ସହରାଞ୍ଚଳକୁ ୨.୨୪ କୋଟି

ଅନୁଗୋଳ ଅଫିସ, ୩୦।୬

କରୋନା ସମୟରେ ବେରୋଜଗାର ଓ ଶ୍ରମିକମାନଙ୍କୁ ରୋଜଗାର ଦେବାକୁ ସରକାର ବିଭିନ୍ନ ଯୋଜନା ଜରିଆରେ ଟଙ୍କା ବିନିଯୋଗ କରୁଥିବାବେଳେ ସହରାଞ୍ଚଳକୁ ଗୁରୁତ୍ୱ ଦେଇଛନ୍ତି। କାମ ହରାଇଥିବା ଶ୍ରମିକ ଓ ବେରୋଜଗାରଙ୍କ ପାଇଁ ସରକାର ଅର୍ବାନ ୱେଜ୍‌ ଏମ୍ପ୍ଲୟମେଣ୍ଟ ଇନିସିଏଟିଭ ମାଧ୍ୟମରେ କାମ ଯୋଗାଇବାକୁ ଯୋଜନା କରିଛନ୍ତି। ଏଥିପାଇଁ ରାଜ୍ୟର ସବୁ ପୌରପାଳିକା, ଏନ୍‌ଏସିରେ କାମ ଆରମ୍ଭ ହୋଇଛି। ପୋଖରୀ ଖୋଳା, ସଫା, ଡ୍ରେନ୍‌ ସଫେଇ, ପେଣ୍ଟିଂ ଆଦି କାମକୁ ଏଥିରେ ସମ୍ପୃକ୍ତ କରାଯାଇଛି। ଦିନକୁ ୨୯୮ ଟଙ୍କା ମଜୁରିରେ ମହିଳା ଓ ପୁରୁଷଙ୍କୁ କାମ ଦିଆଯିବ। ଏଥିପାଇଁ ଅନୁଗୋଳ ଜିଲାର ଦୁଇଟି ପୌରାଞ୍ଚଳ ଓ ଗୋଟିଏ ଏନ୍‌ଏସିକୁ ମୋଟ ୨ କୋଟି ୨୪ ଲକ୍ଷ ଟଙ୍କା ଆସିଥିବା ସୂଚନା ମିଳିଛି। ୭୦ ପ୍ରତିଶତ ଅର୍ଥ ଶ୍ରମିକଙ୍କୁ ଦିଆଯିବା ସହ ଓ ୩୦ ପ୍ରତିଶତ ଟଙ୍କାରେ କଞ୍ଚାମାଲ କିଣାଯାଇ କାମ କରାଯିବ। ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ଜରିଆରେ ଶ୍ରମିକମାନେ କାମ ପାଇବେ।
ଅନୁଗୋଳ ପୌରପାଳିକାକୁ ଏ ବାବଦରେ ୯୪ ଲକ୍ଷ ଓ ତାଳଚେର ପୌରପାଳିକାକୁ ୯୪ ଲକ୍ଷ ଓ ଆଠମଲ୍ଲିକ ଏନ୍‌ଏସିକୁ ୩୬ ଲକ୍ଷ ଟଙ୍କା ଆସିଛି ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦୁଇଟି ପୌରପାଳିକା ଓ ଗୋଟିଏ ଏନ୍‌ଏସିରେ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ପ୍ରକଳ୍ପରେ ୩ ଶହରୁ ଊର୍ଦ୍ଧ୍ୱ ଲୋକଙ୍କୁ ନିଯୁକ୍ତି ଦିଆଯାଇଛି। ଅନୁଗୋଳ ପୌରପାଳିକା ପକ୍ଷରୁ ବିଭିନ୍ନ ୱାର୍ଡ଼ରେ ପାଖାପାଖି ୭୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ନେଇ କାମ ଆରମ୍ଭ କରାଯାଇଥିବା ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି। ବିଭିନ୍ନ ୱାର୍ଡ଼ରେ ମାଇକ୍ରୋ ଆକ୍ଟିଭିଟି ସେଣ୍ଟର, ଖୋଲା ଜାଗାର ଉନ୍ନତୀକରଣ, ପଙ୍କ ସଫେଇ, ପେଣ୍ଟିଂ କାମ ଦିଆଯାଇଛି। ତେବେ ସହରରେ ପୋଖରୀ ଖୋଳା କିମ୍ବା ସଫା କରିବାକୁ ଅନୁମତି ପ୍ରଦାନ କରାଯାଇ ନାହିଁ। ସହରରେ ମୋଟ ୫୫ଟି ପ୍ରକଳ୍ପ ମଞ୍ଜୁର ହୋଇଛି। ସେଥିମଧ୍ୟରୁ ୧୫ଟି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ମିଳିଛି। ଅନୁଗୋଳ ଏନ୍‌ଏସି ହାଇସ୍କୁଲ, କର୍ମଜୀବୀ ମହିଳା ହଷ୍ଟେଲ, ମାଇକ୍ରୋ ଆକ୍ଟିଭିଟି ସେଣ୍ଟର ଓ ଖୋଲା ଜାଗାରେ ଉନ୍ନତୀକରଣ କାମ କରାଯାଉଛି। ବର୍ଷା ପାଇଁ ପେଣ୍ଟିଂ କାର୍ଯ୍ୟ ଆରମ୍ଭ ହୋଇପାରି ନ ଥିବା ପୌର କର୍ତ୍ତୃପକ୍ଷ କହିଛନ୍ତି। ସେହିପରି ବାଲି ଘାଟରେ ପାଣି ଆସିଯିବାରୁ ସମସ୍ୟା ଉପୁଜିଛି। ଆସନ୍ତା ଜୁଲାଇ ଶେଷ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବ ବୋଲି ଅନୁଗୋଳ ପୌରପାଳିକା ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ବିଭିନ୍ନ କାର୍ଯ୍ୟରେ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ପେଣ୍ଟିଂ ପାଇଁ ୧୦ ଲକ୍ଷ ଟଙ୍କା ରଖାଯାଇଛି। ସହରରେ ହେବାକୁ ଥିବା ସମସ୍ତ କାର୍ଯ୍ୟ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଦାନ କରାଯାଇଛି ବୋଲି ନିର୍ବାହୀ ଅଧିକାରୀ ପଣ୍ଡା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri