ଫ୍ଲଏଡ୍‌ଙ୍କ ପରିବାରକୁ ୧୯୬.୨୬ କୋଟି

ଓ୍ବାଶିଂଟନ୍‌, ୧୪ା୩: ଆମେରିକା ପୋଲିସ ହେପାଜତରେ ମୃତ୍ୟୁ ଘଟିଥିବା ଅଶ୍ୱେତ ଜର୍ଜ ଫ୍ଲଏଡ୍‌ଙ୍କ ପରିବାର ସହ ବୁଝାମଣା ପାଇଁ ଚୁକ୍ତିନାମା ସ୍ବାକ୍ଷର କରିଛି ମିନିଆପଲିସ୍‌ ସିଟି କାଉନ୍‌ସିଲ। ଏହି ଚୁକ୍ତି ଅନୁସାରେ ମିନିଆପଲିସ୍‌ ଫ୍ଲଏଡ୍‌ଙ୍କ ପରିବାରକୁ ୨୭ ମିଲିୟନ ଡଲାର (ପ୍ରାୟ ୧୯୬.୨୬ କୋଟି ଟଙ୍କା) ଦେବ ବୋଲି ତାଙ୍କ ଓକିଲ ବେନ କ୍ରମ୍ପ ଏକ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଛନ୍ତି। ମିନିଆପଲିସ୍‌ ସିଟି କାଉନସିଲ ସର୍ବସମ୍ମତି କ୍ରମେ ଏହି ବୁଝାମଣା କରିଛି।
ମେ ୨୫ରେ ଏକ ଦୋକାନରେ ନକଲି ବିଲ୍‌ ବ୍ୟବହାର ଅଭିଯୋଗରେ ଆମେରିକା ପୋଲିସ ଫ୍ଲଏଡ୍‌ଙ୍କୁ ଗିରଫ କରିଥିଲା। ପୋଲିସର ଜଣେ ପୂର୍ବତନ ଅଧିକାରୀ ଡେରେକ ଚାଉଭିନ୍‌ ଫ୍ଲଏଡ୍‌ଙ୍କ ବେକକୁ ପ୍ରାୟ ୯ ମିନିଟ୍‌ ଆଣ୍ଠୁରେ ଚାପି ଧରିଥିଲେ। ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ ହେଁ ପୋଲିସ ତାଙ୍କ କଥା ଶୁଣି ନ ଥିଲା। ଏହାପରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଫ୍ଲଏଡ୍‌ ଜଣେ ଅଶ୍ୱେତ ହୋଇଥିବାରୁ ପୋଲିସ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣି ମିନିଆପଲିସ୍‌ ସହ ସମଗ୍ର ଆମେରିକାରେ ବିକ୍ଷୋଭ ଆରମ୍ଭ ହୋଇଥିଲା। ଜାତିଗତ ଭେଦଭାବ ବିରୋଧରେ ‘ବ୍ଲାକ୍‌ ଲାଇଭ୍‌ସ ମ୍ୟାଟର’ ନାମରେ ଏହି ଆନ୍ଦୋଳନ ବିଶ୍ୱକୁ ବ୍ୟାପିଥିଲା। ୟୁରୋପ ସମେତ ବିଭିନ୍ନ ଦେଶରେ ବର୍ଣ୍ଣ ଭେଦଭାବର ଶିକାର ହେଉଥିବା ଲୋକେ ରାସ୍ତାକୁ ଓହ୍ଲାଇଥିଲେ। ସେହି ବର୍ଷ ଜୁଲାଇରେ ଫ୍ଲଏଡଙ୍କ ପରିବାର ପକ୍ଷରୁ ସହର ପ୍ରଶାସନ ବିରୋଧରେ ନାଗରିକ ଅଧିକାର ଉଲ୍ଲଂଘନ ନେଇ ମାମଲା ରୁଜୁ ହୋଇଥିଲା। ଏଥିରେ ଚାଉଭିନ୍‌ଙ୍କ ସମେତ ୩ ପୋଲିସ ଅଧିକାରୀଙ୍କ ଉପରେ ହତ୍ୟା ଅଭିଯୋଗ ରହିଥିଲା।
ବିରୋଧରେ ଏହି ମାମଲାର ଶୁଣାଣି ପାଇଁ ବିଚାର ବିଭାଗୀୟ କାର୍ଯ୍ୟ ଚାଲିଛି। ୧୨ ଜଣଙ୍କ ମଧ୍ୟରୁ ୬ ଜଣ ବିଚାରପତି ମାର୍ଚ୍ଚ ୨୯ରୁ ଏହାର ଶୁଣାଣି କରିବେ। ଚାଉଭିନ୍‌ଙ୍କ ନଁାରେ ସେକେଣ୍ଡ ଓ ଥାର୍ଡ ଡିଗ୍ରୀ ଚାର୍ଜ ଲାଗିଛି। ଯଦି ଏଥିରେ ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ଅତିବେଶିରେ ୬୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘନେଇଲା ରାଜନୈତିକ ସଙ୍କଟ: ସାମ୍ବିଧାନିକ ପରିଷଦ ବୈଠକ ଡକାଇଲେ ଓଲି

ନୂଆଦିଲ୍ଲୀ, ୨।୨: ନେପାଳରେ ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି ସାମ୍ବିଧାନିକ ପରିଷଦ ବୈଠକ ଡକାଇଛନ୍ତି। ବୈଠକ ବୁଧବାର...

ଲକ୍‌ଡାଉନରେ କୋହଳ ଯୋଗୁ କିଛି ଦେଶରେ ଚିନ୍ତା ବଢାଇଲାଣି ଦ୍ରୁତ ସଂକ୍ରମଣ!

ରୋମ,୪।୫: ଲକ୍‌ଡାଉନରେ କୋହଳ ପରେ ବିଶ୍ୱର ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶରେ ଲୋକେ ଲକ୍ଷ ଲକ୍ଷ ସଂଖ୍ୟାରେ ବାହାରକୁ ବାହାରିବାର ଫଳ ଏବେ ସମସ୍ତଙ୍କୁ ଏକ...

୨୦୨୨ରେ ସେକେଣ୍ଡ ପିଛା ୪ରୁ ଊର୍ଦ୍ଧ୍ୱ ଛୁଆ ଜନ୍ମ ହେବେ

ଓ୍ବାଶିଂଟନ, ୧ା୧: ୨୦୨୨ରେ ବିଶ୍ୱବ୍ୟାପୀ ପ୍ରତି ସେକେଣ୍ଡରେ ୪.୩ ଜନ୍ମ ହେବେ। ସମାନ ସମୟରେ ୨ଜଣ ମୃତ୍ୟୁ ହେବ। ଏଭଳି ଆକଳନ କରିଛି ଆମେରିକାର ଜନଗଣନା...

ଭାରତ ଫେରିବ ୧୦୦ ଭାରତୀୟ କଳାକୃତି, ବାଇଡେନ ପ୍ରଶାସନଙ୍କ ନିଷ୍ପତ୍ତି…

ଓ୍ବାଶିଂଟନ,୨୪।୬ : ୱାଶିଂଟନର ରୋନାଲ୍ଡ ରେଗାନରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୂଳ ଭାରତୀୟଙ୍କୁ ସମ୍ବୋଧିତ କରି କହିଛନ୍ତି ଭାରତରୁ ଚୋରି ହୋଇଥିବା ୧୦୦ ଟି...

ରୁଷିଆକୁ ଟାର୍ଗେଟ ପାଇଁ ୟୁକ୍ରେନ୍‌କୁ ରକେଟ୍‌ ଦେବନି ଆମେରିକା

ଓ୍ବାଶିଂଟନ୍‌, ୩୧ା୫: ୟୁକ୍ରେନ୍‌ ସୀମାରୁ ରୁଷିଆ ପର୍ଯ୍ୟନ୍ତ ରେଞ୍ଜ୍‌ର ରକେଟ୍‌ ଆମେରିକା ଏହି ପୂର୍ବ ୟୁରୋପୀୟ ଦେଶକୁ ପଠାଇବ ନାହିଁ। ଓ୍ବାଶିଂଟନ୍‌ ୟୁକ୍ରେନ୍‌କୁ ଦୀର୍ଘ ଲକ୍ଷ୍ୟସ୍ଥଳ...

୨୦୨୭ ସୁଦ୍ଧା ତାଇୱାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି ଚାଇନା: ଆମେରିକା…

ବେଜିଂ/ତାଇପେ/ଓ୍ବାଶିଂଟନ,୧।୩ : ଆମେରିକାର ସିଆଇଏ ନିର୍ଦ୍ଦେଶକ ୱିଲିୟମ ବର୍ନସ କହିଛନ୍ତି ଯେ ଚାଇନ ରାଷ୍ଟ୍ରପତି ଶି ଜିନପିଙ୍ଗ ୨୦୨୭ ସୁଦ୍ଧା ତାଇୱାନ ଉପରେ ଆକ୍ରମଣ କରିବାକୁ...

ହ୍ବାଇଟ ହାଉସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ବାଗତ କଲେ ବାଇଡେନ

ଓ୍ବାଶିଂଟନ,୨୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଛନ୍ତି। ଏହି ସମୟରେ ପିଏମ ମୋଦିଙ୍କୁ ହ୍ବାଇଟ ହାଉସରେ ସ୍ବରଗତ କରାଯାଇଥିଲା। ବାଇଡେନଙ୍କ...

ଡେ କେୟାରରେ ଗୁଳିମାଡ଼ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ

ବ୍ୟାଙ୍କକ୍‌,୬ା୧୦: ଗୁରୁବାର ଥାଇଲାଣ୍ଡର ଏକ ଡେ କେୟାର ସେଣ୍ଟରରେ ଗୁଳିମାଡ଼ ହୋଇଛି। ଏଥିରେ ୩୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨୨ ଜଣ ଶିଶୁ...

Advertisement
Archives

Model This Week