ବ୍ୟବସ୍ଥା ଉପରୁ ବିଶ୍ୱାସ ତୁଟାଅ ନାହିଁ

ବଲାଙ୍ଗୀର ଅଫିସ, ୧୨ା୨ – ବଲାଙ୍ଗୀର ଜିଲା ଶିକ୍ଷା ଅଧିକାରୀ ଅଫିସ ସମ୍ମିଳନୀ କକ୍ଷରେ ମଙ୍ଗଳବାର ମାଧ୍ୟମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ା ଏହି ସମ୍ମିଳନୀରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗଦାନ କରି ବ୍ୟବସ୍ଥା ଉପରୁ ବିଶ୍ୱାସ ତୁଟାଅ ନାହିଁ ବୋଲି ପ୍ରଧାନଶିକ୍ଷକମାନଙ୍କୁ କହିଥିଲେ ା ସରକାରୀ ସ୍କୁଲଗୁଡିକରେ ତାଲିମପ୍ରାପ୍ତ, ଦକ୍ଷତା ସମ୍ପନ୍ନ ଶିକ୍ଷୟିତ୍ରୀ ଓ ଶିକ୍ଷକ ରହିଛନ୍ତି ା ଘରୋଇ ଶିକ୍ଷାନୁଷ୍ଠାନଠାରୁ ଢ଼େର ଅଧିକ ଭିତ୍ତିିଭୂମି ସରକାରୀ ସ୍କୁଲରେ ରହିଛି ା ଖାଲି ଏତିକି ନୁହେଁ, ମେଧାବୀ ଛାତ୍ରୀଛାତ୍ରଙ୍କ ସଂଖ୍ୟା ମଧ୍ୟ ସରକାରୀ ସ୍କୁଲରେ କମ୍‌ ନାହିଁ ା ଆମେ ଏବେ ନୂଆ ପରୀକ୍ଷାମୂଳକ ବ୍ୟବସ୍ଥା ଗ୍ରହଣ କରୁଛୁ। ପାଠ୍ୟାଖସଡା ସହ ଢ଼ାଞ୍ଚାଗତ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଉଛି ା ଜିଲାର ଶିକ୍ଷକମାନେ ସେମାନଙ୍କ ସମସ୍ତ ଅଭିଜ୍ଞତା, ଅନୁଭୂତି ଓ ଜ୍ଞାନଗାରିମା ପ୍ରୟୋଗ କରି ଗୁଣାତ୍ମକ ଶିକ୍ଷାର ବିକାଶ ସହ ନିଷ୍ଠାପର ଉଦ୍ୟମ କରି ଉତ୍ତମ ଛାତ୍ରୀଛାତ୍ର ଗଠନ କରିବା ପାଇଁ ଆଗେଇ ଆସନ୍ତୁ ବୋଲି ମନ୍ତ୍ରୀ ଦାଶ ଆହ୍ବାନ ଦେଇଥିଲେ ା ମନ୍ତ୍ରୀ ଦାଶ ବଲାଙ୍ଗୀର ଜିଲାର ଶିକ୍ଷାକ୍ଷେତ୍ରରେ ଦେଖାଯାଉଥିବା ଉନ୍ନତି, ଶିକ୍ଷକଙ୍କ ନିଷ୍ଠା ଓ ତପତ୍ରତାରେ ଖୁସି ବ୍ୟକ୍ତ କରିବା ସହ ଆଗାମୀ ଦିନରେ ଜିଲାକୁ ଶିକ୍ଷାକ୍ଷେତ୍ରରେ ଏକ ଆଗୁଆ ଜିଲା ଭାବେ ଗଢ଼ି ତୋଳିବାକୁ ଆହ୍ବାନ ଜଣାଇଥିଲେ ା
ଜିଲା ଶିକ୍ଷା ଅଧିକାରୀ ଧ୍ରୁବଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଧାନଶିକ୍ଷକ ସମ୍ମିଳନୀରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ, ପାଟଣାଗଡ ବିଧାୟକ ସରୋଜ କୁମାର ମେହେର, ଜିଲା ପରିଷଦ ଅଧ୍ୟକ୍ଷ ଭାରତୀ ମହାନନ୍ଦ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତ, ଜିଲାପାଳ ଅରିନ୍ଦମ ଡାକୁଆ ମଞ୍ଚାସୀନ ଥିଲେ ା ସର୍ବପ୍ରଥମେ ଡିଇଓ ବେହେରା ଜିଲା ଶିକ୍ଷାବ୍ୟବସ୍ଥା ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ ା ଆସନ୍ତା ୧୯ ତାରିଖଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ ା ଜିଲାର ୧୫୪ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ। ୧୫ଟି ନୋଡାଲ ପ୍ରଶ୍ନପତ୍ର ହବ୍‌ ସେଣ୍ଟର ହେବ ା ୫୫ଟି ପରୀକ୍ଷା କେନ୍ଦ୍ର ବା ସ୍କୁଲରେ ସିସିଟିଭି ଲାଗିବ ା ଜିଲାର ସମୁଦାୟ ୨୪ ହଜାର ୪୫୪ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ସେ ସୂଚନା ଦେଇଥିଲେ ା ପ୍ରଧାନଶିକ୍ଷକ ସମ୍ମିଳନୀରେ ଜିଲାର ଶିକ୍ଷା ବ୍ୟବସ୍ଥାକୁ ନେଇ ସମୀକ୍ଷା ହେବା ପରେ ଅତିଥିମାନେ ବକ୍ତବ୍ୟ ରଖି ଜିଲାର ସ୍କୁଲଗୁଡିକର ଦୁଃସ୍ଥିତି, ଶିକ୍ଷକ ଅଭାବଜନିତ ସମସ୍ୟା, କ୍ରୀଡା ଓ ଖେଳପଡିଆର ଉନ୍ନତି ସମ୍ପର୍କରେ ଆଲୋଚନା ହୋଇଥିଲା ା ବିଭିନ୍ନ ସ୍କୁଲରେ ଟଏଲେଟ୍‌, ପାଣି ବ୍ୟବସ୍ଥା ନଥିବା ନେଇ ଆଲୋଚନା ହୋଇଥିଲା ା ବିଧାୟକ ମିଶ୍ର ତାଙ୍କ ବକ୍ତବ୍ୟରେ ସରକାରୀ ପୃଥ୍ବୀରାଜ ହାଇସ୍କୁଲରେ ପାଠ ପଢ଼ିବା କଥା ମନେ ପକାଇଥିଲେ ା ପୃଥ୍ବୀରାଜ ହାଇସ୍କୁଲକୁ ସରକାର ଏକ ଉନ୍ନତ ସ୍କୁଲ ପରିଣତ କରିବା ପାଇଁ ଚୟନ କରିଥିବାରୁ ସରକାରଙ୍କୁ ଧନ୍ୟବାଦ୍‌ ପ୍ରଦାନ କରିଥିଲେ ା ବିଧାୟକ ଡ ମହାଲିଙ୍ଗ ତାଙ୍କ ବକ୍ତବ୍ୟରେ ସେ ମଧ୍ୟ ସରକାରୀ ସ୍କୁଲରେ ପଡିଥିବା କଥା କହି ତାଙ୍କ ନିର୍ବାଚନ ମଣ୍ଡଳୀରେ ଅନେକ ସ୍କୁଲରେ ସରକାରୀ ବ୍ୟବସ୍ଥା ସତ୍ତ୍ୱେ ଟଏଲେଟ୍‌ ଓ ପାଣି ବ୍ୟବସ୍ଥା ନଥିବାରୁ ଏହାର ଭିଜିଲାନ୍ସ ସ୍ତରୀୟ ତଦନ୍ତ କରିବାକୁ ଦାବି କରିଥିଲେ ା ବିଧାୟକ ମେହେର ତାଙ୍କ ବକ୍ତବ୍ୟରେ ସେ ମଧ୍ୟ ସରକାରୀ ସ୍କୁଲରେ ପାଠ ପଢ଼ିଥିବା କଥା କହି ଶିକ୍ଷାର ଉନ୍ନତି ଦିଗରେ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ ା ଜିଲାପାଳ ଡାକୁଆ ନିଜେ ସରକାରୀ ସ୍କୁଲରେ ପାଠ ପଢ଼ି ସର୍ବଭାରତୀୟ ସ୍ତରର ପରୀକ୍ଷାରେ ଅଂଶଗ୍ରହଣ କଲାବେଳେ କୌଣସି ଗୁଣରେ ସେ କମ୍‌ ଜ୍ଞାନ ଅର୍ଜନ କରିଥିବା ଅନୁଭବ କରି ନ ଥିଲେ କହି ସରକାରୀ ସ୍କୁଲ ବହୁ ଗୁଣରେ ଆଗୁଆ ବୋଲି କହିଥିଲେ ା ଶେଷରେ ପୁଇଁତଲା ବ୍ଳକ ଶିକ୍ଷା ଅଧିକାରୀ ନେପାଳ ଚନ୍ଦ୍ର ବାଗ ଧନ୍ୟବାଦ ଅର୍ପଣ କରିଥିଲେ ା ଏହି ପ୍ରଧାନ ଶିକ୍ଷକ ସମ୍ମିଳନୀରେ ଜିଲାର ପ୍ରାୟ ୪ ଶହ ମାଧ୍ୟମିକ ସ୍କୁଲର ପ୍ରଧାନଶିକ୍ଷକ, ୧୪ଟି ବ୍ଳକର ବିଇଓ, ଶିକ୍ଷା ଅଧିକାରୀ ଯୋଗଦାନ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଏମଭିଆଇ-ଷ୍ଟେନୋଙ୍କ ଅବସର: ଭବିଷ୍ୟତ ସୁଖମୟ ହେବାକୁ କାମନା

ଛତ୍ରପୁର,୨।୭: ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମଭିଆଇ ରାଜ କୁମାର ବେହେରା ଏବଂ ଷ୍ଟେନୋ ଶ୍ୟାମସୁନ୍ଦର ମାର୍ଥାଙ୍କ ଚାକିରିରୁ ଅବସର ହୋଇଯାଇଛି l ଏନେଇ କାର୍ଯ୍ୟାଳୟ ପକ୍ଷରୁ…

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri