ପାଇଖାନା ନିର୍ମାଣ ଦୁର୍ନୀତିରେ ୨ ବିଡିଓ, ଯନ୍ତ୍ରୀ ନିଲମ୍ବିତ

ମାଲକାନଗିରି/ଚିତ୍ରକୋଣ୍ଡା/ଝରିଗାଁ,୧୬ା୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳରେ ପାଇଖାନା ନିର୍ମାଣରେ ଦୁର୍ନୀତି ହୋଇଥିବା ଅଭିଯୋଗର ତଦନ୍ତ ପରେ ଶନିବାର ଚିତ୍ରକୋଣ୍ଡା ବିଡିଓ ଲରିମନ ଖରସେଲଙ୍କୁ ନିଲମ୍ବିତ କରାଯାଇଛି। ଚିତ୍ରକୋଣ୍ଡା ବ୍ଲକରେ ୭୦୦ ପାଇଖାନା ନିର୍ମାଣ କରାଯାଇନାହିଁ। ଏ ବାବଦ ଅର୍ଥ ଆତ୍ମସାତ୍‌ କରାଯାଇଥିବା ଅଭିଯୋଗ ହୋଇଥିଲା  । ପୂର୍ବରୁ ଏହି ଦୁର୍ନୀତିରେ ଜଣେ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ ହୋଇଥିଲେ। ବିଡିଓ ଖରସେଲ ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ଡିଆର୍‌ଡିଏ କାର୍ଯ୍ୟାଳୟରେ ରହିବେ। ବିନା ଅନୁମତିରେ ଜିଲା ବାହାରକୁ ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।
ହିତାଧିକାରୀଙ୍କ ଶୌଚାଳୟ ନିର୍ମାଣ ଟଙ୍କା ହରିଲୁଟ୍‌ ଓ ପିସି କାରବାର ଅଭିଯୋଗରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲା ଝରିଗାଁ ବିଡିଓ ଦେବେନ୍ଦ୍ର ବାହାଦୁର ସିଂ ଧରୁଆଙ୍କୁ ନିଲମ୍ବିତ କରାଯାଇଛି। ପୁନଃ ଚାକିରିରେ ନିଯୁକ୍ତ ନ ହେବା ପର୍ଯ୍ୟନ୍ତ ବିଡିଓ ନବରଙ୍ଗପୁର ପିଡି ଡିଆରଡିଏଙ୍କ ଅଧୀନରେ ରହିବା ସହ ତାଙ୍କ ବିନା ଅନୁମତିରେ ଜିଲା ସଦରମହକୁମାରୁ ନ ଯିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ନିଲମ୍ବନ ପତ୍ରରେ ଉଲ୍ଲେଖ ରହିଛି। ବିଡିଓଙ୍କ ସହ ଝରିଗାଁ ବ୍ଲକ କନିଷ୍ଠ ଯନ୍ତ୍ରୀ ସୁନିଲ କୁମାର ସାମଲଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିବା ଜିଲାପାଳ ଅଜିତ୍‌ କୁମାର ମିଶ୍ର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଝରିଗାଁ ବ୍ଲକରେ ସ୍ବଚ୍ଛ ଭାରତ ମିଶନ(ଗ୍ରାମୀଣ) କାର୍ଯ୍ୟକ୍ରମରେ ପାଇଖାନା ନିର୍ମାଣ ନେଇ ବ୍ୟାପକ ଦୁର୍ନୀତି ହୋଇଥିବା କଂଗ୍ରେସ ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ତଥା ନବରଙ୍ଗପୁର ପୂର୍ବତନ ଏମ୍‌ପି ପ୍ରଦୀପ ମାଝି ଅଭିଯୋଗ କରିଥିଲେ। ଏହାପରେ ବ୍ଲକର ପ୍ରାୟ ୨୫୯ ହିତାଧିକାରୀ ସେମାନଙ୍କର ପାଇଖାନା ଟଙ୍କାକୁ ବିଡିଓ ହଡପ କରିଥିବା ନେଇ ତାଙ୍କ ନାଁରେ ଝରିଗାଁ ଥାନାରେ ଏତଲା ଦେଇଥିଲେ। ଏହି ଘଟଣାର ଭିଜିଲାନ୍ସ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥ ପ୍ରଶସ୍ତୀକରଣ କାର୍ଯ୍ୟ ନିମ୍ନମାନର

ଭଣ୍ଡାରିପୋଖରୀ,୨୩ା୬(ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ୧୬ନଂ. ଜାତୀୟ ରାଜପଥର ପ୍ରଶସ୍ତୀକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ କାମର ସ୍ଥାୟିତ୍ୱକୁ ନେଇ ସାଧାରଣରେ...

ଆସିଲେନି ଦୀନେଶ, ଆଲୋଚନା ବିଫଳ

ଭୁବନେଶ୍ୱର,୧୫।୧୦ (ବ୍ୟୁରୋ): ବ୍ରହ୍ମପୁର ବଡ଼ବଜାର ଦେଶୀବେହେରା ସାହିର କେ. ଦୀପିକା ଓ କେ. ଦୀନେଶ ବିବାଦ ଜଟିଳ ହେବାରେ ଲାଗିଛି। ଆପୋସ ସମାଧାନ ଲାଗି ଉଭୟଙ୍କୁ...

ବୃଦ୍ଧା ମା’ ଉପରେ ପୁଅର ବୋଝ

ନୟାଗଡ଼ ଅଫିସ,୨୦ା୯- ପୁଅ ବଡ଼ ହୋଇ ଘର ଚଳାଇବ। ମା’ ବାପାଙ୍କ ଦାୟିତ୍ୱ ନେବ। ସବୁ ମା’ବାପାଙ୍କ ପରି ସ୍ବପ୍ନ ଦେଖିଥିଲେ ଜଣେ ମା’। ହେଲେ...

ମହାନଦୀ ବସ୍‌ ଦୁର୍ଘଟଣାକୁ ବର୍ଷେ ପୂରିଲା: ସାର୍ବଜନୀନ ହୋଇନି ତଦନ୍ତ ରିପୋର୍ଟ

କଟକ ଅଫିସ, ୨୦-୧୧:୨୦୧୮ ନଭେମ୍ବର ୨୦। ସେଦିନ ଥାଏ ମଙ୍ଗଳବାର। ସନ୍ଧ୍ୟା ପାଖାପାଖି ସାଢେ ୬ଟା। ବଡ଼ଓଷା ପାଇଁ ଲୋକେ ପ୍ରସ୍ତୁତ ହେଉଥିବାବେଳେ ଆସିଲା ଅତ୍ୟନ୍ତ...

ବିଧାନସଭାରେ ବିରୋଧୀ ମୁହାଁମୁହିଁ: ହାଇକୋର୍ଟ ବେଞ୍ଚ ସ୍ଥାପନକୁ ନେଇ କଂଗ୍ରେସର ହଟ୍ଟଗୋଳ, ଗୃହ ମୁଲତବୀ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ବିଧାନସଭାରେ ବିରୋଧୀ ଦଳ ଦୁଇଫାଳ। ସରକାରଙ୍କୁ ଘେରିବା ପରିବର୍ତ୍ତେ ପରସ୍ପରକୁ ବିରୋଧ କରୁଛନ୍ତି। ଭିନ୍ନ ଭିନ୍ନ ପ୍ରସଙ୍ଗରେ ଉଭୟ କଂଗ୍ରେସ ଓ ଭାଜପା ବିଧାନସଭାରେ...

୧୧ ଦିନ ପାଇଁ ୫୭ ଟ୍ରେନ୍‌ ବାତିଲ

ଭଦ୍ରକ ଅଫିସ,୨୪ା୨:ଦକ୍ଷିଣ-ପୂର୍ବ ରେଳପଥ ଖଡଗପୁର ଡିଭିଜନ ଅଧୀନ ଭଦ୍ରକ ରାଣୀତାଲ ରେଳଷ୍ଟେଶନ ନିକଟରେ ଭଦ୍ରକ-ନାରାୟଣଗଡ଼ ତୃତୀୟ ଲାଇନ ରେଳପଥ ନିର୍ମାଣ ଲାଗି ଆସନ୍ତା ୨୫ ତାରିଖଠାରୁ...

ହତ୍ୟାକାରୀଙ୍କୁ ଫାଶୀ ଦିଅ

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ନର୍ସ ନୀହାରିକା ପାତ୍ର ଗତ ୮ତାରିଖରେ ନିଖୋଜ ହୋଇଯାଇଥିଲେ। ଏହାର ୯ଦିନ ପରେ ବିରିଡ଼ି ଥାନା ବିଲୁଆଖାଇ ନଦୀପଠାରୁ ତାଙ୍କ ଗଳିତ ମୃତଦେହ ମିଳିଥିଲା।...

ଯୁକ୍ତ ୩ ପାଠ୍ୟକ୍ରମରେ ‘ବିପର୍ଯ୍ୟୟ ପରିଚାଳନା’

ଭୁବନେଶ୍ୱର,୨୩ା୭(ବ୍ୟୁରୋ): ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଯୁକ୍ତ ୩ ପାଠ୍ୟକ୍ରମରେ...

Advertisement
Archives

Model This Week