ସହରାଞ୍ଚଳକୁ ୨.୨୪ କୋଟି

ଅନୁଗୋଳ ଅଫିସ, ୩୦।୬

କରୋନା ସମୟରେ ବେରୋଜଗାର ଓ ଶ୍ରମିକମାନଙ୍କୁ ରୋଜଗାର ଦେବାକୁ ସରକାର ବିଭିନ୍ନ ଯୋଜନା ଜରିଆରେ ଟଙ୍କା ବିନିଯୋଗ କରୁଥିବାବେଳେ ସହରାଞ୍ଚଳକୁ ଗୁରୁତ୍ୱ ଦେଇଛନ୍ତି। କାମ ହରାଇଥିବା ଶ୍ରମିକ ଓ ବେରୋଜଗାରଙ୍କ ପାଇଁ ସରକାର ଅର୍ବାନ ୱେଜ୍‌ ଏମ୍ପ୍ଲୟମେଣ୍ଟ ଇନିସିଏଟିଭ ମାଧ୍ୟମରେ କାମ ଯୋଗାଇବାକୁ ଯୋଜନା କରିଛନ୍ତି। ଏଥିପାଇଁ ରାଜ୍ୟର ସବୁ ପୌରପାଳିକା, ଏନ୍‌ଏସିରେ କାମ ଆରମ୍ଭ ହୋଇଛି। ପୋଖରୀ ଖୋଳା, ସଫା, ଡ୍ରେନ୍‌ ସଫେଇ, ପେଣ୍ଟିଂ ଆଦି କାମକୁ ଏଥିରେ ସମ୍ପୃକ୍ତ କରାଯାଇଛି। ଦିନକୁ ୨୯୮ ଟଙ୍କା ମଜୁରିରେ ମହିଳା ଓ ପୁରୁଷଙ୍କୁ କାମ ଦିଆଯିବ। ଏଥିପାଇଁ ଅନୁଗୋଳ ଜିଲାର ଦୁଇଟି ପୌରାଞ୍ଚଳ ଓ ଗୋଟିଏ ଏନ୍‌ଏସିକୁ ମୋଟ ୨ କୋଟି ୨୪ ଲକ୍ଷ ଟଙ୍କା ଆସିଥିବା ସୂଚନା ମିଳିଛି। ୭୦ ପ୍ରତିଶତ ଅର୍ଥ ଶ୍ରମିକଙ୍କୁ ଦିଆଯିବା ସହ ଓ ୩୦ ପ୍ରତିଶତ ଟଙ୍କାରେ କଞ୍ଚାମାଲ କିଣାଯାଇ କାମ କରାଯିବ। ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ଜରିଆରେ ଶ୍ରମିକମାନେ କାମ ପାଇବେ।
ଅନୁଗୋଳ ପୌରପାଳିକାକୁ ଏ ବାବଦରେ ୯୪ ଲକ୍ଷ ଓ ତାଳଚେର ପୌରପାଳିକାକୁ ୯୪ ଲକ୍ଷ ଓ ଆଠମଲ୍ଲିକ ଏନ୍‌ଏସିକୁ ୩୬ ଲକ୍ଷ ଟଙ୍କା ଆସିଛି ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦୁଇଟି ପୌରପାଳିକା ଓ ଗୋଟିଏ ଏନ୍‌ଏସିରେ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ପ୍ରକଳ୍ପରେ ୩ ଶହରୁ ଊର୍ଦ୍ଧ୍ୱ ଲୋକଙ୍କୁ ନିଯୁକ୍ତି ଦିଆଯାଇଛି। ଅନୁଗୋଳ ପୌରପାଳିକା ପକ୍ଷରୁ ବିଭିନ୍ନ ୱାର୍ଡ଼ରେ ପାଖାପାଖି ୭୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ନେଇ କାମ ଆରମ୍ଭ କରାଯାଇଥିବା ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି। ବିଭିନ୍ନ ୱାର୍ଡ଼ରେ ମାଇକ୍ରୋ ଆକ୍ଟିଭିଟି ସେଣ୍ଟର, ଖୋଲା ଜାଗାର ଉନ୍ନତୀକରଣ, ପଙ୍କ ସଫେଇ, ପେଣ୍ଟିଂ କାମ ଦିଆଯାଇଛି। ତେବେ ସହରରେ ପୋଖରୀ ଖୋଳା କିମ୍ବା ସଫା କରିବାକୁ ଅନୁମତି ପ୍ରଦାନ କରାଯାଇ ନାହିଁ। ସହରରେ ମୋଟ ୫୫ଟି ପ୍ରକଳ୍ପ ମଞ୍ଜୁର ହୋଇଛି। ସେଥିମଧ୍ୟରୁ ୧୫ଟି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ମିଳିଛି। ଅନୁଗୋଳ ଏନ୍‌ଏସି ହାଇସ୍କୁଲ, କର୍ମଜୀବୀ ମହିଳା ହଷ୍ଟେଲ, ମାଇକ୍ରୋ ଆକ୍ଟିଭିଟି ସେଣ୍ଟର ଓ ଖୋଲା ଜାଗାରେ ଉନ୍ନତୀକରଣ କାମ କରାଯାଉଛି। ବର୍ଷା ପାଇଁ ପେଣ୍ଟିଂ କାର୍ଯ୍ୟ ଆରମ୍ଭ ହୋଇପାରି ନ ଥିବା ପୌର କର୍ତ୍ତୃପକ୍ଷ କହିଛନ୍ତି। ସେହିପରି ବାଲି ଘାଟରେ ପାଣି ଆସିଯିବାରୁ ସମସ୍ୟା ଉପୁଜିଛି। ଆସନ୍ତା ଜୁଲାଇ ଶେଷ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବ ବୋଲି ଅନୁଗୋଳ ପୌରପାଳିକା ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ବିଭିନ୍ନ କାର୍ଯ୍ୟରେ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ପେଣ୍ଟିଂ ପାଇଁ ୧୦ ଲକ୍ଷ ଟଙ୍କା ରଖାଯାଇଛି। ସହରରେ ହେବାକୁ ଥିବା ସମସ୍ତ କାର୍ଯ୍ୟ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଦାନ କରାଯାଇଛି ବୋଲି ନିର୍ବାହୀ ଅଧିକାରୀ ପଣ୍ଡା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଉପକଣ୍ଠ ରାଜପଥରେ ରାହାଜାନୀ, ୩ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ୍

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ରାଜପଥରେ ରାହାଜାନୀ ତଥା ବିଭିନ୍ନ ସ୍ଥାନରେ ଲୁଟପାଟ୍ ଅଭିଯୋଗ ହୋଇ ଆସୁଥିଲା । ଏହି ଘଟଣାରେ ପୋଲିସ…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା: ଉପକୋଷାଗାର ପୂର୍ବତନ କର୍ମଚାରୀଙ୍କୁ ଜେଲ୍‌ଦଣ୍ଡ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଉପକୋଷାଗାର କାର୍ଯ୍ୟାଳୟର ପୂର୍ବତନ କର୍ମଚାରୀ ତଥା ବରିଷ୍ଠ କିରାଣି ନାରାୟଣ ମେହେରଙ୍କୁ ଲାଞ୍ଚ ନେବା ମହଙ୍ଗା ପଡ଼ିଛି। ତାଙ୍କ ବିରୋଧରେ…

ନଦୀକୂଳରେ ଚାଲିଥିଲା ବ୍ରାଉନସୁଗାର କାରବାର, ଅତିର୍କିତ ଚଢ଼ାଉ କରି ୩ ଅଭିଯୁକ୍ତଙ୍କୁ…

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜୀରା ନଦୀକୂଳରେ ବ୍ରାଉନସୁଗାର କାରବାର ଚାଲିଥିବା ସମୟରେ ପୋଲିସ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ…

ପାଠ୍ୟପୁସ୍ତକରେ ଗୁରୁତର ତ୍ରୁଟି: ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେଡି ଯୁବଛାତ୍ର

କେନ୍ଦୁଝର,୨୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟରେ ପାଠ୍ୟ ପୁସ୍ତକରେ ଗୁରୁତର ତ୍ରୁଟିକୁ ନେଇ ବିଜୁ ଜନତା ଦଳର ଯୁବ ଛାତ୍ର ଶାଖା ତରଫରୁ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛି।…

ଗଞ୍ଜାମ ଜିଲା ଭାଜପା ଯୁବମୋର୍ଚ୍ଚାର ଉପସଭାପତି ଭାବେ ପି.ରାମବାବୁ ନିଯୁକ୍ତ, କହିଲେ ଦଳର…

ଛତ୍ରପୁର,୨୩ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନଆର୍ଯ୍ୟପଲ୍ଲୀ ଗ୍ରାମର ଯୁବ ସଂଗଠକ ପି. ରାମବାବୁଙ୍କୁ ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ଗଞ୍ଜାମ ଜିଲା…

ଥୁଆମୂଳ ରାମପୁରକୁ ପର୍ଯ୍ୟଟନ ହବ୍‌ରେ ପରିଣତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଥୁଆମୂଳ ରାମପୁର,୨୩ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟକରଣ, ଭିତ୍ତିଭୂମିର ଉନ୍ନତି ଓ ସାମଗ୍ରିକ ବିକାଶ ପାଇଁ…

ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ନେଇ ପ୍ରତିବାଦ, ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରୀଛାତ୍ର ଏକାଠି ହୋଇ…

କେସିଙ୍ଗା,୨୩ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କେସିଙ୍ଗା ୟୁଥ ଆସୋସିଏଶନର ସଭାପତି ଶମ୍ଭୁ ବିଶିଙ୍କ ନେତୃତ୍ୱରେ ନିଟ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ ୪ଦଫା ଦାବିପତ୍ର,…

ବିଲ ଭିତରକୁ ଓଲଟିଲା ବସ୍‌, ଭିତରେ ଥିଲେ ୫୦ ଯାତ୍ରୀ, ଆର୍ତ୍ତ ଚିତ୍କାର ଶୁଣି…

ନବରଙ୍ଗପୁର,୨୩ା୭(ସଦାଶିବ ପ୍ରହରାଜ): ୫୦ ଯାତ୍ରୀ ଥିବା ଏକ ବସ୍‌ ଗୁରୁବାର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ବିଲ ମଧ୍ୟକୁ ଓଲଟି ପଡ଼ିଛି। ଫଳରେ ୧୫ରୁ ଅଧିକ ଯାତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri