ପାଇଖାନା ନିର୍ମାଣ ଦୁର୍ନୀତିରେ ୨ ବିଡିଓ, ଯନ୍ତ୍ରୀ ନିଲମ୍ବିତ

ମାଲକାନଗିରି/ଚିତ୍ରକୋଣ୍ଡା/ଝରିଗାଁ,୧୬ା୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳରେ ପାଇଖାନା ନିର୍ମାଣରେ ଦୁର୍ନୀତି ହୋଇଥିବା ଅଭିଯୋଗର ତଦନ୍ତ ପରେ ଶନିବାର ଚିତ୍ରକୋଣ୍ଡା ବିଡିଓ ଲରିମନ ଖରସେଲଙ୍କୁ ନିଲମ୍ବିତ କରାଯାଇଛି। ଚିତ୍ରକୋଣ୍ଡା ବ୍ଲକରେ ୭୦୦ ପାଇଖାନା ନିର୍ମାଣ କରାଯାଇନାହିଁ। ଏ ବାବଦ ଅର୍ଥ ଆତ୍ମସାତ୍‌ କରାଯାଇଥିବା ଅଭିଯୋଗ ହୋଇଥିଲା  । ପୂର୍ବରୁ ଏହି ଦୁର୍ନୀତିରେ ଜଣେ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ ହୋଇଥିଲେ। ବିଡିଓ ଖରସେଲ ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ଡିଆର୍‌ଡିଏ କାର୍ଯ୍ୟାଳୟରେ ରହିବେ। ବିନା ଅନୁମତିରେ ଜିଲା ବାହାରକୁ ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।
ହିତାଧିକାରୀଙ୍କ ଶୌଚାଳୟ ନିର୍ମାଣ ଟଙ୍କା ହରିଲୁଟ୍‌ ଓ ପିସି କାରବାର ଅଭିଯୋଗରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲା ଝରିଗାଁ ବିଡିଓ ଦେବେନ୍ଦ୍ର ବାହାଦୁର ସିଂ ଧରୁଆଙ୍କୁ ନିଲମ୍ବିତ କରାଯାଇଛି। ପୁନଃ ଚାକିରିରେ ନିଯୁକ୍ତ ନ ହେବା ପର୍ଯ୍ୟନ୍ତ ବିଡିଓ ନବରଙ୍ଗପୁର ପିଡି ଡିଆରଡିଏଙ୍କ ଅଧୀନରେ ରହିବା ସହ ତାଙ୍କ ବିନା ଅନୁମତିରେ ଜିଲା ସଦରମହକୁମାରୁ ନ ଯିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ନିଲମ୍ବନ ପତ୍ରରେ ଉଲ୍ଲେଖ ରହିଛି। ବିଡିଓଙ୍କ ସହ ଝରିଗାଁ ବ୍ଲକ କନିଷ୍ଠ ଯନ୍ତ୍ରୀ ସୁନିଲ କୁମାର ସାମଲଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିବା ଜିଲାପାଳ ଅଜିତ୍‌ କୁମାର ମିଶ୍ର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଝରିଗାଁ ବ୍ଲକରେ ସ୍ବଚ୍ଛ ଭାରତ ମିଶନ(ଗ୍ରାମୀଣ) କାର୍ଯ୍ୟକ୍ରମରେ ପାଇଖାନା ନିର୍ମାଣ ନେଇ ବ୍ୟାପକ ଦୁର୍ନୀତି ହୋଇଥିବା କଂଗ୍ରେସ ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ତଥା ନବରଙ୍ଗପୁର ପୂର୍ବତନ ଏମ୍‌ପି ପ୍ରଦୀପ ମାଝି ଅଭିଯୋଗ କରିଥିଲେ। ଏହାପରେ ବ୍ଲକର ପ୍ରାୟ ୨୫୯ ହିତାଧିକାରୀ ସେମାନଙ୍କର ପାଇଖାନା ଟଙ୍କାକୁ ବିଡିଓ ହଡପ କରିଥିବା ନେଇ ତାଙ୍କ ନାଁରେ ଝରିଗାଁ ଥାନାରେ ଏତଲା ଦେଇଥିଲେ। ଏହି ଘଟଣାର ଭିଜିଲାନ୍ସ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣ ଋତୁ ପୂର୍ବରୁ ବଡ଼ ଖୁସି ଖବର; କମିବ ଚିନି ଦର! ସରକାର ନେଲେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୩୧।୮: ଆଗାମୀ ପାର୍ବଣ ଋତୁ ପୂର୍ବରୁ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ବଜାରରେ ଚିନିର ଦର ନିୟନ୍ତ୍ରଣ କରିବା ସହ କଳାବଜାରୀ ରୋକିବା ପାଇଁ କେନ୍ଦ୍ର…

୫ ଓ ୬ରେ ଭାଜପାର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ: ପଞ୍ଚାୟତ ନିର୍ବାଚନ ପାଇଁ ହେବ ରୋଡ୍‌ମ୍ୟାପ୍‌

ଭୁବନେଶ୍ବର,୩୧।୮: ସେପ୍ଟେମ୍ବର ୫ ଓ ୬ ତାରିଖରେ ରାଜ୍ୟ ଭାଜପାର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଚଳିତଥର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଢେଙ୍କାନାଳରେ ହେବା ନେଇ…

ନେପାଳ ବନ୍ୟା: ୯୦୦ ଟପିଲା ମୃତ୍ୟୁ ସଂଖ୍ୟା, ୩ହଜାରରୁ ଅଧିକ ନିଖୋଜ

କାଠମାଣ୍ଡୁ,୩୧।୮: ନେପାଳରେ ଭୟଙ୍କର ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୯୦୦ ରେ ପହଞ୍ଚିଛି। ଏହି ସମୟରେ, ଭୋଟେ କୋଶି ନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁ ନୂତନ…

‘କେସିଙ୍ଗା ସହରକୁ ବିକାଶ କ୍ଷେତ୍ରରେ ରହିଛି ଟ୍ୟାକ୍ସର ଆବଶ୍ୟକତା’

କେସିଙ୍ଗା,୩୧ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏ୍‌ସି ଅଧ୍ୟକ୍ଷ ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ନିଜକୁ ଶାସନ କରୁଥିବା ସ୍ବାୟତ୍ତ ଶାସନ ଦିବସ ସ୍ଥାନୀୟ କଲ୍ୟାଣମଣ୍ଡପ ପରିସରରେ ରବିବାର…

ମହିଳା ଏସିଆ କପ୍ ୨୦୨୬: ଇତିହାସ ରଚିଲେ ସ୍ମୃତି ମନ୍ଧାନା, ୨ୟ ସର୍ବାଧିକ…

ନୂଆଦିଲ୍ଲୀ,୩୧।୮: ମହିଳା ଏସିଆ କପ୍‌ ୨୦୨୬ରେ ଭାରତୀୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଥାଇଲାଣ୍ଡକୁ ୯୪ ରନ୍‌ରେ…

ଗ୍ଲୋବାଲ ୱାର୍ମିଂ ଭାଙ୍ଗୁଛି ୨ ମହାସାଗରର ଜଳବାୟୁ ସମ୍ପର୍କ

ୱାଶିଂଟନ/ଲଣ୍ଡନ, ୩୧ା୮ ଗ୍ଲୋବାଲ ୱାର୍ମିଂ (ବିଶ୍ୱତାପନ ବୃଦ୍ଧି) ଏବଂ ମାନବକୃତ କାରଣ ଯୋଗୁ ପ୍ରଶାନ୍ତ ମହାସାଗର ଏବଂ ଭାରତ ମହାସାଗର ମଧ୍ୟରେ ଶତାବ୍ଦୀ ଶତାବ୍ଦୀ ଧରି ରହିଆସିଥିବା…

ତୁଳା ରାଶିକୁ ଗୋଚର କରିବେ ଶୁକ୍ର; ୨ ସେପ୍ଟେମ୍ବରରେ ସୃଷ୍ଟି ହେବ ଅଦ୍ଭୁତ ଯୋଗ, ୪ରାଶିର ବଢ଼ିବ ଧନ

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଦେବଙ୍କୁ ପ୍ରେମ, ବିବାହ, ସୌନ୍ଦର୍ଯ୍ୟ, ସୁଖ-ସମୃଦ୍ଧି, କଳା, ଯାନବାହନ ଏବଂ ଧନର କାରକ ବୋଲି ବିଚାର କରାଯାଏ। ୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର…

ନିର୍ଭୟା ଘଟଣାର ପୁନରାବୁତ୍ତି! ୟୁପିର ୧୬ ବର୍ଷୀୟା ଝିଅକୁ ୪୭ କିଲୋମିଟର ଦୂରତା ଚଳନ୍ତା ବସରେ ବଳାତ୍କାର

ନୂଆଦିଲ୍ଲୀ,୩୧।୮: ‘ନିର୍ଭୟା ମାମଲା’କୁ ମନେ ପକାଇବା ଭଳି ଏକ ୧୬ ବର୍ଷୀୟା ଛାତ୍ରୀଙ୍କ ସହିତ ବଳାତ୍କାର ମାମଲା ରାଜଧାନୀ ଦିଲ୍ଲୀରେ ପୁଣି ଥରେ ସାମ୍ନାକୁ ଆସିଛି। ଚଳନ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri