ଜ୍ୟାକ୍‌ ଲଗାଇ ୨ ମହଲା କୋଠା ଉଠାଯାଉଛି

କେନ୍ଦ୍ରାପଡ଼ା ଅଫିସ/ଡେରାବିଶ,୨ା୬ (ସ୍ବ.ପ୍ର.): ଘର ନ ଭାଙ୍ଗି ହାଉସ୍‌ ଲିଫି୍ଟଙ୍ଗ୍‌ ଜ୍ଞାନ କୌଶଳ ସାହାଯ୍ୟରେ ଜ୍ୟାକ୍‌ ଲଗାଇ ୪ ଫୁଟ ଉଚ୍ଚକୁ ଘରକୁ ଉଠାଯାଉଛି। ସହରାଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳୁଥିବା ବେଳେ ପ୍ରଥମ ଥର ପାଇଁ କେନ୍ଦ୍ରାପଡ଼ା ଜିଲାରେ ଏହା ଦେଖିବାକୁ ମିଳିଛି। ଡେରାବିଶ ବ୍ଲକ ଅନ୍ତର୍ଗତ ଚାନ୍ଦୋଳ ବଜାରରେ ଏକ ୨ ମହଲା କୋଠା ମାସେ ହେଲା ଉଠାଯାଉଛି। ଉତ୍ତର ପ୍ରଦେଶର ଏକ ନିର୍ମାଣ ସଂସ୍ଥାର କର୍ମଚାରୀମାନେ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି।
କଟକ-ଚାନ୍ଦବାଲି ରାଜପଥର ଚାନ୍ଦୋଳ ବଜାରରେ ଥିବା ଚିତ୍ତରଞ୍ଜନ ପରିଡାଙ୍କ ୨ ମହଲା ବିଶିଷ୍ଟ କୋଠାଘର ରହିଛି। ଏହି ରାଜପଥ ନିର୍ମାଣ ହେବା ପରେ ରାସ୍ତାଠାରୁ ତଳେ ଘର ରହି ଯାଇଥିଲା। ଫଳରେ ଘର ଭିତରେ ବର୍ଷାଦିନେ ପାଣି ନିଷ୍କାସନ ହୋଇ ନ ପାରି ଜମି ରହୁଥିଲା। ଏଥିଯୋଗୁ ପରିବାର ଲୋକେ ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ଘର ଭିତରେ ପାଣି ଜମି ରହୁଥିବାରୁ ଘର ପ୍ରତି ବିପଦ ଦେଖାଦେବା ସମ୍ଭାବନା ସୃଷ୍ଟି ହୋଇଥିଲା। ଏହି ସମସ୍ୟାକୁ ଦୂର କରିବାକୁ ପରିଡା ବିଭିନ୍ନ ଇଞ୍ଜିନିୟରଙ୍କ ସହାୟତା ନେଇଥିଲେ। ୨୦ ବର୍ଷ ତଳର ପୁରୁଣା ଘରକୁ ଭାଙ୍ଗି ନୂଆ କରି ତିଆରି କରିବା ସମ୍ଭବ ହୋଇ ପାରି ନ ଥାନ୍ତା। କାରଣ ଏଥିପାଇଁ ଅଧିକ ଅର୍ଥର ଆବଶ୍ୟକତା ପଡ଼ିଥାନ୍ତା। ଘର ନ ଭାଙ୍ଗି ଉପରକୁ ଉଠାଇବାକୁ ନେଇ ସେ ପ୍ରଥମେ ୟୁଟ୍ୟୁବ୍‌ରେ ଦେଖିଥିଲେ। ପରେ କୋଠା ଲିଫ୍ଟିଙ୍ଗ୍‌ କରୁଥିବା ଉତ୍ତର ପ୍ରଦେଶର ନିର୍ମାଣ ସଂସ୍ଥା ସହ ଯୋଗାଯୋଗ କରିଥିଲେ। ସଂସ୍ଥାର କର୍ମଚାରୀମାନେ ଏଠାକୁ ଆସି କୋଠାକୁ ତଦାରଖ କରିଥିଲେ। ଏହି ଇଞ୍ଜିନିୟରମାନଙ୍କ ସହାୟତାରେ ଜ୍ୟାକ୍‌ ସାହାଯ୍ୟରେ ମାଟି ପତନରୁ ୪ ଫୁଟ ଉପରକୁ ଏହି ୨ ମହଲା କୋଠାଟିକୁ ଉଠାଯାଇଛି। ଏଭଳି ଏକ ଘଟଣା ଅଞ୍ଚଳବାସୀଙ୍କୁ ଚକିତ କରିଛି। ଏ ସମ୍ପର୍କରେ ସଂସ୍ଥାର ମିସ୍ତ୍ରି କ୍ରିଷ୍ଣା ବର୍ମା କହିଛନ୍ତି, ୨୦ ମିସ୍ତ୍ରି ଓ କର୍ମଚାରୀ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଘର କାନ୍ଥର ୪ ପଟେ ୩୦୦ଟି ଜ୍ୟାକ୍‌ ବ୍ୟବହାର କରାଯାଇଛି। ତେବେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ପାଖାପାଖି ୨ ମାସ ସମୟ ଲାଗିବ। ଏହି ପୁରୁଣା କୋଠାଟିର ଲିଫ୍ଟିଙ୍ଗ୍‌ ହେବା ଦ୍ୱାରା ଘରର କୌଣସି କ୍ଷତି ପହଞ୍ଚତ୍ବ ନାହିଁ ସେ କହିଛନ୍ତି। ସ୍ଥାନୀୟ ଅଞ୍ଚଳର ଦିଲୀପ କୁମାର ମହାନ୍ତି କୁହନ୍ତି, ରାଜପଥ ଉଚ୍ଚତା ବଢ଼ି ଯିବାରୁ ନିକଟସ୍ଥ ଘରେ ପାଣି ପଶିବା ସ୍ବାଭାବିକ ହୋଇଛି। ଏହି ସମସ୍ୟାରୁ ମୁକୁଳିବା ପାଇଁ ଘର ଭାଙ୍ଗି ଆଉ ଥରେ ନିର୍ମାଣ କରିବା ଅଥବା ବିକଳ୍ପ ଭାବେ ହାଉସ ଲିଫ୍ଟିଙ୍ଗ୍‌ ଜ୍ଞାନକୌଶଳକୁ ବ୍ୟବହାର କରିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା କରାଯାଉଛି। ଚିତ୍ତରଞ୍ଜନଙ୍କ ଘର ସୁରୁଖୁରୁରେ ଉଠାଯାଇ ପାରିଲେ ଏଠାରେ ଅନ୍ୟ କେତେଗୋଟି ଘର ଉଠାଯିବ ଆଲୋଚନା ହେଉଛି। କାହିଁକିନା ଘର ଭାଙ୍ଗି ପୁଣି ଥରେ ନିର୍ମାଣ କଲେ ବହୁ ଅର୍ଥ ବ୍ୟୟ ହେବ। ଏପରିସ୍ଥଳେ ବୈଷୟିକ ଜ୍ଞାନକୌଶଳ ଅତି ଉତ୍ତମ। ୪ ଫୁଟ୍‌ ଘର ଉଠାଇବାକୁ ପ୍ରତି ବର୍ଗ ଫୁଟ୍‌କୁ ପ୍ରାୟ ୨୦୦ରୁ ୩୦୦ ଟଙ୍କା ଖର୍ଚ୍ଚ ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?