Posted inଖେଳ

ଅନ୍ତିମ ୨ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଦଳରେ ୧୮ ବର୍ଷୀୟ ବ୍ୟାଟର କୋନଷ୍ଟାସ

ମେଲବୋର୍ନ,୨୦ା୧୨(ପି.ଟି.): ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଦୁଇ ଟେଷ୍ଟ ମ୍ୟାଚ୍‌ ପାଇଁ ଟିନ୍‌ ଏଜ୍‌ ସେନସେସନ ସାମ କୋନଷ୍ଟାସଙ୍କୁ ଅଷ୍ଟ୍ରେଲିଆ ଦଳକୁ ଡାକରା ମିଳିଛି। ଓପନର ନାଥାନ ମ୍ୟାକସୁଇନିଙ୍କୁ ବାଦ୍‌ ଦିଆଯାଇ ତାଙ୍କ ସ୍ଥାନରେ କୋନଷ୍ଟାସଙ୍କୁ ସାମିଲ କରାଯାଇଛି। ୧୯ ବର୍ଷୀୟ କୋନଷ୍ଟାସ ୭୦ ବର୍ଷରେ ଅଷ୍ଟ୍ରେଲିଆର ସର୍ବକନିଷ୍ଠ ବ୍ୟାଟର ଭାବରେ ପଦାର୍ପଣ କରିବାକୁ ଯାଉଛନ୍ତି। ସେହିପରି ଦ୍ୱିତୀୟ ସର୍ବକନିଷ୍ଠ ଖେଳାଳି ଭାବରେ ବକ୍ସିଂ ଡେ ଟେଷ୍ଟ ଖେଳିବାକୁ ଯାଉଛନ୍ତି। ବର୍ତ୍ତମାନର ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ କୁମିନ୍ସ ୧୮ ବର୍ଷ ୧୯୩ ଦିନରେ ୨୦୧୧ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବକ୍ସିଂ ଡେ ଟେଷ୍ଟ ଖେଳିଥିଲେ।

୨୫ ବର୍ଷୀୟ ମ୍ୟାକ୍‌ସୁଇନି ପର୍ଥରେ ପଦାର୍ପଣ କରିଥିଲେ। ୩ ଟେଷ୍ଟର ୬ ଇନିଂସରେ ସେ ଯଥାକ୍ରମେ ୧୦, ୦, ୩୯, ୧୦, ୯ ଓ ୪ ରନ୍‌ ସ୍କୋର କରିଥିଲେ। ଏହି ୬ ଇନିଂସ ମଧ୍ୟରେ ବୁମ୍‌ରା ତାଙ୍କୁ ୪ ଥର ଆଉଟ କରିଥିଲେ। ନିକଟରେ କୋନଷ୍ଟାସ ସେଫଲ୍ଡ ସିଲ୍ଡରେ ନ୍ୟୁ ସାଉଥ ଓ୍ବେଲ୍ସ ପାଇଁ ଦୁଇଟି ଶତକ ହାସଲ କରିଥିଲେ। ଏହା ବ୍ୟତୀତ ଭାରତ ଏ ବିପକ୍ଷ ଅଭ୍ୟାସ ମ୍ୟାଚରେ ୭୩ ଓ ପ୍ରଧାନମନ୍ତ୍ରୀ ଏକାଦଶ ପକ୍ଷରୁ ଖେଳି ୧୦୭ ରନ୍‌ ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବକ୍ସ ଅଫିସରେ ଧମାକା କଲା ‘ପେଡ୍ଡି’: କ୍ଷମା ମାଗିଲେ ନିର୍ଦ୍ଦେଶକ

ତେଲୁଗୁ ସ୍ପୋଟର୍‌ସ ଆକ୍ସନ ଡ୍ରାମା ‘ପେଡ୍ଡି’ ରିଲିଜ ହେବାର ମାତ୍ର ଦୁଇ ଦିନ ମଧ୍ୟରେ ଭାରତୀୟ ବକ୍ସ ଅଫିସରେ ଧମାକା କରିଛି। ରାମ ଚରଣ ଏବଂ ଜାହ୍ନବୀ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଟିମ ଇଣ୍ଡିଆରେ କାହିଁକି ମିଳିଲା ସୁଯୋଗ? ଏମିତି କହିଲେ ଅଗରକର

ନୂଆଦିଲ୍ଲୀ,୬।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଏବେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିବାକୁ ପ୍ରସ୍ତୁତ ଏବଂ ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ ବୋଲି ଚର୍ଚ୍ଚା ଯୋର…

ଆମ୍ବ ଗୋଟାଇବାକୁ ଯାଇଥିଲେ ବୃଦ୍ଧା, କଚାଡ଼ି କଚାଡ଼ି ମାରିଲା ଦନ୍ତା

ଆନନ୍ଦପୁର/ବଞ୍ଚୋ,୬ା୬(ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): ନିଜ ଆମ୍ବତୋଟାରେ ଶନିବାର ସକାଳୁ ଆମ୍ବ ଗୋଟାଇବାକୁ ଆସିଥିବା ବେଳେ ଦନ୍ତାହାତୀ ହାବୁଡ଼ରେ ପଡ଼ିଥିଲେ ବୃଦ୍ଧା। ଆନନ୍ଦପୁର ଥାନା ଫକୀରପୁର…

ଜଳାଶୟ ମାଟି କାମକୁ ନେଇ କଂଗ୍ରେସ – ବିଜେଡି ମୁହାଁମୁହିଁ: ପୌର ପରିଷଦ ଅଧ୍ୟକ୍ଷା, କାଉନସିଲର ପହଞ୍ଚିବା ପରେ ହଙ୍ଗାମା

ବଲାଙ୍ଗୀର, ୬।୬( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର କରଙ୍ଗାକଟା ଓ ନରସିଂହ ବନ୍ଧ ଆଡିରେ ଶନିବାର ସକାଳେ କଂଗ୍ରେସ ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ବିଜେଡି…

ଭୟଙ୍କର ଦୁର୍ଘଟଣା :ବସ୍ ସହ ଲୁହାପଥର ବୋଝେଇ ଟ୍ରେଲର ଧକ୍କା

କେନ୍ଦୁଝର,୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ) : ଯୋଡା ଥାନା ଅନ୍ତର୍ଗତ ଏନ୍‌ଏଚ୍–୫୨୦ର ଲହଣ୍ଡା ନିକଟସ୍ଥ ରେଳୱେ ଅଣ୍ଡରପାସ୍‌ରେ ଏକ ଟ୍ରେଲର ଓ ଯାତ୍ରୀବାହୀ ବସ୍‌ ମଧ୍ୟରେ ଧକ୍କା…

କେବଳ ବୈଭବ ସୂର୍ଯ୍ୟବଂଶୀ ନୁହଁନ୍ତି; ଏହି ଖେଳାଳି ବି ପ୍ରଥମ ଥର ପାଇଁ ଭାରତର ଟି-୨୦ ଦଳରେ ସ୍ଥାନ ପାଇଛନ୍ତି

ନୂଆଦିଲ୍ଲୀ,୬।୬: ବୈଭବ ସୂର୍ଯ୍ୟବଂଶୀଙ୍କୁ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ ପାଇଁ ଚୟନ କରାଯାଇଛି। ଶନିବାର ବିସିସିଆଇ ଏହି ଦୁଇଟି ସିରିଜ ଏବଂ ଏସୀୟ କ୍ରୀଡା…

୭୯ ଥର ରକ୍ତଦାନ କରି ସୃଷ୍ଟି କଲେ ରେକର୍ଡ: ଜନ୍ମଦିନରେ ବଞ୍ଚାଇଲେ ଶିଶୁର ଜୀବନ

ଭଞ୍ଜନଗର, ୬।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଅଞ୍ଚଳର ଜଣାଶୁଣା ରକ୍ତଦାତା ତଥା ସାମାଜିକ କର୍ମୀ ଜୟକୃଷ୍ଣ ପଟ୍ଟନାୟକ ୭୯ ଥର ରକ୍ତଦାନ କରି ଭଞ୍ଜନଗର…

SBI ପକ୍ଷରୁ ଟଙ୍କା ବଦଳ ମେଳା, ଚିରାଫଟା ନୋଟ୍‌ ଦେଇ ନେଇପାରିବେ ଏତିକି ଟଙ୍କା…

ଭଞ୍ଜନଗର,୬ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଷ୍ଟେଟ୍‌ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଶନିବାର ବ୍ୟାଙ୍କ ସମ୍ମୁଖରେ କଏନ୍‌ ଏବଂ କାଗଜ ଟଙ୍କା ବଦଳ ମେଳା ଅନୁଷ୍ଠିତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri