କୋରାପୁଟ,୨୦।୮(ଅମିତାଭ ବେହେରା)କୋରାପୁଟ ଜିଲାର ଦଶମନ୍ତପୁର ବ୍ଲକ ନନ୍ଦିଗାଁ ପଞ୍ଚାୟତର ୧୬ ଗାଁ ୧୫ ଦିନ ହେବ ଅନ୍ଧକାର ରହିଛି। ତେଣୁ ପଞ୍ଚାୟତତବାସୀ ଶନିବାର କୋରାପୁଟ ଆସି ବିଦ୍ୟୁତ୍ ବିଭାଗ ତଥା ଟାଟା ପାୱାରର ଉପଖଣ୍ଡ ସହକାରୀ ଯନ୍ତ୍ରୀ ବିଜୟ କୁମାର ପଣ୍ଡାଙ୍କୁ ସାକ୍ଷାତ କରି ଉକ୍ତ ଗ୍ରାମଗୁଡିକରେ ବିଦ୍ୟୁତ୍ ସେବା ସ୍ବାଭାବିକ କରିବାକୁ ନିବେଦନ କରିଛନ୍ତି।
୧୫ ଦିନ ହେବ ନନ୍ଦିଗାଁ ପଞ୍ଚାୟତର ଏହି ଗ୍ରାମଗୁଡିକରେ ବିଦ୍ୟୁତ ନ ଥିବାରୁ ବିଭିନ୍ନ ଅସୁବିଧା ହେଉଥିବା ବାଣୁଆଗୁଡା ଗ୍ରାମର ତ୍ରିନାଥ କନ୍ଦପାନ କହିଛନ୍ତି। ବର୍ତ୍ତମାନ କିରୋସିନ ମୁଳୁ ନ ଥିବାରୁ ଏବେ ଲଣ୍ଠନ ଲଗାଇବା ମଧ୍ୟ ସମ୍ଭବ ହେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ଧାରର ସୁଯୋଗ ନେଇ ଏହି ସବୁ ଗ୍ରାମରେ ଛେଳି, ମେଣ୍ଡା ସହ ବିଭିନ୍ନ ଚୋରି ବୃଦ୍ଧି ପାଉଥିବା ଡି. ସୁଜୁଲି ଗ୍ରାମର ଟୁଟୁ ଚେଟ୍ଟି ପ୍ରକାଶ କରିଛନ୍ତି। ଏନେଇ ଟାଟା ପାୱାର ସହକାରୀ ଯନ୍ତ୍ରୀ ବିଜୟ କୁମାର ପଣ୍ଡାଙ୍କୁ ପଚାରିବାରୁ ଉକ୍ତ ଗାଁ ଗୁଡ଼ିକୁ ଯେପରିଭାବେ ବିଦ୍ୟୁତ୍ ସେବା ସ୍ବାଭାବିକ ହେବ ସେ ନେଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
Posted inHome, Home Left, ଆମ ଜିଲା ଖବର, କୋରାପୁଟ View All
ୟୁକ୍ରେନ୍-ରୁଷିଆ ଯୁଦ୍ଧ: ୟୁକ୍ରେନ୍ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର
ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍ ଉପରେ ଜୋର୍ଦାର ଏୟାରଷ୍ଟ୍ରାଇକ୍ କରିଥିବା ବେଳେ କିଭ୍ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍ ଓଜନଦାର ଡ୍ରୋନ୍ ଯୋଗେ…
ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍ଦାର ଶତକ, ଭାରତ ୪୬୦/୯
ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍ରେ ଭାରତୀୟ ବ୍ୟାଟର ଦମ୍ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…
କେନାଲରେ ଫସି ରହିଥିଲା ବାର୍ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…
Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର
ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…
ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ
ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…
UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!
ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…
ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…
ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…
ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍ ଚାମ୍ପିୟନ
ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…
Archives

