ଭାରତର ରାଗ ଲଙ୍କାରେ ତିଆରି ଚିପ୍ସ ଖାଇ ଜାପାନର ୧୪ ଛାତ୍ର ଅସୁସ୍ଥ

ଟୋକିଓ,୧୯।୭: ଜାପାନର ୧୪ ଜଣ ଛାତ୍ର ଭାରତର ରାଗ ଲଙ୍କା (ଭୋତ ଜୋଲାକିଆ) ରୁ ପ୍ରସ୍ତୁତ ଆଳୁ ଚିପ୍ସ ଖାଇବା ପରେ ଅସୁସ୍ଥ ହୋଇପଡିଛନ୍ତି ଏବଂ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ କଡିଛି। ଜାପାନର ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ଏହି ଚିପ୍ସ ବହୁତ ମସଲାଯୁକ୍ତ ଥିଲା, ଯାହାକୁ ପ୍ରାୟ ୩୦ ଜଣ ଛାତ୍ର ଖାଇଥିଲେ।
ରିପୋର୍ଟ ଅନୁଯାୟୀ, ଜୁଲାଇ ୧୬ରେ ଜଣେ ଛାତ୍ର ଭୋତ ଜୋଲାକିଆ ଚିଲିରୁ ପ୍ରସ୍ତୁତ ଚିପ୍ସ ଟୋକିଓରେ ଥିବା ତାଙ୍କ ସ୍କୁଲରେ ଖାଇବା ପାଇଁ ଆଣିଥିଲେ। ଚିପ୍ସ ୩୦ଜଣ ଛାତ୍ର ଖାଇଥିଲେ। ତଥାପି, ଚିପ୍ସ ମଧ୍ୟ ଏକ ଚେତାବନୀ ଦେଇଥିଲା ଯେ ୧୮ବର୍ଷରୁ କମ ବୟସର ଲୋକମାନେ ଏହି ଉତ୍ପାଦ ଖାଇବା ଉଚିତ୍‌ ନୁହେଁ। ଏହାସତ୍ତ୍ୱେ ଛାତ୍ରମାନେ ଏହାକୁ ଖାଇଥିଲେ ଏବଂ ଅସୁସ୍ଥ ହୋଇ ପଡିଥିଲେ।

ଚିପ୍ସ ଖାଇବା ପରେ ଅନେକ ଛାତ୍ର ପାଟିରେ ପୋଡାଜଳା ଏବଂ ଯନ୍ତ୍ରଣା ଅନୁଭବ କରିବା ଆରମ୍ଭ କଲେ। ଏମାନଙ୍କ ଅଭିଯୋଗ ପାଇବା ପରେ ସ୍କୁଲ ପ୍ରଶାସନ ପୋଲିସକୁ ସୂଚନା ଦେଇଥିଲା। ଏହା ପରେ ୧୪ଜଣ ଛାତ୍ରଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଏଥି ସହିତ, ଚିପ୍ସ ଉତ୍ପାଦନକାରୀ କମ୍ପାନୀ ଇସୋୟାମା କର୍ପ ଏହି ଘଟଣା ପରେ ଏକ ବିବୃତ୍ତିରେ ୧୮ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଚେତାବନୀକୁ ଦୋହରାଇଛି।
ଚିପ୍ସ ଉତ୍ପାଦନକାରୀ କମ୍ପାନୀ କହିଛି, ‘୧୮ ବର୍ଷରୁ କମ ବୟସର ଲୋକମାନେ ଏହି ଉତ୍ପାଦକୁ ଖାଇବା ଠାରୁ ଦୂରେଇ ରହିବା ଉଚିତ କାରଣ ଏହା ଅତ୍ୟନ୍ତ ମସଲାଯୁକ୍ତ । କେବଳ ମସଲାଯୁକ୍ତ ଖାଦ୍ୟ ପସନ୍ଦ କରନ୍ତି ନାହିଁ, ଯେଉଁମାନେ ମସଲାଯୁକ୍ତ ଖାଦ୍ୟ ପସନ୍ଦ କରନ୍ତି ସେମାନେ ମଧ୍ୟ ଏହି ଉତ୍ପାଦରୁ ଦୂରେଇ ରହିବା ଉଚିତ୍‌। ଖାଇବା ସମୟରେ ସତର୍କ ରୁହନ୍ତୁ।
ଏହି ଘଟଣାରେ ଜଣେ କମ୍ପାନୀ ଅଧିକାରୀ କ୍ଷମା ମାଗି ଛାତ୍ରଛାତ୍ରୀଙ୍କୁ ଶୀଘ୍ର ଆରୋଗ୍ୟ କାମନା କରିଥିଲେ। ସୂଚନାଯୋଗ୍ୟ, ଭୋତ ଜୋଲାୟକିଆ ବିଶ୍ୱର ସବୁଠୁ ରାଗ ଲଙ୍କା ମଧ୍ୟରୁ ଅନ୍ୟତମ । ଏହା ଉତ୍ତର-ପୂର୍ବ ଭାରତୀୟ ରାଜ୍ୟ ଆସାମ, ନାଗାଲାଣ୍ଡ ଏବଂ ମଣିପୁରର ଆଖପାଖ ଅଞ୍ଚଳରେ ଚାଷ କରାଯାଏ । ୨୦୦୭ରୁ ୨୦୧୧ ପର୍ଯ୍ୟନ୍ତ ଭୋତ ଜୋଲକିଆ ବିଶ୍ୱର ସବୁଠାରୁ ରାଗ ଲଙ୍କା ପାଇଁ ଗିନିଜ ୱାଲର୍‌ଡ ରେକର୍ଡରେ ସ୍ଥାନ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?