୧୭୪ ସ୍କୁଲରେ ଝୁଲିବ ତାଲା

ଅନୁଗୋଳ ଅଫିସ, ୧୯ା୧୦:  ଅନୁଗୋଳ ଜିଲାର ଆଉ ୧୭୪ ବିଦ୍ୟାଳୟରେ ତାଲା ଝୁଲାଇବେ ସରକାର। ବନ୍ଦ ହେବାକୁ ଥିବା ଏହି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲଗୁଡ଼ିକୁ ଚିହ୍ନଟ କରାଯାଇସାରିଛି। ବିଶେଷକରି ୨୦ରୁ କମ୍‌ ଛାତ୍ରୀଛାତ୍ର ଥିବା ଶିକ୍ଷାନୁଷ୍ଠାନରେ ତାଲା ପକାଇ ଏହାକୁ ନିକଟସ୍ଥ ବିଦ୍ୟାଳୟରେ ମିଶାଇ ଦିଆଯିବ। ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ପରେ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଏ ନେଇ ରିପୋର୍ଟ ପ୍ରଦାନ କରାଯାଇ ସାରିଥିବା ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ବନ୍ଦ ହେବାକୁ ଯାଉଥିବା ଏହି ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରୁ କେତୋଟି ଉପାନ୍ତ ଆଦିବାସୀ ଅଞ୍ଚଳରେ ଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।
୨୦୧୫ରୁ ୨୦୨୦ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଅନୁଗୋଳ ଜିଲାର ୧୧୦ ବିଦ୍ୟାଳୟରେ ରାଜ୍ୟ ସରକାର ତାଲା ଝୁଲାଇ ସାରିଛନ୍ତି। ପ୍ରଥମେ ୫ରୁ କମ୍‌ ଛାତ୍ରୀଛାତ୍ର ଥିବା ସ୍କୁଲକୁ ବନ୍ଦ କରାଯାଇଥିଲା। ଏହାପରେ ୧୦ରୁ କମ୍‌ ଉପସ୍ଥାନ ଥିବା ସ୍କୁଲକୁ ଟାର୍ଗେଟ୍‌ କରାଗଲା। ଆଉ ଏବେ ଯେଉଁ ସ୍କୁଲରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୨୦ରୁ କମ୍‌ ତାହାକୁ ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଜିଲାରେ ମୋଟ୍‌ ୮୪୯ଟି ପ୍ରାଥମିକ ଓ ୫୩୦ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ସେଥିରୁ ୧୨୫ଟିରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୨୦ ଛୁଇଁନାହିଁ। ସେହିପରି ଗୋଟିଏ କିଲୋମିଟର ପରିଧିରେ ଏକରୁ ଅଧିକ ରହିଥିବା ବିଦ୍ୟାଳୟ ଓ ୪୦ରୁ କମ୍‌ ଛାତ୍ରୀଛାତ୍ର ଥିବା ୩୨ଟି ଶିକ୍ଷାନୁଷ୍ଠାନକୁ ମଧ୍ୟ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଚିହ୍ନଟ କରାଯାଇ ବନ୍ଦ ପାଇଁ ରିପୋର୍ଟ ଦିଆଯାଇଛି। ଉକ୍ତ ରିପୋର୍ଟ ଯାଞ୍ଚ କରିବା ପରେ ସରକାର ମୋଟ୍‌ ୧୭୪ଟି ବିଦ୍ୟାଳୟ ବନ୍ଦ ନେଇ ନିଷ୍ପତ୍ତି ନେବେ। ଏସବୁ ଶିକ୍ଷାନୁଷ୍ଠାନ ତାଲିକାରେ ଅନୁଗୋଳ ପୌରପାଳିକାର ୫ଟି ସ୍କୁଲ ଥିବାବେଳେ ଅନୁଗୋଳ ବ୍ଲକର ୧୪, ବଅଁରପାଳ ବ୍ଲକର ୧୧, ଛେଣ୍ଡିପଦା ବ୍ଲକର ୩୦, କଣିହଁା ବ୍ଲକର ୨୬, ପାଲଲହଡ଼ା ବ୍ଲକର ୨୭, ତାଳଚେର ବ୍ଲକର ୧୦, ତାଳଚେର ପୌରାଞ୍ଚଳର ଗୋଟିଏ, କିଶୋରନଗର ବ୍ଲକର ୨୬ ଓ ଆଠମଲ୍ଲିକ ବ୍ଲକର ୨୩ ଏବଂ ଏନ୍‌ଏସିର ୧ଟି ବିଦ୍ୟାଳୟ ରହିଛି। ତେବେ ପ୍ରସ୍ତୁତ ହୋଇଥିବା ଏହି ତାଲିକାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି। ଜିଲାର ବିଭିନ୍ନ ବ୍ଲକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ଗମନାଗମନ ସୁବିଧା ନ ଥିବାବେଳେ ଏଠାରେ ଥିବା ସ୍କୁଲଗୁଡ଼ିକ ବନ୍ଦ କରାଗଲେ ବହୁ ଛାତ୍ରୀଛାତ୍ର ଶିକ୍ଷା ଭଳି ମୌଳିକ ସୁବିଧାରୁ ବଞ୍ଚତ୍ତ ହେବେ ବୋଲି ଅଭିଭାବକମାନେ କହିଛନ୍ତି।

ସରକାରଙ୍କ ନିଷ୍ପତ୍ତି ପାଳନ କରୁଛୁ
ଜିଲାର ୧୭୪ଟି ସ୍କୁଲକୁ ନିକଟସ୍ଥ ଶିକ୍ଷାନୁଷ୍ଠାନ ସହ ମିଶ୍ରଣ କରାଯିବ। ଏ ନେଇ ସର୍ଭେ ପରେ ଜିଲାପାଳଙ୍କ ଅନୁମତି ନିଆଯାଇଛି। ଗଣଶିକ୍ଷା ବିଭାଗକୁ ରିପୋର୍ଟ ପଠାଯାଇଛି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରାଯାଉଛି। ଉଦ୍ଦେଶ୍ୟମୂଳକ ଭାବେ କୌଣସି ବିଦ୍ୟାଳୟକୁ ବନ୍ଦ କରାଯାଇ ନାହିଁ। ଛାତ୍ରୀଛାତ୍ରଙ୍କର ମଧ୍ୟ କୌଣସି ସମସ୍ୟା ହେବ ନାହିଁ।
-କଳ୍ପନା ବେହେରା, ଜିଲା ଶିକ୍ଷା ଅଧିକାରୀ

ବହୁ ପିଲା ଶିକ୍ଷାରୁ ବଞ୍ଚତ୍ତ ହେବେ
ବିଦ୍ୟାଳୟ ବନ୍ଦ ହେବା କଥା ଶୁଣି ଛାନିଆ ଲାଗୁଛି। ଘର ପାଖରେ ସ୍କୁଲ ଥିବାରୁ ପିଲାମାନେ ନଜରରେ ରହୁଥିଲେ। ସ୍କୁଲ ଦୂର ହେଲେ ନାନା ଅସୁବିଧା ଉପୁଜିବ। ଅନେକ ପିଲା ସେଠାକୁ ଯିବାକୁ ଅମଙ୍ଗ ହେବେ। ତେଣୁ ବିଦ୍ୟାଳୟ ଗୁଡ଼ିକରେ ତାଲା ନ ପକାଯିବା ଉଚିତ।
-କୃଷ୍ଣଚନ୍ଦ୍ର ସାହୁ, ଖମାର, ପାଲଲହଡ଼ା

ବ୍ୟବସ୍ଥାରେ ସୁଧାର ଅଣାଯାଉ
କମ୍‌ ଉପସ୍ଥାନ କାରଣରୁ ସ୍କୁଲଗୁଡ଼ିକୁ ବନ୍ଦ ନ କରି କିପରି ଅଧିକ ଛାତ୍ରୀଛାତ୍ର ବିଦ୍ୟାଳୟକୁ ଆସିପାରିବେ ସେ ଦିଗରେ ଶିକ୍ଷା ବିଭାଗ ଧ୍ୟାନ ଦେବା ଉଚିତ। ଯଦି ମିଶ୍ରଣ ପରେ ବିଦ୍ୟାଳୟକୁ ପିଲାମାନେ ନ ଯିବେ ତା’ହେଲେ ଏଥିପାଇଁ କିଏ ଦାୟୀ ରହିବେ।
-ସରୋଜ କୁମାର ପାଣିଗ୍ରାହୀ, ରାଜ୍ୟ ଉପସଭାପତି, ଓଷ୍ଟା

ଉତ୍ତମ ଶିକ୍ଷା ପରିବର୍ତ୍ତନ ଆଣିପାରନ୍ତା
ପାଖ ବିଦ୍ୟାଳୟ ବନ୍ଦ ହୋଇଗଲେ ପିଲାମାନେ ଦୂରକୁ ପଢ଼ିବାକୁ ଯିବେ। କିନ୍ତୁ ଉତ୍ତମ ଶିକ୍ଷା ପ୍ରଦାନ କରାଯାଉ ନ ଥିବା କାରଣରୁ ହିଁ ସରକାରୀ ବିଦ୍ୟାଳୟରୁ ଅଭିଭାବକମାନେ ମୁହଁ ଫେରାଉଛନ୍ତି। ଏଥିପ୍ରତି ପ୍ରଶାସନ ଓ ସରକାର ଧ୍ୟାନ ନ ଦେଇ ସ୍କୁଲରେ ତାଲା ପକାଇଲେ କି ମିଶ୍ରଣ କରିଦେଲେ ସମସ୍ୟାର ସମାଧାନ ହେବ ନାହିଁ।
-ବିଜୟ ଅମାନ୍ତ, ବଅଁରପାଳ


Enter your email to get our daily news in your inbox.

All Right Reserved By Dharitri.Com

ବିଜୁ ମାର୍କେଟ ଦୋକାନ ଘରେ ଗୋଦାମ

ନୟାଗଡ଼ ଅଫିସ,୧୮ା୧୦: ନୟାଗଡ଼ ସହର ବିଜୁ ମାର୍କେଟର ଦୋକାନ ଘରେ ଗୋଦାମ ସଂଖ୍ୟା ବଢ଼ିବା ପରେ ଖୁଚୁରା ବ୍ୟବସାୟୀ ଚିନ୍ତାରେ ଅଛନ୍ତି। ସେମାନଙ୍କ ବ୍ୟବସାୟ ଦିନକୁ...

ଶଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ରଣପୁର, ୧୮ା୫ (ସ୍ବ.ପ୍ର.): କରୋନା ମୁକାବିଲା ପାଇଁ ସରକାର ପଞ୍ଚାୟତ ସ୍ତରରେ ସରପଞ୍ଚମାନଙ୍କୁ ଜିଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି। ରଣପୁର ବ୍ଲକ ବ୍ରଜରାଜପୁର ସରପଞ୍ଚ ସୁକାନ୍ତ...

ୟାସ୍‌ ପ୍ରଭାବ: ବାହାନଗା ବ୍ଲକର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି

ବାହାନଗା,୨୬।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକର ଆରୁହାବାଡ଼ ପଞ୍ଚାୟତ ରୂପଖଣ୍ଡ ସମୁଦ୍ର କୂଳ ଦେଇ ୟାସ୍‌ ଅତିକ୍ରମ କରିବା ବେଳେ ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି...

ଏଫଏମ୍‌ ସ୍ବୟଂଶାସିତ କଲେଜ: ପ୍ରକାଶ ପାଇଲା ସ୍ନାତକ, ସ୍ନାତକୋତ୍ତର ପରୀକ୍ଷା ଫଳ

ବାଲେଶ୍ୱର ଅଫିସ, ୧୧।୬- ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ଚଳିତ ଶିକ୍ଷାବର୍ଷରେ ଯୁକ୍ତ ୩...

ଶିକ୍ଷକ କର୍ମଶାଳା ଉଦ୍‌ଯାପିତ

ସବ୍‌ଡ଼େଗା, ୨୬।୪ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ସବ୍‌ଡେଗା ବ୍ଲକ ଅନ୍ତର୍ଗତ ସମସ୍ତ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଜଣେ ଲେଖାଏଁ ସହକାରୀ...

କମୁଛି ସଂକ୍ରମଣ: ଆଜି ରାଜ୍ୟରୁ ୮୩୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୫ା୮(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୮୩୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୭,୩୦୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ଆଜି ରାଜ୍ୟରୁ ୧୯୩ ପଜିଟିଭ୍‌ ଚିହ୍ନଟ, ଏମାନଙ୍କ ମଧ୍ୟରେ ଅଛନ୍ତି ୩୪ ଶିଶୁ

ଭୁବନେଶ୍ୱର,୧୯ା୧୨(ବ୍ୟୁରୋ): ରବିବାର ରାଜ୍ୟରୁ ୧୯୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୫୨,୮୩୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ଯୁବକଙ୍କୁ ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ହରଭଙ୍ଗା,୩୦ା୧୦(ଡି.ଏନ୍‌.ଏ.): ବୌଦ୍ଧ ଜିଲା ପୁରୁଣାକଟକ ଥାନା ସିଙ୍ଗାଣିବିଡ଼ା ନିକଟରେ ଗୁରୁବାର ରାତିରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ରାସ୍ତାକଡ଼ରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି।...

Advertisement
Archives

Model This Week