୧୭ ଲୋକ ସଭା ନିର୍ବାଚନ, ଗଞ୍ଜାମରୁ ୩ ମହିଳା ଏମ୍‌ପି

ବ୍ରହ୍ମପୁର,୧୯ା୧୦ (ନରସିଂହ ସାହୁ)ସ୍ବାଧୀନତା ପରବର୍ତ୍ତି ୧୯୫୧-୧୯୫୨ରୁ ୨୦୧୯ ମଧ୍ୟରେ ଦେଶରେ ୧୭ ଲୋକସଭା ନିର୍ବାଚନ ହୋଇଛି । ଏହି ୬୮ ବର୍ଷ ମଧ୍ୟରେ ଗଞ୍ଜାମ ଜିଲାର ଦୁଇ ଲୋକସଭା କ୍ଷେତ୍ରରୁ ମାତ୍ର ୩ ଜଣ ମହିଳା ଏମ୍‌ପି ନିର୍ବାଚିତ ହୋଇଛନ୍ତି। ରାଜ୍ୟସଭା ସଦସ୍ୟା ହୋଇଛନ୍ତି ଜଣେମାତ୍ର ମହିଳା। ତେଣୁ ରାଜନୈତିକ ସଚେତନତା ଏହି ବୃହତ୍ତମ ଜିଲାରୁ ସଂସଦକୁ ମହିଳାଙ୍କ ସଂଖ୍ୟା ନଗଣ୍ୟ ହୋଇଛି। ବହୁ ପ୍ରତିକ୍ଷୀତ ସଂରକ୍ଷଣ ବିଧେୟକ ଆଇନ ଇତିମଧ୍ୟରେ ପାରିତ ହୋଇଛି। ଆଗାମୀ ୨୦୨୯ ନିର୍ବାଚନ ଠାରୁ ଏହା ଲାଗୁ ହେବା ପ୍ରସ୍ତାବ ଥିବା ବେଳେ ଏବେଠୁ ରାଜନୀତିରେ ଥିବା ଅନେକ ଉଚ୍ଚଶିକ୍ଷିତ ମହିଳା ଉତ୍ସାହିତ ଅଛନ୍ତି। ଏମାନଙ୍କ ମଧ୍ୟରେ ବିଭିନ୍ନ ଦଳର ନେତ୍ରୀ ଓ କର୍ମୀ ସୁଯୋଗ ପାଇବା ଆଶା ରଖିଛନ୍ତି।
ପ୍ରଥମେ ଗଞ୍ଜାମ ଓ ପରେ ଛତ୍ରପୁର ଏବଂ ବର୍ତ୍ତମାନ ବ୍ରହ୍ମପୁର ଲୋକସଭା କ୍ଷେତ୍ର ହୋଇଛି। ଅତୀତରେ ଏହି ଆସନରେ ଗଞ୍ଜାମ ଜିଲାର ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର ଓ ଚିକିଟି ବିଧାନସଭା ନିର୍ବାଚନ ମଣ୍ଡଳୀ ସମେତ ଗଜପତି ଜିଲାର ପାରଳାଖେମୁଣ୍ଡି, ରାମଗିରି ଓ ମୋହନା ଆସନ ଅନ୍ତର୍ଭୁକ୍ତ ଥିଲା। ୨୦୦୯ ନିର୍ବାଚନ ବେଳେ ସୀମା ନିର୍ଦ୍ଧାରଣ ଓ ପୁନର୍ଗଠନ ପ୍ରକ୍ରିୟାରେ ରାମଗିରିକୁ ଉଚ୍ଛେଦ କରାଗଲା। ରାମଗିରିର ବିଭିନ୍ନ ଅଞ୍ଚଳ ପାରଳାଖେମୁଣ୍ଡିରେ ସାମିଲ କରାଗଲା। ମୋହନାରେ ଥିବା ଦିଗପହଣ୍ଡି ବ୍ଲକକୁ ନେଇ ଦିଗପହଣ୍ଡି ନୂଆ ନିର୍ବାଚନ ମଣ୍ଡଳୀ ଗଠନ ହେଲା। ଏବେ ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ଛତ୍ରପୁର, ଗୋପାଳପୁର, ଚିକିଟି, ଦିଗପହଣ୍ଡି, ବ୍ରହ୍ମପୁର, ପାରଳା ଓ ମୋହନା ଆସନ ରହିଛି।
୧୯୯୮ ମଧ୍ୟବର୍ତ୍ତିକାଳୀନ ଲୋକସଭା ନିର୍ବାଚନରେ ବ୍ରହ୍ମପୁର ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ଜୟନ୍ତୀ ପଟ୍ଟନାୟକ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ପାରଳା ରାଜା ତଥା ଭାଜପା ପ୍ରାର୍ଥୀ ଗୋପିନାଥ ଗଜପତିଙ୍କୁ ପରାସ୍ତ କରି ଜୟନ୍ତୀ ପ୍ରଥମ ମହିଳା ଏମ୍‌ପି ହୋଇଥିଲେ। ସେହିପରି ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀରେ ଖଲ୍ଲିକୋଟ, କବିସୂର୍ଯ୍ୟନଗର, ସୋରଡ଼ା, ଆସିକା, ହିଞ୍ଜିଳି, ପୂର୍ବ କୋଦଳା ଓ ବର୍ତ୍ତମାନର ପୋଲସରା ଓ ସାନଖେମୁଣ୍ଡି ବିଧାନସଭା ଅନ୍ତର୍ଭୁକ୍ତ। ୧୯୯୮ ଲୋକସଭା ନିର୍ବାଚନରେ ବିଜେଡି ଓ ଭାଜପା ମେଣ୍ଟ ରାଜନୀତିରେ ନବୀନ ପଟ୍ଟନାୟକ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଚନ୍ଦ୍ରଶେଖର ସାହୁଙ୍କୁ ପରାସ୍ତ କରିଥିଲେ। ପରବର୍ଷ ୧୯୯୯ ନିର୍ବାଚନରେ ବିଜେଡିରୁ ପୁଣି ନବୀନ ଲଢ଼ି ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୦ ସାଧାରଣ ନିର୍ବାଚନରେ ନବୀନ ହିଞ୍ଜିଳି ବିଧାନସଭା କ୍ଷେତ୍ରରୁ ବିଧାୟକ ହେବା ସହ ପ୍ରଥମ ବିଜେଡି-ଭାଜପା ମେଣ୍ଟ ସରକାରର ମୁଖ୍ୟମନ୍ତ୍ରୀ ହେଲେ। ତେଣୁ ସେ ଲୋକସଭାରୁ ଇସ୍ତଫା ଦେଇଥିଲେ। ତେଣୁ ଆସିକା ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନରେ ବରିଷ୍ଠ ରାଜନେତା ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକଙ୍କ ସ୍ତ୍ରୀ କୁମୁଦିନୀ ପଟ୍ଟନାୟକ ବିଜେଡି ପ୍ରାର୍ଥୀନି ଭାବେ ଲଢ଼ି ଏମ୍‌ପି ହୋଇଥିଲେ। ସେ ଥିଲେ ଗଞ୍ଜାମ ଜିଲାର ଦ୍ୱିତୀୟ ମହିଳା ଏମପି। ୨୦୧୯ ନିର୍ବାଚନରେ ଆସିକା ସଂସଦୀୟ କ୍ଷେତ୍ରରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେରମାରିଆ ସ୍କୁଲର ମଧ୍ୟାହ୍ନଭୋଜନ ପାଚିକା ପ୍ରମିଳା ବିଶୋଇଙ୍କୁ ପ୍ରାର୍ଥୀ କରି ଜାତୀୟ ରାଜନୀତିରେ ଚର୍ଚ୍ଚାକୁ ଆସିଥିଲେ। ପ୍ରମିଳା ତାଙ୍କ ଭାଜପା ପ୍ରତିଦ୍ୱନ୍ଦୀ ଅନୀତା ଶୁଭଦର୍ଶନୀଙ୍କୁ ବିପୁଳ ଭୋଟରେ ପରାଜିତ କଲେ। ଚର୍ଚ୍ଚିତ ଚେହେରା ପ୍ରମିଳା ଜିଲାର ତୃତୀୟ ମହିଳା ଲୋକସଭା ଏମପି ହୋଇଛନ୍ତି। ତେଣୁ ଗଞ୍ଜାମରୁ ଏଯାବତ୍‌ ୩ ମହିଳା ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।
ଅପରପକ୍ଷରେ ୨୦୦୮ରେ ହୋଇଥିତ୍ବା ରାଜ୍ୟସଭା ନିର୍ବାଚନରେ ଗଞ୍ଜାମ ଜିଲା ପରିଷଦର ପୂର୍ବତନ ଅଧ୍ୟକ୍ଷା ରେଣୁବାଳା ପ୍ରଧାନ ବିଜେଡିରୁ ନିର୍ବାଚିତ ହୋଇ ୨୦୧୪ ପର୍ଯ୍ୟନ୍ତ ଏମପି ଥିଲେ। ରେଣୁବାଳା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଓ ରାଜ୍ୟର ବରିଷ୍ଠ କମ୍ୟୁନିଷ୍ଟ ନେତା ସ୍ବର୍ଗତ ଗୋବିନ୍ଦ ପ୍ରଧାନଙ୍କ ନାତୁଣି। ହିଞ୍ଜିଳି ବିଧାନସଭା କ୍ଷେତ୍ରରୁ ପୁରୁଷୋତ୍ତମପୁର ବିଚ୍ଛିନ୍ନ ହୋଇ ଶେରଗଡ଼ ବ୍ଲକ ଅନ୍ତର୍ଭୁକ୍ତ ହେବାରୁ ବିଭିନ୍ନ କାରଣରୁ ରେଣୁବାଳାଙ୍କୁ ବିଜେଡି ରାଜ୍ୟସଭାକୁ ପଠାଇଥିଲା। ୨୦୦୯ ନିର୍ବାଚନରେ ଦଳକୁ ସହାୟକ ହୋଇଥିବା ଚର୍ଚ୍ଚାର ବିଷୟ ପାଲଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri