୧୫ ବର୍ଷରେ ଗଲାଣି ୧୭୩୫ ଜୀବନ

ଖୋର୍ଦ୍ଧା ଅଫିସ,୨୯।୪: ରାଜ୍ୟରେ ସଡ଼କ ଦୁର୍ଘଟଣା ବଢ଼ିଚାଲିଛି। ବେପରୁଆ ଗାଡ଼ିଚାଳନା ଯୋଗୁ ଦୈନିକ ଦୁର୍ଘଟଣା ଘଟୁଛି। ସେଥିରୁ ଅଧିକାଂଶ ଦୁର୍ଘଟଣା ଜାତୀୟ ରାଜପଥରେ ଘଟୁଥିବା ଜଣାପଡିଛି। ଖୋର୍ଦ୍ଧା ଜିଲା ଦେଇ ଯାଇଥିବା ଦୁଇ ଜାତୀୟ ରାଜପଥ ୫୭ ନମ୍ବର ଏବଂ ୧୬ନଂ. ଅସୁରକ୍ଷିତ। ଗତ ୧୫ବର୍ଷ ମଧ୍ୟରେ ଦୁର୍ଘଟଣାରେ ୧୭୩୫ ଜଣଙ୍କ ଜୀବନ ଯାଇଥିବା ଜିଲା ପୋଲିସ ପକ୍ଷରୁ ସୂଚନା ମିଳିଛି। ବାରମ୍ବାର ଦୁର୍ଘଟଣା ଘଟି ଜୀବନ ଯାଉଥିଲେ ମଧ୍ୟ ଜିଲା ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ।
ପ୍ରକାଶ ଯେ, ପ୍ରତିବର୍ଷ ସଡ଼କ ସୁରକ୍ଷା ସପ୍ତାହରେ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ଯୋଜନା ସହ ସଚେତନତାମୂଳକ କାର୍ଯ୍ୟ କରାଯାଉଛି। ତେବେ ସବୁ ଯୋଜନା, ସଚେତନତା କେବଳ କାଗଜକଲମରେ ସୀମିତ ରହିଯାଉଛି। ଅନ୍ୟପଟେ ରାସ୍ତା ସମ୍ପ୍ରସାରଣ ଯୋଗୁ ଅନେକ ସ୍ଥାନରେ ରାସ୍ତା ସଙ୍କୁଚିତ ରହିଛି। ଏକମୁହଁା ଭାରିଯାନ, ବସ୍‌ ଯାତାୟାତ ବେଳେ ଦୁର୍ଘଟଣା ଘଟୁଛି। ପୁଣି ଭାରିଯାନ ଉପରେ ସ୍ପିଡ ବ୍ରେକର ଲାଗୁନି। କେବଳ ବିଭିନ୍ନ ଛକରେ ସୂଚନା ଫଳକଟିଏ ଝୁଲାଇ ଦିଆଯାଇଛି। ଜାତୀୟ ରାଜପଥ, ପରିବହନ ବିଭାଗ ଏବଂ ପୋଲିସ ମଧ୍ୟରେ ଉପଯୁକ୍ତ ସମନ୍ବୟ ଅଭାବରୁ ଦୈନିକ ଦୁର୍ଘଟଣା ଘଟୁଛି। ୨୦୦୮ମସିହାରେ ଦୁର୍ଘଟଣାରେ ୯୭ଜଣଙ୍କ ଜୀବନ ଯାଇଥିବାବେଳେ ୨୦୦୯ରେ ୯୨, ୨୦୧୦ରେ ୧୦୭, ୨୦୧୧ ରେ ୧୧୭, ୨୦୧୨ରେ ୧୦୧ଜଣଙ୍କ ମୃତ୍ୟୁ ହୋଇଛି ା ସେହିପରି ୨୦୧୩ରେ ୧୦୭, ୨୦୧୪ରେ ୧୩୨, ୨୦୧୫ ରେ ୧୧୮, ୨୦୧୬ରେ ୯୦, ୨୦୧୭ରେ ୧୪୦, ୨୦୧୮ରେ ୧୪୦ଜଣଙ୍କ ମୃତ୍ୟୁ ଘଟିଛି। ୨୦୧୯ରେ ୨୭୫ ଦୁର୍ଘଟଣା ହୋଇଥିବା ବେଳେ ୧୬୨ଜଣଙ୍କ ମୃତ୍ୟୁ ହୋଇଛି ା ୨୦୨୦ରେ ୨୨୬ଟି ଦୁର୍ଘଟଣାରେ ୯୦ଜଣଙ୍କ ମୃତ୍ୟୁ ଘଟିଛି। ୨୦୨୧ରେ ୨୨୬ଟି ଦୁର୍ଘଟଣାରେ ୧୦୬ଜଣଙ୍କ ମୃତ୍ୟୁ ହୋଇଛି। ୨୦୨୨ରେ ବିଭିନ୍ନ ସ୍ଥାନରେ ୨୬୪ଟି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୧୩୬ଜଣଙ୍କର ମୃତ୍ୟୁ ଘଟିଛି। ଚଳିତବର୍ଷ ଶୁକ୍ରବାର ସୁଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ପ୍ରାୟ ୧୦ରୁ ଉର୍ଦ୍ଧ୍ୱ ଜଣଙ୍କ ମୃତ୍ୟୁ ହୋଇଥିବା ଜିଲା ପୋଲିସ ପକ୍ଷରୁ ସୂଚନା ମିଳିଛି।
ଜାତୀୟ ରାଜପଥରେ ପୋଲିସ ପାଟ୍ରୋଲିଂ ଏବଂ ଇଣ୍ଟରସେପ୍ଟର ବ୍ୟବସ୍ଥା ରହିଛି। ତେବେ ଏହା କେବଳ ଜରିମାନାରେ ସୀମିତ। ତେବେ ରାତିରେ ଭାରିଯାନ ଚଳାଚଳ ଉପରେ କୌଣସି ନିୟନ୍ତ୍ରଣ ନାହିଁ। ଦ୍ରୁତ ଗାଡିଚାଳନା ଏବଂ ରାତିର ଘନ ଅନ୍ଧକାରରେ ଦୁର୍ଘଟଣା ଘଟି ଜୀବନ ଯାଉଛି। ଗୋଟିଏ ପଟେ ରାଜ୍ୟ ସରକାରଙ୍କ ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ଜୀବନ ଯାଉଛି। ଅନ୍ୟପଟେ ବିଭାଗୀୟ ଅଧିକାରୀମାନେ ଜଣେ ଅନ୍ୟ ଉପରକୁ ଦୋଷ ଲଦି ଖସିଯିବାକୁ ଉଦ୍ୟମ କରୁଛନ୍ତି। ଫଳରେ ଜାତୀୟ ରାଜପଥରେ ଯାତ୍ରା ସୁରକ୍ଷିତ ନୁହଁ ବୋଲି ବିଭିନ୍ନ ମହଲରେ ପ୍ରକାଶ ପାଇଛି। ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ଠାରୁ ପଲା ତୋଟାପଡା ପର୍ଯ୍ୟନ୍ତ ରାସ୍ତାରେ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଫଳରେ ଏଠାରୁ ପଲ୍ଲା ତୋଟାପଡା ଛକ ପର୍ଯ୍ୟନ୍ତ ଉଭୟ ପଟ ରାସ୍ତା ସଙ୍କୁଚିତ ରହିଛି। ପୁଣି ତୋଟାପଡା ଛକରେ ଏକ ମୁହଁା ରାସ୍ତା ଯୋଗୁ ସମସ୍ତ ଭାରିଯାନ ଯାତାୟାତ କରୁଛନ୍ତି। ଫଳରେ ଏହି ରାସ୍ତା ଏବେ ମରଣାଯନ୍ତା ପାଲଟିଛି। ସେହିଭଳି ରାଜପଥରେ ଟାଙ୍ଗୀ ପର୍ଯ୍ୟନ୍ତ ଚାଲିଥିବା ରାଜପଥ କାର୍ଯ୍ୟ ତ୍ୱରାନ୍ବିତ ଲାଗି ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ଆଞ୍ଚଳିକ ପରିବହନ ଅତିରିକ୍ତ ପରିବହନ ଅଧିକାରୀ ଅରବିନ୍ଦ ନାୟକ କୁହନ୍ତି, ପରିବହନ ବିଭାଗର ନିର୍ଦ୍ଦେଶକ୍ରମେ ଏପ୍ରିଲ ପହିଲାରୁ ସପ୍ତାହ ବ୍ୟାପୀ ଦୁର୍ଘଟଣା ଶୂନ ସପ୍ତାହ ପାଳନ ଅବସରରେ ଲକ୍ଷାଧିକ ଟଙ୍କା ଜରିମାନା କରାଯାଇଛି। ନାବାଳକଙ୍କ ଗାଡିଚାଳନା ଉପରେ ନଜର ରଖାଯାଇଛି। ପୂର୍ବରୁ ସଡ଼କ ସୁରକ୍ଷା ସପ୍ତାହ ଅବସରରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଦୁର୍ଘଟଣା କମିବା ପାଇଁ ମାନସିକତାରେ ପରିବର୍ତ୍ତନ ଜରୁରୀ। ଲୋକେ ସଚେତନ ହେଲେ ଦୁର୍ଘଟଣା କମିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଆଉ ନାହାନ୍ତି ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ. ଗୋପବନ୍ଧୁ ବେହେରା: କଳାହାଣ୍ଡିରେ ଶୋକର ଛାୟା

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଜଣେ ଅଗ୍ରଣୀ ଶିକ୍ଷାବିତ୍, ଆଦର୍ଶ ମାର୍ଗଦର୍ଶକ ତଥା ବିଶିଷ୍ଟ ରସାୟନ ବିଜ୍ଞାନ ପ୍ରଫେସର ଡକ୍ଟର ଗୋପବନ୍ଧୁ ବେହେରାଙ୍କର ୮୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?