ଇଙ୍ଗିନାଠି ସୋସାଇଟିରେ ୨ କୋଟି ଠକେଇ ଅଭିଯୋଗ

ଭଞ୍ଜନଗର,୨୨ା୮(ବାବୁଲା ପ୍ରଧାନ): ବେଲଗୁଣ୍ଠା ବ୍ଲକ ଇଙ୍ଗିନାଠି ସେବା ସମବାୟ ସମିତି (ସୋସାଇଟି)ରେ ଜମାକାରୀଙ୍କ ନାମରେ ପ୍ରାୟ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ସୋମବାର ସମ୍ପୃକ୍ତ ପଞ୍ଚାୟତର ଚାଷୀମାନେ ଭଞ୍ଜନଗର ଜନଶୁଣାଣି ଶିବିରକୁ ଆସିଥିବା ଗଞ୍ଜାମ ଏସପି ଜଗମୋହନ ମୀନାଙ୍କୁ ଭେଟି ଘଟଣା ସମ୍ପର୍କରେ ଅଭିଯୋଗ କରିଛନ୍ତି। ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଏସ୍‌ପି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବେଲଗୁଣ୍ଠା ପୋଲିସ ସୋମବାର ଅପରାହ୍ନରେ ଜଣେ ଅବସରପ୍ରାପ୍ତ ସମ୍ପାଦକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।
ସୂଚନାଯୋଗ୍ୟ, ଇଙ୍ଗିନାଠି ସୋସାଇଟିରେ ୨୦୧୫ ରୁ ୨୦୧୬ ମଧ୍ୟରେ ୧୭୩ ଚାଷିଙ୍କ ଅଜାଣତରେ ସମ୍ପାଦକ ଏବଂ ଅନ୍ୟ କର୍ମଚାରୀମାନେ ୧ କୋଟି ୬୨ ଲକ୍ଷ ଟଙ୍କା ଚାଷିଙ୍କ ନାମରେ ଋଣ କରି ଟଙ୍କା ଠକି ନେଇଥିଲେ। ଚାଷୀମାନେ ଅଂଶଧନ ଟଙ୍କା ୧୦ ପ୍ରତିଶତ ବାନ୍ଧି ନାହାନ୍ତି ତଥାପି ସେମାନଙ୍କ ନାମରେ ଋଣ ଅନୁମୋଦନ ହୋଇଛି। ବର୍ତ୍ତମାନ ମୂଳଧନ ଏବଂ ସୁଧ ବାବଦକୁ ୨ କୋଟି ଟଙ୍କା ହୋଇଗଲାଣି। ତେଣୁ ଦୋଷୀ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ଋଣ ଟଙ୍କା ଛାଡ କରିବାକୁ ଚାଷୀମାନେ ଦାବି କରିଛନ୍ତି। ପ୍ରକାଶ ଯେ, ଗତବର୍ଷ ବଳରାମ ଯୋଜନା ଲାଗୁ ହେବା ପରେ କିଛି ଚାଷୀ ଉକ୍ତ ଯୋଜନାର ସୁଫଳ ନେବା ପାଇଁ ସୋସାଇଟିରେ ଆବେଦନ କରିଥିଲେ। ଏହି ସମୟରେ ସେମାନଙ୍କ ନାମରେ ପୂର୍ବରୁ ବ୍ୟାଙ୍କରେ ବକେୟା ଋଣ ଗଡୁଥିବା ଯୋଗୁ ଯୋଜନାର ସୁଫଳ ପାଇପାରିନଥିଲେ। ସେମାନେ ପୂର୍ବରୁ ଋଣ ଆବେଦନ କରିନଥିବା ବେଳେ କିଭଳି ଏତେ ଟଙ୍କା ରୁଣ ହୋଇଛି ସେ ନେଇ ଗତ ୪ ତାରିଖରେ ଚାଷୀମାନେ ବେଲଗୁଣ୍ଠା ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ବିଭିନ୍ନ ଆଳ ଦେଖାଇ ଏତଲାକୁ ଗ୍ରହଣ କରିନଥିଲା। ତେଣୁ ଚାଷୀମାନେ ଏକାଠି ହୋଇ ଏସ୍‌ପିଙ୍କୁ ଭେଟି ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଅନେକ ଚାଷୀ ସୋସାଇଟି ସମ୍ପାଦକଙ୍କ ପାଖରେ ନିଜର ବ୍ୟାଙ୍କ ଖାତା, ଚେକ ବହି ରଖି ଦେଉଛନ୍ତି। ଆବଶ୍ୟକ ପଡିଲେ ସମ୍ପାଦକମାନେ ଚାଷିଙ୍କ ଦସ୍ତଖତ ନେଇଥାନ୍ତି। କିନ୍ତୁ ଚାଷୀମାନେ ଦସ୍ତଖତ କେଉଁଠି କାହିଁକି ମାରିଲେ ଅଶିକ୍ଷିତ ହେଉ ଅବା ବିଶ୍ୱାସରେ ଆଉ ଯାଞ୍ଚ କରୁନାହାନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଦୁର୍ନୀତିଗ୍ରସ୍ତ କର୍ମଚାରୀମାନେ ଚାଷିଙ୍କ ନାମରେ ବ୍ୟାଙ୍କରୁ ଟଙ୍କା ଠକି ନେଉଛନ୍ତି ବୋଲି ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ସିର୍କାବର୍ଗ ରାସ୍ତା ମରାମତି ହେଲାନି, ଲଗାଣ ବର୍ଷାରେ ବେହାଲ: ପ୍ରଶାସନ ପ୍ରତିଶ୍ରୁତି ଖିଲାପ କରିଥିବା…

ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକର ସବୁଠାରୁ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ସିର୍କାବର୍ଗକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଏବେ ଲଗାଣ…

ବରିଷ୍ଠ କଂଗ୍ରେସ ନେତା ଅମୁଲ୍ୟ ସାହୁ BJPରେ ସାମିଲ: ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ନାଗାର୍ଜୁନ ପ୍ରଧାନଙ୍କ ଥିଲେ ସହକର୍ମୀ

ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳର ଜଣେ ବରିଷ୍ଠ ନାଗରିକ ତଥା ପୂର୍ବତନ କଂଗ୍ରେସ ନେତା ଅମୁଲ୍ୟ ସାହୁ ମଙ୍ଗଳବାର ଆନୁଷ୍ଠାନିକ ଭାବେ…

ପ୍ରଶାସନର କଡ଼ା ଆଭିମୁଖ୍ୟ: ଦିଗପହଣ୍ଡି ନୂଆ ବସଷ୍ଟାଣ୍ଡକୁ ଗଲା ସରକାରୀ ଓ ବେସରକାରୀ ବସ୍

ଦିଗପହଣ୍ଡି, ୭।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ଦିଗପହଣ୍ଡି ସହରରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଟ୍ରାଫିକ ସମସ୍ୟାର ସମାଧାନ…

ଉତ୍କଳ ଆଲୁମିନା CSR ପ୍ରତାରଣା ଅଭିଯୋଗ: ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ଖଣି ପ୍ରଭାବିତ ଅଞ୍ଚଳବାସୀ

ଥୁଆମୂଳ ରାମପୁର, ୭।୭ (ଦୁର୍ଗା କୀର୍ତ୍ତି): ଉତ୍କଳ ଆଲୁମିନା କମ୍ପାନୀର ସାମାଜିକ ଦାୟିତ୍ୱବୋଧ (CSR) କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା ଓ ପ୍ରତିଶ୍ରୁତି ଖିଲାପ ପ୍ରତିବାଦରେ ଆଜି କଳାହାଣ୍ଡି…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri