ଚାଷ ଜମିକୁ ଯିବା ହେଲା କାଳ, ବୁଡିଗଲେ ୨ ଶିଶୁ

ବାଲିଗୁଡା,୨୨।୮:(ଡି.ଏନ.ଏ.): କନ୍ଧମାଳ ଜିଲା ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର ଜାର୍ଗୀ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଚାଷ ଜମିରେ ବୁଡି ୨ ଶିଶୁଙ୍କ ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ, ଗ୍ରାମର ଦୁଇ ପରିବାରର ଲୋକେ ସା ସମୟରେ ବିଲ ଦେଖିବାକୁ ଯାଇଥିବା ବେଳେ ତାଙ୍କ ସହ ଦୁଇ ଶିଶୁ ମଧ୍ୟ ବିଲକୁ ଯାଇଥିଲେ । ହେଲେ ବିଲରେ ବର୍ଷା ପାଣି ଭର୍ତ୍ତି ହୋଇଥିବାରୁ ଜାଣି ନପାରି ବିଲକୁ ପଶି ଯାଇଥିଲେ। ଫଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା । ମୃତ ଶିଶୁ ପୁତ୍ରର ବୟସ ୭ ବର୍ଷ ହୋଇଥିବା ବେଳେ ଶିଶୁ କନ୍ୟାର ବୟସ ୫ ବର୍ଷ । ମୃତ୍ୟୁ ଖବର ପାଇବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି। ବାଲିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛନ୍ତି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ମୟଙ୍କ ଅଭିଶପ୍ତ ଜିଭ

ବ୍ରହ୍ମପୁର ଅଫିସ୍‌,୨୩।୬-ପୁଅ ଜନ୍ମ ବେଳେ ଘରେ କେତେ ଆନନ୍ଦ । ସାହି ପଡ଼ିଶାରେ ମିଠା ବଣ୍ଟାଯାଇଥିଲା । ପ୍ରଥମ ସନ୍ତାନ, ଏଣୁ ଘରେ ଭୋଜିଭାତର ଆସର...

ପ୍ରବାସୀ ଶ୍ରମିକଙ୍କ ପଞ୍ଜୀକରଣ,ସ୍ବାସ୍ଥ୍ୟପରୀକ୍ଷା ଉପରେ ଗୁରୁତ୍ୱ

ମାଲକାନଗିରି,୧୦ା୫(ଡି.ଏନ୍‌.ଏ.)-ରାଜ୍ୟ ସରକାର ପ୍ରବାସୀ ଶ୍ରମିଙ୍କୁ ନିଜ ରାଜ୍ୟ ଓ ଜିଲାକୁ ଆଣିବା ପାଇଁ ଘୋଷଣା କଲା ପରେ ମାଲକାନଗିରି ଜିଲାକୁ ଆନ୍ଧ୍ର, ତେଲଙ୍ଗାନା, ମହାରଷ୍ଟ୍ର, କେରଳ,...

ପ୍ରେମିକାଙ୍କୁ ଅସଦାଚରଣ କରିବାରୁ ଗାଡ଼ି ଚାଳକଙ୍କୁ ହତ୍ୟା

ବୋରିଗୁମ୍ମା,୧୦ା୨: ଭୁବନେଶ୍ୱରରୁ ଗାଡ଼ି ଭଡ଼ାରେ ନେଇ ଚାଳକଙ୍କୁ ହତ୍ୟାକରି କାର୍‌ ନେଇ ଫେରାର ହୋଇଯାଇଥିବା ପ୍ରେମୀଯୁଗଳଙ୍କୁ ପୋଲିସ ଗିରଫ କରିଛି। କାର୍‌ ଭଡ଼ା ନେଇ କୋରାପୁଟ...

ଜିଲା ବିଜ୍ଞାନ କେନ୍ଦ୍ରକୁ ପୂରିଲା ୨୫ ବର୍ଷ: ‘ବିଜ୍ଞାନ ପ୍ରତି ଅନୁସନ୍ଧିତ୍ସୁ ହୁଅ’

ଢେଙ୍କାନାଳ ଅଫିସ, ୬ା୬: ବିଜ୍ଞାନ ଏକ କଷ୍ଟକର ବିଷୟ ବୋଲି ଅଧିକାଂଶ ଛାତ୍ରୀଛାତ୍ରଙ୍କ ଧାରଣା ରହିଛି, ଯାହା ଅମୂଳକ। ବିଜ୍ଞାନ ପ୍ରତି ଅନିସନ୍ଧୁତ୍ସୁ ମନୋଭାବ ରହିଲେ ଏହା...

ଡ୍ୟାମ୍‌ ନିକଟ ପାହାଡ଼, ଗାର୍ଡଓ୍ବାଲରୁ ଚୋରି ହେଉଛି ପଥର

ତେନ୍ତୁଳିଖୁଣ୍ଟି, ୭।୧୧(ଡି.ଏନ୍‌.ଏ.):ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ କପୁର ବାରିଆଘାଟ, ଦେଓପାଲିରେ ବନ୍ଧ ରହିଛି। କୋରାପୁଟ ଜିଲାର ମୁରାନରେ ମଧ୍ୟ ଏକ ବନ୍ଧ ରହିଛି। ଚାରୋଟି ଯାକ...

ସ୍କୁଲ ଫି, ବିଦ୍ୟୁତ୍‌ ଦେୟ, ଘରଭଡ଼ା ଛାଡ଼ ଦାବି କଲା ସମ୍ବିଧାନ ସୁରକ୍ଷା ମଞ୍ଚ

ବରଗଡ଼ ଅଫିସ,୮ା୬: କରୋନା ଭଳି ବିପର୍ଯ୍ୟୟ ସମୟରେ ସ୍କୁଲ ଫି, ବିଦ୍ୟୁତ ଦେୟ ଏବଂ ଘରଭଡ଼ା ଅସୁଲ କରାଯାଉଛି। ପ୍ରାୟ ଅଢ଼େଇ ମାସ ହେଲା ଲକ୍‌ଡାଉନ୍‌...

ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକଲା ବିଜେଡି

ଦେବଗଡ଼/ଭୁବନେଶ୍ୱର (ବ୍ୟୁରୋ), ୧୧ା୧(ଡି.ଏନ.ଏ.): ମୁକ୍ତା ଯୋଜନାରେ ଏସ୍‌ଏଚ୍‌ଜି ମହିଳା ମାନେ ନିର୍ମାଣ କରିଥିବା ଟାଉନ ହଲ୍‌ ପାଚେରି ଭଙ୍ଗାରୁଜା ଘଟଣାକୁ ନେଇ ଦେବଗଡ଼ ବିଧାୟକ ସୁବାଷ...

ମାଓବାଦୀଙ୍କ ବଡ଼ଧରଣର ଯୋଜନା ପଣ୍ଡ : ୭ ଟିଫିନ୍‌ ବୋମା ଜବତ

ଚିତ୍ରକୋଣ୍ଡା,୨୦।୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ପଣସପୁଟ ପଞ୍ଚାୟତ ଗୋରାସେତୁ, ସୁଟିଗନ୍ଧି ନିକଟସ୍ଥ ବ୍ରିଜରେ ମାଓବାଦୀ ୭ଟି ଟିଫିନ୍‌ ବୋମା ଖଞ୍ଜିଥିବା ବେଳେ ଏହାକୁ ନିଷ୍କ୍ରିୟ...

Advertisement
Archives

Model This Week