୧୦୨ ଦିନ ପରେ ଏହି ଦେଶରେ ସାମ୍ନାକୁ ଆସିଲା ପ୍ରଥମ କରୋନା କେସ୍‌

ଓ୍ବେଲିଂଟନ, ୧୧।୮: ୧୦୨ ଦିନ ପରେ ନ୍ୟୁଜିଲାଣ୍ଡରେ ମଙ୍ଗଳବାର ଚିହ୍ନଟ ହୋଇଛି ପ୍ରଥମ କରୋନା ଆକ୍ରାନ୍ତ। ଏହି କାରଣରୁ ପ୍ରଧାନମନ୍ତ୍ରୀ ଦେଶର ବୃହତ ସହର ଓ୍ବେଲିଂଟନର ଅଧିବାସୀଙ୍କୁ ଘରେ ଲକ୍‌ ଡାଉନ୍‌ରେ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଦେଶକୁ କରୋନା ମୁକ୍ତ ଘୋଷଣା କରିବା ପରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନଙ୍କୁ ଚାରିଆଡ଼ୁ ପ୍ରଶଂସା କରାଯାଇଥିଲା। କିନ୍ତୁ ମଙ୍ଗଳବାର ଗୋଟିଏ ପରିବାରରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଆର୍ଡନ ଏକ ଟିଭିକୁ ସାକ୍ଷାତ୍‌କାର ଦେଇ କହିଛନ୍ତି। ‘୧୦୨ ଦିନ ପରେ ପ୍ରଥମ କରୋନା ମାମଲା ସାମ୍ନାକୁ ଆସିଛି। ଏହି ପରିସ୍ଥିତିକୁ ରୋକିବା ଲାଗି ଆମେ ସମସ୍ତେ ଅଦ୍ଭୁତପୂର୍ବ ପରିଶ୍ରମ କରୁଛୁ’ ବୋଲି ଆର୍ଡନ ଏହି ଅବସରରେ ପ୍ରକାଶ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ୨୨ ନିୟୁତ ଜନସଂଖ୍ୟା ବିଶିଷ୍ଟ ଦେଶ ନ୍ୟୁଜିଲାଣ୍ଡରେ କରୋନାରେ ମାତ୍ର ୨୨ ଜଣ ପ୍ରାଣ ହରାଇଛନ୍ତି। ମେ ୧ ପରେ ଏହି ଦେଶରେ ଆଉ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିଲେ। ଫସ୍ବେରୂପ ନ୍ୟୁଜିଲାଣ୍ଡବାସୀ ଏକ ସାଧାରଣ ଜୀବନ ଶୈଳୀକୁ ଉପଭୋଗ କରୁଥିଲେ। ଦେଶରେ କୌଣସି ସାମାଜିକ କଟକଣା ନ ଥିଲା। ଏପରିକି କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ଦର୍ଶକଙ୍କୁ ଅନୁମତି ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାରମ୍ବାର ହାତ ଧୋଇଲେ ଦୂରେଇବ କରୋନା!

ଓ୍ବାଶିଂଟନ,୨୩।୩: କରୋନା ଭାଇରସ ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟି ଯାଇଥିବା ବେଳେ କିଛିଦିନ ତଳେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ କହିଥିଲା ବାରମ୍ବାର ହାତ ଧୋଇଲେ...

ଚାଇନାରୁ ଫେରିଥିବା ଛାତ୍ରଙ୍କ ଅନୁଭୂତି ଶୁଣିଲେ ମୋଦି

ନୂଆଦିଲ୍ଲୀ,୨୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନାର ଉହାନରୁ ଫେରିଥିବା ଜଣେ ଛାତ୍ରଙ୍କ ସହ ଟେଲିଫୋନ୍‌ ଯୋଗେ କଥା ହୋଇଥିବା ଜଣାପଡିଛି। ଉକ୍ତ ଛାତ୍ର ଜଣଙ୍କ ହେଲେ...

ଭୟ ସୃଷ୍ଟି କରୁଛି ତୃତୀୟ ଲହର: ୧୧ ଦିନରେ ୫୪୩ ଶିଶୁ କରୋନା ପଜିଟିଭ

ବେଙ୍ଗାଲୁରୁ,୧୩ ।୮: କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ଶିଶୁମାନେ କରୋନାରେ ଆକ୍ରାନ୍ତ ହେବା ଏବେ ଉଭୟ ଅଭିଭାବକ ଓ ପ୍ରଶାସନକୁ ଚିନ୍ତାରେ ପକାଇ ଦେଇଛି । ୧ରୁ...

ବାଇଡେନ୍‌ଙ୍କୁ ତାଲିବାନର ନାଲି ଆଖି…

କାବୁଲ,୨୩।୮: ତାଲିବାନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ନାଲି ଆଖ ଦେଖାଇଛି। ଆତଙ୍କବାଦୀ ସଂଗଠନ ପକ୍ଷରୁ ସିଧାସଳଖ ଧମକ ଦେଇ କୁହାଯାଇଛି ଯେ, ଯେ ଯଦି...

କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ମହିଳା, ଶିଶୁଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ଦାବି

ବାଲେଶ୍ୱର ଅଫିସ,୨।୫: ଅନ୍ୟ ରାଜ୍ୟରୁ ବାଲେଶ୍ୱର ଜିଲାକୁ ଆସୁଥିବା ବହିରାଗତଙ୍କ ପାଇଁ କ୍ୱାରଣ୍ଟାଇନ୍‌ ବ୍ୟବସ୍ଥା କରାଯାଇଛି। ଏହି କେନ୍ଦ୍ରରେ ମହିଳା ଓ ଶିଶୁମାନଙ୍କ ପାଇଁ ସ୍ବତନ୍ତ୍ର...

ଆଫଗାନ୍‌ ସଂଘର୍ଷରେ ୯୦ ନିହତ

କାବୁଲ, ୬।୩(ଆଇଏଏନ୍‌ଏସ୍‌): ଆଫଗାନିସ୍ତାନରେ ଗତ ୨୪ ଘଣ୍ଟା ମଧ୍ୟରେ ସଂଘର୍ଷ ଓ ଆତଙ୍କବାଦୀ ଆକ୍ରମଣରେ ୯୦ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୮ ସାଧାରଣ...

ଦାଦନଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ: ଶାହା

ନୂଆଦିଲ୍ଲୀ,୨୯ା୩(ପି.ଟି.): ୨୧ ଦିନିଆ ଲକ୍‌ଡାଉନ ବେଳେ ଦାଦନ ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଶନିବାର କହିଛନ୍ତି।...

କାନାଡାରୁ ମିଳିଲା ସବୁଠୁ ପୁରୁଣା ପାଣି

ଓଟ୍ଟାଓ୍ବା,୨।୫ : କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟର ଏକ ଦଳ ଆବିଷ୍କାର କରିଛି ଭୁପୃଷ୍ଟର ସବୁଠୁ ପୁରୁଣା ପାଣି। ବିଶେଷଜ୍ଞମାନଙ୍କୁ ଓଣ୍ଟାରିଓର ଏକ ଖଣିରୁ ୨୦୦୯ରେ ମିଳିଥିଲା...

Advertisement


Archives

Model This Week