାଞ୍ଜ ଏବଂ ଇସଫାହାନରେ ଆକ୍ରମଣ ପାଇଁ ସବୁଜ ସଙ୍କେତ ଦେଇଛନ୍ତି।
ଏଭଳି ଆକ୍ରମଣ ଆଇଏଇଏର ଅଧିକାର କ୍ଷେତ୍ର ଏବଂ ତାହାର ଯାଞ୍ଚ ପରିସରକୁ ଦୁର୍ବଳ କରିବା ସହ ଏନ୍‌ପିଟିର ଆଣବିକ ଶକ୍ତିର ଶାନ୍ତିପୂର୍ଣ୍ଣ ବ୍ୟବହାରର ସିଦ୍ଧାନ୍ତ, ଜାତିସଂଘ ଅଧିକାରପତ୍ର ଓ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ କରିଛି। ଦେଖିବାକୁ ଗଲେ ଶାସନ ପରିବର୍ତ୍ତନ କରିବା ଲକ୍ଷ୍ୟରେ ବିଧ୍ୱଂସକାରୀ ଯୁଦ୍ଧ କରିବାରେ ଆମେରିକାର ରେକର୍ଡ ରହିଛି ଏବଂ ବେଆଇନ ଭାବେ ଆଣବିକ ଅସ୍ତ୍ରଶସ୍ତ୍ର ଅଧିକାରୀ ପାଲଟିଥିବା ଇସ୍ରାଏଲ ଏନ୍‌ପିଟିରେ ସ୍ବାକ୍ଷର କରିବାକୁ ମନା କରିଛି। ଏହା ବାର୍ତ୍ତା ଦେଉଛି ଯେ, ବିଶ୍ୱରେ କେବଳ ଦୁର୍ବଳମାନେ ହିଁ ନିୟମ ମାନନ୍ତି ଓ ଶକ୍ତିଶାଳୀମାନେ ସୁରକ୍ଷିତ ରୁହନ୍ତି। ବାସ୍ତବତା ହେଉଛି ଯେ ପର୍ଯ୍ୟନ୍ତ ତୁମେ ଆଣବିକ ଅସ୍ତ୍ରଶସ୍ତ୍ରର ଅଧିକାରୀ ହୋଇଥିବ ସେ ଯାଏ ଅନ୍ତର୍ଜାତୀୟ ଆଇନକୁ ନିଜ ଇଚ୍ଛାରେ ଅବମାନନା କରିପାରିବ। ଏହା ଉଭୟ ପ୍ରମୁଖ ଶକ୍ତଶାଳୀ ଓ ଛୋଟ ଦେଶଗୁଡ଼ିକ ପାଇଁ ପ୍ରଯୁଜ୍ୟ। ଉଦାହରଣ ସ୍ବରୂପ, ପାକିସ୍ତାନ ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହିତ କରି ଛାୟାଯୁଦ୍ଧ ଚଳାଇଛି ଏବଂ ଏହା ବିରୋଧରେ ପଦକ୍ଷେପ ନେଲେ ଆଣବିକ ଯୁଦ୍ଧ ଧମକ ଦେଉଛି। ଏହା ଇରାନ୍‌ର କାଳ୍ପନିକ ବୋମା ତୁଳନାରେ ଆଞ୍ଚଳିକ ଶାନ୍ତିରେ ବିରାଟ ବିପଦ ସୃଷ୍ଟି କରୁଛି, କିନ୍ତୁ ଏ କ୍ଷେତ୍ରରେ ଆମେରିକା ନୀରବ। ଆମେରିକା ପାକିସ୍ତାନକୁ ବୋମା ତିଆରି ପାଇଁ ଗୁପ୍ତକାମକୁ ପ୍ରୋତ୍ସାହିତ କରିବା ସହ ସହାୟତା କରିଥିଲା। ୧୯୮୦ ଦଶକରୁ ୧୯୯୦ ଦଶକ ମଧ୍ୟରେ ଆମେରିକାର ସବୁ ପ୍ରଶାସନ ପାକିସ୍ତାନ ଉନ୍ନତ ମାନର ୟୁରାନିୟମ ପ୍ରସ୍ତୁତ କରି ଆଣବିକ ଅସ୍ତ୍ରଶସ୍ତ୍ର ଗୁପ୍ତରେ ତିଆରି କରୁଥିବାର ପର୍ଯ୍ୟାପ୍ତ ପ୍ରମାଣକୁ ଅଣଦେଖା କରିଥିଲେ।
ଏବେ କୂଟନୀତିର ଅଧୋଗତି ହୋଇଛି, ଯାଞ୍ଚର ଗୁରୁତ୍ୱ କମିଛି, ଚାପପ୍ରୟୋଗ ସାଧାରଣ ହୋଇଯାଇଛି ଏବଂ ଦୋମୁହଁା ନୀତିକୁ ଗ୍ରହଣ କରାଯାଇଛି। ଏଭଳି ସ୍ଥିତିରେ, ବିନା ଆଣବିକ ଦେଶ ଭାବେ ରହିବା ଏକ ବିଜ୍ଞତାର କାମ ତଥା ରଣନୈତିକ ଦୃଷ୍ଟିରୁ ଉପଯୋଗୀ ବୋଲି ଇରାନ୍‌କୁ ବୁଝାଇବା ଭଳି ଆଉ କେଉଁ ଉପାୟ ରହିଛି? ତେବେ ଇରାନ୍‌ ଏଥିରୁ ଓହରିଯିବା କିମ୍ବା ଆଇଏଇଏ ବ୍ୟବସ୍ଥାକୁ ମାନି ଆଣବିକ ଦୌଡ଼କୁ କମାଇବା ଲାଗି ପଦକ୍ଷେପ ନେବା ଦରକାର। ୧୯୮୧ରେ ଇସ୍ରାଏଲ ଇରାକର ଆଇଏଇଏ ଦ୍ୱାରା ପରିଚାଳିତ ଓସିରାକ ରିଆକ୍ଟର ଉପରେ ଆକ୍ରମଣ କରିବା ପରେ ସଦ୍ଦାମ ହୁସେନ ଯେଭଳି ଆଣବିକ କାର୍ଯ୍ୟକ୍ରମକୁ ଗୁପ୍ତରେ କରିଥିଲେ, ସେହିଭଳି ଇରାନ୍‌ ମଧ୍ୟ ତାହାର ଗୋପନୀୟତା ଉପରେ ସମୀକ୍ଷା ଓ ସ୍ବଚ୍ଛତାର ଯାଞ୍ଚକୁ ଅଗ୍ରାହ୍ୟ କରୁଛି। ଏହା କେବଳ ଅବମାନନା ନୁହେଁ ବରଂ ଏହା ଏକ ଗମ୍ଭୀର ବିଷୟ ଓ ଅସ୍ତିତ୍ୱ ପ୍ରତି ବିପଦ। କେବଳ ଇରାନ୍‌ ଘଟଣା ନୁହେଁ, ଯଦି ଶକ୍ତିଶାଳୀ ଦେଶଗୁଡ଼ିକ ସୁରକ୍ଷିତ ଆଣବିକ କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ କରିପାରିବେ ତେବେ କାହିଁକି କୌଣସି ଦେଶ ବୈଶ୍ୱିକ ଆଣବିକ ଅସ୍ତ୍ର ଅପ୍ରସାର ବ୍ୟବସ୍ଥା ଉପରେ ବିଶ୍ୱାସ ରଖିବ? ଇରାକର ସଦ୍ଦାମ ହୁସେନ ଓ ଲିବ୍ୟାର ମୁଆଁମାର ଗଦ୍ଦାଫି (କିମ୍ବା ଗଣତାନ୍ତ୍ରିକ ୟୁକ୍ରେନ)ଙ୍କ କ୍ଷେତ୍ରରେ ଯାହା ଘଟିଲା ସେଥିରୁ ବଞ୍ଚିବାକୁ ଚାହୁଁଥିବା ଯେକୌଣସି ସରକାର ପରମାଣୁ ବୋମର ଅଧିକାରୀ ହେବାକୁ ଚାହିଁବେ । ଆଣବିକ ଅସ୍ତ୍ର ଅପ୍ରସାର ହେଉଛି ଏକ ମାତ୍ର ଉପଯୋଗୀ ପଥ। ଧ୍ୱଂସ ନୁହେଁ ସବୁବେଳେ କୂଟନୀତି ବାଟ ଗ୍ରହଣ କରିବାକୁ ହେବ। ସାମରିକ ଆକ୍ରମଣ ଆଣବିକ କାର୍ଯ୍ୟକ୍ରମକୁ ମନ୍ଥର କରିପାରେ, କିନ୍ତୁ ଦୀର୍ଘମିଆଦୀ ସୂତ୍ରରେ ତାହାକୁ ରୋକି ପାରିବ ନାହିଁ।
ପ୍ରଫେସର ଏମରିଟସ୍‌ ଅଫ୍‌ ଷ୍ଟ୍ରାଟେଜିକ ଷ୍ଟଡିଜ, ସେଣ୍ଟର ଫର୍‌ ପଲିସି ରିସର୍ଚ୍ଚ (ନୂଆଦିଲ୍ଲୀ)

