Posted inଖେଳ

୧୯୭୯: ଓ୍ବେଷ୍ଟଇଣ୍ଡିଜ ଟାଇଟଲ ବଜାୟ ରଖିଲା

ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ଦ୍ୱିତୀୟ ସଂସ୍କରଣ ସେହି ଇଂଲଣ୍ଡରେ ୧୯୭୯ରେ ଅନୁଷ୍ଠିତ ହୋଇଥିଲା। ୯ରୁ ୨୩ ଜୁନ୍‌ ପର୍ଯ୍ୟନ୍ତ ଅନୁଷ୍ଠିତ ପ୍ରୁଡେନ୍ସିଆଲ୍‌ କପ୍‌ରେ ଓ୍ବେଷ୍ଟଇଣ୍ଡିଜ ଆଧିପତ୍ୟ ବଜାୟ ରଖି ପୁଣି ଟାଇଟଲ ହାସଲ କରିଥିଲା। ପ୍ରତିଯୋଗିତାର ପ୍ରଥମ ଦୁଇ ସଂସ୍କରଣରେ ଓ୍ବେଷ୍ଟଇଣ୍ଡିଜ ଚାମ୍ପିୟନ ହୋଇଥିଲା। ପ୍ରତିଯୋଗିତାରେ ୮ ଦଳକୁ ନେଇ ମୋଟ ୧୫ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପ୍ରଥମ ସଂସ୍କରଣ ଅପେକ୍ଷା ଏଥର ନୂଆ କଥା ଥିଲା କାନାଡା କ୍ୱାଲିଫାୟର ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ କରି ବିଶ୍ୱକପ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା। ୧୯୭୫ରେ ଖେଳିଥିବା ଇଷ୍ଟଆଫ୍ରିକା ସ୍ଥାନରେ ଏହି ଦଳକୁ ସୁଯୋଗ ମିଳିଥିଲା। ଟୁର୍ନାମେଣ୍ଟର ଫର୍ମାଟ ସମାନ ଥିଲା। ଦୁଇ ଗ୍ରୁପ୍‌ର ଶ୍ରେଷ୍ଠ ୨ଟି ଲେଖାଏ ଦଳ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ। ଭାରତର ପ୍ରଦର୍ଶନ ଏହି ବିଶ୍ୱକପ୍‌ରେ ଅତ୍ୟନ୍ତ ଦୟନୀୟ ରହିଥିଲା। ଗ୍ରୁପ୍‌ ‘ବି’ରେ ଦଳ ୩ଟି ଲିଗ୍‌ ମ୍ୟାଚ ଖେଳି ସବୁଥିରେ ପରାଜିତ ହୋଇଥିଲା। ଏହି ଗ୍ରୁପ୍‌ରୁ ଓ୍ବେଷ୍ଟଇଣ୍ଡିଜ ଓ ନ୍ୟୁଜିଲାଣ୍ଡ ଏବଂ ଗ୍ରୁପ୍‌ ‘ଏ’ରୁ ଇଂଲଣ୍ଡ ଓ ପାକିସ୍ତାନ ସେମିଫାଇନାଲରେ ପ୍ରବେଶ କରିଥିଲେ। ଲିଗ୍‌ ପର୍ଯ୍ୟାୟରୁ କଟି ଯାଇଥିବା ଅନ୍ୟ ୩ ଦଳ ହେଲେ ଅଷ୍ଟ୍ରେଲିଆ, କାନାଡା ଓ ଶ୍ରୀଲଙ୍କା। ସେମିଫାଇନାଲରେ ପାକିସ୍ତାନକୁ ୪୩ ରନରେ ହରାଇ ଓ୍ବେଷ୍ଟଇଣ୍ଡିଜ ଏବଂ ନ୍ୟୁଜିଲାଣ୍ଡକୁ ୯ ରନରେ ହରାଇ ଇଂଲଣ୍ଡ ଟାଇଟଲ ପର୍ଯ୍ୟାୟରେ ପହଞ୍ଚତ୍ଥିଲା। ଲଡର୍‌ସରେ ଅନୁଷ୍ଠିତ ଫାଇନାଲରେ ଇଂଲଣ୍ଡକୁ ୯୨ ରନରେ ହରାଇ ଓ୍ବେଷ୍ଟଇଣ୍ଡିଜ ଚାମ୍ପିୟନ ହୋଇଥିଲା। ଓ୍ବେଷ୍ଟଇଣ୍ଡିଜର ଗର୍ଡନ ଗ୍ରିନିଜ୍‌ ୨୫୩ ରନକରି ଟପ୍‌ ସ୍କୋରର ହୋଇଥିଲେ। ଏହି ଦଳର ଭିଭିଆନ ରିଚାଡର୍‌ସ ୨୧୭ ଓ ଇଂଲଣ୍ଡର ଗ୍ରାହାମ୍‌ ଗୁଚ୍‌ ୨୧୦ ରନକରି ପରବର୍ତ୍ତୀ ୨ ସ୍ଥାନରେ ରହିଥିଲେ। ସେହିପରି ଇଂଲଣ୍ଡର ମାଇକ ହେଣ୍ଡ୍ରିକ ୧୦ ଉଇକେଟ ନେଇ ସର୍ବାଧିକ ଉଇକେଟ ହାସଲକାରୀ ହୋଇଥିଲେ। ୩ ଜଣ ଖେଳାଳି ୯ ଉଇକେଟ ଲେଖାଏ ପାଇଥିଲେ ହେଁ ନ୍ୟୁଜିଲାଣ୍ଡର ବ୍ରାଏନ ମ୍ୟାକକେନି ଓ ପାକିସ୍ତାନର ଅସିଫ ଇକବାଲ ତାଲିକାର ପରବର୍ତ୍ତୀ ୨ ସ୍ଥାନ ଅଧିକାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri