ଗୁଣପୁର,୨୫ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଂଶଧାରା ଓଭରବ୍ରିଜରେ ବାଇକ୍ ଏବଂ ଲୁନା ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୪ଜଣ ଗୁରୁତର ହୋଇଛନ୍ତି । ଖବରପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଗୁରୁତର ମାନେ ଗୁଣପୁର ବ୍ଲକ ଜଳତାର ଗ୍ରାମର ପବିତ୍ର ଦଳପତି, ଉଦା ହରିଶ, ଏବଂ ସିରିଝୋଲି ଗ୍ରାମର ଶିବାଜି ଗଉଡ,ଚନ୍ଦନ ଗଉଡ।
ଆହତମାନେ ଶ୍ରମିକ ହୋଇଥିବା ବେଳେ ନିଜ ନିଜ ଗାଡିରେ ଗ୍ରାମକୁ ଫେରୁଥିଲେ। ସୋମବାର ରାତିରେ ଉଭୟ ଗାଡ଼ି ମଧ୍ୟରେ ଧକ୍କା ହୋଇଥିଲା। ତେବେ ଜଲତାର ଗ୍ରାମର ପବିତ୍ର ଦଳପତିଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ରହିଛି ।

