ଗତ ୭ଦିନ ମଧ୍ୟରେ ୧୪୭ ଜିଲାରେ ଚିହ୍ନଟ ହୋଇ ନାହାଁନ୍ତି ଜଣେ ବି କରୋନା ସଂକ୍ରମିତ

ନୂଆଦିଲ୍ଲୀ,୨୮ ।୧: କରୋନା ଭାଇରସ ସଂକ୍ରମଣ ସାରା ବିଶ୍ୱକୁ ଅସ୍ଥିର କରି ପକାଇଛି । ତେବେ ଦେଶରେ ବେଳକୁ ବେଳ ନୂଆ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବା ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରୁଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଗତ ସପ୍ତାହକ ମଧ୍ୟରେ ୧୪୭ ଜିଲାରେ ଜଣେ ବି ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ନାହିଁ । ଯାହା ସମସ୍ତଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୧୮ ଜିଲାରେ ଗତ ୧୪ ଦିନ ମଧ୍ୟରେ ଜଣେ ବି ନୂଆ ରୋଗୀ ଚିହ୍ନଟ ହୋଇ ନାହାନ୍ତି । ସେହିପରି ଗତ ୨୧ ଦିନ ମଧ୍ୟରେ ୬ ଜିଲାରେ କେହି ନୂଆ କରୋନା ସଂକ୍ରମିତ ଦେଖାଦେଇ ନାହାନ୍ତି । ସେହିଭଳି ୨୧ ଟି ଜିଲାରେ ପ୍ରାୟ ୨୮ ଦିନ ହେବ କୌଣସି ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ନାହିଁ । ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୧୧,୬୬୬ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୧୪,୩୦୧ଜଣ ସୁସ୍ଥ ହୋଇଛନ୍ତି ଓ ୧୨୩ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ଏବେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୦୭,୧,୧୯୩ରେ ପହଞ୍ଚିଥିବା ବେଳେ ଏବେ ୧,୭୩,୭୪୦ଜଣଙ୍କର ଚିକିତ୍ସା ଚାଲିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମେ ୧୫ରୁ ଖୋଲିବ ରବିଧାନ ମଣ୍ଡି

ସୋନପୁର,୨୯।୪(ନି.ପ୍ର.): ରବିଋତୁ ଧାନ ସଂଗ୍ରହ ପାଇଁ ବୁଧବାର ସୁବର୍ଣ୍ଣପୁର ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ନୀତି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ମେ ୧୫ତାରିଖରୁ...

ସୀମାପାର୍‌ ଟ୍ରେନ, ବସ୍‌ ସେବା ବାତିଲ

ନୂଆଦିଲ୍ଲୀ, ୧୪।୩(ପି.ଟି.): କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଶୁକ୍ରବାର ଭାରତ ପକ୍ଷରୁ ବାଂଲାଦେଶକୁ ସୀମାପାର୍‌ ବସ୍‌ ଓ ଟ୍ରେନ୍‌ ସେବା ମାସକ ଲାଗି ଏପ୍ରିଲ...

ନୀତୀଶଙ୍କ ନେତୃତ୍ୱରେ ବିହାର ବିଧାନସଭା ନିର୍ବାଚନ ଲଢିବ ଏନ୍‌ଡିଏ: ଶାହ

ନୂଆଦିଲ୍ଲୀ,୧୭।୧୦: ଆସନ୍ତା ୨୦୨୦ରେ ବିହାରରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ। ଏଥିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ଏନ୍‌ଡିଏ ନିର୍ବାଚନ ଲଢିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ...

ଉପରମୁହାଁ ପାରଦ

ଭୁବନେଶ୍ୱର,୨୭।୪(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରିରହିଛି। ପ୍ରଚଣ୍ଡ ଗ୍ରୀଷ୍ମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। କିଛିଦିନ ହେବ ପ୍ରବଳ ଖରା ଯୋଗୁ ରାଜ୍ୟରେ...

ଅକ୍ଷୟ ପାତ୍ର ଫାଉଣ୍ଡେଶନକୁ ଗ୍ଲୋବାଲ ଚାମ୍ପିୟନ୍‌ ଆଓ୍ବାର୍ଡ

ଲଣ୍ଡନ,୧୫ା୬(ପି.ଟି.): ଭାରତର ଏକ ଅଣଲାଭକାରୀ ସଂସ୍ଥା ଅକ୍ଷୟ ପାତ୍ର ସ୍କୁଲ୍‌ ମିଲ୍‌ ପ୍ରୋଜେକ୍ଟକୁ ବିବିସି ଓ୍ବାର୍ଲଡ ସର୍ଭିସ ଗ୍ଲୋବାଲ ଚାମ୍ପିୟନ୍‌ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ଚଳିତ...

ପୁଣି ୧୦ ଜୀବନ ନେଲା କରୋନା, ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୬।୮(ବ୍ୟୁରୋ): ରାଜ୍ୟରେ କରୋନା ଯୋଗୁ ଆଉ ୧୦ ଜଣଙ୍କ ଜୀବନ ଯାଇଛି। ଫଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୩୫କୁ ବୃଦ୍ଧି ପାଇଛି। ଏହି ୧୦ମୃତକଙ୍କ...

ଶପଥ ଗ୍ରହଣ ପୂର୍ବରୁ ଗୁରୁଦ୍ୱାର ଗଲେ ଚରଣଜିତ୍ ସିଂ

ଚଣ୍ଡିଗଡ଼,୨୦ ।୯: ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଅମରିନ୍ଦର ସିଂ ଇସ୍ତଫା ଦେବା ପରେ ପଞ୍ଜାବକୁ ଏବେ ନୂଆ ମୁଖ୍ୟମନ୍ତ୍ରୀ ମିଳି ସାରିଛି । ଚରଣଜିତ୍...

ସଲମାନ୍‌ଙ୍କ ବିରୋଧରେ ମାମଲା

ମୁମ୍ବାଇ,୨୬ା୬(ପି.ଟି.): ମୁମ୍ବାଇର ଜଣେ ଖବରଦାତା ବଲିଉଡ୍‌ ଅଭିନେତା ସଲମାନ୍‌ ଖାନଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ କରିଛନ୍ତି। ଜେକେ ନ୍ୟୁଜ୍‌ ଚ୍ୟାନେଲ୍‌ର ମହାରାଷ୍ଟ୍ର ମୁଖ୍ୟ ଅଶୋକ...

Advertisement


Archives

Model This Week