Posted inଖେଳ

ଏସିଆନ ଗେମ୍ସରେ କିଟ୍‌ ଓ କିସ୍‌ର ୧୪ ଖେଳାଳି

ଭୁବନେଶ୍ୱର, ୧୬।୯ (ତପନ ସ୍ବାଇଁ): ଚାଇନାର ହାଙ୍ଗଝୋଠାରେ ଚଳିତ ମାସ ୨୩ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଏସିଆନ ଗେମ୍ସ ଅନୁଷ୍ଠିତ ହେବ। ଏହି ମେଗା ପ୍ରତିଯୋଗିତାରେ କିଟ୍‌ ଓ କିସ୍‌ର ୧୪ଜଣ କ୍ରୀଡ଼ାବିତ୍‌ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ। ଦେଶର ଗୋଟିଏ ଶିକ୍ଷାନୁଷ୍ଠାନରୁ ଏତେ ସଂଖ୍ୟକ କ୍ରୀଡ଼ାବିତ୍‌ ଏସିଆନ ଗେମ୍ସରେ ଅଂଶ ଗ୍ରହଣ କରିବା ଏହା ପ୍ରଥମ ବୋଲି ଶୁକ୍ରବାର ଏଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କିଟ୍‌ କ୍ରୀଡ଼ା ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାଶ ପ୍ରକାଶ କରିଛନ୍ତି। ତାଙ୍କ ସୂଚନା ଅନୁସାରେ କିଟ୍‌ ଛାତ୍ରୀ ସି.ଏ. ଭବାନୀ ଦେବୀ ଫେନ୍‌ସିଂ (ମହିଳା) ବର୍ଗରେ ଉଭୟ ବ୍ୟକ୍ତିଗତ ଓ ଦଳଗତ ସାବ୍‌ରେ ଇଭେଣ୍ଟରେ ଭାଗ ନେବାକୁ ଯାଉଥିବାବେଳେ ଭାରତୀୟ ହକି ଦଳରେ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି। ସେହିପରି ସନ୍ତରଣରେ ସାଜନ ପ୍ରକାଶ, ନୌଚାଳନାର ମହିଳା ଲାଇଟଓ୍ବେଟ୍‌ ଡବଲ୍‌ ସ୍କଲ ରୋଇଂରେ ଆଶିଂକା ଭାରତୀ, ଆଥ୍‌ଲେଟିକ୍ସର ୨୦ କି.ମି. ଓ୍ବାକ୍‌ରେ ପ୍ରିୟଙ୍କା (ମହିଳା) ଓ ସନ୍ଦୀପ କୁମାର (ପୁରୁଷ), ଜାଭେଲିନ୍‌ ଥ୍ରୋରେ କିଶୋର ଜେନା ଓ ତେଜିନ୍ଦର ପାଲ୍‌ ଭାରତର ପ୍ରତିନିଧିତ୍ୱ କରିବେ। ସେହିପରି ମହିଳା ରଗ୍‌ବୀ ୭ଏସ୍‌ ଦଳରେ କିସ୍‌ର ୪ ଛାତ୍ରୀ ଡୁମୁନି ମାରାଣ୍ଡି, ତାରୁଲତା ନାଏକ, ମାମା ନାଏକ ଏବଂ ହୁପି ମାଝି ସ୍ଥାନ ପାଇଛନ୍ତି। ଡେକାଥଲନରେ ତେଜସ୍ବୀ ଶଙ୍କର ଏବଂ ୨୦୦ମିଟର ଦୌଡ଼ରେ ଅମ୍ଳାନ ବୋରଗୋହେନ ମନୋନୀତ ହୋଇଛନ୍ତି।
ଏସିଆନ ଗେମ୍ସ ପାଇଁ ମନୋନୀତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା ଏମ୍‌ପି ଅଚ୍ୟୁତ ସାମନ୍ତ। ଏହି କ୍ରୀଡ଼ାବିତ୍‌ମାନେ କେବଳ କିଟ୍‌ ଓ କିସ୍‌ ପାଇଁ ନୁହନ୍ତି ସମଗ୍ର ଓଡ଼ିଶାର ଗର୍ବ ଓ ଗୌରବ ବୋଲି ସେ କହିଛନ୍ତି। ସେ ଓଡ଼ିଶାରେ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ। ଏସିଆନ ଗେମ୍ସରେ ଅଂଶ ଗ୍ରହଣ କରିବାକୁ ଯାଉଥିବା ଓଡ଼ିଶାର ଖେଳାଳିଙ୍କ ପାଇଁ ରାଜ୍ୟ ସରକାର ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଥିବାବେଳେ ଏଥିରେ କିଟ୍‌ ଓ କିସ୍‌ର ୭ଜଣ ଅଛନ୍ତି। କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଭଲ ପାଇବା ଓ ପ୍ରତିବଦ୍ଧତା ଯୋଗୁ ଆଜି ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଓଡ଼ିଶା ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଓଡ଼ିଶାକୁ ଏକ କ୍ରୀଡ଼ା ହବ୍‌ରେ ପରିଣତ କରିବା ପଛରେ କିଟ୍‌ ଓ କିସ୍‌ର ମଧ୍ୟ ଯୋଗଦାନ ରହିଛି ବୋଲି ଅଚ୍ୟୁତ କହିଥିଲେ। କିଟ୍‌ ଓ କିସ୍‌ରେ ଥିବା ଅନ୍ତର୍ଜାତୀୟ ମାନର ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମି ଏବଂ ଅଭିଜ୍ଞ ଓ ଦକ୍ଷ କୋଚ୍‌ ବିଶେଷକରି କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ ଯୋଗୁ କିଟ୍‌ ଓ କିସ୍‌ରୁ ୫ହଜାରରୁ ଊର୍ଦ୍ଧ୍ୱ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଖେଳାଳି ସୃଷ୍ଟି ହୋଇପାରିଛନ୍ତି। ଏହି ଅନୁଷ୍ଠାନରୁ ୧୩ଜଣ ଅଲିମ୍ପିଆନ୍‌ ବାହାରି ପାରିଛନ୍ତି। ଏହା ବ୍ୟତୀତ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ ସହ ଭାରତରେ ଏକ କ୍ରୀଡ଼ା ବାତାବରଣ ସୃଷ୍ଟି କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଅଚ୍ୟୁତ ଧନ୍ୟବାଦ ଜଣାଇଛନ୍ତି। କିସ୍‌ର କ୍ରୀଡ଼ା ପରାମର୍ଶଦାତା ଉପେନ୍ଦ୍ର କୁମାର ମହାନ୍ତି ଭାରତୀୟ ଦଳରେ ଓଡ଼ିଶା ରଗ୍‌ବୀ ଖେଳାଳିଙ୍କ ପ୍ରାଧାନ୍ୟ ଉପରେ ଆଲୋକପାତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri