ମାମୁଙ୍କ ବିବାହରେ ଖୁବ୍‌ ନାଚିଲେ ତୈମୁର

ମୁମ୍ବାଇ: ଷ୍ଟାର କିଡ ଭାବେ ବେଶ୍‌ ଚର୍ଚ୍ଚାରେ ରହୁଥିବା ଶୈଫିନାଙ୍କ ପୁଅ ତୈମୁର ଖାଁ ଏବେ ପୁଣି ଆସିଛନ୍ତି ଚର୍ଚ୍ଚାକୁ। ନିକଟରେ ବଲିଉଡ୍‌ ବେବୋ କରିନା କପୁର ଖାଁଙ୍କ କଜିନ ଭାଇ ଅରମାନ ଜୈନଙ୍କ ବିବାହରେ କରିନା ଓ ଶୈଫଙ୍କ ସହ ତୈମୁରଙ୍କୁ ଦେଖିବାକୁ ମିଳିଥିଲା। ବ୍ଲୁ କଲର କୁର୍ତ୍ତା ସାଙ୍ଗକୁ ହ୍ବାଇଟ କଲର ପାଇଜାମାରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ତମୁର। ଏହି ବିବାହର କିଛି ଫଟୋ ଏବେ ସୋସିଆଲ ମିହିଆରେ ଭାଇରାଲ ହୋଇଛି। ଏହି ଫଟୋକୁ ଦର୍ଶକେ ଖୁବ୍‌ ପସନ୍ଦ କରୁଛନ୍ତି। ଏଥିରେ କରିନା ହଳଦିଆ ଶାଢିରେ ଖୁବ୍‌ ସୁନ୍ଦର ଲାଗୁଥିବା ବେଳେ ଦେଖେଣାହାରିଙ୍କ ଦୃଷ୍ଟିକୁ ଆସିଥିଲେ। ତେବେ ବିବାହକୁ ଯିବା ପୂର୍ବରୁ ସେ ଏହି ଗେଟ୍‌ଅପ୍‌ରେ ତୈମୁରଙ୍କ ସହ ଏକ ଫଟୋଶୁଟ୍‌ କରିଥିଲେ। ସୋସିଆଲ ମିଡିଆରେ ଏହାକୁ ଅପଲୋଡ କରିବା ପରେ ଏବେ ଏହା ଭାଇରାଲ ହେବାରେ ଲାଗିଛି। କେବଳ ସେତିକି ନୁହେଁ ବିବାହ ଉତ୍ସବରେ ଯୋଗ ଦେଇଥିବା ତୈମୁର ପିତା ଶୈଫଙ୍କ କାନ୍ଧ ଉପରେ ବସି ଖୁବ୍‌ ନାଚିଥିଲେ। ଶୈଫଙ୍କ ସହ ତୈମୁରଙ୍କ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି।


All Right Reserved By Dharitri.Com

‘ଡିଜାଇନ୍‌ର ଡ୍ରେସ୍‌ ପାଇଁ ପଇସା ନ ଥିଲା’

ମୁମ୍ବାଇ: ୧୯୯୪ ମସିହାରେ ସୁସ୍ମିତା ସେନ୍‌ ମିସ୍‌ଇଣ୍ଡିଆ କଣ୍ଟେଷ୍ଟ ଜିତିଥିଲେ। ଗତ କିଛିଦିନ ତଳେ ସେ ତାଙ୍କର ପୁରୁଣା ଦିନର ଏକ ଭିଡିଓ ଶେୟାର କରିଥିଲେ।...

ଫିଲ୍ମକୁ ଆସିବା ପୂର୍ବରୁ ଏମିତି ଦେଖାଯାଉଥିଲେ ଏହିସବୁ ଅଭିନେତ୍ରୀ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସୌନ୍ଦର୍ଯ୍ୟତାରେ କୌଣସି ତୁଳନା ନାହିଁ। ସୌନ୍ଦର୍ଯ୍ୟକୁ ନେଇ ସେ ସାରା ବିଶ୍ୱରେ ଚର୍ଚ୍ଚିତ। ୪୫ ବର୍ଷରେ ମଧ୍ୟ ଐଶ୍ୱର୍ଯ୍ୟା କୌଣସି...

‘ସୀତାର ଜଳୁଛି ଚିତା’ର ଫାଇନାଲ୍‌ ରିହରସଲ୍‌: କନ୍ଦେଇଲା – ହସେଇଲା – ରଗେଇଲା

ନିକଟରେ ବାଲେଶ୍ୱର ଶେରଗଡ଼ଠାରେ ବାଘାଯତୀନ ଲୋକନାଟ୍ୟର ପ୍ରଥମ ନାଟକ ‘ସୀତାର ଜଳୁଛି ଚିତା’ର ଫାଇନାଲ୍‌ ରିହରସଲ୍‌ ଅନୁଷ୍ଠିତ ହୋଇଯାଇଛି। ପ୍ରଚଣ୍ଡ ପ୍ରତିଭାସମ୍ପନ୍ନ ଯୁବ ନାଟ୍ୟକାର ଅରୁଣ...

ବଲିଉଡ୍‌ ମୁଭି ‘ଶିକାରା’ଦେଖି କାନ୍ଦି ପକାଇଲେ ଆଡଭାନୀ

ନୂଆଦିଲ୍ଲୀ,୮।୨: ବଲିଉଡ୍‌ର ନାମୀ ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରାଙ୍କ ଫିଲ୍ମ ‘ଶିକାରା’ ରିଲିଜ୍‌ ହୋଇ ସାରିଛି। କଶ୍ମୀର ପଣ୍ଡିତଙ୍କ କାହାଣୀକୁ ନେଇ ତିଆରି ହୋଇଥିବା ଏହି...

ନଓ୍ବାଜୁଦ୍ଦିନ ସିଦ୍ଦିକିଙ୍କ ଭଉଣୀ ସାୟମାଙ୍କ ପରଲୋକ

ମୁମ୍ବାଇ,୮।୧୨: ବଲିଉଡ୍‌ର ନାଁ କରା କଳାକାର ନଓ୍ବାଜୁଦ୍ଦିନ ସିଦ୍ଦିକିଙ୍କ ଭଉଣୀ ସାୟମା ତାମସି ସିଦ୍ଦିକିଙ୍କ ଶୁକ୍ରବାର ପରଲୋକ ହୋଇଛି। ସେ ଦୀର୍ଘଦିନ ଧରି କ୍ୟାନସରରେ ପୀଡିତ...

ମାତ୍ର ୧୨ ଦିନରେ ଭାଙ୍ଗିଗଲା ପାମେଲାଙ୍କ ବୈବାହିକ ଜୀବନ

ଓ୍ବାଶିଂଟନ,୨।୨: ଜଣାଶୁଣା ଅଭିନେତ୍ରୀ ତଥା ମଡେଲ ପାମେଲା ଆଣ୍ଡରସନଙ୍କ ବୈବାହିକ ଜୀବନ ମାତ୍ର ୧୨ ଦିନ ପରେ ଭାଙ୍ଗି ଯାଇଛି। ମୋଗୁଲ ଜନ ପିଟର୍ସଙ୍କ ସହ...

ପରଦାରେ ଏମିତି ସିନ୍‌ କରିଥିଲେ ମାଧୁରୀ, ଯାହାକୁ ନେଇ ଆଜି ବି ଅନୁତପ୍ତ

ମାଧୁରୀ ଦୀକ୍ଷିତ ଖାଲି ଧକ୍‌ଧକ୍‌ ଗାର୍ଲ ନୁହନ୍ତି, ତାଙ୍କର ପ୍ରତି ଫିଲ୍ମରେ ରହିଛନ୍ତି କୋଟି କୋଟି ପ୍ରଶଂସକ। ମାଧୁରୀଙ୍କ ଅଭିନୀତ ଫିଲ୍ମ ଦେଖିଲେ ଯେ କେହି...

ଓଜନ କମାଉଛନ୍ତି ଆମିର

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ପାଇଁ ନିଜର ଓଜନ ପ୍ରାୟ ୨୦ କିଲୋ...

Leave a comment

Your email address will not be published. Required fields are marked *