ସୁବର୍ଣ୍ଣରେଖା ସଇରାତରେ ୧୪୪ ଧାରା ଜାରି

ଜଳେଶ୍ୱର, ୭ା୨(ଡି.ଏନ.ଏ.): ବାଲେଶ୍ୱର ଉପଜିଲାପାଳ କୁନାଲ ମୋତିଲାଲ ଚଭନଙ୍କ ଉପରେ ବାଲି ଚୋରାଚାଲାଣକାରୀଙ୍କ ଆକ୍ରମଣ ପରେ ଜିଲା ପ୍ରଶାସନ ତତ୍ପର ହୋଇପଡିଛି। ସୋମବାର ସୁବର୍ଣ୍ଣରେଖା ନଦୀର ବାଲି ସଇରାତଗୁଡିକରେ ୧୪୪ ଧାରା ଜାରି କରିବା ସହିତ ନାଲି ପତାକା ଲଗାଇଛି। ଅନ୍ୟପକ୍ଷରେ ବିଭିନ୍ନ ସ୍ଥାନରେ ସ୍କ୍କାଡ୍‌ ଗଠନ କରାଯାଇଥିବା ବେଳେ ଜିଲାପାଳ ନିଜେ ୬୦ନଂ ଜାତୀୟ ରାଜପଥରୁ ୬ଟି ବାଲି ବୋଝେଇ ଯାନକୁ ଅଟକ ରଖିଛନ୍ତି ।
ଫଳରେ ବାଲି ଚୋରାଚାଲାଣକାରୀଙ୍କ ମଧ୍ୟରେ ଛନକା ପଶିଛି ।
ସୁବର୍ଣ୍ଣରେଖାରୁ ବ୍ୟାପକ ବାଲି ଉତ୍ତୋଳନ ହୋଇ ପଶ୍ଚିମବଙ୍ଗକୁ ଚୋରାଚାଲାଣ ହେଉଥିବା ବେଳେ ସ୍ଥାନୀୟ ପ୍ରଶାସନ ରୋକିବାରେ ବିଫଳ ହୋଇଛି। ଖଣି, ପରିବେଶ, ଜଙ୍ଗଲ ଓ ପ୍ରଦୂଷଣ ଆଇନ୍‌କୁ ଉଲ୍ଲଙ୍ଘନ କରି ବାଲି ଚୋରା ଚାଲାଣକାରୀମାନେ କେତେକ ଅସାଧୁ କର୍ମଚାରୀଙ୍କୁ ହାତ କରି କୋଟି କୋଟି ଟଙ୍କା ରୋଜଗାର କରୁଥିଲେ। ବାଲେଶ୍ୱର ଉପଜିଲାପାଳ କୁନାଲ ମୋତିଲାଲ ଚଭନଙ୍କୁ ଚାଲାଣକାରୀଙ୍କ ମରଣାନ୍ତକ ଆକ୍ରମଣ ପରେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ବାଲି ଚାଲାଣ ରୋକିବା ପାଇଁ କେତେକ ପଦକ୍ଷେପ ଗ୍ରହଣ କରାଯାଇଛି ା ଜଳେଶ୍ୱର ତହସିଲ ଅଞ୍ଚଳରେ ପ୍ରାୟ ୨୫ଟି ସଇରାତ ଥିବା ବେଳେ ଏନ୍‌ଜିଟି ସଂଶ୍ଳିଷ୍ଟ ପ୍ରାୟ ୧୫ଟି ବାଲି ସଇରାତ୍‌ରେ ୧୪୪ ଧାରା ଜାରି କରାଯିବା ସହ ନାଲି ପତାକା ଲଗାଯାଇଛି । ଉପଜିଲାପାଳଙ୍କ ମିସ୍‌ କେସ ନଂ. ୯/୨୩ ଅନୁଯାୟୀ ଜଳେଶ୍ୱର ତହସିଲର ସୁବର୍ଣ୍ଣରେଖା ନଦୀରେ ବିଳାସପୁର, ମାକିଡିଆ (କ), (ଖ), (ଗ), କୁଅଁରପୁର, ତୋଟାପଡା, ବେହେରାସାହି, ପ୍ରହରାଜପୁର, ପ୍ରହରାଜପୁର (କ), ଦକ୍ଷିଣ ପ୍ରହରାଜପୁର, ମକରମପୁର, ମାଳିପାଳ, ଦକ୍ଷିଣ ପ୍ରହରାଜପୁର(ଖ), କଣ୍ଟାପାଳ, ଗଡସାହିବାଲିଆପାଳ ଆଦି ବାଲି ସଇରାତରେ ଜଳେଶ୍ୱର ତହସିଲ ପକ୍ଷରୁ ୧୪୪ ଧାରା ଜାରି କରାଯିବା ସହିତ ଡାକବାଜି ଯନ୍ତ୍ର ଦ୍ୱାରା ଜନସାଧାରଣଙ୍କୁ ସଚେତନ କରାଯାଇଛି। ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିିନ୍ଦେ ବାଲେଶ୍ୱରରୁ ଜଳେଶ୍ୱର ଆସିବା ବେଳେ ୬୦ନଂ. ଜାତୀୟ ରାଜପଥରେ ଯାଉଥିବା ଡମ୍ପର ନଂ. ଓଡି୦୧ଏକେ-୯୫୦୫ ଓ ଓଡି୦୧ଏପି-୮୯୨୧ ଏବଂ ଟ୍ରାକ୍ଟର ନଂ. ଓଡି୦୧ଭି-୮୫୧୧, ଓଡି୦୧ଏଚ୍‌-୫୮୪୭ ଓ ଅନ୍ୟ ୩ଟି ନମ୍ବର ବିହୀନ ଟ୍ରାକ୍ଟରକୁ ଅଟକ ରଖିଥିଲେ । ପରେ ବାଲେଶ୍ୱର ଆର୍‌ଟିଓ ଓ ଏମ୍‌ଭିଆଇଙ୍କୁ ଜଣାଇବାରୁ ଟ୍ରାଫିକ୍‌ ଇନ୍ସପେକ୍ଟର ସମରେନ୍ଦ୍ର ମହାପାତ୍ର ଓ ସହକାରୀ ଏମ୍‌ଭିଆଇ ଦେବାଶିଷ ମଲ୍ଲିକ ଜଳେଶ୍ୱର ଆସି ଯାନଗୁଡିକୁ ଅଟକ ରଖି ତଦନ୍ତ ଚଳାଇଛନ୍ତି  । ଅନ୍ୟପକ୍ଷରେ ବାଲି ଅଭାବରୁ ଜଳେଶ୍ୱର, ଭୋଗରାଇ, ବାଲିଆପାଳ, ବସ୍ତା ବ୍ଲକ ଅଞ୍ଚଳରେ ସରକାରୀ ଓ ବେସରକାରୀ କାର୍ଯ୍ୟ ଠପ୍‌ ହୋଇଯାଇଥିବାରୁ ଜିଲାପାଳ ବାଲି ଯୋଗାଇବାକୁ ସାଧାରଣରେ ଦାବି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭା ନିର୍ବାଚନ ପୂର୍ବରୁ AAPର ବଡ଼ ଘୋଷଣା; ଏହି ଦଳ ସହ କଲା ମେଣ୍ଟ

ନୂଆଦିଲ୍ଲୀ,୧୩।୯: ଆମ ଆଦମୀ ପାର୍ଟି (AAP) ଗୋଆ ବିଧାନସଭା ନିର୍ବାଚନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘୋଷଣା କରିଛି। ଗୋଆରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର…

ଆମେରିକା ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କଲେ ସି ଜିନପିଙ୍ଗ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଲେ…

ନୂଆଦିଲ୍ଲୀ,୧୩।୯: ଦିଲ୍ଲୀରେ ଅନୁଷ୍ଠିତ BRICS ସମ୍ମିଳନୀ ୨୦୨୬ରେ, ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ସହିତ ସମ୍ପର୍କ ଉନ୍ନତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ହିନ୍ଦୁ ସାଧୁଙ୍କ ପାଦ ସ୍ପର୍ଶ କଲେ ଇରାନର ରାଷ୍ଟ୍ରପତି ପେଜେଶକିଆନ! ଭିଡିଓ ଭାଇରାଲ

ନୂଆଦିଲ୍ଲୀ/ତେହରାନ,୧୩।୯: ଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ବ୍ରିକ୍ସ (BRICS) ସମ୍ମିଳନୀର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଇରାନର ରାଷ୍ଟ୍ରପତି…

ଖଣ୍ଡେ ପାନ ପାଇଁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଯୁବକ

ମୋରଡ଼ା,୧୩ା୯(ସ୍ମାରକ ମାଜୀ): ଖଣ୍ଡେ ପାନ ପାଇଁ ଘଟିଛି ହତ୍ୟାକାଣ୍ଡ। ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ସୋସିଆଲ ମିଡିଆରେ ଚର୍ଚ୍ଚା; କିଶୋର କୁମାରଙ୍କ ଗୀତ ଗାଇଲେ ପ୍ରଧାନମନ୍ତ୍ରୀ, ସବୁ କହିଲେ….

ନୂଆଦିଲ୍ଲୀ,୧୩।୯: ଭାରତରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀର ଗାଲା ଡିନରରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

ପୁଣି ଲଣ୍ଡନରେ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଥିବାର ନଜର ଆସିଲେ ତ୍ରିଶା-ବିଜୟ; ଭିଡିଓ ଭାଇରାଲ, ପ୍ରଶଂସକ କହିଲେ…

ଚେନ୍ନାଇ,୧୩।୯: ସୁପରଷ୍ଟାର ଥାଲାପତି ବିଜୟ ଏବଂ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ଯୋଡ଼ିକୁ ପ୍ରଶଂସକମାନେ ଦୀର୍ଘ ଦିନ ଧରି ପସନ୍ଦ କରିଆସୁଛନ୍ତି। ଏହି ପସନ୍ଦ ସହିତ, ଉଭୟଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?