ମଙ୍ଗଳବାରଠାରୁ ଜାରି ହେଲା ୧୪ ଦିନିଆ ଲକ୍‌ଡାଉନ୍‌…

ବେଙ୍ଗାଲୁରୁ,୨୬।୪: କର୍ନାଟକରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଏଭଳିସ୍ଥଳେ ସଂକ୍ରମଣ ରୋକିବା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ସରକାରଙ୍କ ପକ୍ଷରୁ ୧୪ ଦିନିଆ ଲକ୍‌ଡାଉନ୍‌ ସୋମବାର ଘୋଷଣା କରାଯାଇଛି। ମଙ୍ଗଳବାର ରାତ୍ର ୯ଟାଠାରୁ ରାଜ୍ୟରେ ଲକ୍‌ଡାଉନ୍‌ ଜାରି କରାଯିବ। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟମନ୍ତ୍ରୀ ଏସମ୍ପର୍କରେ ଘୋଷଣା କରିଛନ୍ତି। ଲକ୍‌ଡାଉନ୍‌ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ କେବଳ ୪ ଘଣ୍ଟା ପାଇଁ ସକାଳ ୬ରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ। ଏହା ସହିତ ଜରୁରୀକାଳୀନ ସେବା ପୂର୍ବପରି ଜାରି ରହିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଦେଶରେ କରୋନା ପ୍ରଭାବିତ ରାଜ୍ୟ ମଧ୍ୟରେ କର୍ନାଟକ ତୃତୀୟ ସ୍ଥାନରେ ରହିଛି। ଇତିମଧ୍ୟରେ ରାଜ୍ୟରେ ୧୪ ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ ନାଗରିକତାଙ୍କୁ ନେଇ ନୋଟିସ୍‌ ଜାରି କଲା ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୩୦।୪: ଭାଜପାର ବରଷ୍ଠ ନେତା ତଥା ରାଜ୍ୟ ସଭା ଏମ୍‌ପି ଡ. ସୁବ୍ରମଣ୍ୟମ୍‌ ସ୍ବାମୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଗରିକତାକୁ ନେଇ ଅଭିଯୋଗ ଆଣିଥିଲେ।...

କରୋନାର ଚକ୍ରବ୍ୟୁହରେ ଲାଲୁ !

ପାଟନା,୨୮।୪: ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଏବେ କରୋନା ଚକ୍ରବ୍ୟୁହରେ ଫଶି ଯାଇଛନ୍ତି। ଲାଲୁ ପ୍ରସାଦ ଏବେ ରାଞ୍ଚିର ରିମ୍ସ ହସ୍ପିଟାଲରେ...

କେଜରିୱାଲଙ୍କୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୨୧ ।୯: କିଛି ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ସବୁ ଦଳ ପ୍ରସ୍ତୁତ ହୋଇଗଲେଣି । ଭୋଟରଙ୍କୁ ଆକୃଷ୍ଟ...

ମୁମ୍ବାଇରେ ଦେଶର ପ୍ରଥମ ଏକ୍ସଇ ଭାରିଆଣ୍ଟ ମାମଲା

ନୂଆଦିଲ୍ଲୀ,୮।୪: କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଏକ୍ସଇ ମାମଲା ମୁମ୍ବାଇରେ ଚିହ୍ନଟ ହୋଇଛି। ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା...

‘ଛାତ୍ରୀ କାହିଁକି ଉତ୍ତେଜିତ କଲେ?’ ପ୍ରଶ୍ନକଲେ କର୍ନାଟକ ମନ୍ତ୍ରୀ

ବେଙ୍ଗାଲୁରୁ,୯।୨: ହିଜାବ ପ୍ରସଙ୍ଗକୁ ନେଇ କର୍ନାଟକରେ ସ୍ଥିତି ଅଣାୟତ ହେଉଥିବା ବେଳେ ମାଣ୍ଡ୍ୟା କଲେଜରୁ ସାମ୍ନାକୁ ଆସିଥିବା ଘଟଣାରେ ମୁସଲିମ ଛାତ୍ରୀଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି...

ପରଲୋକରେ ଅଭିନେତା କୁଶଲ ପଞ୍ଜାବୀ

ମୁମ୍ବାଇ,୨୭।୧୨: ଟେଲି କଳାକାର କୁଶଲ ପଞ୍ଜାବୀଙ୍କର ୩୭ବର୍ଷ ବୟସରେ ମୃତ୍ୟୁ ହୋଇଛି। ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ଶୁକ୍ରବାର ଦ୍ୱିପ୍ରହରେ ତାଙ୍କର...

୫୪ ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ମୁମ୍ବାଇ,୧୯।୧(ପି.ଟି.): ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ପକ୍ଷରୁ ଶନିବାର ୫୪ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ପୂର୍ବତନ ଏଏପି ନେତା ଆଳକା ଲାମ୍ବା ଚାନ୍ଦ୍‌ନୀଚୌକ,...

ଆସାମ ବନ୍ୟା: ମୃତ୍ୟୁସଂଖ୍ୟା ୪୪

ଗୁଆହାଟୀ,୧୭।୬:ଆସାମର ଗୋଲପଡା ସହରରେ ଗୁରୁବାର ପ୍ରବଳ ବର୍ଷା ଜନିତ ଭୂସ୍ଖଳନରେ ୨ ନାବାଳକଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୪୪ରେ ପହଞ୍ଚତ୍ଛି।...

Advertisement
Archives

Model This Week