ବନ୍ଦେ ମାତରମ ୧୫୦ ତମ ଜୟନ୍ତୀ: ଚିତ୍ତକର୍ଷ ସାଜଡିଲା …

ତୁମୁଡିବନ୍ଧ,୭।୧୧(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ସ୍ଥିତ ସ୍ଥାନୀୟ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭାରତର ରାଷ୍ଟ୍ରୀୟ ସଙ୍ଗୀତ ‘ବନ୍ଦେ ମାତରମ’ ର ୧୫୦ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଭବ୍ୟ ଅବସରରେ ତୁମୁଡିବନ୍ଧ ଅଗ୍ନିଶମ ବିଭାଗର ଅଧିକାରୀ ଚିତରଞ୍ଜନ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସଭାରେ ବିଦ୍ୟାଳୟର ଅଧ୍ୟକ୍ଷ ଡଃ. ସୁନୀଲ କୁମାର ପାତ୍ର ସଭାପତିତ୍ୱ କରି ନିଜର ବକ୍ତବ୍ୟ ରଖୁଥିଲେ ଯେ, ଏହି ରାଷ୍ଟ୍ରୀୟ ସଙ୍ଗୀତ ମାଧ୍ୟମରେ ଅତିତରେ କିପରି ଭାରତୀୟମାନେ ଏକତ୍ରୀତ ହୋଇ ଶକ୍ତି ଶାଳି ହୋଇ ଇଂରେଜ ମାନଙ୍କୁ ବିତାଡିତ କରି ସ୍ବାଧୀନତା ଆଣିଥିଲେ। ତତ୍‌ ସଙ୍ଗେ ସଙ୍ଗେ ଏ ସଙ୍ଗୀତର ପ୍ରତ୍ୟେକ ଛନ୍ଦକୁ ସମ୍ପୂର୍ଣ୍ଣ ରୂପେ ବ୍ୟାଖ୍ୟା କରି ଛାତ୍ରୀଛାତ୍ର ମାନଙ୍କର ହୃଦୟରେ ଏକତା ଜାଗ୍ରତ କରିଥିଲେ । ଶିକ୍ଷା ଅଧ୍ୟାପକ ଡଃ. ସତ୍ୟରଞ୍ଜନ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଇଂରାଜୀ ଅଧ୍ୟାପକ ଦୁଃଶ୍ୟାମ ମହାରଣା ଧନ୍ୟବାଦ ପ୍ରଦାନ କରିଥିଲେ । +୨ ଦିତୀୟ ବର୍ଷର ଛାତ୍ରୀ ସୁଶ୍ରୀ ସୁଚିସୂତା ବଳିଆଗସିଂ ରାଷ୍ଟ୍ରୀୟ ସଙ୍ଗୀତ ‘ବନ୍ଦେ ମାତରମ’ ଏକ ଓଡିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ । ତାହା ବହୁତ ଚିତ୍ତକର୍ଷ ଥିଲା ।ଏହି ଅବସରରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା ଅଣ ଶିକ୍ଷାକ କର୍ମଚାରୀ ଓ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି ଅଶଂ ଗ୍ରହଣ କରିଥିଲେ ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଢିଲା ଶୀତ: ଦାରିଙ୍ଗବାଡିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି, ୧୬।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପୁଣି ବଢିଲା ଶୀତର ପ୍ରକୋପ ବିଭିନ୍ନ ସ୍ଥାନରେ ଘନ କୁହୁଡି ସହ ଶୀତ ଦ୍ବିଗୁଣିତ...

ଯମୁନା ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା, ୪ମୃତ ୧୦୦ରୁ ଅଧିକ ଆହତ

ନୂଆଦିଲ୍ଲୀ,୧୬ା୧୨: ମଥୁରାର ଯମୁନା ଏକ୍ସପ୍ରେସୱେରେ କୁହୁଡ଼ି ଯୋଗୁଁ ସାତଟି ବସ୍ ଏବଂ ତିନୋଟି କାର ପରସ୍ପର ସହ ଧକ୍କା ହୋଇଥିବା ନେଇ ଖବର ସାମ୍ନାକୁ ଆସୁଛି...

‘ଜମ୍ମୁ-କଶ୍ମୀର ଆମର ଥିଲା ରହିବ…’ ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୧୬।୧୨: ଜାତିସଂଘ ସୁରକ୍ଷା ପରିଷଦରେ ‘ଶାନ୍ତି ପାଇଁ ନେତୃତ୍ୱ’ ବା‘ଲିଡରଶିପ ଫର ପିସ୍‌’ ଉପରେ ଖୋଲା ବିତର୍କ ସମୟରେ ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଇଛି।...

ସୁବଳୟା ଅଞ୍ଚଳରେ ବୁଲୁଛନ୍ତି ଦନ୍ତାହାତୀ: ଗୋଡେ ଗୋଡେ ଜଗିଛି ବନ ବିଭାଗ

ଅମରପାଲି, ୧୬/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ବନଖଣ୍ଡ ଅନ୍ତର୍ଗତ ବୀରମହାରାଜପୁର ବନାଞ୍ଚଳର ସୁବଳୟା ଅଞ୍ଚଳରେ ଜଙ୍ଗଲି ଦନ୍ତା ହାତୀ ବୁଲୁଥିବାବେଳେ ବନବିଭାଗ ପଛେପଛେ ଯାଉଛନ୍ତି। ସୂଚନା ଅନୁସାରେ,...

ବନ୍ଧୁକ ଆଇନ କଡ଼ାକଡ଼ି କରିବ ଅଷ୍ଟ୍ରେଲିଆ

ସିଡ୍‌ନୀ,୧୬ା୧୨: ଅଷ୍ଟ୍ରେଲିଆର ସିଡ୍‌ନୀସ୍ଥିତ ବଣ୍ଡାଇ ବିଚ୍‌ରେ ରବିବାର ହିହୁଦୀଙ୍କ ହାଣ୍ଡୁକ୍କା ଉତ୍ସବର ପ୍ରଥମ ଦିନରେ ୨ ବନ୍ଧୁକଧାରୀଙ୍କ ଗୁଳିମାଡ଼ରେ ୧୬ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକେ...

ହାସିନାଙ୍କ ମନ୍ତବ୍ୟ: ଭାରତୀୟ ଉଚ୍ଚାୟୁକ୍ତଙ୍କୁ ବାଂଲାଦେଶର ସମନ

ଢାକା,୧୬ା୧୨: ବାଂଲାଦେଶରେ ଗତ ଅଗଷ୍ଟରେ ହିଂସାତ୍ମକ ଆନ୍ଦୋଳନ ପରେ ଦେଶ ଛାଡ଼ି ଭାରତକୁ ପଳାୟନ କରିଥିବା ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା(୭୮)ଙ୍କୁ ନଭେମ୍ବରରେ ସେଠାକାର ଏକ ସ୍ବତନ୍ତ୍ର...

୨ବର୍ଷ ହେଲା ସୋଲାର ଜଳପ୍ରକଳ୍ପ ଅଚଳ: ପିଇବା ପାଣି ପାଇଁ ହନ୍ତସନ୍ତ ତାରାପଦରବାସୀ

ଥୁଆମୂଳ ରାମପୁର,୧୬ା୧୨ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ତଳଆମ୍ବପଦର ପଞ୍ଚାୟତର ତାରାପଦର ଗ୍ରାମରେ ଦୀର୍ଘ ଦୁଇବର୍ଷ ହେବ ସୋଲାର ପ୍ରକଳ୍ପ ଅଚଳ ହୋଇପଡିଛି।...

କିଡନୀ ରୋଗରେ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ଘଟଣା, ସରକାରୀ ସହାୟତା ପାଇଁ ଅନୁରୋଧ

ଅମରପାଲି,୧୬/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉପାନ୍ତ ବହଳପଦର ପଞ୍ଚାୟତର ସୁରଧାପାଲି ( ହୋତାପାଲି) ଗ୍ରାମରେ ଗତ ସପ୍ତାହରେ ୪ ଦିନ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri