Advertisement
Posted inଫୁରସତ

ଏକ ମିନିଟ୍‌ରେ ୧୫୦ କାର୍‌ ଲୋଗୋ

ଚେନ୍ନାଇ: କଥାରେ ଅଛି ଆଗ୍ରହର ସହ କରାଯାଇଥିବା ସମସ୍ତ କାମରେ ସଫଳତା ଅବଶ୍ୟ ମିଳିଥାଏ। ଏହାର ଏକ ଉଦାହରଣ ହେଉଛନ୍ତି ଚେନ୍ନାଇର ୭ ବର୍ଷର ବାଳକ କେଭିନ୍‌ ରାହୁଲ। ଏତେ କମ୍‌ ବୟସରେ ସେ ୧୫୦ଟି କାର୍‌ ଲୋଗୋର ନାଁ କହି ରେକର୍ଡ କରିଛନ୍ତି। ଛୋଟବେଳରୁ କେଭିନଙ୍କର କାର୍‌ ପ୍ରତି ଏକ ସ୍ବତନ୍ତ୍ର ଆକର୍ଷଣ ରହିଛି। କାର୍‌ ଦେଖିବା ମାତ୍ରେ ସେ ଭଲଭାବେ ସବୁ ନିରୀକ୍ଷଣ କରିଥାନ୍ତି। କାର୍‌ ପ୍ରତି ତାଙ୍କର ଏହି ଆକର୍ଷଣ ଏବେ ତାଙ୍କୁ ରେକର୍ଡ କରିବାରେ ସାହାଯ୍ୟ କରିଛି। ମାତ୍ର ୧ ମିନିଟ୍‌ ସମୟରେ ସେ ଗାଡ଼ିର ଲୋଗୋ ଦେଖି ୧୫୦ଟି କାର୍‌ର ନାଁ କହି ପାରିଛନ୍ତି। ଏତେ କମ୍‌ ସମୟରେ ସେ ଏତେ କାର୍‌ ନାଁ କହିପାରିଥିବାରୁ ଏବେ ତାଙ୍କ ନାଁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ ଓ ଏସିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛି। ଏତେ କମ୍‌ ବୟସରେ କେଭିନ୍‌ ଏହି ରେକର୍ଡ ହାସଲ କରିପାରିଥିବାରୁ ଏବେ ତାଙ୍କ ପରିବାର ଲୋକେ ବେଶ୍‌ ଖୁସି ହୋଇଛନ୍ତି। କେଭିନଙ୍କ ବାପା ରାଜୁଙ୍କ କହିବା ଅନୁସାରେ ସବୁ କଥାକୁ କେଭିନ୍‌ ଶୀଘ୍ର ମନେରଖିପାରନ୍ତି। କିନ୍ତୁ କାର୍‌ ପ୍ରତି ତାଙ୍କର ସ୍ବତନ୍ତ୍ର ରୁଚି ରହିଥିବାରୁ ସବୁ କାର୍‌ର ଲୋଗୋ ଦେଖି ସେ ଗାଡ଼ିର ନାଁ କହିପାରନ୍ତି। ଏହି ସ୍ମରଣଶକ୍ତି ଫଳରେ ସେ ୧ ମିନିଟ୍‌ ମଧ୍ୟରେ ୧୫୦ଟି ଗାଡ଼ିର ନାଁ କହିପାରିଛନ୍ତି। ତାଙ୍କର ମନେ ରଖିବା ଶକ୍ତି ଭଲ ଥିବାରୁ ସେ କିଛି ବି ଭୁଲନ୍ତି ନାହିଁ ଓ ସବୁବେଳେ କିଛି ବଡ଼ କାମ କରିବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ ଏତେ କମ୍‌ ବୟସରୁ ସେ କିପରି ରେକର୍ଡ କରିବେ ଚିନ୍ତା କରି ଏହି ରାସ୍ତାକୁ ଆପଣାଇଥିଲେ। ଫଳରେ ଏହି ମାସରେ ସେ ରେକର୍ଡ କରିବା ନିମନ୍ତେ ପଦକ୍ଷେପ ନେଇଥିଲେ ଓ ସଫଳ ହୋଇଥିଲେ। ଗତ ଜୁନ୍‌ ମାସରେ ହୋଇଥିବା ଏକ ନୂଆ ରେକର୍ଡକୁ ଭାଙ୍ଗି ସେ ଏହି ସଫଳତା ହାସଲ କରିପାରିଛନ୍ତି। ଏବେ ଏଭଳି ଏକ ରେକର୍ଡ କରିଥିବା କେଭିନ୍‌ ଭବିଷ୍ୟତରେ ପୁଣି ନୂଆ ରେକର୍ଡ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ତାଙ୍କ ସହ ଆଇସ୍‌କ୍ରିମ୍‌ ଖାଇବା ପାଇଁ କେଭିନ୍‌ଙ୍କର ସ୍ବତନ୍ତ୍ର ଇଚ୍ଛା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୂଳରେ ବସି ପ୍ରେମିକାଙ୍କ ମୁଣ୍ଡରୁ ଉକୁଣୀ ବାଛୁଛନ୍ତି ପ୍ରେମିକ; ଭିଡିଓ ଦେଖିଲେ କହିବେ…

ପ୍ରେମ ହେଉଛି ଦୁନିଆର ସବୁଠାରୁ ସୁନ୍ଦର ଅନୁଭବ। ଯେଉଁମାନଙ୍କୁ ଜୀବନରେ ବାସ୍ତବ ପ୍ରେମ ମିଳିଥାଏ ସେମାନଙ୍କ ଖୁସିର ପରିସୀମା ନ ଥାଏ। ଏମିତିରେ ଅନେକ ପ୍ରେମକାହାଣୀ...

ଆକ୍ରମଣ କଲେଣି ପାକିସ୍ତାନୀ ଝିଣ୍ଟିକା

ଜୟପୁର: ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟାଯିବା ପରେ ଜମ୍ମୁ-କଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚତ୍ଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ...

କରୋନା ଚିକିତ୍ସାରେ ଖର୍ଚ୍ଚ ହେଲା ୪୦ ଲକ୍ଷ ଟଙ୍କା: ଶେଷରେ ଘଟିଲା ଏମିତି କିଛି…

ହାଇଦ୍ରାବାଦ, ୩୧।୭: କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଛି। ଏଥିରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ...

ସୃଜନଶୀଳତାର ପରିପ୍ରକାଶରେ ଭାଷାର ଗୁରୁତ୍ୱ

ସଭ୍ୟତାର ଆରମ୍ଭରେ ମଣିଷ ନିଜ ମନର ଆବେଗ ତଥା ସୃଜନଶୀଳତାର ପରିପ୍ରକାଶରେ ଅଙ୍ଗଭଙ୍ଗୀର ବ୍ୟବହାର କରିଥିଲା। ଏହା ମାଧ୍ୟମରେ ମନର ଭାବାବେଗ ପ୍ରକାଶ କରିବା କଷ୍ଟକର...

ଜିପର୍‌ ବ୍ୟାଗ୍‌ ନୁହେଁ ପୋର୍ଟେବଲ ଓ୍ବାଶିଂ ମେସିନ୍‌

ଟ୍ରାଭେଲ କଲାବେଳେ ଯଦି ପିନ୍ଧିଥିବା ପୋଷାକ ମଇଳା ହୋଇଯାଏ ଟେନ୍‌ସନ୍‌ ବଢିଯାଏ, କେମିତି ତାକୁ ସଫା କରିବେ। ତେବେ ଏଇ ସମସ୍ୟାର ସମାଧାନ କରିବାକୁ ଯାଉଛି...

ଚାକିରି ମିଳିଯିବା ପରେ ଖୁସିରେ ଡ୍ୟାନ୍ସ କଲେ ଏହି ଯୁବତୀ, ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି। ଚାକିରି ମିଳିଯିବା ପରେ ଯୁବତୀ ଜଣକ ଅଫିସ ବାହାରେ ଡ୍ୟାନ୍ସ କରୁଛନ୍ତି। ଯାହାକି...

ଭୟଙ୍କର ପ୍ରି-ଓ୍ବେଡିଂ ଫଟୋଶୁଟ୍‌: ଭିଡିଓ ଦେଖିଲେ…

ଆଜିକାଲି ବିବାହରେ ଫଟୋଶୁଟ୍‌ ଏକ ଅଭିଚ୍ଛେଦ୍ୟ ଟ୍ରେଣ୍ଡ ହୋଇଗଲାଣି। ଏବେ ବିବାହ ପୂର୍ବରୁ ମଧ୍ୟ ଯୁବକ-ଯୁବତୀ ଫଟୋଶୁଟ୍‌ କରୁଥିବାର ଦେଖାଯାଏ। ଏହି ଫଟୋଶୁଟଗୁଡ଼ିକ ଦମ୍ପତିଙ୍କ ସମ୍ପର୍କର...

ଗଛ ଉପରେ ବସି ଅନ୍‌ଲାଇନ୍‌ରେ ପାଠ ପଢ଼ୁଛନ୍ତି ପିଲା: ଭିଡିଓ ଭାଇରାଲ

ମୁମ୍ବାଇ,୧୮।୮: କରୋନା ଲକ୍‌ଡାଉନ ଯୋଗୁ ଦେଶରେ ସମସ୍ତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ପିଲାଙ୍କ ଭବିଷତ୍ୟକୁ ନଜରରେ ରଖି ଅନ୍‌ଲାଇନରେ ପାଠ ପଢ଼ାଇବାକୁ...

Advertisement
Archives

Model This Week