 


Enter your email to get our daily news in your inbox.

All Right Reserved By Dharitri.Com

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

ବଜେଟ: ବିକଶିତ ଭାରତ, ଓଡ଼ିଶାର ନକ୍ସା

ସଂସଦରେ ମୋଦି ସରକାରଙ୍କର ଦ୍ୱାଦଶ ବର୍ଷରେ ଦେଶର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଲଗାତର ନବମ ଥର ପାଇଁ ଦେଶର ବଜେଟ ଉପସ୍ଥାପନ କରିଛନ୍ତି। ନୂତନ ସଂସଦ…

ବୋତଲ ବେପାର

ପାଣିର ଉପସ୍ଥିତି ଯୋଗୁ ପୃଥିବୀରେ ଆମେ ତିଷ୍ଠିଛେ। ସେହି ପାଣି ଏବେ ଦ୍ରୁତଗତିରେ ପ୍ରଦୂଷିତ ହେବାରେ ଲାଗିଛି। କୁହାଯାଉଛି, ଭବିଷ୍ୟତରେ ସବୁଠାରୁ ବଡ଼ ସଙ୍କଟ ଭାବେ ଜଳ…

ଏଇ ଭାରତରେ

ପଶ୍ଚିମବଙ୍ଗ ବାଙ୍କୁଡ଼ା ସେନଜୁତି ମାହାତୋ ଓ ଅଭିଷେକ ଚୌଧୁରୀ ସେହି ଅଞ୍ଚଳର ଖଜୁରି ଗୁଡ଼ ଉତ୍ପାଦନ କରି ସେଠାକାର ଏହି ପାରମ୍ପରିକ ଉତ୍ପାଦକୁ ବଞ୍ଚାଇ ରଖିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri