୧୫ ବର୍ଷରେ ଗଲାଣି ୧୭୩୫ ଜୀବନ

ଖୋର୍ଦ୍ଧା ଅଫିସ,୨୯।୪: ରାଜ୍ୟରେ ସଡ଼କ ଦୁର୍ଘଟଣା ବଢ଼ିଚାଲିଛି। ବେପରୁଆ ଗାଡ଼ିଚାଳନା ଯୋଗୁ ଦୈନିକ ଦୁର୍ଘଟଣା ଘଟୁଛି। ସେଥିରୁ ଅଧିକାଂଶ ଦୁର୍ଘଟଣା ଜାତୀୟ ରାଜପଥରେ ଘଟୁଥିବା ଜଣାପଡିଛି। ଖୋର୍ଦ୍ଧା ଜିଲା ଦେଇ ଯାଇଥିବା ଦୁଇ ଜାତୀୟ ରାଜପଥ ୫୭ ନମ୍ବର ଏବଂ ୧୬ନଂ. ଅସୁରକ୍ଷିତ। ଗତ ୧୫ବର୍ଷ ମଧ୍ୟରେ ଦୁର୍ଘଟଣାରେ ୧୭୩୫ ଜଣଙ୍କ ଜୀବନ ଯାଇଥିବା ଜିଲା ପୋଲିସ ପକ୍ଷରୁ ସୂଚନା ମିଳିଛି। ବାରମ୍ବାର ଦୁର୍ଘଟଣା ଘଟି ଜୀବନ ଯାଉଥିଲେ ମଧ୍ୟ ଜିଲା ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ।
ପ୍ରକାଶ ଯେ, ପ୍ରତିବର୍ଷ ସଡ଼କ ସୁରକ୍ଷା ସପ୍ତାହରେ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ଯୋଜନା ସହ ସଚେତନତାମୂଳକ କାର୍ଯ୍ୟ କରାଯାଉଛି। ତେବେ ସବୁ ଯୋଜନା, ସଚେତନତା କେବଳ କାଗଜକଲମରେ ସୀମିତ ରହିଯାଉଛି। ଅନ୍ୟପଟେ ରାସ୍ତା ସମ୍ପ୍ରସାରଣ ଯୋଗୁ ଅନେକ ସ୍ଥାନରେ ରାସ୍ତା ସଙ୍କୁଚିତ ରହିଛି। ଏକମୁହଁା ଭାରିଯାନ, ବସ୍‌ ଯାତାୟାତ ବେଳେ ଦୁର୍ଘଟଣା ଘଟୁଛି। ପୁଣି ଭାରିଯାନ ଉପରେ ସ୍ପିଡ ବ୍ରେକର ଲାଗୁନି। କେବଳ ବିଭିନ୍ନ ଛକରେ ସୂଚନା ଫଳକଟିଏ ଝୁଲାଇ ଦିଆଯାଇଛି। ଜାତୀୟ ରାଜପଥ, ପରିବହନ ବିଭାଗ ଏବଂ ପୋଲିସ ମଧ୍ୟରେ ଉପଯୁକ୍ତ ସମନ୍ବୟ ଅଭାବରୁ ଦୈନିକ ଦୁର୍ଘଟଣା ଘଟୁଛି। ୨୦୦୮ମସିହାରେ ଦୁର୍ଘଟଣାରେ ୯୭ଜଣଙ୍କ ଜୀବନ ଯାଇଥିବାବେଳେ ୨୦୦୯ରେ ୯୨, ୨୦୧୦ରେ ୧୦୭, ୨୦୧୧ ରେ ୧୧୭, ୨୦୧୨ରେ ୧୦୧ଜଣଙ୍କ ମୃତ୍ୟୁ ହୋଇଛି ା ସେହିପରି ୨୦୧୩ରେ ୧୦୭, ୨୦୧୪ରେ ୧୩୨, ୨୦୧୫ ରେ ୧୧୮, ୨୦୧୬ରେ ୯୦, ୨୦୧୭ରେ ୧୪୦, ୨୦୧୮ରେ ୧୪୦ଜଣଙ୍କ ମୃତ୍ୟୁ ଘଟିଛି। ୨୦୧୯ରେ ୨୭୫ ଦୁର୍ଘଟଣା ହୋଇଥିବା ବେଳେ ୧୬୨ଜଣଙ୍କ ମୃତ୍ୟୁ ହୋଇଛି ା ୨୦୨୦ରେ ୨୨୬ଟି ଦୁର୍ଘଟଣାରେ ୯୦ଜଣଙ୍କ ମୃତ୍ୟୁ ଘଟିଛି। ୨୦୨୧ରେ ୨୨୬ଟି ଦୁର୍ଘଟଣାରେ ୧୦୬ଜଣଙ୍କ ମୃତ୍ୟୁ ହୋଇଛି। ୨୦୨୨ରେ ବିଭିନ୍ନ ସ୍ଥାନରେ ୨୬୪ଟି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୧୩୬ଜଣଙ୍କର ମୃତ୍ୟୁ ଘଟିଛି। ଚଳିତବର୍ଷ ଶୁକ୍ରବାର ସୁଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ପ୍ରାୟ ୧୦ରୁ ଉର୍ଦ୍ଧ୍ୱ ଜଣଙ୍କ ମୃତ୍ୟୁ ହୋଇଥିବା ଜିଲା ପୋଲିସ ପକ୍ଷରୁ ସୂଚନା ମିଳିଛି।
ଜାତୀୟ ରାଜପଥରେ ପୋଲିସ ପାଟ୍ରୋଲିଂ ଏବଂ ଇଣ୍ଟରସେପ୍ଟର ବ୍ୟବସ୍ଥା ରହିଛି। ତେବେ ଏହା କେବଳ ଜରିମାନାରେ ସୀମିତ। ତେବେ ରାତିରେ ଭାରିଯାନ ଚଳାଚଳ ଉପରେ କୌଣସି ନିୟନ୍ତ୍ରଣ ନାହିଁ। ଦ୍ରୁତ ଗାଡିଚାଳନା ଏବଂ ରାତିର ଘନ ଅନ୍ଧକାରରେ ଦୁର୍ଘଟଣା ଘଟି ଜୀବନ ଯାଉଛି। ଗୋଟିଏ ପଟେ ରାଜ୍ୟ ସରକାରଙ୍କ ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ଜୀବନ ଯାଉଛି। ଅନ୍ୟପଟେ ବିଭାଗୀୟ ଅଧିକାରୀମାନେ ଜଣେ ଅନ୍ୟ ଉପରକୁ ଦୋଷ ଲଦି ଖସିଯିବାକୁ ଉଦ୍ୟମ କରୁଛନ୍ତି। ଫଳରେ ଜାତୀୟ ରାଜପଥରେ ଯାତ୍ରା ସୁରକ୍ଷିତ ନୁହଁ ବୋଲି ବିଭିନ୍ନ ମହଲରେ ପ୍ରକାଶ ପାଇଛି। ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ଠାରୁ ପଲା ତୋଟାପଡା ପର୍ଯ୍ୟନ୍ତ ରାସ୍ତାରେ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଫଳରେ ଏଠାରୁ ପଲ୍ଲା ତୋଟାପଡା ଛକ ପର୍ଯ୍ୟନ୍ତ ଉଭୟ ପଟ ରାସ୍ତା ସଙ୍କୁଚିତ ରହିଛି। ପୁଣି ତୋଟାପଡା ଛକରେ ଏକ ମୁହଁା ରାସ୍ତା ଯୋଗୁ ସମସ୍ତ ଭାରିଯାନ ଯାତାୟାତ କରୁଛନ୍ତି। ଫଳରେ ଏହି ରାସ୍ତା ଏବେ ମରଣାଯନ୍ତା ପାଲଟିଛି। ସେହିଭଳି ରାଜପଥରେ ଟାଙ୍ଗୀ ପର୍ଯ୍ୟନ୍ତ ଚାଲିଥିବା ରାଜପଥ କାର୍ଯ୍ୟ ତ୍ୱରାନ୍ବିତ ଲାଗି ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ଆଞ୍ଚଳିକ ପରିବହନ ଅତିରିକ୍ତ ପରିବହନ ଅଧିକାରୀ ଅରବିନ୍ଦ ନାୟକ କୁହନ୍ତି, ପରିବହନ ବିଭାଗର ନିର୍ଦ୍ଦେଶକ୍ରମେ ଏପ୍ରିଲ ପହିଲାରୁ ସପ୍ତାହ ବ୍ୟାପୀ ଦୁର୍ଘଟଣା ଶୂନ ସପ୍ତାହ ପାଳନ ଅବସରରେ ଲକ୍ଷାଧିକ ଟଙ୍କା ଜରିମାନା କରାଯାଇଛି। ନାବାଳକଙ୍କ ଗାଡିଚାଳନା ଉପରେ ନଜର ରଖାଯାଇଛି। ପୂର୍ବରୁ ସଡ଼କ ସୁରକ୍ଷା ସପ୍ତାହ ଅବସରରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଦୁର୍ଘଟଣା କମିବା ପାଇଁ ମାନସିକତାରେ ପରିବର୍ତ୍ତନ ଜରୁରୀ। ଲୋକେ ସଚେତନ ହେଲେ ଦୁର୍ଘଟଣା କମିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri