Odisha Elections 2024
Posted inଖେଳ

୧୯୭୯: ଓ୍ବେଷ୍ଟଇଣ୍ଡିଜ ଟାଇଟଲ ବଜାୟ ରଖିଲା

ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ଦ୍ୱିତୀୟ ସଂସ୍କରଣ ସେହି ଇଂଲଣ୍ଡରେ ୧୯୭୯ରେ ଅନୁଷ୍ଠିତ ହୋଇଥିଲା। ୯ରୁ ୨୩ ଜୁନ୍‌ ପର୍ଯ୍ୟନ୍ତ ଅନୁଷ୍ଠିତ ପ୍ରୁଡେନ୍ସିଆଲ୍‌ କପ୍‌ରେ ଓ୍ବେଷ୍ଟଇଣ୍ଡିଜ ଆଧିପତ୍ୟ ବଜାୟ ରଖି ପୁଣି ଟାଇଟଲ ହାସଲ କରିଥିଲା। ପ୍ରତିଯୋଗିତାର ପ୍ରଥମ ଦୁଇ ସଂସ୍କରଣରେ ଓ୍ବେଷ୍ଟଇଣ୍ଡିଜ ଚାମ୍ପିୟନ ହୋଇଥିଲା। ପ୍ରତିଯୋଗିତାରେ ୮ ଦଳକୁ ନେଇ ମୋଟ ୧୫ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପ୍ରଥମ ସଂସ୍କରଣ ଅପେକ୍ଷା ଏଥର ନୂଆ କଥା ଥିଲା କାନାଡା କ୍ୱାଲିଫାୟର ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ କରି ବିଶ୍ୱକପ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା। ୧୯୭୫ରେ ଖେଳିଥିବା ଇଷ୍ଟଆଫ୍ରିକା ସ୍ଥାନରେ ଏହି ଦଳକୁ ସୁଯୋଗ ମିଳିଥିଲା। ଟୁର୍ନାମେଣ୍ଟର ଫର୍ମାଟ ସମାନ ଥିଲା। ଦୁଇ ଗ୍ରୁପ୍‌ର ଶ୍ରେଷ୍ଠ ୨ଟି ଲେଖାଏ ଦଳ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ। ଭାରତର ପ୍ରଦର୍ଶନ ଏହି ବିଶ୍ୱକପ୍‌ରେ ଅତ୍ୟନ୍ତ ଦୟନୀୟ ରହିଥିଲା। ଗ୍ରୁପ୍‌ ‘ବି’ରେ ଦଳ ୩ଟି ଲିଗ୍‌ ମ୍ୟାଚ ଖେଳି ସବୁଥିରେ ପରାଜିତ ହୋଇଥିଲା। ଏହି ଗ୍ରୁପ୍‌ରୁ ଓ୍ବେଷ୍ଟଇଣ୍ଡିଜ ଓ ନ୍ୟୁଜିଲାଣ୍ଡ ଏବଂ ଗ୍ରୁପ୍‌ ‘ଏ’ରୁ ଇଂଲଣ୍ଡ ଓ ପାକିସ୍ତାନ ସେମିଫାଇନାଲରେ ପ୍ରବେଶ କରିଥିଲେ। ଲିଗ୍‌ ପର୍ଯ୍ୟାୟରୁ କଟି ଯାଇଥିବା ଅନ୍ୟ ୩ ଦଳ ହେଲେ ଅଷ୍ଟ୍ରେଲିଆ, କାନାଡା ଓ ଶ୍ରୀଲଙ୍କା। ସେମିଫାଇନାଲରେ ପାକିସ୍ତାନକୁ ୪୩ ରନରେ ହରାଇ ଓ୍ବେଷ୍ଟଇଣ୍ଡିଜ ଏବଂ ନ୍ୟୁଜିଲାଣ୍ଡକୁ ୯ ରନରେ ହରାଇ ଇଂଲଣ୍ଡ ଟାଇଟଲ ପର୍ଯ୍ୟାୟରେ ପହଞ୍ଚତ୍ଥିଲା। ଲଡର୍‌ସରେ ଅନୁଷ୍ଠିତ ଫାଇନାଲରେ ଇଂଲଣ୍ଡକୁ ୯୨ ରନରେ ହରାଇ ଓ୍ବେଷ୍ଟଇଣ୍ଡିଜ ଚାମ୍ପିୟନ ହୋଇଥିଲା। ଓ୍ବେଷ୍ଟଇଣ୍ଡିଜର ଗର୍ଡନ ଗ୍ରିନିଜ୍‌ ୨୫୩ ରନକରି ଟପ୍‌ ସ୍କୋରର ହୋଇଥିଲେ। ଏହି ଦଳର ଭିଭିଆନ ରିଚାଡର୍‌ସ ୨୧୭ ଓ ଇଂଲଣ୍ଡର ଗ୍ରାହାମ୍‌ ଗୁଚ୍‌ ୨୧୦ ରନକରି ପରବର୍ତ୍ତୀ ୨ ସ୍ଥାନରେ ରହିଥିଲେ। ସେହିପରି ଇଂଲଣ୍ଡର ମାଇକ ହେଣ୍ଡ୍ରିକ ୧୦ ଉଇକେଟ ନେଇ ସର୍ବାଧିକ ଉଇକେଟ ହାସଲକାରୀ ହୋଇଥିଲେ। ୩ ଜଣ ଖେଳାଳି ୯ ଉଇକେଟ ଲେଖାଏ ପାଇଥିଲେ ହେଁ ନ୍ୟୁଜିଲାଣ୍ଡର ବ୍ରାଏନ ମ୍ୟାକକେନି ଓ ପାକିସ୍ତାନର ଅସିଫ ଇକବାଲ ତାଲିକାର ପରବର୍ତ୍ତୀ ୨ ସ୍ଥାନ ଅଧିକାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆରସିବି ଫାଇନାଲ୍‌ ଯିବା ନିଶ୍ଚିତ! ଏହି ରେକର୍ଡ କହୁଛି ସବୁକିଛି

ନୂଆଦିଲ୍ଲୀ,୨୦।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଗୋଟିଏ ପ୍ରତିଶତ ଆଶାକୁ ୧୦୦ ପ୍ରତିଶତରେ ପରିଣତ କରି ଆଇପିଏଲ ୨୦୨୪ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିଛି।...

ଧୋନୀଙ୍କ ଅବସରକୁ ନେଇ ଆସିଲା ବଡ଼ ଅପଡେଟ୍‌: ଜାଣନ୍ତୁ କେବେ ସିଏସ୍‌କେକୁ କହିବେ ବାଏ ବାଏ

ଚେନ୍ନାଇ,୨୦।୫: ଚେନ୍ନାଇ ସୁପର କିଙ୍ଗ୍ସର ଏମଏସ ଧୋନୀ ସବୁଠାରୁ ସଫଳ ଅଧିନାୟକ। ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ମୋଟ ପାଞ୍ଚଟି ଆଇପିଏଲ ଟ୍ରଫି ଜିତିଛି। କିନ୍ତୁ ଏହି...

ଆଇପିଏଲରୁ ବାହାରିଲେ ଧୋନି, ମନଦୁଃଖରେ ଫେରିଲେ ରାଞ୍ଚି

ନୂଆଦିଲ୍ଲୀ,୨୦।୫: ଇଣ୍ଡିଆନ ପ୍ରିମିୟର ଲିଗରେ ବର୍ତ୍ତମାନର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସର ଯାତ୍ରା ଶେଷ ହୋଇଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ଶେଷ ଲିଗ ମ୍ୟାଚରେ...

ଆଇପିଏଲର ନୂଆ ‘ସିକ୍ସର କିଙ୍ଗ’, କୋହଲି ସମେତ ପଛରେ ପଡିଲେ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୧୯।୫: ଆଇପିଏଲ ର ପ୍ରତ୍ୟେକ ସିଜନରେ, ଅନେକ ରେକର୍ଡ ତିଆରି ହେବା ଏବଂ ଭାଙ୍ଗିଥିବାର ଦେଖାଯାଏ । ଚଳିତ ସିଜନରେ ସନରାଇଜର୍ସ ହାଇଦ୍ରାବାଦରେ ଖେଳୁଥିବା ଯୁବ...

ଏବେ ତୁମେ କେମିତି ଅନୁଭବ କରୁଛ ମା’? ଶେଷ ଓଭର ପରେ ଘରକୁ ଫୋନ କଲେ ୟଶ ଦୟାଲ

ନୂଆଦିଲ୍ଲୀ,୧୯।୫: କେବଳ ଜଣେ ମା’ ନିଜ ସନ୍ତାନର ଅସହାୟତା ଏବଂ ସୁଖକୁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଅନୁଭବ କରିପାରନ୍ତି। ୪୦୫ ଦିନ ପୂର୍ବେ, ରିଙ୍କୁ ସିଂ...

ହରଭଜନଙ୍କ ଭବିଷ୍ୟବାଣୀ: ଏହି ଦୁଇ ଟିମ ମଧ୍ୟରେ ଖେଳାଯିବ IPL 2024 ଫାଇନାଲ ମ୍ୟାଚ

ନୂଆଦିଲ୍ଲୀ,୧୯।୫: ପୂର୍ବତନ ଭାରତୀୟ ଅଫ ସ୍ପିନର ହରଭଜନ ସିଂ ଆଇପିଏଲ ୨୦୨୪ର ଫାଇନାଲିଷ୍ଟ ଦଳ ଚୟନ କରିଛନ୍ତି। ହରଭଜନ ସିଂ ବିଶ୍ୱାସ କରନ୍ତି ଯେ ଆଇପିଏଲ...

ସିଏସ୍‌କେ ହାରିବା ପରେ ଭୋ ଭୋ ହୋଇ କାନ୍ଦିଲେ ରାୟୁଡୁ, ପରଦିନ ଆର୍‌ସିବିକୁ କହିଲେ ବଡ଼ କଥା; VIDEO

ବାଙ୍ଗାଲୁରୁ,୧୯।୫: ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଶନିବାର ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଖେଳାଯାଇଥିଲା। କୋହଲିଙ୍କ ଟିମ୍‌ ଧୋନୀଙ୍କ ଦଳକୁ ୨୭ ରନ୍‌ରେ...

CSKର ପରାଜୟକୁ ହଜମ କରିପାରିଲେନି ରାୟୁଡୁ, ଅଧାରୁ ଛାଡିଲେ ମାଇକ…

ନୂଆଦିଲ୍ଲୀ,୧୯।୫: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ଇତିହାସରେ ସବୁଠାରୁ ସଫଳ ଦଳ। ଏହି ଦଳ ପାଞ୍ଚ ଥର ଟାଇଟଲ ଜିତିଛି ଏବଂ ପ୍ଲେ ଅଫରେ ସର୍ବାଧିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri