ପୋଲାଣ୍ଡରେ ୨.୫ ନିୟୁତ ଶରଣାର୍ଥୀ, ବୁଚା ପରେ ଏବେ ସୁମିରେ ସମାନ ସ୍ଥିତି…

କ୍ୱିଭ୍‌, ୫।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଗତ ୪୧ ଦିନ ଧରି ଯୁଦ୍ଧ ଜାରି ରହିଛି। ଅପରପକ୍ଷରେ, କ୍ୱିଭ୍‌ର ବୁଚାଠାରେ ହୋଇଥିବା ହତ୍ୟାକାଣ୍ଡର ଫଟୋ ଏବେ ସୋସିଆଲ ମିଡ଼ିଆରେ ହଇଚଇ ସୃଷ୍ଟି କରିଛି। ବୁଚାରେ ୪୦୦ରୁ ଅଧିକ ମୃତଦେହ ମିଳିଛି ଏବଂ ଏପର୍ଯ୍ୟନ୍ତ ମୃତଦେହ ଉଦ୍ଧାର କରାଯାଉଛି। ଏହାର ଜବାବରେ ରାଷ୍ଟ୍ରପତି ଭୋଲଡମିୟର ଜେଲେନସ୍କି ରୁଷିଆର ସୈନିକମାନଙ୍କୁ ହତ୍ୟାକାରୀ ଏବଂ ବଳାତ୍କାରୀ ବୋଲି କହିଛନ୍ତି। ବୁଚା ପରେ ଏବେ ସୁମି ସହରର ନରସଂହାରର ଫଟୋ ବେଶ୍‌ ଭାଇରାଲ ହେବାରେ ଲାଗିଛି।

ୟୁକ୍ରେନର ସୁମିରେ ସାଧାରଣ ଲୋକଙ୍କ ମୃତଦେହ ଖୋଜିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଏଠାରେ ରାଜ୍ୟପାଳ କହିଛନ୍ତି ଯେ ସୁମିର କୋନୋଟୋପରେ ୟୁକ୍ରେନ ବହୁ ନାଗରିକଙ୍କ ମୃତଦେହ ମିଳିଛି। ବୁଚା ଭଳି ଏଠାରେ ମଧ୍ୟ ସାଧାରଣ ଲୋକଙ୍କୁ ହତ୍ୟା କରାଯିବା ପୂର୍ବରୁ ନିର୍ଯାତନା ଦିଆଯାଇଥିବା ସେ କହିଛନ୍ତି।

ୟୁକ୍ରେନର ବାୟୁସେନା କହିଛି ଯେ ପଶ୍ଚିମ ୟୁକ୍ରେୁନ୍‌ରେ ତିନୋଟି ରୁଷୀୟ କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ କରାଯାଇଥିଲା। ଏଥିସହିତ ଚତୁର୍ଥ କ୍ଷେପଣାସ୍ତ୍ରକୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଅଟକାଇ ଦିଆଯାଇଥିଲା। ଏହି କ୍ଷେପଣାସ୍ତ୍ରଗୁଡିକ ବେଲାରୁଷର ଏସ୍‌ୟୁ-୩୫ ଜେଟରୁ ଉତକ୍ଷେପଣ କରାଯାଇଥିଲା।

ରୁଷିଆର ଆକ୍ରମଣ ପରେ ୟୁକ୍ରେନୀୟମାନେ ଅନ୍ୟ ଦେଶରେ ଆଶ୍ରୟ ନେଉଛନ୍ତି। ପୋଲାଣ୍ଡର ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ପୋଲାଣ୍ଡରେ ୨.୫ ନିୟୁତ ୟୁକ୍ରେନ ଶରଣାର୍ଥୀ ପହଞ୍ଚିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ରୁ ଓହ୍ଲାଇବାବେଳେ ସିଡ଼ିରେ ଖସିପଡ଼ିଲେ ରୋହିତ ଶର୍ମା: ଆଉ ତା’ପରେ… ଦେଖନ୍ତୁ VIDEO

ତିରୁଭାନନ୍ତପୁରମ,୨୮।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ପରେ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

ଏଭଳି କହିବାରୁ ଶେହଜାଦଙ୍କୁ ଆକ୍ରମଣ; ପୋଷାକ ଚିରିଦେଲେ, ବଞ୍ଚାଇବାକୁ ଆଗେଇ ଆସିଲେ ସ୍ୱରା

ନୂଆଦିଲ୍ଲୀ,୨୮ା୯: ରିଆଲିଟି ଶୋ’ ‘Rise and Fall’ର ସିଜନ୍‌-୨ ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଛି । ଶୋ’ରେ ଭାଜାପାର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲା ଏବଂ ଅଭିନେତ୍ରୀ…

ଜନ୍ମ ହେଉ ହେଉ ମିଳିଲା ୨୨ କ୍ୟାରେଟର ସୁନା ମୁଦି; ନିଜ ହାତରେ ପିନ୍ଧାଇଲେ ମୁଖ୍ୟମନ୍ତ୍ରୀ, କିଏ ଏହି..

ଚେନ୍ନାଇ,୨୮ା୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରି ନବଜାତ ଶିଶୁଙ୍କ ପାଇଁ ‘ଥାଇମାମନ୍ ଥଙ୍ଗା ମୋଥିରମ୍ ଥିଟ୍ଟମ୍’(Thaimaman Thanga…

ନିୟମିତ ଗାଜର ଖାଇଲେ ମିଳିଥାଏ ଅନେକ ଲାଭ, ବ୍ଲଡ୍‌ପ୍ରେସର ନିୟନ୍ତ୍ରଣଠାରୁ ଆରମ୍ଭ କରି…

ଗାଜର ଆମ ଶରୀର ପାଇଁ ବେଶ୍‌ ଉପକାରୀ। ସବୁଠାରୁ ଖାସ୍‌ କଥା ହେଲା ଏହାକୁ ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କଲେ ତାହା ଶରୀରରେ ରୋଗ…

ଅଧିକ ଚା’ ପିଉଛନ୍ତି କି? ଚେତାବନୀ ଦେଇ ବିଶେଷଜ୍ଞ କହିଲେ…

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ଥର ଚା’ ପିଉଛନ୍ତି ତେବେ…

ସୁଶାନ୍ତ ସିଂଙ୍କ ପୋଷ୍ଟମର୍ଟମକୁ ନେଇ ଭଉଣୀ ଶ୍ୱେତାଙ୍କ ନୂଆ ଦାବି, ଆଖିରେ ଆଘାତ….

ବଲିଉଡ୍‌ର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୬ ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ମାମଲାଟି ପୁଣିଥରେ ଚର୍ଚ୍ଚାକୁ ଆସିଛି । ସୁଶାନ୍ତଙ୍କ ଭଉଣୀ…

ଷ୍ଟାଡିୟମରୁ ଚୋରି ହୋଇଗଲା ଭାରତୀୟ ଖେଳାଳିଙ୍କ ଦାମୀ ବ୍ୟାଟ୍! ଭିଡିଓ କରି କହିଲେ…

ନୂଆଦିଲ୍ଲୀ,୨୮ା୯: ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ୩ଟି କ୍ରିକେଟ୍‌ ବ୍ୟାଟ୍‌ ଗ୍ରାଉଣ୍ଡରୁ ଚୋରି ହୋଇଥିବା ଜଣାପଡ଼ିଛି । ଚୋରି ହୋଇଥିବା ବ୍ୟାଟ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ଦେଢ଼…

ପ୍ରତିବର୍ଷ ଏକ ବର୍ଗକିଲୋମିଟର ସଙ୍କୁଚିତ ହେଉଛି ମା’ ବରୁଣେଇ ପୀଠ, ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଅପହଞ୍ଚ

କେନ୍ଦ୍ରାପଡା,୨୮ା୯ (ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକା ଜୈବ ବିବିଧତା ବିଭବ ମଧ୍ୟରେ ବରୁଣେଇ ଦୀପରେ ମା’ ବରୁଣେଇ ଦୀର୍ଘ ବର୍ଷ ଧରି ପୂଜା ପାଉଥିଲେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?