Odisha Elections 2024
Posted inଖେଳ

ଏସିଆନ ଗେମ୍ସରେ କିଟ୍‌ ଓ କିସ୍‌ର ୧୪ ଖେଳାଳି

ଭୁବନେଶ୍ୱର, ୧୬।୯ (ତପନ ସ୍ବାଇଁ): ଚାଇନାର ହାଙ୍ଗଝୋଠାରେ ଚଳିତ ମାସ ୨୩ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଏସିଆନ ଗେମ୍ସ ଅନୁଷ୍ଠିତ ହେବ। ଏହି ମେଗା ପ୍ରତିଯୋଗିତାରେ କିଟ୍‌ ଓ କିସ୍‌ର ୧୪ଜଣ କ୍ରୀଡ଼ାବିତ୍‌ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ। ଦେଶର ଗୋଟିଏ ଶିକ୍ଷାନୁଷ୍ଠାନରୁ ଏତେ ସଂଖ୍ୟକ କ୍ରୀଡ଼ାବିତ୍‌ ଏସିଆନ ଗେମ୍ସରେ ଅଂଶ ଗ୍ରହଣ କରିବା ଏହା ପ୍ରଥମ ବୋଲି ଶୁକ୍ରବାର ଏଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କିଟ୍‌ କ୍ରୀଡ଼ା ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାଶ ପ୍ରକାଶ କରିଛନ୍ତି। ତାଙ୍କ ସୂଚନା ଅନୁସାରେ କିଟ୍‌ ଛାତ୍ରୀ ସି.ଏ. ଭବାନୀ ଦେବୀ ଫେନ୍‌ସିଂ (ମହିଳା) ବର୍ଗରେ ଉଭୟ ବ୍ୟକ୍ତିଗତ ଓ ଦଳଗତ ସାବ୍‌ରେ ଇଭେଣ୍ଟରେ ଭାଗ ନେବାକୁ ଯାଉଥିବାବେଳେ ଭାରତୀୟ ହକି ଦଳରେ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି। ସେହିପରି ସନ୍ତରଣରେ ସାଜନ ପ୍ରକାଶ, ନୌଚାଳନାର ମହିଳା ଲାଇଟଓ୍ବେଟ୍‌ ଡବଲ୍‌ ସ୍କଲ ରୋଇଂରେ ଆଶିଂକା ଭାରତୀ, ଆଥ୍‌ଲେଟିକ୍ସର ୨୦ କି.ମି. ଓ୍ବାକ୍‌ରେ ପ୍ରିୟଙ୍କା (ମହିଳା) ଓ ସନ୍ଦୀପ କୁମାର (ପୁରୁଷ), ଜାଭେଲିନ୍‌ ଥ୍ରୋରେ କିଶୋର ଜେନା ଓ ତେଜିନ୍ଦର ପାଲ୍‌ ଭାରତର ପ୍ରତିନିଧିତ୍ୱ କରିବେ। ସେହିପରି ମହିଳା ରଗ୍‌ବୀ ୭ଏସ୍‌ ଦଳରେ କିସ୍‌ର ୪ ଛାତ୍ରୀ ଡୁମୁନି ମାରାଣ୍ଡି, ତାରୁଲତା ନାଏକ, ମାମା ନାଏକ ଏବଂ ହୁପି ମାଝି ସ୍ଥାନ ପାଇଛନ୍ତି। ଡେକାଥଲନରେ ତେଜସ୍ବୀ ଶଙ୍କର ଏବଂ ୨୦୦ମିଟର ଦୌଡ଼ରେ ଅମ୍ଳାନ ବୋରଗୋହେନ ମନୋନୀତ ହୋଇଛନ୍ତି।
ଏସିଆନ ଗେମ୍ସ ପାଇଁ ମନୋନୀତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା ଏମ୍‌ପି ଅଚ୍ୟୁତ ସାମନ୍ତ। ଏହି କ୍ରୀଡ଼ାବିତ୍‌ମାନେ କେବଳ କିଟ୍‌ ଓ କିସ୍‌ ପାଇଁ ନୁହନ୍ତି ସମଗ୍ର ଓଡ଼ିଶାର ଗର୍ବ ଓ ଗୌରବ ବୋଲି ସେ କହିଛନ୍ତି। ସେ ଓଡ଼ିଶାରେ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ। ଏସିଆନ ଗେମ୍ସରେ ଅଂଶ ଗ୍ରହଣ କରିବାକୁ ଯାଉଥିବା ଓଡ଼ିଶାର ଖେଳାଳିଙ୍କ ପାଇଁ ରାଜ୍ୟ ସରକାର ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଥିବାବେଳେ ଏଥିରେ କିଟ୍‌ ଓ କିସ୍‌ର ୭ଜଣ ଅଛନ୍ତି। କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଭଲ ପାଇବା ଓ ପ୍ରତିବଦ୍ଧତା ଯୋଗୁ ଆଜି ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଓଡ଼ିଶା ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଓଡ଼ିଶାକୁ ଏକ କ୍ରୀଡ଼ା ହବ୍‌ରେ ପରିଣତ କରିବା ପଛରେ କିଟ୍‌ ଓ କିସ୍‌ର ମଧ୍ୟ ଯୋଗଦାନ ରହିଛି ବୋଲି ଅଚ୍ୟୁତ କହିଥିଲେ। କିଟ୍‌ ଓ କିସ୍‌ରେ ଥିବା ଅନ୍ତର୍ଜାତୀୟ ମାନର ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମି ଏବଂ ଅଭିଜ୍ଞ ଓ ଦକ୍ଷ କୋଚ୍‌ ବିଶେଷକରି କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ ଯୋଗୁ କିଟ୍‌ ଓ କିସ୍‌ରୁ ୫ହଜାରରୁ ଊର୍ଦ୍ଧ୍ୱ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଖେଳାଳି ସୃଷ୍ଟି ହୋଇପାରିଛନ୍ତି। ଏହି ଅନୁଷ୍ଠାନରୁ ୧୩ଜଣ ଅଲିମ୍ପିଆନ୍‌ ବାହାରି ପାରିଛନ୍ତି। ଏହା ବ୍ୟତୀତ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ ସହ ଭାରତରେ ଏକ କ୍ରୀଡ଼ା ବାତାବରଣ ସୃଷ୍ଟି କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଅଚ୍ୟୁତ ଧନ୍ୟବାଦ ଜଣାଇଛନ୍ତି। କିସ୍‌ର କ୍ରୀଡ଼ା ପରାମର୍ଶଦାତା ଉପେନ୍ଦ୍ର କୁମାର ମହାନ୍ତି ଭାରତୀୟ ଦଳରେ ଓଡ଼ିଶା ରଗ୍‌ବୀ ଖେଳାଳିଙ୍କ ପ୍ରାଧାନ୍ୟ ଉପରେ ଆଲୋକପାତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋଲକାତା ବିପକ୍ଷରେ ଟସ୍‌ ଜିତିଲା ହାଇଦ୍ରାବାଦ, ନେଲା ଏହି ନିଷ୍ପତ୍ତି

ଅହମ୍ମଦାବାଦ,୨୧।୫: ଆଇପିଏଲ୍‌ କ୍ୱାଲିଫାୟର- ୧ ମୁକାବିଲା ମଙ୍ଗଳବାର କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା...

ଗମ୍ଭୀର ନା ଫ୍ଲେମିଂ, କିଏ ହେବେ ଭାରତର କୋଚ୍‌? ମହେନ୍ଦ୍ର ସିଂ ଧୋନୀ ନେବେ ନିଷ୍ପତ୍ତି !

ନୂଆଦିଲ୍ଲୀ,୨୧।୫: ଟି୨୦ ବିଶ୍ୱକପ୍‌ ପରେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ପଦ ଖାଲି ହୋଇଯିବ। ଏଥିଲାଗି ବିସିସିଆଇ ନୂଆ କୋଚ୍‌ ଖୋଜିବା ଆରମ୍ଭ କରିଛି। ନ୍ୟାଶନାଲ...

ତୁମକୁ ଫାଇନାଲ୍‌ ଜିତିବାକୁ ପଡ଼ିବ…କୋହଲିଙ୍କୁ ଧୋନୀଙ୍କ ମେସେଜ୍‌

ନୂଆଦିଲ୍ଲୀ,୨୧।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମେ ୧୮ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରି ପ୍ଲେ ଅଫରେ ସ୍ଥାନ ହାସଲ କରିଛି । ପ୍ଲେ ଅଫରେ...

ମୁଁ କାହାର ପାଦ ଛୁଏଁ ନାହିଁ, ସେଥିପାଇଁ ମୋତେ….କାହିଁକି ଏମିତି କହିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୨୧।୫: ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ତାଙ୍କର ତାଙ୍କ ବିବୃତ୍ତି ପାଇଁ ପ୍ରାୟତ ଚର୍ଚ୍ଚାରେ ଥାନ୍ତି। ନିକଟରେ ଟିମ ଇଣ୍ଡିଆର ଅଫ ସ୍ପିନର ରବି...

୪୦୦ ମିଟରରେ ଦୀପ୍ତିଙ୍କ ବିଶ୍ୱରେକର୍ଡ

କୋବ୍‌ (ଜାପାନ), ୨୧ା୫ (ପି.ଟି.): ଭାରତର ଦୀପ୍ତି ଜୀବନଜୀ ଏଠାରେ ଚାଲିଥିବା ବିଶ୍ୱ ପାରା ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ମହିଳା ୪୦୦ମିଟର ଟି୨୦ କାଟେଗୋରିରେ ବିଶ୍ୱ ରେକର୍ଡ...

୧୫ତମ ଷ୍ଟେଜ୍‌ରେ ପୋଗାକାର ବିଜୟୀ

ରୋମ୍‌, ୨୧।୫: ଟାଡେଜ ପୋଗାକାର (ସ୍ଲୋଭାକିଆ/ ୟୁଏଇ ଟିମ୍‌ ଏମିରେଟ୍ସ) ଗିରୋ ଡି’ ଇଟାଲିଆ ସାଇକେଲ ରେସ୍‌ର ୧୫ତମ ଷ୍ଟେଜ୍‌ ଜିତିଛନ୍ତି। ସେ ୬ ଘଣ୍ଟା...

ଟିକେଟ୍‌ ବିକ୍ରି ବୃଦ୍ଧି ପାଇଁ କ୍ୟାମ୍ପେନ୍‌

ପ୍ୟାରିସ୍‌,୨୧ା୫(ପି.ଟି): ପ୍ୟାରିସ୍‌ ପାରାଲିମ୍ପିକ୍ସକୁ ଆଉ ୧୦୦ ଦିନ ବାକି ରହିଛି। ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ତାରିଖ ଯାଏ ଏହି ମେଗା ଇଭେଣ୍ଟ ଅନୁଷ୍ଠିତ ହେବ।...

ପାରାମାଉଣ୍ଟ ‘ଏ’ ଫାଇନାଲରେ

ଭୁବନେଶ୍ୱର, ୨୧ା୫ (ବିଜୟ ରଣା): ସ୍ଥାନୀୟ ପାରାମାଉଣ୍ଟ ସ୍ପୋର୍ଟିଙ୍ଗ୍ସ ଆନୁକୂଲ୍ୟରେ ଅରବିନ୍ଦମେମୋରିଆଲ ପାରାମାଉଣ୍ଟ କପ୍‌ କ୍ରିକେଟ ଟୁର୍ନାମେଣ୍ଟରେ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri