୧୫୩୭ କୋଟିର ୧୪ ଶିଳ୍ପ: ଶିଳାନ୍ୟାସ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୭(ବ୍ୟୁରୋ)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୧୧ଶହ କୋଟି ଟଙ୍କା ପୁଞ୍ଜିନିବେଶ ହୋଇଥିବା ୧୧ଟି ଶିଳ୍ପର ଶିଳାନ୍ୟାସ କରିଥିବା ବେଳେ ୪୩୬ କୋଟି ଟଙ୍କା ପୁଞ୍ଜିନିବେଶ ହୋଇଥିବା ୩ ଶିଳ୍ପର ଉଦ୍‌ଘାଟନ କରିଛନ୍ତି। ଏ ସମସ୍ତ ଶିଳ୍ପରେ ୧୫୩୭.୦୭ କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ଏଥିରେ ୩,୭୭୩ ନିଯୁକ୍ତି ସୁଯୋଗ ସୃଷ୍ଟିହେବ।
ବୟନଶିଳ୍ପ, ରାସାୟନିକ ସାର, ଖାଦ୍ୟ ପ୍ରକି୍ରିୟାକରଣ, ବର୍ଜ୍ୟବସ୍ତୁ ପରିଚାଳନା, ଅକ୍ଷୟ ଶକ୍ତି ଉତ୍ପାଦନ, ପ୍ଲାଷ୍ଟିକ, ମେଟାଲ ଓ ଆନୁଷଙ୍ଗିକ ଶିଳ୍ପରେ ପୁଞ୍ଜିନିବେଶ ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ପୁଞ୍ଜି ନିବେଶ କ୍ଷେତ୍ରରେ ଏକ ସର୍ବୋଚ୍ଚ ଲକ୍ଷ୍ୟ ସ୍ଥଳରେ ପରିଣତ ହୋଇପାରିଛି। ପୂର୍ବ ଭାରତର ଏହା ଶିଳ୍ପ ହବ୍‌ ଭାବେ ଉଭା ହୋଇଛି। ରାଜ୍ୟ ସରକାରଙ୍କ ସ୍ଥିର ଶିଳ୍ପ ନୀତି ରାଜ୍ୟରେ ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିଛି। ଇଜ୍‌ ଅଫ୍‌ ଡୁଇଂରେ ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟାରେ ସହାୟକ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶାର ଶିଳ୍ପଗୁଡ଼ିକ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ସେମାନଙ୍କର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମରେ ସହଯୋଗ କରିଛନ୍ତି। କୋଭିଡ୍‌ ଦ୍ୱିତୀୟ ଲହର ସମୟରେ ଅକ୍ସିଜେନ ଅଭାବକୁ ଦୂର କରିବାରେ ଶିଳ୍ପାନୁଷ୍ଠାନଗୁଡ଼ିକ ସହାୟତା କରିଛନ୍ତି। ଅନ୍ୟ ରାଜ୍ୟକୁ ଜୀବନ ରକ୍ଷାକାରୀ ଅକ୍ସିଜେନ ଯୋଗାଇବାରେ ଓଡ଼ିଶା ଆଗୁଆ ପଦକ୍ଷେପ ନେଇଛି। ରାଜ୍ୟର ବହୁ ଶିଳ୍ପ ମେଡିକାଲ ଅକ୍ସିଜେନ, ଟ୍ୟାଙ୍କର, ଜେନେରେଟର, ସିଲିଣ୍ଡର ଯୋଗାଇବାରେ ସହଯୋଗ କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଶିଳ୍ପ ସଂସ୍ଥାଗୁଡ଼ିକୁ ଧନ୍ୟବାଦ ଦେଇଛନ୍ତି।
ଏହି ଅବସରରେ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ, ଓଡ଼ିଶା ହେଉଛି ପୁଞ୍ଜିନିବେଶ ପାଇଁ ଏକ ପସନ୍ଦ ସ୍ଥାନ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ହୋଇ ଚାଲିଛି। ଏହି କାର୍ଯ୍ୟକ୍ରମରେ ବ୍ରିଟାନିଆ ଶିଳ୍ପର ଏମ୍‌ଡି ବରୁଣ ବେରି, ବେଦାନ୍ତର ଉପାଧ୍ୟକ୍ଷ ନବୀନ ଅଗ୍ରଓ୍ବାଲ, ଓ୍ବାଇଲ୍ଡ ଲୋଟସ୍‌ ଟେକ୍ସଟାଇଲର ନିର୍ଦ୍ଦେଶକ ପି.ଏଲ. ମହାନ୍ତି, ଆଦିତ୍ୟ ବିର୍ଲା ରିନ୍ୟୁଏବଲ୍‌ସର ସଭାପତି ଅମିତାଭ ବର୍ମା ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବାବେଳେ ଶିଳ୍ପ ସଚିବ ହେମନ୍ତ ଶର୍ମା ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।
ବଲାଙ୍ଗୀରରେ ଆଦିତ୍ୟ ବିର୍ଲା ପକ୍ଷରୁ ସୌର ଶକ୍ତି ପ୍ରକଳ୍ପ ସ୍ଥାପନ ହେବ। ଏହି ପ୍ରକଳ୍ପରେ ଆଦିତ୍ୟ ବିର୍ଲା ପକ୍ଷରୁ ୩୫୨.୫୦ କୋଟି ଟଙ୍କାର ପୁଞ୍ଜିନିବେଶ କରାଯାଇଛି। ଝାରସୁଗୁଡ଼ାରେ ୬୪.୪୩ କୋଟି ପୁଞ୍ଜିନିବେଶରେ ଆଲୁମିନା ରିଫାଇନେରି ପ୍ରକଳ୍ପ ହୋଇଛି। ଖୋର୍ଦ୍ଧା ଛତାବରଠାରେ ୨୦ କୋଟି ବ୍ୟୟରେ ନିର୍ମିତ ଗାର୍ମେଣ୍ଟ ୟୁନିଟ୍‌ ଉଦ୍‌ଘାଟିତ ହୋଇଛି। ପାରାଦୀପରେ ଇଫ୍‌କୋ ସଲ୍‌ଫରିକ ଏସିଡ୍‌ ସମ୍ପ୍ରସାରଣ ପ୍ରକଳ୍ପ କରିବ। ଏଥିରେ ୪୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ। ସେହିପରି ସୁନ୍ଦରଗଡ଼ ଲହୁଣୀପଡ଼ାରେ ବାର୍ଷିକ ୧.୫୦ ନିୟୁତ ଟନ୍‌ର ଲୁହାପଥର ବେନିଫିକେଶନ ପ୍ଲାଣ୍ଟ ସ୍ଥାପନ ହେବ। ଏଥିରେ ୨୬୫.୭୨ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ। କଟକ ଖୁଣ୍ଟୁଣୀରେ ପିଭିସି ପାଇପ ଉତ୍ପାଦନ ଶିଳ୍ପ ସ୍ଥାପନ ହେବ। ଏଥିରେ ୧୫୧.୩୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ। ଖୋର୍ଦ୍ଧାରେ ବ୍ରିଟାନିଆ ପକ୍ଷରୁ ବିସ୍କୁଟ ଫ୍ୟାକ୍ଟ୍ରି କରାଯିବ। ସେହିପରି ଖୋର୍ଦ୍ଧା ଚମ୍ପାଝରରେ ଏନ.କେ. ଆନନ୍ଦ ପକ୍ଷରୁ ଜୋତା କାରଖାନା ସ୍ଥାପନ ହେବ। କଟକ ରାମଦାସପୁରରେ ଥର୍ମୋ ପ୍ଲାଷ୍ଟିକ ପାଇପ କାରଖାନା, ଭାରତ ମସଲା ପକ୍ଷରୁ ରାମଦାସପୁରରେ ହେବ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ, ଚୌଦ୍ୱାରରେ ବାୟୋ ମେଡିକାଲ ୱେଷ୍ଟ ମ୍ୟାନେଜମେଣ୍ଟ ପ୍ଲାଣ୍ଟ, ଅର୍ଗାନିକ ଫର୍ଟିଲାଇଜର ଉତ୍ପାଦନ ୟୁନିଟ୍‌ ଓ ନୁଡୁଲସ ଉତ୍ପାଦନ କାରଖାନା ହେବ। ୨୦୧୭ ନଭେମ୍ବରରୁ ୧୯୫ଟି ପ୍ରକଳ୍ପ ରାଜ୍ୟରେ ବାସ୍ତବ ରୂପ ନେଇଛି। ୯୨ହଜାର ୪୬୦ କୋଟି ୮୪ ଲକ୍ଷ ଟଙ୍କାର ପୁଞ୍ଜିନିବେଶ ହୋଇଛି। ୧ଲକ୍ଷ ୧୮ ହଜାର ୨୧୧ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ସୁଯୋଗ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା: ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ଭବାନୀପାଟଣା,୧୧ା୪(ଉତ୍ତମ କୁମାର ଦାଶ):ପୂର୍ବ ସରକାର ପ୍ରତି ବ୍ଲକକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ଏହାର ମୂଳ…

୪୦ ଫୁଟ୍‌ ତଳକୁ ଖସିଲା OSRTC ବସ୍‌: ୨୪ଯାତ୍ରୀ ଆହତ, ଜଣେ ମୃତ

ପଟ୍ଟାଙ୍ଗି , ୧୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଘାଟିରେ OSRTC ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଯାତ୍ରୀ ଆହତ…

କେମୋଥେରାପିରେ ସୀମିତ କ୍ୟାନ୍‌ସର ଚିକିତ୍ସା: ୧୩୮କୋଟିର ହସ୍ପିଟାଲରେ ମିଳୁନି ସ୍ବାସ୍ଥ୍ୟସେବା

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା କ୍ୟାନସର ରୋଗୀଙ୍କ ହବ୍‌ ପାଲଟିଛି। ଏଠାରେ କ୍ୟାନସର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ ଏଠାରେ ଥିବା କ୍ୟାନସର ହସ୍ପିଟାଲରୁ…

ଯୁଦ୍ଧ ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ଦ୍ୱନ୍ଦ୍ୱରେ ପଡିଲେ ଚାଇନା- ପାକିସ୍ତାନ

ନୂଆଦିଲ୍ଲୀ,୧୧।୪: ଆଧୁନିକ ଯୁଦ୍ଧରେ ଗୁପ୍ତ ପ୍ଲାଟଫର୍ମର ଗୁରୁତ୍ୱ ବହୁତ ବୃଦ୍ଧି ପାଇଛି। ଉନ୍ନତ ରାଡାର ସିଷ୍ଟମ ମଧ୍ୟ ଯୁଦ୍ଧ ଖେଳରେ ପରିବର୍ତ୍ତନ ଆଣିବାକୁ ବାଧ୍ୟ କରୁଛି। ଗୁପ୍ତ…

ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…

ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri