୧୭୪ ସ୍କୁଲରେ ଝୁଲିବ ତାଲା

ଅନୁଗୋଳ ଅଫିସ, ୧୯ା୧୦:  ଅନୁଗୋଳ ଜିଲାର ଆଉ ୧୭୪ ବିଦ୍ୟାଳୟରେ ତାଲା ଝୁଲାଇବେ ସରକାର। ବନ୍ଦ ହେବାକୁ ଥିବା ଏହି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲଗୁଡ଼ିକୁ ଚିହ୍ନଟ କରାଯାଇସାରିଛି। ବିଶେଷକରି ୨୦ରୁ କମ୍‌ ଛାତ୍ରୀଛାତ୍ର ଥିବା ଶିକ୍ଷାନୁଷ୍ଠାନରେ ତାଲା ପକାଇ ଏହାକୁ ନିକଟସ୍ଥ ବିଦ୍ୟାଳୟରେ ମିଶାଇ ଦିଆଯିବ। ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ପରେ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଏ ନେଇ ରିପୋର୍ଟ ପ୍ରଦାନ କରାଯାଇ ସାରିଥିବା ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ବନ୍ଦ ହେବାକୁ ଯାଉଥିବା ଏହି ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରୁ କେତୋଟି ଉପାନ୍ତ ଆଦିବାସୀ ଅଞ୍ଚଳରେ ଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।
୨୦୧୫ରୁ ୨୦୨୦ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଅନୁଗୋଳ ଜିଲାର ୧୧୦ ବିଦ୍ୟାଳୟରେ ରାଜ୍ୟ ସରକାର ତାଲା ଝୁଲାଇ ସାରିଛନ୍ତି। ପ୍ରଥମେ ୫ରୁ କମ୍‌ ଛାତ୍ରୀଛାତ୍ର ଥିବା ସ୍କୁଲକୁ ବନ୍ଦ କରାଯାଇଥିଲା। ଏହାପରେ ୧୦ରୁ କମ୍‌ ଉପସ୍ଥାନ ଥିବା ସ୍କୁଲକୁ ଟାର୍ଗେଟ୍‌ କରାଗଲା। ଆଉ ଏବେ ଯେଉଁ ସ୍କୁଲରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୨୦ରୁ କମ୍‌ ତାହାକୁ ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଜିଲାରେ ମୋଟ୍‌ ୮୪୯ଟି ପ୍ରାଥମିକ ଓ ୫୩୦ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ସେଥିରୁ ୧୨୫ଟିରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୨୦ ଛୁଇଁନାହିଁ। ସେହିପରି ଗୋଟିଏ କିଲୋମିଟର ପରିଧିରେ ଏକରୁ ଅଧିକ ରହିଥିବା ବିଦ୍ୟାଳୟ ଓ ୪୦ରୁ କମ୍‌ ଛାତ୍ରୀଛାତ୍ର ଥିବା ୩୨ଟି ଶିକ୍ଷାନୁଷ୍ଠାନକୁ ମଧ୍ୟ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଚିହ୍ନଟ କରାଯାଇ ବନ୍ଦ ପାଇଁ ରିପୋର୍ଟ ଦିଆଯାଇଛି। ଉକ୍ତ ରିପୋର୍ଟ ଯାଞ୍ଚ କରିବା ପରେ ସରକାର ମୋଟ୍‌ ୧୭୪ଟି ବିଦ୍ୟାଳୟ ବନ୍ଦ ନେଇ ନିଷ୍ପତ୍ତି ନେବେ। ଏସବୁ ଶିକ୍ଷାନୁଷ୍ଠାନ ତାଲିକାରେ ଅନୁଗୋଳ ପୌରପାଳିକାର ୫ଟି ସ୍କୁଲ ଥିବାବେଳେ ଅନୁଗୋଳ ବ୍ଲକର ୧୪, ବଅଁରପାଳ ବ୍ଲକର ୧୧, ଛେଣ୍ଡିପଦା ବ୍ଲକର ୩୦, କଣିହଁା ବ୍ଲକର ୨୬, ପାଲଲହଡ଼ା ବ୍ଲକର ୨୭, ତାଳଚେର ବ୍ଲକର ୧୦, ତାଳଚେର ପୌରାଞ୍ଚଳର ଗୋଟିଏ, କିଶୋରନଗର ବ୍ଲକର ୨୬ ଓ ଆଠମଲ୍ଲିକ ବ୍ଲକର ୨୩ ଏବଂ ଏନ୍‌ଏସିର ୧ଟି ବିଦ୍ୟାଳୟ ରହିଛି। ତେବେ ପ୍ରସ୍ତୁତ ହୋଇଥିବା ଏହି ତାଲିକାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି। ଜିଲାର ବିଭିନ୍ନ ବ୍ଲକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ଗମନାଗମନ ସୁବିଧା ନ ଥିବାବେଳେ ଏଠାରେ ଥିବା ସ୍କୁଲଗୁଡ଼ିକ ବନ୍ଦ କରାଗଲେ ବହୁ ଛାତ୍ରୀଛାତ୍ର ଶିକ୍ଷା ଭଳି ମୌଳିକ ସୁବିଧାରୁ ବଞ୍ଚତ୍ତ ହେବେ ବୋଲି ଅଭିଭାବକମାନେ କହିଛନ୍ତି।

ସରକାରଙ୍କ ନିଷ୍ପତ୍ତି ପାଳନ କରୁଛୁ
ଜିଲାର ୧୭୪ଟି ସ୍କୁଲକୁ ନିକଟସ୍ଥ ଶିକ୍ଷାନୁଷ୍ଠାନ ସହ ମିଶ୍ରଣ କରାଯିବ। ଏ ନେଇ ସର୍ଭେ ପରେ ଜିଲାପାଳଙ୍କ ଅନୁମତି ନିଆଯାଇଛି। ଗଣଶିକ୍ଷା ବିଭାଗକୁ ରିପୋର୍ଟ ପଠାଯାଇଛି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରାଯାଉଛି। ଉଦ୍ଦେଶ୍ୟମୂଳକ ଭାବେ କୌଣସି ବିଦ୍ୟାଳୟକୁ ବନ୍ଦ କରାଯାଇ ନାହିଁ। ଛାତ୍ରୀଛାତ୍ରଙ୍କର ମଧ୍ୟ କୌଣସି ସମସ୍ୟା ହେବ ନାହିଁ।
-କଳ୍ପନା ବେହେରା, ଜିଲା ଶିକ୍ଷା ଅଧିକାରୀ

ବହୁ ପିଲା ଶିକ୍ଷାରୁ ବଞ୍ଚତ୍ତ ହେବେ
ବିଦ୍ୟାଳୟ ବନ୍ଦ ହେବା କଥା ଶୁଣି ଛାନିଆ ଲାଗୁଛି। ଘର ପାଖରେ ସ୍କୁଲ ଥିବାରୁ ପିଲାମାନେ ନଜରରେ ରହୁଥିଲେ। ସ୍କୁଲ ଦୂର ହେଲେ ନାନା ଅସୁବିଧା ଉପୁଜିବ। ଅନେକ ପିଲା ସେଠାକୁ ଯିବାକୁ ଅମଙ୍ଗ ହେବେ। ତେଣୁ ବିଦ୍ୟାଳୟ ଗୁଡ଼ିକରେ ତାଲା ନ ପକାଯିବା ଉଚିତ।
-କୃଷ୍ଣଚନ୍ଦ୍ର ସାହୁ, ଖମାର, ପାଲଲହଡ଼ା

ବ୍ୟବସ୍ଥାରେ ସୁଧାର ଅଣାଯାଉ
କମ୍‌ ଉପସ୍ଥାନ କାରଣରୁ ସ୍କୁଲଗୁଡ଼ିକୁ ବନ୍ଦ ନ କରି କିପରି ଅଧିକ ଛାତ୍ରୀଛାତ୍ର ବିଦ୍ୟାଳୟକୁ ଆସିପାରିବେ ସେ ଦିଗରେ ଶିକ୍ଷା ବିଭାଗ ଧ୍ୟାନ ଦେବା ଉଚିତ। ଯଦି ମିଶ୍ରଣ ପରେ ବିଦ୍ୟାଳୟକୁ ପିଲାମାନେ ନ ଯିବେ ତା’ହେଲେ ଏଥିପାଇଁ କିଏ ଦାୟୀ ରହିବେ।
-ସରୋଜ କୁମାର ପାଣିଗ୍ରାହୀ, ରାଜ୍ୟ ଉପସଭାପତି, ଓଷ୍ଟା

ଉତ୍ତମ ଶିକ୍ଷା ପରିବର୍ତ୍ତନ ଆଣିପାରନ୍ତା
ପାଖ ବିଦ୍ୟାଳୟ ବନ୍ଦ ହୋଇଗଲେ ପିଲାମାନେ ଦୂରକୁ ପଢ଼ିବାକୁ ଯିବେ। କିନ୍ତୁ ଉତ୍ତମ ଶିକ୍ଷା ପ୍ରଦାନ କରାଯାଉ ନ ଥିବା କାରଣରୁ ହିଁ ସରକାରୀ ବିଦ୍ୟାଳୟରୁ ଅଭିଭାବକମାନେ ମୁହଁ ଫେରାଉଛନ୍ତି। ଏଥିପ୍ରତି ପ୍ରଶାସନ ଓ ସରକାର ଧ୍ୟାନ ନ ଦେଇ ସ୍କୁଲରେ ତାଲା ପକାଇଲେ କି ମିଶ୍ରଣ କରିଦେଲେ ସମସ୍ୟାର ସମାଧାନ ହେବ ନାହିଁ।
-ବିଜୟ ଅମାନ୍ତ, ବଅଁରପାଳ


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?