ଅଡୁଆରେ ଧର୍ମଶାଳା ବିଧାୟକ, ଯନ୍ତ୍ରୀ

ଯାଜପୁର ଅଫିସ, ୯ା୧: ଯାଜପୁର ଜିଲାରେ ଗତ ଅଗଷ୍ଟରେ ହୋଇଥିବା ତିନିଦିନିଆ ଲଗାଣ ବର୍ଷା ଯୋଗୁ ବ୍ରାହ୍ମଣୀ ଓ ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଥିଲା। ଏହି ସମୟରେ କେଲୁଅ ନଦୀବନ୍ଧର ବାମପାର୍ଶ୍ୱରେ ଘାଇ ସୃଷ୍ଟି ହୋଇଥିଲା। ଏଥିଯୋଗୁ ୫ ନମ୍ବର ଜାତୀୟ ରାଜପଥର ଗୋକର୍ଣ୍ଣେଶ୍ୱରରୁ ମାଝିପଡ଼ା ପର୍ଯ୍ୟନ୍ତ ଶତାଧିକ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିଲା। ହେଲେ ନଦୀବନ୍ଧକୁ ବିସ୍ଫୋରଣ କରି ଉଡ଼ାଇ ଦିଆଯିବାରୁ ଘାଇ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଥିଲା। ନିମ୍ନମାନର ନିର୍ମାଣକୁ ଘୋଡ଼ାଇବାକୁ ଯାଇ ବନ୍ୟା ଆଳରେ ନଦୀବନ୍ଧକୁ ଭାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା ଲୋକାୟୁକ୍ତରେ ଅଭିଯୋଗ କରିବା ପରେ ଏକ ମାମଲା (ଏଲ୍‌ୱାଇ-୧୦୨୭/୨୦୨୦) ରୁଜୁ ହୋଇଥିଲା। ଶୁକ୍ରବାର ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ ଅଜିତ ସିଂ ଏହାର ବିଚାର କରି ଅଭିଯୋଗର ଭିଜିଲାନ୍ସ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘାଇ ସୃଷ୍ଟିରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଓ ଜଳସେଚନ ବିଭାଗ ଜାରକା ଡିଭିଜନର କନିଷ୍ଠ ଯନ୍ତ୍ରୀ ନରେନ ଜେନାଙ୍କ ଭୂମିକା ଉପରେ ତଦନ୍ତ କରିବାକୁ ରାୟରେ ନିର୍ଦ୍ଦେଶ ହୋଇଛି। ଏହାବାଦ ନିମ୍ନମାନର ନଦୀବନ୍ଧ ନିର୍ମାଣ ଯୋଗୁ ଘାଇ ସୃଷ୍ଟି ଏବଂ ସରକାରୀ ଅଧିକାରୀଙ୍କ ଆତ୍ମସାତ୍‌ ଅଭିଯୋଗ ଉପରେ ମଧ୍ୟ ତଦନ୍ତ କରିବାକୁ ରାୟରେ କୁହାଯାଇଛି। ଏହି ପ୍ରାରମ୍ଭିକ ତଦନ୍ତ ଭିଜିଲାନ୍ସ ବିଭାଗର ଏସ୍‌ପି କିମ୍ବା ଏଏସ୍‌ପି ପାହ୍ୟା ଅଧିକାରୀଙ୍କ ଦ୍ୱାରା କରିବାକୁ ନିର୍ଦ୍ଦେଶ ହୋଇଛି। ନିର୍ଦ୍ଦେଶର ୨ ମାସ ମଧ୍ୟରେ ତଥା ୧୨ା୩ା୨୦୨୧ ସୁଦ୍ଧା ତଦନ୍ତ ରିପୋର୍ଟ ଲୋକାୟୁକ୍ତଙ୍କ ପାଖରେ ଦାଖଲ କରିବାକୁ କୁହାଯାଇଛି। ତେଣୁ ଲୋକାୟୁକ୍ତ ସମ୍ପାଦକ ଏହି ଅଭିଯୋଗ ସମ୍ପର୍କିତ କାଗଜପତ୍ର ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ବନ୍ଦ ଲଫାପାରେ ଦେବାକୁ ଦର୍ଶାଯାଇଛି।
ଅଭିଯୋଗ ଅନୁସାରେ ଗୋକର୍ଣ୍ଣେଶ୍ୱରରୁ ମାଝିପଡ଼ା ନଦୀବନ୍ଧର ଉନ୍ନତୀକରଣ ପାଇଁ ୫ା୨ା୨୦୧୪ରେ ଜଳସେଚନ ବିଭାଗରୁ ନିର୍ମାଣ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ଏହାପରେ ନିର୍ମାଣ ବିଭାଗ ପକ୍ଷରୁ ୨୧.୯୯ କୋଟି ଟଙ୍କା ଖର୍ଚ୍ଚ କରାଯାଇ ନଦୀବନ୍ଧର ଉନ୍ନତୀକରଣ ଓ ଚଉଡା ହୋଇଥିଲା। ହେଲେ ଠିକାଦାରଙ୍କଠାରୁ ବିଧାୟକ ଓ କନିଷ୍ଠଯନ୍ତ୍ରୀ ବିପୁଳ ଅର୍ଥ ଆଦାୟ କରିଥିବାରୁ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିଲା। ଏହାକୁ ଲୁଚାଇବାକୁ ଯାଇ ଦୃର୍ବୃତ୍ତଙ୍କ ଦ୍ୱାରା ଘାଇ କରାଯାଇଛି ବୋଲି ଲୋକାୟୁକ୍ତରେ ଅଭିଯୋଗ ହୋଇଥିଲା। ଏପରି କି ମନୁଷ୍ୟକୃତ ଘାଇ ସୃଷ୍ଟି ନେଇ ଧର୍ମଶାଳା ଥାନାରେ ଜଳସେଚନ ବିଭାଗ ପକ୍ଷରୁ ଏକ ଏତଲା ଦିଆଯାଇଥିଲା ଏବଂ ଅଭିଯୋଗ ଅନୁସାରେ ପୋଲିସ ଆଇପିସି ଦଫା ୪୨୭/୪୩୭ ଅନୁଯାୟୀ ଅଜ୍ଞାତ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?