Posted inଜାତୀୟ

କେଜରିଓ୍ବାଲଙ୍କ ବାସଭବନରେ ୪୫ କୋଟି ନୁହେଁ ଖର୍ଚ୍ଚ ହୋଇଛି ୧୭୧ କୋଟି: କଂଗ୍ରେସ…

ନୂଆଦିଲ୍ଲୀ,୭।୫ : ଭେଟେରାନ କଂଗ୍ରେସ ନେତା ଅଜୟ ମାକେନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଟାର୍ଗେଟ କରିଛନ୍ତି। ଅଜୟ ମାକେନ କହିଛନ୍ତି କେଜରିୱାଲଙ୍କ ବାସଭବନର ପୁନର୍ନିର୍ମାଣରେ ୪୫ କୋଟି ଟଙ୍କା ନୁହେଁ ମୋଟ ୧୭୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ବାସଭବନକୁ ବିସ୍ତାର କରିବା ପାଇଁ ଅଧିକାରୀଙ୍କ ଘର ମଧ୍ୟ ଭଙ୍ଗା ଯାଇଛି ବୋଲି ସେ ଦାବି କରିଛନ୍ତି।

ସିଡବ୍ଲୁଡି ସ୍ପୋର୍ଟସ ଗ୍ରାମରେ ସେହି ଅଧିକାରୀମାନଙ୍କ ପାଇଁ ୨୧ଟି ଫ୍ଲାଟ କ୍ରୟ କରାଯାଇଥିଲା। ଏହି ଫ୍ଲାଟଗୁଡିକର ପ୍ରତ୍ୟେକର ମୂଲ୍ୟ ୬ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ପରିମାଣ କେଜରିୱାଲଙ୍କ ବାସଭବନର ଖର୍ଚ୍ଚରେ ମଧ୍ୟ ଯୋଡାଯିବା ଉଚିତ। ନିଜକୁ ଜଣେ ସାଧାରଣ ବ୍ୟକ୍ତି ଭାବରେ ଦେଖାଇବା ପାଇଁ କେଜରିୱାଲ ତାଙ୍କ ଆକାରଠାରୁ ବଡ ପୋଷାକ ପିନ୍ଧନ୍ତି, ପାଖରେ ଗୋଟିଏ ଟଙ୍କାର କଲମ ରଖନ୍ତି ଏବଂ ଚପଲ ପିନ୍ଧନ୍ତି। ପ୍ରକୃତ ସରଳତାର ଉଦାହରଣ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ।
ଦିଲ୍ଲୀର ବଜେଟରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ଖର୍ଚ୍ଚ ପାଇଁ ୪୫ କୋଟି ଟଙ୍କା କିମ୍ବା ୧୭୧ କୋଟି ଟଙ୍କାୀ ବ୍ୟୟବରାଦ ବିଷୟରେ ଉଲ୍ଲେଖ କରାଯାଇ ନାହିଁ। ନିୟମକୁ ଉଲ୍ଲଂଘନ କରି କେଜରିୱାଲ ଐତିହ୍ୟ କୋଠାକୁ ଭାଙ୍ଗି ୨ ମହଲା ବିଶିଷ୍ଟ ମହଲରେ ପରିଣତ କରିଛନ୍ତି। ଏହି ସମୟରେ ୨୮ ଟି ଗଛ କଟାଯାଇଥିଲା। ଏକ ଆଫିଡେଭିଟ ଦେଇ ନିଜକୁ ଜଣେ ସାଧାରଣ ବ୍ୟକ୍ତି ବୋଲି କହିଥିବା କେଜରିୱାଲଙ୍କ ଘରେ କୋଟି କୋଟି ମୂଲ୍ୟର ପରଦା ରହିଛି।

ସେ କି ପ୍ରକାର ସାଧାରଣ ଲୋକ? ବର୍ତ୍ତମାନ ଲୋକପାଳ ବିଷୟରେ କାହିଁକି ସେ ଚୁପ ଅଛନ୍ତି? ପ୍ରତ୍ୟେକ ଦଳ କେଜରିୱାଲଙ୍କ ପ୍ରକୃତ ଚରିତ୍ରକୁ ବୁଝିବା ଉଚିତ। କେଜରିୱାଲ କଂଗ୍ରେସ ବିରୋଧରେ ଦୁର୍ନୀତି ଅର୍ଥ ବ୍ୟବହାର କରୁଛନ୍ତି ଏବଂ ଭାଜପାକୁ ମଜବୁତ କରୁଛନ୍ତି ବୋଲି ମାକେନ ଅଭିଯୋଗ କରିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଧୂଷୁରୀ ବଜାରର ଦୁର୍ଦ୍ଦଶା ଥମୁନି, ଯାତାୟାତ ପାଇଁ ସଙ୍କୁଚିତ ହୋଇପଡୁଛି ରାସ୍ତା

ତିହିଡ଼ି,୧୪ା୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧୂଷୁରୀ କେବଳ ଏକ ସ୍ଥାନର ନାମ ନୁହେଁ, ଏହା ଏକ ଗର୍ବ ଓ ଗୌରବର ମାଟି। ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ବହୁ…

ୟୁପି-ପଞ୍ଜାବ ସମେତ ୫ ରାଜ୍ୟରେ ନଭେମ୍ୱର-ଡିସେମ୍ୱରରେ ହୋଇପାରେ ବିଧାନସଭା ନିର୍ବାଚନ! ଜାଣନ୍ତୁ କ’ଣ ରହିଛି କେନ୍ଦ୍ର ସରକାରଙ୍କ ପ୍ଲାନ

ନୂଆଦିଲ୍‌ଲୀ,୧୪।୬: ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆରେ ବର୍ଷ ୨୦୨୭ରେ ହେବାକୁ ଥିବା ବିଧାନସଭା ନିର୍ୱାଚନ ଚଳିତ ବର୍ଷ ୨୦୨୬ରେ ହିଁ କରାଯାଇପାରେ। କେନ୍ଦ୍ର…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଏମିତି କହିଲେ ରାହୁଲ ଗାନ୍ଧୀ, ଉଠିଲାଣି ରାଜନୈତିକ ଝଡ଼

ନୂଆଦିଲ୍ଲୀ,୧୪।୬: ବିରୋଧୀ ଇଣ୍ଡିଆ ମେଣ୍ଟ ଭିତରେ ଆଭ୍ୟନ୍ତରୀଣ ଫାଟ ଏବେ ଖୋଲାଖୋଲି ଭାବରେ ସାମ୍ନାକୁ ଆସୁଛି। କଂଗ୍ରେସ ଏବଂ ବାମ ଦଳ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି।…

ପହିଲି ରଜରେ କମିଲା ତେଲ ଦର! ଭୁବନେଶ୍ୱର ଏତିକି ଅଛି ପ୍ରାଇସ….

ଭୁବନେଶ୍ୱର୧୪।୬: ପାକିସ୍ତାନଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ, ବିଶ୍ୱର ସମସ୍ତ ଦେଶରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି, କିନ୍ତୁ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ…

ପହିଲି ରଜରେ ସ୍ତ୍ରୀ ହେଉଥିଲେ ସଜବାଜ; କଟୁରୀରେ ହାଣିଲେ ସ୍ୱାମୀ, କାରଣ ଜାଣିଲେ ତାଜୁବ ହୋଇଯିବେ…

ଭୁବନେଶ୍ୱର୧୪।୬: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ତଥା ସଂଘାତିକ ଘଟଣା ସାମ୍ନାକୁ ଆସିଛି। ପହିଲି ରଜର ଆନନ୍ଦ ଉଲ୍ଲାସ ମଧ୍ୟରେ ମଞ୍ଚେଶ୍ୱର ଅଞ୍ଚଳରେ ଘଟିଯାଇଛି ଏକ ରକ୍ତାକ୍ତ…

ଜେଲ ଗଲେ ସରପଞ୍ଚ ଚାମେଲି ଓଝା

କେନ୍ଦ୍ରାପଡ଼ା/ମହାକାଳପଡା, ୧୪ା୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): ଗତ ୧୦ ତାରିଖଠାରୁ ଗଣମାଧ୍ୟମ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ତିଖିରୀ ପଞ୍ଚାୟତ ସରପଞ୍ଚ ଚାମେଲି…

ଡିଜି ପାହ୍ୟା: ବରିଷ୍ଠତା ଦେଖିପାରନ୍ତି

ଭୁବନେଶ୍ୱର,୧୪।୬(ସୁନିତ୍‌ ମିଶ୍ର): କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଥିବା ବିଭିନ୍ନ ଡିଜି ପାହ୍ୟାର ପଦବୀରେ ନିଯୁକ୍ତି ପାଇବା ପାଇଁ ଦେଶର ୩୩ ଜଣ ଆଇପିଏସ୍‌ ଅଫିସରଙ୍କ ତାଲିକା ୧୨…

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri