Posted inଫୁରସତ

କନ୍ୟା ମାଗିଲେ ଯୌତୁକ: ବରପକ୍ଷ କଲେ ମନା; ଭାଙ୍ଗିଲା ବିବାହ

ରୁର୍‌କି, ୧।୨: କନ୍ୟାପକ୍ଷ ବରଙ୍କୁ ଯୌତୁକ ଦେବାର ପରମ୍ପରା ଭାରତୀୟ ସଂସ୍କୃତିରେ ପ୍ରାୟତଃ ଦେଖିବାକୁ ମିଳିଥାଏ। ତେବେ ରୁର୍‌କିର ଜଣେ କନ୍ୟା ବରପକ୍ଷଙ୍କଠାରୁ ଯୌତୁକ ଦାବି କରିଛନ୍ତି। ବରପକ୍ଷ ଯୌତୁକ ଦେବାକୁ ମନା କରିବାରୁ ଏବେ ବିବାହ ଭାଙ୍ଗିଯାଇଛି। ଏନେଇ ବରପକ୍ଷରୁ ସ୍ଥାନୀୟ ଗଙ୍ଗନହର ଥାନାରେ ଏକ ମାମଲା ଦାଏର କରାଯାଇଛି। ରୁର୍‌କିର ଯୁବକଙ୍କର ଫେସ୍‌ବୁକ୍‌ରେ ଦିଲ୍ଲୀର ଜଣେ ଯୁବତୀଙ୍କ ସହିତ ଚିହ୍ନା ପରିଚୟ ହୋଇଥିଲା। ଚିହ୍ନା ପରିଚୟରୁ ପ୍ରେମ ହୋଇଥିଲା। ଏହାପରେ ଦୁହେଁ ବିବାହ କରିବାକୁ ସ୍ଥିର କରିଥିଲେ। ନିବର୍ନ୍ଧ ମଧ୍ୟ ଶେଷ ହୋଇଥିଲା। ବିବାହ ଫେବୃୟାରୀ ୩ରେ ହେବାକୁ ଧାର୍ଯ୍ୟ ହୋଇଥିଲା। ଇତିମଧ୍ୟରେ ବରପକ୍ଷ ନିମନ୍ତ୍ରଣ କାର୍ଡ ବାଣ୍ଟି ସାରିଥିଲେ। ମାତ୍ର ଗତ ଗୁରୁବାର ଯୁବତୀ ଜଣକ ବରପକ୍ଷଙ୍କଠାରୁ ଯୌତୁକ ଭାବେ ୫୦ ହଜାର ଟଙ୍କା ଏବଂ ସୁନା ଅଳଙ୍କାର ଦାବି କରିଥିଲେ। ବରପକ୍ଷ ମନା କରିବାରୁ ସେ ବିବାହ ଭାଙ୍ଗି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଡ଼, ହାତରେ ୩୧ ଅଙ୍ଗୁଳି ଥିବା ମହିଳା

କୁମାରୀ ନାୟକ। ବୟସ ୬୩ରୁ ଊର୍ଦ୍ଧ୍ୱ। ଘର ଓଡିଶାର ଗଞ୍ଜାମ ଜିଲାରେ। ତେବେ ସେ ନିଜ ଜୀବନର ଅଧିକାଂଶ ସମୟ ଘରେ ଆବଦ୍ଧ ରହି ବିତାଇଛନ୍ତି।...

ଆକାଶରୁ ହେଲା ଚକୋଲେଟ ବର୍ଷା

ଜୁରିକ୍‌, ୨୦।୮: ଆକାଶରୁ ଚକୋଲେଟ ବର୍ଷା ହେବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ। ତେବେ ଏଭଳି ସ୍ବିଜରଲାଣ୍ଡର ଓଲଟେନ୍‌ ସହରରେ ଘଟିଛି। ସାରା ସହରରେ...

୩୦୦୦ ଫୁଟ ଉଚ୍ଚ ପର୍ବତ ଚଢ଼ି ରେକର୍ଡ ସୃଷ୍ଟି କଲେ ୧୦ ବର୍ଷର ନାବାଳିକା

କାଲିଫର୍ଣ୍ଣିଆ: ଆମେରିକାର କାଲିଫର୍ଣ୍ଣିଆ ୟୋସେମିତେ ପାର୍କସ୍ଥିତ ଇଏଲ୍‌ କ୍ୟାପିଟନ୍‌ ପର୍ବତ ପ୍ରାୟ ୩୦୦୦ ଫୁଟ ଉଚ୍ଚ। ଏହି ପର୍ବତର ସର୍ବୋଚ୍ଚରେ ପହଞ୍ଚିବା ଅଧିକ ବିପଦଜନକ ବୋଲି...

୪୯୯ ବର୍ଷ ପରେ ହୋଲିରେ ଦୁର୍ଲଭ ସଂଯୋଗ

ଫାଲ୍‌ଗୁନ ପୂର୍ଣ୍ଣିମାରେ ହୋଲିକା ଦହନର ପରଦିନ ହୋଲି ଉତ୍ସବ ପାଳନ କରାଯିବ। ଏବର୍ଷ ଏହି ଉତ୍ସବରେ ବୃହସ୍ପତି ଓ ଶନି ଏକ ଦୁର୍ଲଭ ଯୋଗ ସୃଷ୍ଟି...

ଦୋକାନର ନାମ କରୋନା ଟେକ୍ସଟାଇଲ

କୋଚି,୧୮।୩: ଦେଶରେ କରୋନା ସଂକ୍ରମଣକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ତେବେ କେରଳର ଜଣେ କପଡ଼ା ଦୋକାନୀ ତାଙ୍କ ଦୋକାନ ନାମ କରୋନା ଟେକ୍ସଟାଇଲ ରଖିଛନ୍ତି।...

ମାରିଟାଇମ ଜଗତରେ ମହିଳା ସଶକ୍ତୀକରଣ

ଜାତିସଂଘ:୨୦୧୯ସେପ୍ଟେମ୍ବର ୨୬, ଗୁରୁବାର ପାଳନ କରାଯାଉଛି ବିଶ୍ୱ ମାରିିଟାଇମ ଦିବସ। ‘ସାମୁଦ୍ରିକ ଜଗତ ସମ୍ପର୍କରେ ମହିଳାମାନଙ୍କୁ ସଶକ୍ତୀକରଣ କରିବା’ ସ୍ଲୋଗାନ ନେଇ ଏହି ଦିବସ ପାଳନ...

ଦାମ୍ପତ୍ୟ ଜୀବନକୁ ଅଧିକ ରୋମାଣ୍ଟିକ୍‌ କରିବା ପାଇଁ…

ଦାମ୍ପତ୍ୟ ଜୀବନରେ ପରସ୍ପର ମଧ୍ୟରେ ଭଲ ପାଇବା ଅତି ଗୁରୁତ୍ୱପୂର୍ଣ୍ଣ। ଦାମ୍ପତ୍ୟ ଜୀବନକୁ ଏହା ରୋମାଣ୍ଟିକ୍‌ କରେ। ଏହା ବିନା ଦାମ୍ପତ୍ୟ ଜୀବନ ରଙ୍ଗହୀନ ମନେ...

‘ସ୍କୁଲ ଷ୍ଟ୍ରାଇକ୍‌ ଫର୍‌ କ୍ଲାଇମେଟ୍‌’ର ସ୍ରଷ୍ଟା ଗ୍ରେଟା

ଷ୍ଟକ୍‌ହୋମ: ୨୦୧୮ ଅଗଷ୍ଟ ୨୦। ଖରାଛୁଟି ପରେ ଖୋଲିଥିଲା ସ୍କୁଲ। ସ୍ବିଡେନ ପାର୍ଲାମେଣ୍ଟ ସମ୍ମୁଖରେ ଏକାକୀ ଛିଡ଼ା ହୋଇଥିଲେ ଜଣେ ସ୍କୁଲ ଛାତ୍ରୀ। ହାତରେ ଧରିଥିଲେ...

Advertisement
Archives

Model This Week