ମହାନଦୀରେ ନିର୍ମାଣ ହେବ ୧୬ ଡ୍ୟାମ୍‌, ୧୫ ବ୍ୟାରେଜ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୨(ବନ୍ଦନା ସେଠୀ): ରାଜ୍ୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ମହାନଦୀରେ ଆଉ ୧୬ ଡ୍ୟାମ୍‌ ଏବଂ ୧୫ ବ୍ୟାରେଜ୍‌ ପ୍ରକଳ୍ପ ନିର୍ମାଣ ହେବ। ଏଥିସହ ମହାନଦୀରେ ୪୧ଟି ଇନ୍‌-ଷ୍ଟ୍ରିମ୍‌ ଷ୍ଟୋରେଜ ଷ୍ଟ୍ରକ୍ଚର ନିର୍ମାଣ କରିବାକୁ ଯୋଜନା ରହିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ଗୁରୁବାର ବିଧାନସଭାରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାନଦୀ ଅବବାହିକାର ଉପରମୁଣ୍ଡରେ ଛତିଶଗଡ଼ ସରକାର ବହୁ ଅଣଯୋଜନାବଦ୍ଧ ପ୍ରକଳ୍ପ ମାଧ୍ୟମରେ ଅତ୍ୟଧିକ ନଦୀଜଳ ବ୍ୟବହାର କରୁଥିବାରୁ ଓଡ଼ିଶାର ତଳମୁଣ୍ଡକୁ ଜଳ ପ୍ରବାହ କ୍ରମଶଃ ହ୍ରାସ ପାଉଛି।

ଆନ୍ତଃରାଜ୍ୟ ସୀମାନ୍ତରେ ଅବସ୍ଥିତ ହୀରାକୁଦ ଡ୍ୟାମ୍‌ରେ ମଧ୍ୟ ଜଳସ୍ତର ଖସିବାରେ ଲାଗିଛି, ଯାହାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଛି। ଏହି ମହାନଦୀ ଜଳ ବିବାଦ ପାଇଁ ଓଡ଼ିଶା ଟ୍ରିବ୍ୟୁନାଲର ଆଶ୍ରୟ ନେଇ ବହୁ ଆବେଦନ ମାଧ୍ୟମରେ ନିଜ ଦାବି ରଖି ଆସୁଛି। ଏହି ମାମଲା ବର୍ତ୍ତମାନ ବିଚାରାଧୀନ ଥିବାରୁ ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ମହାନଦୀ ଜଳର ସମାନତା ସହିତ ସ୍ଥାୟୀ ଜଳ ବିକାଶକୁ ସୁରକ୍ଷିତ ରଖିବା ଲାଗି ରାଜ୍ୟ ସରକାର ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି।

ଅପରପକ୍ଷେ ବିଜେଡି ଉପନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରଶ୍ନକାଳରେ ଏହି ପ୍ରସଙ୍ଗ ଉଠାଇଥିଲେ। ଛତିଶଗଡ଼ ସରକାର ମହାନଦୀର ଉପର ଅବବାହିକା ଅଞ୍ଚଳରେ ୮/୯ଟି ବ୍ୟାରେଜ ନିର୍ମାଣ କରିଛନ୍ତି। ଏହାଦ୍ୱାରା ଓଡ଼ିଶା ଗ୍ରୀଷ୍ମ ସମୟରେ ଙପ୍ରଭାବିତ ହେଉଛି। ଏନେଇ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି ବୋଲି ପ୍ରସନ୍ନ ପ୍ରଶ୍ନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି, ଭାଜପା ସରକାର ଗତ ୮ମାସ ଧରି କ୍ଷମତାରେ ଅଛି। ଏତେ କମ୍‌ ସମୟ ମଧ୍ୟରେ ବନ୍ଧ ନିର୍ମାଣ ହୋଇପାରିବ ନାହିଁ।

ତେବେ ରାଜ୍ୟ ସରକାର ୩୧ଟି ବୃହତ୍‌ ଓ ମଧ୍ୟମ ଜଳପ୍ରକଳ୍ପ, ୨୭ଟି ବ୍ୟାରେଜ, ୭୨ଟି ଆଇଏସ୍‌ଏସ୍‌ ଢାଞ୍ଚା ଏବଂ ୭୯ଟି କ୍ଷୁଦ୍ର ଜଳପ୍ରକଳ୍ପ କରିବାକୁ ଯୋଜନା କରିଛନ୍ତି। ଏଥିପାଇଁ ୫୧ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଜଳସମ୍ପଦ ବିଭାଗ ଏଥିପାଇଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରୁଛି। ଏନେଇ ଆଗାମୀ ୫ବର୍ଷ ମଧ୍ୟରେ ପଦକ୍ଷେପ ନିଆଯିବ ବୋଲି ମହାଲିଙ୍ଗ ବିଧାନସଭାରେ ତଥ୍ୟ ରଖିଛନ୍ତି।

ସେ ଆହୁରି କହିଛନ୍ତି, ଛତିଶଗଡ଼ରେ ଯେଉଁ ଡ୍ୟାମ ହୋଇଛି ତାକୁ ନେଇ ବିଧାନସଭାରେ ଅନେକ ବାର ଆଲୋଚନା ହୋଇଛି। ଗତ ୨୪ବର୍ଷର ପ୍ରସଙ୍ଗକୁ ଦୋହରାଇବାକୁ ଚାହୁଁନି। ଏତେବର୍ଷ ସରକାରରେ ଥିବା ବିଜେଡି ମହାନଦୀର ତଳମୁଣ୍ଡରେ କେତୋଟି ଡ୍ୟାମ କରିଛି, ତାହାର ତଥ୍ୟ ବର୍ତ୍ତମାନର ବିରୋଧୀ ଦଳ ନେତା ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଥିବ। ତେଣୁ ପ୍ରଥମେ ନିଜକୁ ନିଜେ ପ୍ରଶ୍ନ ପଚାରନ୍ତୁ ବୋଲି ମହାଲିଙ୍ଗ ତେରଛା ବାଣ ମାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଜୟଙ୍କ ବଡ଼ ବୟାନ: ରାଜା ହେବାକୁ ନୁହେଁ, ରାଜନୀତିକୁ ଆସିଛି….

ଚେନ୍ନାଇ,୩୦।୯: ତାମିଲନାଡୁର ଧାରାପୁରମରେ ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜ ଦଳ TVKର ରାଜନୈତିକ ଆଭିମୁଖ୍ୟ ନେଇ ବଡ଼ ବୟାନ ଦେଇଛନ୍ତି। ସେ…

ଟ୍ରମ୍ପଙ୍କ ସହ ଫୋନରେ କଥା ହେଲେ ମୋଦି, ଏହି ସବୁ ବିଷୟକୁ ନେଇ ଆଲୋଚନା…

ନୂଆଦିଲ୍ଲୀ,୩୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଫୋନ୍‌ରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଦୁଇ ନେତା ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି,…

ଫସଲ କ୍ଷୟକ୍ଷତି ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି

ଛତ୍ରପୁର,୩୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଘୁଚାପଜନିତ ବର୍ଷାରେ ଗଞ୍ଜାମ ଜିଲାର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷୟକ୍ଷତିର ସଠିକ୍‌ ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?