୧୫ ଜଣ ପାଇବେ ରାଷ୍ଟ୍ରପତି ପୋଲିସ ପଦକ

ଭୁବନେଶ୍ୱର,୧୫ା୮(ବ୍ୟୁରୋ): ୭୬ତମ ସ୍ବାଧୀନତା ଦିବସ ପାଳନ ଅବସରରେ ରାଷ୍ଟ୍ରପତି ପୋଲିସ ପଦକ ରବିବାର ଘୋଷଣା କରାଯାଇଛି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ୨୦୨୨ ଲାଗି ଓଡ଼ିଶା ପୋଲିସର ୧୫ ଜଣ ମନୋନୀତ ହୋଇଛନ୍ତି। ୨ ଜଣ ପୋଲିସ କର୍ମଚାରୀଙ୍କୁ ସାହସିକତା ପଦକ ପାଇଁ ଚୟନ କରାଯାଇଛି। ବିଶିଷ୍ଟ ତଥା ଉତ୍କୃଷ୍ଟ ସେବା ନିମନ୍ତେ ଦ୍ୱୈତନଗରୀ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ସିକ୍ୟୁରିଟି ଓ୍ବିଙ୍ଗର ଭାରପ୍ରାପ୍ତ ଆରକ୍ଷୀ ଅଧୀକ୍ଷକ ସରୋଜ କୁମାର ମହାପାତ୍ର ରାଷ୍ଟ୍ରପତି ପୋଲିସ ପଦକ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।
ଓଡ଼ିଶାର ୨ଜଣ ପୋଲିସ ଅଧିକାରୀ ସାହସିକତା ପାଇଁ ପୋଲିସ ପଦକରେ ସମ୍ମାନିତ ହେବେ। ସେମାନେ ହେଲେ କମାଣ୍ଡୋ କୁମାର କର୍ମୀ ଓ କମାଣ୍ଡୋ ପୀତବାସ ପାଣ୍ଡେ। ସେହିଭଳି ୧୧ ଜଣ ପୋଲିସ କର୍ମୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୋଲିସ ପଦକ ପ୍ରଦାନ କରାଯିବ। ସେମାନେ ହେଲେ କଟକ ଭିଜିଲାନ୍ସ ସେଲ ନିର୍ଦ୍ଦେଶାଳୟର ଅତିରିକ୍ତ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ପ୍ରକାଶ କୁମାର ନାଏକ, ଭୁବନେଶ୍ୱର ଏସ୍‌ଟିଏଫ ସିଆଇଡି, ସିବିର ଡେପୁଟି ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ସଚ୍ଚିଦାନନ୍ଦ ରଥ, ଭୁବନେଶ୍ୱର ବିପିଏସପିଏର ଡେପୁଟି ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ଗୁରୁପ୍ରସାଦ ଶିବଶଙ୍କର ନନ୍ଦ, ରାଉରକେଲା ଡେପୁଟି ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ବନିତା ମାଝୀ, କଟକ ସିଆଇଡି, ସିବିର ସବ-ଇନ୍ସପେକ୍ଟର ଏନ୍‌.ତ୍ରିନାଥ ଡୋରା, ସମ୍ବଲପୁର ସ୍ପେସାଲ ସ୍କ୍ବାଡର ସହକାରୀ ସବ-ଇନ୍ସପେକ୍ଟର ମହମ୍ମଦ ଜାହାଙ୍ଗୀର, ଝାରସୁଗୁଡା ଓଏସ୍‌ଏପି ୨ୟ ବାଟାଲିୟନର ହାବିଲଦାର ବିଷ୍ଣୁ କୁମାର ବୁରା, ଅନୁଗୋଳର ଡ୍ରାଇଭର ହାବିଲଦାର ହୃଷୀକେଶ ବାରିକ, କୋରାପୁଟର ଏସ୍‌ଓଜି,ଏଇଟି ଏବଂ ଆରସିର ସହକାରୀ ଆର୍‌ମୋରିର ବସନ୍ତ କୁମାର ଡାକୁଆ,ସୁନ୍ଦରଗଡ ଡିଏଫଏସ୍‌ଏଲର କନଷ୍ଟେବଳ ଅଞ୍ଜନ କୁମାର ମହାନ୍ତି ଓ କୋରାପୁଟ ଓଏସ୍‌ଏପି ୩ୟ ବାଟାଲିୟନର ସିପାହୀ ପ୍ରଶାନ୍ତ ପରିଡା। ଅପରପକ୍ଷରେ ୩ ଅଗ୍ନିଶମ କର୍ମଚାରୀ ପ୍ରଶାନ୍ତ କୁମାର ଦାଶ, ବିଜୟ ଚନ୍ଦ୍ର ପାତ୍ର ଓ ହାବିଲଦାର ସର୍ବେଶ୍ୱର ମିଶ୍ର ପାଇବେ ଫାୟାର ସର୍ଭିସ ପଦକ। ସେହିପରି ୩ ଜଣ ଜେଲ୍‌ କର୍ମଚାରୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ ସେବା ପାଇଁ ପଦକ ମିଳବ। ଜେଲର୍‌ ବିଭେନ୍ଦୁ ଭୂୟଁାଙ୍କୁ ‘ରାଷ୍ଟ୍ରପତିଙ୍କ ସୁଧାର ସେବା ପଦକ’, ଜେଲର୍‌ ବୁଲୁ ମାଟିଆ ଓ ସହକାରୀ ଜେଲର୍‌ ସୁପକ କୁମାର ନାୟକଙ୍କୁ ‘ଗୁଣାତ୍ମକ ସେବା ପାଇଁ ସୁଧାରା ସେବା ପଦକ’ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri