ଚଳିତ ଶିକ୍ଷାବର୍ଷରୁ କଞ୍ଚୁରୁ ହାଇସ୍କୁଲରେ ଯୁକ୍ତଦୁଇ କଳା ପାଠ୍ୟକ୍ରମ

ହିଞ୍ଜିଳିକାଟୁ,୬ା୪(ଡି.ଏନ୍‌.ଏ.): ଶିକ୍ଷାବର୍ଷ ୨୦୨୩-୨୪ରୁ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଧୀନ କଞ୍ଚୁରୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଯୁକ୍ତ ଦୁଇ କଳା ପାଠ୍ୟକ୍ରମ ଆରମ୍ଭ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବୀକୃତି ଲାଭ କରିଛି। ଗୁରୁବାର ସ୍କୁଲ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ଏଲ୍‌ ଗୌରୀଆଚାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ୍‌ ଗିରିଧର, ବିଦ୍ୟାଳୟର ପରିଚାଳନା ସଭାପତି ଜୟସେନ ମହାନ୍ତି, କଞ୍ଚୁରୁ ସରପଞ୍ଚ ମଦନ ମୋହନ ସେଠୀ, ମହନ୍ତ ହରିହର ଦାସଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ସ୍କୁଲର ନବମ ଓ ଦଶମ ଶ୍ରେଣୀ ଛାତ୍ରୀଛାତ୍ର ସ୍କୁଲର ପାଠ୍ୟ ପରିବେଶ ଓ ସ୍କୁଲରେ ଯୁକ୍ତ ଦୁଇ ଶ୍ରେଣୀ ଖୋଲିଥିବାରୁ ଖୁସି ବ୍ୟକ୍ତ କରିଥିଲେ। କିଛି ଛାତ୍ରୀଛାତ୍ର ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀ ମଧ୍ୟ ଖୋଲିଲେ ବହୁତ ଭଲ ହେବ ବୋଲି ମତବ୍ୟକ୍ତ କରିଥିଲେ। ଆଖପାଖ ଅଞ୍ଚଳର ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ, ଶିକ୍ଷକ ଓ ଅଭିଭାବକ ଉପସ୍ଥିତ ରହି ଖୁସି ବ୍ୟକ୍ତ କରିବା ସହ ଚଳିତବର୍ଷ ଶିକ୍ଷାରେ ପିଲାମାନଙ୍କୁ ନାମ ଲେଖା ନିମନ୍ତେ ଉତ୍ସାହିତ କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ। ସ୍କୁଲର ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ଓ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

ବିନା ଫିଟନେସ୍‌, ବୀମା , ପରମିଟ୍‌ରେ ଗାଡ଼ି ଚଳାଇଲେ ହେବ ଜବତ; STAର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର, ୭।୭: ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (STA) କଠୋର ଆଭିମୁଖ୍ୟ ଗ୍ରହଣ…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri