ସନ୍ଧିବାତ

”୫୦ବର୍ଷ ବୟସ ପରେ କେତେଜଣ ବ୍ୟକ୍ତି ଆଣ୍ଠୁ ମୋଡ଼ିଲେ ଭଗ୍ନ ପରି ଖଟ୍‌ ଖଟ୍‌ ଶବ୍ଦ ଓ ଯନ୍ତ୍ରଣା ହୋଇଥାଏ। ପାଦ ଉପରପାର୍ଶ୍ୱ ଫୁଲିଯାଏ, ଜାନୁସନ୍ଧି ଶୋଥ ମଧ୍ୟ ଦେଖାଯାଏ। ଏହା ସାଧାରଣତଃ ମୋଟା ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳେ। ରେଡିଓଗ୍ରାଫି ପରୀକ୍ଷା କଲେ ସନ୍ଧି ହାଡ଼ରେ ସିଷ୍ଟ ପରି ବୃଦ୍ଧି ହୋଇଥାଏ। ଇଏସ୍‌ଆର୍‌ଓ ଲିମ୍ପୋସାଇଟ୍‌ ପରୀକ୍ଷା କଲେ ବୃଦ୍ଧି ହୋଇଥିବା ଜଣାପଡ଼େ। କେତେକ ସ୍ଥାନରେ ସନ୍ଧିର ବନ୍ଧନୀ ଓ ମେରୁଦଣ୍ଡ ଅସ୍ଥିର କଣ୍ଟକ ମିଶି ଦୃଢ଼ ହୋଇଯିବା ଫଳରେ ସାଇକ୍ରୋଇଲିଆକ୍‌ ସନ୍ଧି ସ୍ଥିର ହୋଇଯାଏ…“

ଆମ ଶରୀରରେ ୨୧୦ଟି ଅସ୍ଥି ସନ୍ଧି ରହିଅଛି। ଏଗୁଡ଼ିକ ମଧ୍ୟରୁ ମସ୍ତିଷ୍କର ଅସ୍ଥି ସନ୍ଧି ସ୍ଥିର, କଶେରୁକା ସନ୍ଧି ଈଷତ୍‌ ଚାଳିତ ଓ ବେକରେ ଥିବା ପ୍ରଥମ ଦ୍ୱିତୀୟ କଶେରୁକା, କହୁଣି, ଆଣ୍ଠୁ, କାନ୍ଧ, ମେରୁଦଣ୍ଡ, ଅଙ୍ଗୁଳି ଓ ମଣିବନ୍ଧ ଇତ୍ୟାଦି ସଚଳ ସନ୍ଧିର ଅନ୍ତର୍ଭୁକ୍ତ।
ଏହି ସଚଳ ସନ୍ଧି ମଧ୍ୟରୁ ପ୍ରଥମ ଦ୍ୱିତୀୟ କଶେରୁକା ଅସ୍ଥିସନ୍ଧି କିଳକ ସଦୃଶ, କହୁଣି ଏବଂ ଆଣ୍ଠୁର ସନ୍ଧି କବ୍‌ଜା ସଦୃଶ। କାନ୍ଧର ସନ୍ଧି ଗର୍ତ୍ତବର୍ତ୍ତୁଳ ଓ ମେରୁଦଣ୍ଡ, ଅଙ୍ଗୁଳି, ମଣିବନ୍ଧ, ବଳାଗଣ୍ଠିର ସନ୍ଧି ଖସଡ଼ା ।
ଚକ ବୁଲିବା ପାଇଁ ଅଖ ଓ ଏହାର ନଷ୍ଟ ନ ହେବା ଓ ଭଲଭାବେ ଘୂର୍ଣ୍ଣନ ପାଇଁ ମୋବିଲ ଦିଆଯାଇଥାଏ। ସେହିପରି ଏହି ସଚଳ ସନ୍ଧିଗୁଡ଼ିକ ମଧ୍ୟରୁ କେତେକ ମଧ୍ୟରେ ତରୁଣାସ୍ଥି ଥାଏ। ଏହାକୁ ବାନ୍ଧି ରଖିବା ପାଇଁ ମାଂସପେଶୀ, କଣ୍ଡେରା, ସାଇନୋଭିଆଲ ମେମ୍‌ବ୍ରେନ୍‌ ଥାଏ ଏବଂ ଏହା ଭିତରେ ଏକ ତରଳ ପଦାର୍ଥ ଥାଏ ଯାହାକି ସନ୍ଧି ଚାଳନାରେ ସହଜ ହୋଇଥିବାରୁ ଅସ୍ଥି ଚାଳନ ଯୋଗୁ ଏହାର କ୍ଷୟ ହୋଇ ନ ଥାଏ। ତାହାକୁ ‘ସାଇନୋଭିଆଲ ଫ୍ଲୁଇଡ୍‌’ କୁହାଯାଏ।
କାରଣ: ବିରୁଦ୍ଧ ଆହାର ବିହାର, ମନ୍ଦାଗ୍ନି ବ୍ୟକ୍ତି ସ୍ନିଗ୍ଧ ଭୋଜନ ପରେ ବ୍ୟାୟାମ କଲେ ଅପକ୍ୱ ଆମରସ ବାୟୁ ଓ କଫ ଦ୍ୱାରା ଆବୃତ୍ତ ହୋଇ ଧମନୀରେ ପହଞ୍ଚି ତ୍ରିଦୋଷକୁ ଅଧିକ ପ୍ରକୁପିତ କରି ଶରୀର ସ୍ରୋତରେ ପୂର୍ଣ୍ଣ ହୋଇଯାଇଥାଏ । କଟି, ପୃଷ୍ଠ, ତ୍ରିକ, ଜାନୁସନ୍ଧିରେ ଯନ୍ତ୍ରଣା ଉତ୍ପନ୍ନକରେ। ଏତଦ୍‌ବ୍ୟତୀତ ମାନସିକ ପରିଶ୍ରମ, ଅନ୍ତଃସ୍ରାବି ଗ୍ରନ୍ଥି ଓ ପୀୟୂଷ ଗ୍ରନ୍ଥି ସ୍ରାବର ଅନିୟମିତତା, ଥଣ୍ଡା ସନ୍ତସନ୍ତିଆ ଜାଗାରେ ବସବାସ କରିବା ଦ୍ୱାରା ଓ ଷ୍ଟିରଏଡ୍‌ର ଚୟାପୋଚୟ ବ୍ୟତିକ୍ରମ ଯୋଗୁ ଏହି ରୋଗ ହେବା ଦେଖାଯାଇଥାଏ।
ରୋଗ ୨୦ରୁ ୫୦ବର୍ଷ ବୟସ ମଧ୍ୟରେ ଦେଖାଯାଇଥାଏ। ଏଥିରେ ସନ୍ଧିରେ ସ୍ପର୍ଶାସହ୍ୟତା ଯନ୍ତ୍ରଣା, ସ୍ତବ୍ଧତା, ସ୍ନାୟୁତନ୍ତୁରେ ଶୋଥ, ଶ୍ଳୈଷ୍ମିିକ କଳାରେ ଶୋଥ ଅଧିକ ବୃଦ୍ଧି ହୋଇଥାଏ। କେତେକ କ୍ଷେତ୍ରରେ ଏହି ରୋଗ ଊର୍ଦ୍ଧ୍ୱ ଶାଖାର ମଧ୍ୟମ ଅଙ୍ଗୁଳିରୁ ପ୍ରାରମ୍ଭ ହୋଇ ଧୀରେ ଧୀରେ ଦ୍ୱିତୀୟ ସନ୍ଧିକୁ ଆକ୍ରମଣକରେ। ଏହି ଶୋଥ ବହୁଦିନ ପର୍ଯ୍ୟନ୍ତ ରହିଲେ ଶ୍ଳେଷ୍ମ କଳାରେ ସ୍ନାୟୁତନ୍ତୁ ଅଧିକ ଉତ୍ପନ୍ନ ହୋଇ ତରୁଣାସ୍ଥି ଆଭ୍ୟନ୍ତର ପୃ୍‌ଷ୍ଠରେ ତନ୍ତୁ ପ୍ରସରଣ ହୋଇଥାଏ। ତରୁଣାସ୍ଥି ପୃଷ୍ଠ କ୍ଷତ ହେବାପରି ଜଣାପଡ଼େ। କେତେକ ତନ୍ତୁ ତାହା ସହ ସଂଯୁକ୍ତ ହୋଇ ମୋଟା ଓ ଦୃଢ଼ ହୋଇଯାଇଥାଏ ଏବଂ ଆସ୍ତେ ଆସ୍ତେ ତରୁଣାସ୍ଥି ଭଗ୍ନ ହୋଇଥାଏ ଓ ସନ୍ଧିବନ୍ଧନ ଯୁକ୍ତ ସ୍ନାୟୁ ମୋଟା ଓ ସଙ୍କୁଚିତ ହୋଇଯାଏ। ଏପରି କିଛିଦିନ ଗଲାପରେ ଆସ୍ତେ ଆସ୍ତେ ସ୍ନାୟୁ, ତନ୍ତୁ, ପେଶୀ ଓ ତରୁଣାସ୍ଥି ଶୁଷ୍କ ହେବାକୁ ଲାଗେ। ଫଳସ୍ବରୂପ ସନ୍ଧି ଅଚଳ ହୋଇଯାଏ। ଏକ୍ସ-ରେ ପରୀକ୍ଷା ଦ୍ୱାରା ଠିକ୍‌ ନିରୂପଣ କରାଯାଏ। ଏଥିରେ ମାଂସପେଶୀରେ ଯନ୍ତ୍ରଣା, ଅରୁଚି, ତୃଷ୍ଣା, ଆଳସ୍ୟ, ଜ୍ୱର, ଅଗ୍ନିମାନ୍ଦ୍ୟ, ଲାଳସ୍ରାବ, ଅଙ୍ଗରେ ଶୋଥ ଓ କୋଷ୍ଠବଦ୍ଧତା ଇତ୍ୟାଦି ଲକ୍ଷଣ ଦେଖାଯାଇଥାଏ।
ବର୍ଷ ବୟସ ପରେ କେତେଜଣ ବ୍ୟକ୍ତି ଆଣ୍ଠୁ ମୋଡ଼ିଲେ ଭଗ୍ନ ପରି ଖଟ୍‌ ଖଟ୍‌ ଶବ୍ଦ ଓ ଯନ୍ତ୍ରଣା ହୋଇଥାଏ। ପାଦ ଉପରପାର୍ଶ୍ୱ ଫୁଲିଯାଏ, ଜାନୁସନ୍ଧି ଶୋଥ ମଧ୍ୟ ଦେଖାଯାଏ। ଏହା ସାଧାରଣତଃ ମୋଟା ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳେ। ରେଡିଓଗ୍ରାଫି ପରୀକ୍ଷା କଲେ ସନ୍ଧିହାଡ଼ରେ ସିଷ୍ଟ ପରି ବୃଦ୍ଧି ହୋଇଥାଏ। ଇଏସ୍‌ଆରଓ ଲିମ୍ପୋସାଇଟ୍‌ ପରୀକ୍ଷା କଲେ ବୃଦ୍ଧି ହୋଇଥିବା ଜଣାପଡ଼େ। କେତେକ ସ୍ଥାନରେ ସନ୍ଧିର ବନ୍ଧନୀ ଓ ମେରୁଦଣ୍ଡ ଅସ୍ଥିର କଣ୍ଟକ ମିଶି ଦୃଢ଼ ହୋଇଯିବା ଫଳରେ ସାଇକ୍ରୋଇଲିଆକ୍‌ ସନ୍ଧି ସ୍ଥିର ହୋଇଯାଏ। ଫଳରେ ଅଣ୍ଟା ବୁଲାଇହୁଏ ନାହିଁ ଓ ଗୋଡ଼ ଶିର ଯନ୍ତ୍ରଣା ହୋଇଥାଏ। ସନ୍ଧିବାତର ଠିକ୍‌ ନିଦାନ କରି ଚିକିତ୍ସା କଲେ ଅଳ୍ପଦିନ ମଧ୍ୟରେ ଆରୋଗ୍ୟ ହୋଇଥାଏ। ମାତ୍ର ଏହାକୁ ଅବହେଳା କଲେ କଷ୍ଟସାଧ୍ୟରେ ପରିଣତ ହୋଇଥାଏ। ଏଥିରେ ସମ୍ପୂର୍ଣ୍ଣ ଆରୋଗ୍ୟ ପାଇଁ ସ୍ବର୍ଣ୍ଣ, ଲୌହ, ତାମ୍ର, ଅଭ୍ର, ନାଗ, ବଙ୍ଗ, ରସସିନ୍ଦୁର, ରାସ୍ନା, ଗୁଗ୍ଗୁଳ, ଶୋଧିତ ବତ୍ସନାଭ, ହରିତାଳ, ଅଶ୍ୱଗନ୍ଧା ଇତ୍ୟାଦିର ମୌଳିକ ଔଷଧ ଦିଆଯିବା ସହ ତୈଳ ଅଭ୍ୟଙ୍ଗ ଓ ସେକ ଦେବାକୁ ପରାମର୍ଶ ଦିଆଯାଇଥାଏ। ତତ୍‌ ସଙ୍ଗେ ସଙ୍ଗେ ପଥ୍ୟାପଥ୍ୟ ନିୟମ ପାଳନ କରିବାକୁ ପଡ଼େ। ତେଣୁ ଅଭିଜ୍ଞ ଆୟୁର୍ବେଦ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।

ଡା. ଆଶିଷ ବାନାର୍ଜୀ

-ଆନନ୍ଦବଜାର, ବେତନଟୀ, ମୟୂରଭଞ୍ଜ
ମୋ: ୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

କ୍ଷେତ ବଞ୍ଚାଅ ଅଭିଯାନ: ଜୈବିକ କୃଷିକୁ ପ୍ରୋତ୍ସାହନ ମୁଖ୍ୟ ଲକ୍ଷ୍ୟ

କେସିଙ୍ଗା, ୨୭।୧୦ (ତୁମେଶ୍ୱର ସାହୁ): ଚାଷଜମିର ସୁରକ୍ଷା, ମୃତ୍ତିକାର ସ୍ବାସ୍ଥ୍ୟ ବଜାୟ ରଖିବା ଏବଂ ଜୈବିକ ଓ ପ୍ରାକୃତିକ କୃଷି ପଦ୍ଧତିକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ କଳାହାଣ୍ଡି…

‘ଅର୍ଣ୍ଣବ’ର ମୁକାବିଲା ପାଇଁ ପ୍ରସ୍ତୁତ ରାମନାଗୁଡ଼ା ବ୍ଲକ ପ୍ରଶାସନ: ୧୪ ଆଶ୍ରୟସ୍ଥଳୀ ପ୍ରସ୍ତୁତ

ଗୁଣପୁର, ୨୭।୧୦(ସୁଜାତା ପାଢ଼ୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ଏବଂ ଜିଲାରେ ସ୍ଥିତି ନିୟନ୍ତ୍ରଣ ପାଇଁ ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ…

ପୁଣି ମା’ ହେବେ ଅନୁଷ୍କା! ଭିଡିଓ ଭାଇରାଲ ପରେ ବଢିଲା…

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣିଥରେ ମା’ ହେବେ ବୋଲି ଗୁଜବ ଉଠିଛି। ଭାରତୀୟ କ୍ରିକେଟର୍‌ ତଥା ତାଙ୍କ ସ୍ବାମୀ ବିରାଟ କୋହଲିଙ୍କ ସହ ମୁମ୍ବାଇରେ ନଜର…

ଟି-୨୦ ନୂଆ ଇତିହାସ ଲେଖିଲା ଭାରତ: ଭାଙ୍ଗିଲା ଅନେକ ରେକର୍ଡ

ଓ୍ବେଲିଂଟନ୍‌,୨୭।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳର ଓପନର୍‌ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ ଅନେକ…

ସ୍ୱାତୀ ନକ୍ଷତ୍ରରେ ବୁଧଙ୍କ ଏଣ୍ଟ୍ରି: ନଭେମ୍ୱର ୩ରୁ ୫ ରାଶିରେ ଧନବର୍ଷା, ଚାକିରିରେ ବଡ଼ ପଦୋନ୍ନତି…

ବୁଧ ଗ୍ରହଙ୍କ ନକ୍ଷତ୍ର ଚଳନ ହେତୁ ବୃଷ, ମିଥୁନ, ସିଂହ, ତୁଳା ଏବଂ ଧନୁ ରାଶିର ବ୍ୟକ୍ତିବିଶେଷଙ୍କୁ ଲାଭ ମିଳିପାରେ। ଏହି ରାଶିର ଲୋକଙ୍କ ପାଇଁ କ୍ୟାରିୟର…

ଉଗ୍ର ହେଲାଣି ଅର୍ଣ୍ଣବ: ଭୁବନେଶ୍ୱର-ପୁରୀରେ ୧୦୦ ଛୁଇଁବ ପବନ! ଆଜି ରାତିରେ…

ଭୁବନେଶ୍ୱର,୨୭।୧୦: ସମୁଦ୍ରରେ ବଳ ଗୋଟାଉଛି ବାତ୍ୟା ଅର୍ଣ୍ଣବ। ଦ୍ରୁତ ଗତିରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି। ଅତିଭୀଷଣ ବାତ୍ୟା ରୂପ ନେଇ ମାଡ଼ି ଆସୁଛି ଅର୍ଣ୍ଣବ ।…

ଅଭିଷେକ ଶର୍ମାଙ୍କ ରେକର୍ଡ ବର୍ଷା: କୋହଲିଙ୍କୁ ପକାଇଲେ ପଛରେ, ମାତ୍ର ୩୫ ବଲ୍‌ରେ କଲେ କମାଲ୍‌

ଓ୍ବେଲିଂଟନ୍‌,୨୭।୧୦:ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନ୍‌ରେ ଖେଳାଯାଉଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ଅଭିଷେକ ଶର୍ମାଙ୍କ ବ୍ୟାଟ୍‌ରୁ ରନ ବର୍ଷା ହୋଇଛି। ନ୍ୟୁଜିଲାଣ୍ଡ ଭାରତ ସମ୍ମୁଖରେ ୧୯୯ ରନ୍‌ର…

ଅଭିଷେକ-ବୈଭବଙ୍କ ଝଡ଼ରେ ଧରାଶୟୀ ନ୍ୟୁଜିଲାଣ୍ଡ: ଭାରତର ଧମାକାଦାର ବିଜୟ

ୱେଲିଂଟନ୍‌,୨୭।୧୦: ୱେଲିଂଟନ୍‌ରେ ନ୍ୟୁଜିଲାଣ୍ଡର ୱେଲିଂଟନ୍‌ରେ ଭାରତୀୟ ବ୍ୟାଟରଙ୍କ ଧମାକାଦାର ପ୍ରଦର୍ଶନ ଦେଖିବାକୁ ମିଳିଛି। ତୃତୀୟ ଟି-୨୦ ମ୍ୟାଚ୍‌ରେ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?