୨୪ ଟନ୍‌ ଗୋମାଂସ ଜବତ: ଡ୍ରାଇଭର ଅଟକ

ଖୋର୍ଦ୍ଧା ଅଫିସ, ୧୫।୧: ଗୋଚାଲାଣ ପରେ ଗୋମାଂସ ଚାଲାଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଶନିବାର
ଭୋର ସମୟରେ କୋଲକାତାରୁ ଆନ୍ଧ୍ର ଅଭିମୁଖେ ଏକ କଣ୍ଟେନରରେ
ଗୋମାଂସ ଚାଲାଣ ହେଉଥିବା ଖବରପାଇ ସ୍ଥାନୀୟ ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ୧୬ନଂ. ଜାତୀୟ ରାଜପଥ ଗ୍ରୀନ ଚିଲି ନିକଟରେ ଅଟକାଇ ଥିଲେ। ଏଥିରେ ଗୋମାଂସ ଥିବା ଜଣାପଡିବା ପରେ ଟାଉନ ପୋଲିସ ଜିମା ଦେଇଥିଲେ। ପୋଲିସ ଡ୍ରାଇଭରଙ୍କୁ ଅଟକ ରଖିଛି। ଜବତ ଗୋମାଂସ ୨୪ ଟନ୍‌ରୁ ଊଦ୍ଧର୍‌ବ ହେବ ବୋଲି ପୋଲିସ ସୂଚନା ଦେଇଛି। ଜବତ ଗୋମାଂସକୁ ପ୍ରାଣୀଧନ ବିଭାଗ ଦ୍ବାରା ପରୀକ୍ଷଣ ପରେ ନିକଟସ୍ଥ ଜଙ୍ଗଲରେ ପୋଲିସ ପୋତିଛି। ଏ ନେଇ ବଜରଙ୍ଗ ଦଳ ଥାନାରେ ଲିଖିତ ଅଭିଯୋଗ କରିଛି।
ମିଳିଥିବା ସୂଚନା ମୁତାବକ, କୋଲକାତାରୁ ଆନ୍ଧ୍ର ଅଭିମୁଖେ କଣ୍ଟେନରରେ ଗୋମାଂସ ଚାଲାଣ ହେଉଥିବା ଖବରପାଇ ଭିଏଚ୍‌ପି ଓ ବଜରଙ୍ଗ ଦଳ ଟିମ ୧୬ନଂ. ଜାତୀୟ ରାଜପଥର ଏସ୍‌ପି ଅଫିସ ନିକଟରେ ଜଗିଥିଲେ। ଏହି ସମୟରେ ସଂପୃକ୍ତ ଡ୍ରାଇଭର ସେଠାରେ ଗାଡ଼ି ନ ଅଟକାଇ ଖସିଯିବାକୁ ଉଦ୍ୟମ କଲାବେଳେ ଆଗ ଛକରେ ଜଗିଥିବା ଟିମ ଗ୍ରୀନ ଚିଲି ହୋଟେଲ ସମ୍ମୁଖରେ ଅଟକାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଳିଗଲା ଟାଟା ମ୍ୟାଜିକ, କାରଣ ଅସ୍ପଷ୍ଟ

ଚୌଦ୍ୱାର,୨୦।୫(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ତାରେଣୀ ବଜାରରେ ଏକ ଟାଟା ମ୍ୟାଜିକ ଗାଡ଼ି (ଓଆର୍‌ ୦୫ଏମ୍‌୭୫୨୩) ମଙ୍ଗଳବାର ବିଳମ୍ବିତ ରାତିରେ ଜଳିଯାଇଛି। ଗାଡ଼ିଟି...

ଘରେ ଶୋଇଥିବା ଯୁବକଙ୍କୁ ଛୁରି ଭୁସି ହତ୍ୟା

ଦିଗପହଣ୍ଡି,୬ା୧୦(ଡି.ଏନ.ଏ.)-ସାମାନ୍ୟ ବଚସାକୁ ନେଇ ଦିଗପହଣ୍ଡି ଥାନା ଗୋକର୍ଣ୍ଣପୁର ଗ୍ରାମରେ ଘରେ ଶୋଇଥିବା ରବି ଓରଫ ରବୀନ୍ଦ୍ର ବାଡ଼ତ୍ୟାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ସଙ୍କଟାପନ୍ନ ଅବସ୍ଥାରେ...

ଏହି ଜିଲାରେ ଜଣେ ବି ବାଣ ବିକ୍ରି ପାଇଁ କରି ନାହାନ୍ତି ଆବେଦନ

ଛତ୍ରପୁର,୩।୧୧(ଡି.ଏନ୍‌.ଏ.): ରାତି ପାହିଲେ ଦୀପାବଳି । ଆଲୋକର ଏହି ପର୍ବକୁ ପାଳନ କରିବା ପାଇଁ ଲୋକେ ପ୍ରସ୍ତୁତି ଶେଷ କରିଛନ୍ତି। ତେବେ ପରିବେଶ ପ୍ରଦୂଷଣକୁ ଆଖି...

୬୫ତମ ବନ୍ୟପ୍ରାଣୀ ସପ୍ତାହ ପାଳନ

ଖଡିଆଳ,୪।୧୦(ଡି.ଏନ.ଏ.) – ନୂଆପଡା ଜିଲା ଖଡିଆଳ ବନାଞ୍ଚଳ ପକ୍ଷରୁ ୬୫ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଆରମ୍ଭ ହୋଇଯାଇଛି । ଏହା ଆସନ୍ତା ୮ ତାରିଖରେ ଉଦଯାପିତ...

ରାଉରକେଲାର ୬ ୟୁପିଏଚ୍‌ସିକୁ ଆଇଏସ୍‌ଓ ପ୍ରମାଣପତ୍ର, ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ଚଳିତ ବର୍ଷ ସୁନ୍ଦରଗଡ଼ ଜିଲାର ରାଉରକେଲା ମହାନଗର ନିଗମର ୬ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ୟୁପିଏଚ୍‌ସି)କୁ ଆଇଏସ୍‌ଓ ପ୍ରମାଣପତ୍ର ମିଳିଛି। ସେହି ୟୁପିଏଚ୍‌ସିଗୁଡ଼ିକ...

ଚିଲିକାରେ ୧୨. ୪୨ ଲକ୍ଷ ପକ୍ଷୀ

ବାଲୁଗଁା,୬।୧(ଡି.ଏନ୍‌.ଏ.): ଚିଲିକାରେ ମଙ୍ଗଳବାର ପକ୍ଷୀ ଗଣନା ସମାପ୍ତ ହୋଇଛି। ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ର ମିଳିତ ଆନୁକୂଲ୍ୟରେ ଏହି ପକ୍ଷୀ...

ଏମିତି ଆସେ ବିପଦ: ଶୋଇଥିଲେ, ରାତିରେ ଛପର ଫଟେଇ ଘରେ ଗଛ

ପାଟଣା,୨୮ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ଗ୍ରାମ ନାଏକ ସାହିର ପ୍ରଦୀପ ଦାସଙ୍କ ଘର ଉପରେ ଶୁକ୍ରବାର ବିଳମ୍ବିତ ରାତିରେ ଗଛ ପଡ଼ିଯାଇଛି। ଏଥିରେ...

ଲିଙ୍କ୍‌ ପଠାଇ ଆକାଉଣ୍ଟରୁ ଲୁଟ୍‌

ଅନୁଗୋଳ ଅଫିସ, ୧୭।୧ (ଅମିତ କୁମାର ସାମଲ): ସମୟ ସହ ବଦଳୁଛି ସାଇବର ଅପରାଧର ପଦ୍ଧତି। ପୂର୍ବରୁ ଫୋନ କରି କୌଶଳରେ ଏଟିଏମ୍‌ ତଥ୍ୟ ନେଉଥିବା ଅପରାଧୀମାନେ...

Advertisement
Archives

Model This Week