ପାରାଦୀପ ବନ୍ଦରରେ ଲାଗିଲା ଜାହାଜ: ୧୫ କରୋନା ପଜିଟିଭ, ୨ ଗୁରୁତର

ପାରାଦୀପ,୨୯।୩(ସ୍ବ:ପ୍ର.): ପାରାଦୀପ ବନ୍ଦରକୁ ଆସିଥିବା ଏମ୍‌ଭି ଏପିଜେ କାୟର୍ସ ନାମକ ପଣ୍ୟବାହୀ ଜାହାଜରେ ଥିବା ୨୮ଜଣ ନାବିକଙ୍କ ମଧ୍ୟରୁ ୧୫ ଜଣଙ୍କ ଠାରେ କରୋନା ଭୂତାଣୁ ଥିବା ଜଣାପଡିଛି। ପରେ ସମସ୍ତ ଆକ୍ରାନ୍ତଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରେ ୨ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ସୂଚନା ମିଳିଛି।
ଏହି ଜାହାଜ ଟୁଟିକୋରିନ ପୋର୍ଟରୁ ଆସିଥିଲା। ରବିବାର ସନ୍ଧ୍ୟାରେ ଜାହାଜ ଆଙ୍କରେଜ ଏରିଆରେ ଥିଲା ଏବଂ ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ ବେଳେ ଏହି ଖବର ଜଣାପଡିଥିଲା। ଅନ୍ୟ ୧୩ ଜଣଙ୍କୁ ଏବେ କ୍ବାରାଣ୍ଟାଇନରେ ରଖାଯାଇଛି। ଏହି ଜାହାଜ କୋଷ୍ଟାଲ ପରିବହନରେ ନିୟୋଜିତ। ଟୁଟିକୋରିନ ପୋର୍ଟ ଛାଡିବା ପୂର୍ବରୁ ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା ବୋଲି ଇମିଗ୍ରେସନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏବେ ଉକ୍ତ ଜାହାଜକୁ ସାନିଟାଇଜ କରାଯିବ ବୋଲି ବନ୍ଦର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଜାହାଜ ସେହି ଆଙ୍କରେଜ ଏରିଆରେ ରହିବ। ବନ୍ଦର ଭିତରେ ଅନ୍ୟ କୌଣସି ଜାହାଜର ନାବିକ ଓ ଅନ୍ୟ କର୍ମଚାରୀ ଶ୍ରମିକଙ୍କ ଠାରେ କୌଣସି ବିପଦ ନାହିଁ ବୋଲି ବନ୍ଦର ଚିକିତ୍ସାଳୟର ସିଏମ୍‌ଓ ଡା. ପ୍ରହଲ୍ଲାଦ ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ମଝିଘରିଆଣୀ ମନ୍ଦିରରୁ ରେକର୍ଡ ଆୟ: ୧.୨୬ କୋଟିରୁ ଅଧିକ ଟଙ୍କା ସହ ୩୨ ଗ୍ରାମ୍‌ ମିଳିଲା ସୁନା

ରାୟଗଡ଼ା,୨୯।୬(କୈଳସ ଚନ୍ଦ୍ର ପୃଷ୍ଟି ): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ଦାନହୁଣ୍ଡି ସୋମବାର ସକାଳେ କଡ଼ା ସୁରକ୍ଷା ମଧ୍ୟରେ ଖୋଲାଯାଇଛି। ମାଜିଷ୍ଟ୍ରେଟ୍‌,…

ଆଫଗାନିସ୍ତାନ ସୀମାରେ ପାକ୍‌ର ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନ

ଇସ୍‌ଲାମାବାଦ,୨୯ା୬: ଆଫଗାନିସ୍ତାନ ସୀମାରେ ପାକିସ୍ତାନୀ ସୁରକ୍ଷା ବଳର କାର୍ଯ୍ୟାନୁଷ୍ଠାନରେ ୨୯ଜଣ ଆତଙ୍କବାଦୀ ନିହତ ହୋଇଥିବା ଇସ୍‌ଲାମାବାଦ ସୋମବାର କହିଛି। ଏହି ସଦ୍ୟ ଉତ୍ତେଜନାକୁ ନେଇ ଉଭୟ କାବୁଲ…

ମିଳିନି ଧାନ ବିକ୍ରି ଟୋକନ: ଆତ୍ମାହୁତି ଧମକ ଦେଲେ ଚାଷୀ

ବରଗଡ,୨୯।୬(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲାରେ ଧାନ ବିକ୍ରିରେ ଟୋକନ ସମସ୍ୟାକୁ ନେଇ ଦିନକୁ ଦିନ ସ୍ଥିତି ସଙ୍ଗିନ ହେବାରେ ଲାଗିଛି । ବରଗଡ ଜିଲା ବିଜେପୁର ବ୍ଲକ…

ସାଧାରଣ ଲେକଙ୍କୁ ବଡ଼ ଆଶ୍ୱସ୍ତି: ସରକାର କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୯।୬:ସରକାର ପେଟ୍ରୋଲ ଏବଂ ଡିଜେଲ ସମ୍ପର୍କରେ ଜନସାଧାରଣଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲର ବିକ୍ରୟ ଏବଂ ବଣ୍ଟନ ଉପରେ ଅସ୍ଥାୟୀ…

ଉଦ୍ୟୋଗୀମାନଙ୍କୁ ମାଗଣାରେ ମିଳିବ ଋଣ-ସବସିଡ଼ି: ବିକଶିତ ଓଡ଼ିଶା ପାଇଁ ଏମଏସଏମଇ…

ଦିଗପହଣ୍ଡି,୨୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ କବିସୂର୍ଯ୍ୟ ବଳଦେବ ରଥ କଲ୍ୟାଣ ମଣ୍ଡପ ରେ ବ୍ଲକ ପ୍ରଶାସନ ପକ୍ଷରୁ ସୋମବାର ବିକଶିତ ଓଡ଼ିଶା…

ସ୍ତ୍ରୀଙ୍କୁ ଖୋଜିଖୋଜି ଜଗତସିଂହପୁରରୁ ହାଟଡିହୀରେ ପହଞ୍ଚିଲେ ସ୍ବାମୀ: ତା’ପରେ ଯାହା ଘଟିଲା…

ହାଟଡିହୀ/ଛେନାପଦି,୨୯l୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ଅଞ୍ଚଳରେ ସୋମବାର ଏକ ଫ୍ୟାମିଲି ଡ୍ରାମା ଦେଖିବାକୁ ମିଳିଛି l ଯାହାକି ମୁଖ୍ୟ ଆଲୋଚନାର ବିଷୟ ସାଜିଛି l ଜଗତସିଂହପୁର…

କୁଲାଡ଼ ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତିଭାବରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା

ଭଞ୍ଜନଗର, ୨୯।୬ (ବାବୁଲା ପ୍ରଧାନ): ଭଞ୍ଜ ରାଜବଂଶ ଦ୍ୱାରା ପ୍ରତିଷ୍ଠିତ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ କୁଲାଡ଼ ଶ୍ରୀଜଗନ୍ନାଥ ମନ୍ଦିରରେ ସୋମବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ମହୋତ୍ସବ…

ଖେତ ବଚାଓ ଅଭିଯାନକୁ ମିଳିଲା ନୂଆ ଗତି: ଜୈବସାର ପ୍ରଚାରରେ ଅଗ୍ରଣୀ ଗଞ୍ଜାମ ଏଫପିସି

ଭଞ୍ଜନଗର,୨୯।୬(ବାବୁଲା ପ୍ରଧାନ): ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ଆଇସିଏଆର୍‌) ଅଧୀନସ୍ଥ କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ (ସିଆରଆରଆଇ) ପକ୍ଷରୁ ଜୈବସାରର ବୈଜ୍ଞାନିକ ପ୍ରଚାର ଏବଂ ସନ୍ତୁଳିତ ସାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri