୧୫% ଡିସ୍‌କାଉଣ୍ଟ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଫେବୃୟାରୀ ୧ରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପାର୍ଲାମେଣ୍ଟରେ ବଜେଟ ଉପସ୍ଥାପନ କରିବେ। ତା’ ପୂର୍ବରୁ ୩୧ ଜାନୁୟାରୀରେ ସେ ଅର୍ଥନୈତିକ ସର୍ଭେ ୨୦୨୨-୨୩ ଉପସ୍ଥାପନ କରି ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) କମିବା ନେଇ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୨୦୨୨-୨୩ରେ ଅଭିବୃଦ୍ଧି ହାର ୭ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଥିଲା। ୨୦୨୩-୨୪ରେ ଏହା ୬ରୁ ୬.୫ ପ୍ରତିଶତ ରହିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ତେବେ ଯଦି ୨୦୨୨-୨୩ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସକୁ ଦେଖାଯାଏ, ଅଭିବୃଦ୍ଧି ୬.୩ ପ୍ରତିଶତ ରହିଥିବା ବିଷୟ ପ୍ରକାଶ ପାଇଛି। ଅର୍ଥାତ୍‌ ସରକାର ଯେଉଁ ଅଭିବୃଦ୍ଧି ବିଷୟରେ ପୂର୍ବରୁ ପ୍ରଦର୍ଶନ କରିଥିଲେ ତାହାଠାରୁ କମ୍‌ ଅଭିବୃଦ୍ଧି ଘଟିଛି। ଅର୍ଥନୈତିକ ସର୍ଭେ ପ୍ରକାଶ ପାଇବା ପରେ କଂଗ୍ରେସ ମୁଖପାତ୍ର ଗୌରବ ବଲ୍ଲଭ ଏକ କୌତୂହଳପୂର୍ଣ୍ଣ ପରିସଂଖ୍ୟାନ ବିଷୟରେ ଅବତାରଣା କରିଛନ୍ତି। ସେ କହିଛନ୍ତି, ବାସ୍ତବରେ କେନ୍ଦ୍ର ସରକାର ଗତବର୍ଷ ଅର୍ଥନୈତିକ ସର୍ଭେ ଉପସ୍ଥାପନ ବେଳେ ଅଭିବୃଦ୍ଧି ହାର ୮ରୁ ୮.୫ ପ୍ରତିଶତ ଆକଳନ କରିଥିଲେ। ପରେ ସରକାର ସେଥିରେ ୧୫% ଡିସ୍‌କାଉଣ୍ଟ କରି ତାହାକୁ ୭ ପ୍ରତିଶତ ବୋଲି କହୁଛନ୍ତି। ତେଣୁ ଆସନ୍ତା ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି ହାର ଯେଉଁ ୬ରୁ ୬.୫ ପ୍ରତିଶତ ବିଷୟରେ କୁହାଯାଉଛି, ତାହାର ସମାନ ଡିସ୍‌କାଉଣ୍ଟ କରି ଦେଖିଲେ ସରକାର ୫.୪୪ ପ୍ରତିଶତ କରିପାରୁଛନ୍ତି କି ନାହିଁ ତାହା ଦେଖିବା କଥା। ଗୌରବଙ୍କ ଯୁକ୍ତି ସରକାରଙ୍କୁ ଅପଦସ୍ଥ କରିବା ପାଇଁ ଯଥେଷ୍ଟ। ଅର୍ଥନୈତିକ ସର୍ଭେରେ ସୀତାରାମନ ଆହୁରି କହିଛନ୍ତି, ଖାଉଟି ମୂଲ୍ୟରେ ଯଥେଷ୍ଟ ହ୍ରାସ ପାଇଛି। ସ୍ଥିତିକୁ ଅନୁଭବ କରିପାରୁଥିବା ଯେକୌଣସି ଭାରତୀୟ ଅର୍ଥମନ୍ତ୍ରୀଙ୍କ ଏହି କଥାକୁ ନିଶ୍ଚୟ ଖଣ୍ଡନ କରିବେ। କାରଣ ଭାରତରେ ଅତ୍ୟାବଶ୍ୟକ ଦରଦାମ୍‌ ବୃଦ୍ଧି ଓ ନିଯୁକ୍ତି ସଙ୍କୋଚନ ସ୍ଥିତି ନକାରାତ୍ମକ ଚିତ୍ର ଦେଖାଉଛି।
ଭାରତ ବିଶ୍ୱର ୫ମ ବୃହତ୍‌ ଅର୍ଥନୀତି ରହିଥିବା ବିଷୟକୁ ସରକାର ଘଷିମାଜି ବାହାବା ନେବାରେ ଲାଗିଛନ୍ତି। ଅର୍ଥନୈତିକ ସର୍ଭେରେ ମଧ୍ୟ ଏହାକୁ ଦୋହରାଯାଇଛି। ବାସ୍ତବତାକୁ ଦେଖିଲେ ଏବେ ଆଦାନୀ ଗ୍ରୁପ୍‌ ନିଜ ଷ୍ଟକ୍‌ ଓ ଆକାଉଣ୍ଟ୍‌ସରେ ଦୀର୍ଘବର୍ଷ ଧରି ବ୍ୟାପକ ହେରଫେର କରିଥିବା ବିଷୟକୁ ଆମେରିକାର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପ୍ରକାଶ କରିବା ପରେ ଦେଶରେ ଶେୟାର ବଜାରରେ ଅସ୍ଥିରତା ସୃଷ୍ଟି ହୋଇଛି। ଗତ ୩ ଦିନ ଭିତରେ ଏହି ଗ୍ରୁପ୍‌ ୫ ଲକ୍ଷ ୬୦ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ କ୍ଷତି ସହିଲାଣି। ଏହି କ୍ଷତିର ପ୍ରଭାବ ଦେଶବାସୀଙ୍କ ଉପରେ ପଡ଼ିବା ସ୍ବାଭାବିକ। ଜନସାଧାରଣଙ୍କ ଅର୍ଥ ଲାଗିଥିବା ଜୀବନ ବୀମା ନିଗମ (ଏଲ୍‌ଆଇସି) ଓ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଇତିମଧ୍ୟରେ ୭୮ ହଜାର କୋଟି ଟଙ୍କାରୁ ଅଧିକ କ୍ଷତି କରିସାରିଛନ୍ତି। ଏହା ସମୁଦ୍ରରେ ବୁଡ଼ି ରହିଥିବା ବରଫଖଣ୍ଡର ଦୃଶ୍ୟମାନ ହେଉଥିବା ସାମାନ୍ୟ ଉପରଭାଗ ସଦୃଶ। ଇତିମଧ୍ୟରେ ଦେଶର ଅର୍ଥନୀତି ଆହୁରି କେତେ ଯେ ଅସ୍ବାଭାବିକ ସ୍ଥିତିରେ ପଡ଼ିଥିବ, ତାହା ସରକାର ପ୍ରକାଶ କରିବାକୁ ଚାହୁଁନାହାନ୍ତି। କେବଳ ବାହୁସ୍ଫୋଟ ମାରି ଆଗେଇ ଚାଲିଲେ ଦେଶରେ କେତେ ଯେ କ୍ଷତି ଘଟିବାର ଆଶଙ୍କା ଉପୁଜୁଛି ତାହା ଆକଳନ କରିବା କଷ୍ଟକର।
ବର୍ତ୍ତମାନର କେନ୍ଦ୍ର ସରକାର ଦେଶ କେଉଁଭଳି ଆର୍ଥିକ ଅସ୍ଥିରତା ଦେଇ ଗତି କରୁଛି, ତାହା ଭଲ ଭାବେ ଜାଣିଛନ୍ତି। କିନ୍ତୁ ଜନସାଧାରଣଙ୍କୁ ଏହାର ନକାରାତ୍ମକ ଦିଗଠାରୁ ଦୂରେଇ ରଖାଯାଉଛି। ସେଥିପାଇଁ ଉପଭୋକ୍ତା ମୂଲ୍ୟ ବୃଦ୍ଧିକୁ ଲୁଚାଇବାକୁ ଚାହିଁ ଅର୍ଥନୈତିକ ସର୍ଭେରେ କୁହାଯାଇଛି ଏହା ଯଥେଷ୍ଟ ଭାବେ କମିଛି। ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍‌ଠାରୁ ଆରମ୍ଭ କରି ଲୁଗାସଫା ପାଉଡର ଓ ବିସ୍କୁଟର ମୂଲ୍ୟ ଯେଉଁଭଳି ଭାବେ ବଢ଼ିଛି, ତାହା ଖାଉଟି ଭଲ ଭାବେ ଅନୁଭବ କରୁଛନ୍ତିି। ଏଭଳି ସ୍ଥଳେ ଭାରତ ବିଶ୍ୱର ୫ମ ବୃହତ୍‌ ଅର୍ଥନୀତି ଏବଂ ଏବେ ଜି୨୦ର ଅଧ୍ୟକ୍ଷ ଥିବାରୁ ଏହା ଦେଶ ପାଇଁ ଗର୍ବର ବିଷୟ ଆଣିଦେଇଛି ବୋଲି କହିବାର କୌଣସି ମାନେ ରଖୁନାହିଁ। ସାଧାରଣ ନାଗରିକ ଚାହେଁ ସେ ଟିକେ ଭଲରେ ଚଳିବ, ପିଲାଙ୍କୁ ଉପଯୁକ୍ତ ଶିକ୍ଷା ଦେବ ଓ ସ୍ବାସ୍ଥ୍ୟ ବିଗିଡ଼ି ଯାଉଥିବା ବେଳେ ଉତ୍ତମ ସ୍ବାସ୍ଥ୍ୟସେବା ପାଇବ। ଯେଉଁ ସରକାର ନାଗରିକର ଏହିଭଳି ମୌଳିକ ଆବଶ୍ୟକତାକୁ ପୂରଣ କରିପାରିଥାଆନ୍ତି, ତାହାକୁ ଜନସାଧାରଣ ପ୍ରଶଂସା କରିଥାଆନ୍ତି। କେବଳ ନିର୍ବାଚନକୁ ଆଖି ଆଗରେ ରଖି ସରକାର ନେଉଥିବା ନିଷ୍ପତ୍ତି ଯୋଗୁ ଦେଶର ଅବସ୍ଥା ବିଗୁଡ଼ୁଛି। ଜନମଙ୍ଗଳ ଚାହୁଁଥିବା ସରକାର କ୍ଷମତା ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠି ଚିନ୍ତା କରିବା ଦରକାର।

କେବଳ ନିର୍ବାଚନକୁ ଆଖି ଆଗରେ ରଖି ସରକାର ନେଉଥିବା ନିଷ୍ପତ୍ତି ଯୋଗୁ ଦେଶର ଅବସ୍ଥା ବିଗୁଡ଼ୁଛି। ଜନମଙ୍ଗଳ ଚାହୁଁଥିବା ସରକାର କ୍ଷମତା ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠି ଚିନ୍ତା କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri