୨୪ ଟନ୍‌ ଗୋମାଂସ ଜବତ: ଡ୍ରାଇଭର ଅଟକ

ଖୋର୍ଦ୍ଧା ଅଫିସ, ୧୫।୧: ଗୋଚାଲାଣ ପରେ ଗୋମାଂସ ଚାଲାଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଶନିବାର
ଭୋର ସମୟରେ କୋଲକାତାରୁ ଆନ୍ଧ୍ର ଅଭିମୁଖେ ଏକ କଣ୍ଟେନରରେ
ଗୋମାଂସ ଚାଲାଣ ହେଉଥିବା ଖବରପାଇ ସ୍ଥାନୀୟ ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ୧୬ନଂ. ଜାତୀୟ ରାଜପଥ ଗ୍ରୀନ ଚିଲି ନିକଟରେ ଅଟକାଇ ଥିଲେ। ଏଥିରେ ଗୋମାଂସ ଥିବା ଜଣାପଡିବା ପରେ ଟାଉନ ପୋଲିସ ଜିମା ଦେଇଥିଲେ। ପୋଲିସ ଡ୍ରାଇଭରଙ୍କୁ ଅଟକ ରଖିଛି। ଜବତ ଗୋମାଂସ ୨୪ ଟନ୍‌ରୁ ଊଦ୍ଧର୍‌ବ ହେବ ବୋଲି ପୋଲିସ ସୂଚନା ଦେଇଛି। ଜବତ ଗୋମାଂସକୁ ପ୍ରାଣୀଧନ ବିଭାଗ ଦ୍ବାରା ପରୀକ୍ଷଣ ପରେ ନିକଟସ୍ଥ ଜଙ୍ଗଲରେ ପୋଲିସ ପୋତିଛି। ଏ ନେଇ ବଜରଙ୍ଗ ଦଳ ଥାନାରେ ଲିଖିତ ଅଭିଯୋଗ କରିଛି।
ମିଳିଥିବା ସୂଚନା ମୁତାବକ, କୋଲକାତାରୁ ଆନ୍ଧ୍ର ଅଭିମୁଖେ କଣ୍ଟେନରରେ ଗୋମାଂସ ଚାଲାଣ ହେଉଥିବା ଖବରପାଇ ଭିଏଚ୍‌ପି ଓ ବଜରଙ୍ଗ ଦଳ ଟିମ ୧୬ନଂ. ଜାତୀୟ ରାଜପଥର ଏସ୍‌ପି ଅଫିସ ନିକଟରେ ଜଗିଥିଲେ। ଏହି ସମୟରେ ସଂପୃକ୍ତ ଡ୍ରାଇଭର ସେଠାରେ ଗାଡ଼ି ନ ଅଟକାଇ ଖସିଯିବାକୁ ଉଦ୍ୟମ କଲାବେଳେ ଆଗ ଛକରେ ଜଗିଥିବା ଟିମ ଗ୍ରୀନ ଚିଲି ହୋଟେଲ ସମ୍ମୁଖରେ ଅଟକାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ପାଞ୍ଚଟି ପ୍ରଦେଶ ଉପରେ ଆକ୍ରମଣ କଲା ଆମେରିକା, ମିଶାଇଲ ସିଷ୍ଟମ ସହ IRGC ସ୍ପିଡବୋଟକୁ ଟାର୍ଗେଟ

ଓ୍ବାଶିଂଟନ,୧୩।୭: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ରବିବାର, ଆମେରିକାର ସେନା ହୋର୍ମଜଗାନ, ମାର୍କାଜି, ଆହଭାଜ, ବୁଶେହର, ଖୁଜେସ୍ତାନ ଏବଂ ସିସ୍ତାନ-ବାଲୁଚେସ୍ତାନ ସମେତ ଅନେକ…

ଭିଜିଲାନ୍ସ ପଞ୍ଝାରେ ଆଇଟିଡିଏ ସହକାରୀ ନିର୍ଦ୍ଦେଶକ, ଏକକାଳୀନ ୭ ସ୍ଥାନରେ ଚାଲିଛି ଚଢ଼ାଉ

ଭୁବନେଶ୍ୱର/କୋରାପୁଟ,୧୩ା୭(ଅମିତାଭ ବେହେରା): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ସୋମବାର ସକାଳେ ଓଡ଼ିଶା କନଷ୍ଟ୍ରକ୍ସନ କର୍ପୋରେଶନ (ଓସିସି) ଲିମିଟେଡ୍‌, ଭୁବନେଶ୍ୱରର ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର…

ମୃତ୍ୟୁ ପୂର୍ବରୁ, ଲିଣ୍ଡସେ ଟ୍ରମ୍ପଙ୍କ ପାଇଁ ତିନୋଟି କାର୍ଯ୍ୟ ତାଲିକାଭୁକ୍ତ କରିଥିଲେ, ରୁଷିଆ କଥା ଉଲ୍ଲେଖ କରି ଫୋନରେ କହିଥିଲେ, ‘ମୁଁ ଏବେ ମରିପାରିବି ନାହିଁ…’

ଓ୍ବାଶିଂଟନ,୧୩।୭: ଆମେରିକା ଏବଂ ଇରାନ ମଧ୍ୟରେ ବିବାଦ ଏପର୍ଯ୍ୟନ୍ତ କମି ନାହିଁ, ଯାହା ଫଳରେ ସମଗ୍ର ମଧ୍ୟପ୍ରାଚ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଇତି ମଧ୍ୟରେ, ବରିଷ୍ଠ…

ସମୁଦ୍ରରେ ନିଖୋଜ ଥିବା ଟ୍ରଲର ଠାବ, ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର, ମାଲିକ ପହଞ୍ଚି…

ଭୋଗରାଇ,୧୩ା୭(ପ୍ରଦୀପ ଦାସ): ପଶ୍ଚିମବଙ୍ଗ ପୂର୍ବମେଦିନୀପୁର ଜିଲା ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ର(ଜେଟିରୁ )ରୁ ଗତ ୨ ତାରିଖରୁ ସମୁଦ୍ରକୁ ଯାଇ ନିଖୋଜ ଥିବା ମା’ କାଳୀ ନାମକ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ପ୍ରଭାବ ସମୁଦ୍ରରେ ପରିଲକ୍ଷିତ ହେଲାଣି। ବିଶେଷକରି ସମୁଦ୍ର ଜଳ ପତନ ବୃଦ୍ଧି ହେବା ସହ ଜଳଚର ଜୀବ ପ୍ରଭାବିତ ହେଉଛନ୍ତି। ଏହି କ୍ରମରେ ବହୁ…

ଅମୃତର ସନ୍ତାନ

ବହୁ ଅନୁସନ୍ଧାନରୁ ବର୍ତ୍ତମାନ ପ୍ରାୟ ସମସ୍ତ ବିଜ୍ଞାନୀ ଏକମତ ଯେ ପୃଥିବୀରେ ମାନବ ସଭ୍ୟତା ଥରଥର କରି ଛଅ ଥର ଆରମ୍ଭ ହୋଇ ପୁଣି ନଷ୍ଟ ହୋଇଯାଇଛି।…

ଗଙ୍ଗାଜଳ ବଣ୍ଟନ ଚୁକ୍ତି

ଗଙ୍ଗାଜଳ ବଣ୍ଟନ ଚୁକ୍ତି ନବୀକରଣ ଏବେ ଜାତୀୟ ସ୍ତରରେ ଆଲୋଚ୍ୟ ବିଷୟ। ବାଂଲାଦେଶ ପୂର୍ବ ଅପେକ୍ଷା ଅଧିକ ଜଳ ଦାବି କରି ବିବୃତି ଦେଉଛି। ଭାରତ ମଧ୍ୟ…

ଦକ୍ଷିଣ ଚାଇନା ସାଗର ଉପରେ ବେଜିଂର ଦାବିକୁ ଇୟୁ, ୧୪ ରାଷ୍ଟ୍ରର ପ୍ରତ୍ୟାଖ୍ୟାନ

ମାନିଲା,୧୩ା୭: ଦକ୍ଷିଣ ଚାଇନା ସାଗର ଉପରେ ବେଜିଂର ଦାବିକୁ ଆମେରିକା, ବ୍ରିଟେନ୍‌ ସମେତ ୧୪ ଦେଶ ପ୍ରତ୍ୟାଖ୍ୟାନ କରିଛନ୍ତି। ୨୦୧୬ର ଏକ ଅନ୍ତର୍ଜାତୀୟ ରାୟ ଅନୁଯାୟୀ ଦକ୍ଷିଣ ଚାଇନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri