ଅଡୁଆରେ ଧର୍ମଶାଳା ବିଧାୟକ, ଯନ୍ତ୍ରୀ

ଯାଜପୁର ଅଫିସ, ୯ା୧: ଯାଜପୁର ଜିଲାରେ ଗତ ଅଗଷ୍ଟରେ ହୋଇଥିବା ତିନିଦିନିଆ ଲଗାଣ ବର୍ଷା ଯୋଗୁ ବ୍ରାହ୍ମଣୀ ଓ ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଥିଲା। ଏହି ସମୟରେ କେଲୁଅ ନଦୀବନ୍ଧର ବାମପାର୍ଶ୍ୱରେ ଘାଇ ସୃଷ୍ଟି ହୋଇଥିଲା। ଏଥିଯୋଗୁ ୫ ନମ୍ବର ଜାତୀୟ ରାଜପଥର ଗୋକର୍ଣ୍ଣେଶ୍ୱରରୁ ମାଝିପଡ଼ା ପର୍ଯ୍ୟନ୍ତ ଶତାଧିକ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିଲା। ହେଲେ ନଦୀବନ୍ଧକୁ ବିସ୍ଫୋରଣ କରି ଉଡ଼ାଇ ଦିଆଯିବାରୁ ଘାଇ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଥିଲା। ନିମ୍ନମାନର ନିର୍ମାଣକୁ ଘୋଡ଼ାଇବାକୁ ଯାଇ ବନ୍ୟା ଆଳରେ ନଦୀବନ୍ଧକୁ ଭାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା ଲୋକାୟୁକ୍ତରେ ଅଭିଯୋଗ କରିବା ପରେ ଏକ ମାମଲା (ଏଲ୍‌ୱାଇ-୧୦୨୭/୨୦୨୦) ରୁଜୁ ହୋଇଥିଲା। ଶୁକ୍ରବାର ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ ଅଜିତ ସିଂ ଏହାର ବିଚାର କରି ଅଭିଯୋଗର ଭିଜିଲାନ୍ସ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘାଇ ସୃଷ୍ଟିରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଓ ଜଳସେଚନ ବିଭାଗ ଜାରକା ଡିଭିଜନର କନିଷ୍ଠ ଯନ୍ତ୍ରୀ ନରେନ ଜେନାଙ୍କ ଭୂମିକା ଉପରେ ତଦନ୍ତ କରିବାକୁ ରାୟରେ ନିର୍ଦ୍ଦେଶ ହୋଇଛି। ଏହାବାଦ ନିମ୍ନମାନର ନଦୀବନ୍ଧ ନିର୍ମାଣ ଯୋଗୁ ଘାଇ ସୃଷ୍ଟି ଏବଂ ସରକାରୀ ଅଧିକାରୀଙ୍କ ଆତ୍ମସାତ୍‌ ଅଭିଯୋଗ ଉପରେ ମଧ୍ୟ ତଦନ୍ତ କରିବାକୁ ରାୟରେ କୁହାଯାଇଛି। ଏହି ପ୍ରାରମ୍ଭିକ ତଦନ୍ତ ଭିଜିଲାନ୍ସ ବିଭାଗର ଏସ୍‌ପି କିମ୍ବା ଏଏସ୍‌ପି ପାହ୍ୟା ଅଧିକାରୀଙ୍କ ଦ୍ୱାରା କରିବାକୁ ନିର୍ଦ୍ଦେଶ ହୋଇଛି। ନିର୍ଦ୍ଦେଶର ୨ ମାସ ମଧ୍ୟରେ ତଥା ୧୨ା୩ା୨୦୨୧ ସୁଦ୍ଧା ତଦନ୍ତ ରିପୋର୍ଟ ଲୋକାୟୁକ୍ତଙ୍କ ପାଖରେ ଦାଖଲ କରିବାକୁ କୁହାଯାଇଛି। ତେଣୁ ଲୋକାୟୁକ୍ତ ସମ୍ପାଦକ ଏହି ଅଭିଯୋଗ ସମ୍ପର୍କିତ କାଗଜପତ୍ର ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ବନ୍ଦ ଲଫାପାରେ ଦେବାକୁ ଦର୍ଶାଯାଇଛି।
ଅଭିଯୋଗ ଅନୁସାରେ ଗୋକର୍ଣ୍ଣେଶ୍ୱରରୁ ମାଝିପଡ଼ା ନଦୀବନ୍ଧର ଉନ୍ନତୀକରଣ ପାଇଁ ୫ା୨ା୨୦୧୪ରେ ଜଳସେଚନ ବିଭାଗରୁ ନିର୍ମାଣ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ଏହାପରେ ନିର୍ମାଣ ବିଭାଗ ପକ୍ଷରୁ ୨୧.୯୯ କୋଟି ଟଙ୍କା ଖର୍ଚ୍ଚ କରାଯାଇ ନଦୀବନ୍ଧର ଉନ୍ନତୀକରଣ ଓ ଚଉଡା ହୋଇଥିଲା। ହେଲେ ଠିକାଦାରଙ୍କଠାରୁ ବିଧାୟକ ଓ କନିଷ୍ଠଯନ୍ତ୍ରୀ ବିପୁଳ ଅର୍ଥ ଆଦାୟ କରିଥିବାରୁ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିଲା। ଏହାକୁ ଲୁଚାଇବାକୁ ଯାଇ ଦୃର୍ବୃତ୍ତଙ୍କ ଦ୍ୱାରା ଘାଇ କରାଯାଇଛି ବୋଲି ଲୋକାୟୁକ୍ତରେ ଅଭିଯୋଗ ହୋଇଥିଲା। ଏପରି କି ମନୁଷ୍ୟକୃତ ଘାଇ ସୃଷ୍ଟି ନେଇ ଧର୍ମଶାଳା ଥାନାରେ ଜଳସେଚନ ବିଭାଗ ପକ୍ଷରୁ ଏକ ଏତଲା ଦିଆଯାଇଥିଲା ଏବଂ ଅଭିଯୋଗ ଅନୁସାରେ ପୋଲିସ ଆଇପିସି ଦଫା ୪୨୭/୪୩୭ ଅନୁଯାୟୀ ଅଜ୍ଞାତ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri